ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ

ବ୍ରହ୍ମପୁର :୨୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ। ବିଶେଷ କରି ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଗଜପତି, ରାୟଗଡା, କନ୍ଧମାଳରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତା ତିନି ଦିନ ଧରି ବର୍ଷା ଲାଗି ରହିବ। ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

"ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ"

ଟାଟା ଏସି ଭାରସାମ୍ୟ ହରାଇ ଓଲଟିଲା ୨ ଆହତ

ଛତ୍ରପୁର ୨୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଶୁକ୍ରବାର ସକାଳ ପ୍ରାୟ ୬ ଘଂଟା ସମୟରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଚୈତନ୍ୟପଡ଼ା ଛକ ନିକଟରେ ଏକ ପରିବା ବୋଝେଇ ଟାଟା ଏସି (ନଂ-ଓଡ଼ି୦୭ସି- ୯୩୪୦) ୨ ଜଣ ଯୁବକଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିଛି। ଘଟଣାରୁ ପ୍ରକାଶ, ଗୁରୁବାର ସକାଳ ପ୍ରାୟ ୬ ଘଂଟା ସମୟରେ ବ୍ରହ୍ମପୁରରୁ ପରିବା ବୋଝେଇ କରି ଏକ ଟାଟା ଏସି ଗାଡ଼ି ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ବେଳେ ଚୈତନ୍ୟପଡ଼ା ଛକ ନିକଟରେ ପ୍ରାତଃ ଭ୍ରମଣରେ ଯାଇଥିବା ଜୈନିକ ଯୁବକଙ୍କ ଧକ୍କା ଦେବା ସହ ଭାରସାମ୍ୟ ହରାଇ…

"ଟାଟା ଏସି ଭାରସାମ୍ୟ ହରାଇ ଓଲଟିଲା ୨ ଆହତ"

ଟ୍ରେନ ଧକ୍କାରେ ମହିଳା ମୃତ

ଛତ୍ରପୁର ୨୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଛତ୍ରପୁର ଷ୍ଟେସନ ନିକଟରେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ। ମୃତକଙ୍କ ନାଁ ସୁଜ୍ଞାନୀ ତରାଇ ଓ ତାଙ୍କ ଘର ଲଙ୍ଗଳେଶ୍ୱରରେ ବୋଲି ଜଣାପଡିଛି। ବ୍ରହ୍ମପୁର ଭୁବନେଶ୍ୱର ପାସେଞ୍ଜରରେ ଘରକୁ ଯିବା ପାଇଁ ସୁଜ୍ଞାନୀ ଟ୍ରେନ ଲାଇନ ପାର ହେଉଥିବା ବେଳେ ପରବର୍ତ୍ତି ଦିଗରୁ ଆସୁଥିବା ପୁରୀ ତିରୁପତି ଟ୍ରେନ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକ ଛତ୍ରପୁର ଟେଲିଫୋନ କାର୍ଯ୍ୟାଳୟରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ।

"ଟ୍ରେନ ଧକ୍କାରେ ମହିଳା ମୃତ"

ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ

ବ୍ରହ୍ମପୁର ୧୯-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅଞ୍ଚଳରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ , ଗଞ୍ଜାମ ଜିଲା ପାଟପୁର ଥାନା ଅଧିନ ମଳିକ ସାହିର ନାଥ ମଳିକ ପୁଅ ଚିତ୍ରସେନ ଘର ପଛପଟେ ଗଛ ଲଗାଇବାକୁ ଯାଇଥିଲେ। ସେଠାରେ ତାଙ୍କ ଦାଦା ଉଦୟ ମଳିକ ବାଡ଼ିରେ ଲାଗିଥିବା କାଙ୍କଡ଼ ଗଛଗୁଡ଼ିକୁ ଉପାଡ଼ି ଫୋପାଡୁ ଥିବା ଦେଖିଥିଲେ। ଚିତ୍ରସେନ ଏହାର ପ୍ରତିବାଦ କରିବାରୁ ଉଦୟ ତାଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ନାଥ ସେଠାରେ ପହଞ୍ଚି ବୁଝାସୁଝା…

"ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ"

ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ

ବ୍ରହ୍ମପୁର (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ): ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟଯେ, ଗତ ୮ ତାରିଖ ଦିନ ସୁଶାନ୍ତ କାର୍ ଯୋଗେ ଅନ୍ୟ ୪ ସହଯୋଗୀଙ୍କ ସହ ଘରୁ ବାହାରି ଗୋଷାଣିନୂଆଗାଁ ଥାନା ଯାଉଥିବା ବେଳେ ଲାଞ୍ଜିପଲ୍ଲୀ ଢିପ ସାହି ରାସ୍ତା ଉପରେ ତାଙ୍କ କାର୍ ଉପରକୁ ଦୁଇଟି ବୋମା ମାଡ଼ ହୋଇଥିଲା। ସୁଶାନ୍ତଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଆହତ ହୋଇଥିଲେ। ଘଟଣା ଦିନ ସାହିରେ ଆତଙ୍କ ଖେଳାଉଥିବା ଅଭିଯୋଗରେ ପୁଲିସ ସୁଶାନ୍ତଙ୍କର ୬ ସମର୍ଥକଙ୍କୁ ଉଠାଇ ନେଇଥିବା ବେଳେ ପରବର୍ତ୍ତି ସମୟରେ ବୋମା ମାଡ଼ ଘଟଣାରେ ସଂପୃକ୍ତ ୯ଜଣଙ୍କୁ ଗିରଫ…

"ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ"

କୁକୁରମାନଙ୍କର ସଂଘବଦ୍ଧ ଆକ୍ରମଣରେ ହରିଣ ଆହତ

ଖଲ୍ଲିକୋଟ ୧୭-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ): ବାଣିଆ ନିକଟରେ ବିଲରେ ବୁଲୁଥିବା ଏକ ହରିଣକୁ କୁକୁରମାନେ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଆହତ ହୋଇଛି। ତାକୁ ଗ୍ରାମବାସୀମାନେ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା କରାଇଛନ୍ତି।

"କୁକୁରମାନଙ୍କର ସଂଘବଦ୍ଧ ଆକ୍ରମଣରେ ହରିଣ ଆହତ"

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା, ରାୟଗଡା ଓ ଗଞ୍ଜାମରେ ରାସ୍ତା ଉପରେ ପାଣି

ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ) ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ଲଗାଣ ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ୧୫ ଜିଲ୍ଲାକୁ ସାଢ଼େ ୧୨ ଯାଏଁ ସତର୍କ ସୂଚନା ଜାରି କରାଯାଇଛି ସେହି ଜିଲ୍ଲାଗୁଡ଼ିକ…

"ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା, ରାୟଗଡା ଓ ଗଞ୍ଜାମରେ ରାସ୍ତା ଉପରେ ପାଣି"

୨ ଦିନଧରି ଲାଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳାର୍ଣ୍ଣବ

ଆସିକା ୧୬-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) : ୨ ଦିନଧରି ଲାଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ କ୍ଷତି ଘଟିଛି। ବନ୍ୟାଜଳ ଯୋଗୁଁ ଆସିକା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଅନେକ ଚାଷଜମି ଜଳାର୍ଣ୍ଣବ ହୋଇପଡ଼ିଛି। ଗାଁ-ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖାଲି ଚାଷଜମି ନୁହେଁ କବିସୂର୍ଯ୍ୟନଗର ବୁଡାମ୍ବା ବାଘୁଆ ପୋଲ ବି ବୁଡ଼ି ଯାଇଛି ବନ୍ୟାଜଳରେ। ଆସିକା ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଛି। ପଞ୍ଚାୟତର ଗୌଡଗୋଠ ନିକଟରେ ଘାଇ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରେ ଥିବା ହଜାର ହଜାର ହେକ୍ଟର ଚାଷଜମିରେ ପାଣି ମାଡ଼ି ଯାଇଛି। ନିକଟରେ ଧାନ ତଳି ରୁଆ ଯାଇଥିବାରୁ ଏଗୁଡିକ ନଷ୍ଟ ହେବା ନେଇ ଚାଷୀ ଏବେ ଚିନ୍ତାରେ। ଖାଲି…

"୨ ଦିନଧରି ଲାଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳାର୍ଣ୍ଣବ"

ବଦଳୁଛି ଚେହେରା ଓ ରଙ୍ଗ; ବଢ଼ୁଛି ଲୋମ : ୬ ବର୍ଷରେ ଏପରି ଦେଖାଯାଉଛନ୍ତି କାହ୍ନୁ : ସହାୟତା ଲୋଡୁଛି ପରିବାର

ଆସ୍କା ୧୫-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) ନାମଟି କାହ୍ନୁ ନାଇକ। ଗ୍ରାମ-କଳିଙ୍ଗ ପ୍ରସାଦ। ବାଘୁଆ ବ୍ଲକ୍-ଜଗନ୍ନାଥ ପ୍ରସାଦ। ତହସିଲ-କୋକୁଲୁଵା ପୋଲିସ ଷ୍ଟେସନ୍-ତାରସିଙ୍ଗି ଜିଲ୍ଳା-ଗଞ୍ଜାମ ବାପ- ରାମ ଚନ୍ଦ୍ର ନାଇକ (ଦିନ ମଜୁରିଆ) ମାତା-ମମତା ନାଇକ (ଗୃହିଣୀ)। କାହ୍ନୁ ନାଇକ ଯାହାର ବୟସ କେବଳ ୬ ବର୍ଷ ! ଯେଉଁ ବୟସରେ କାହ୍ନୁ ହସିବୁଲି ଖେଳିବା କଥା ସେହି ବୟସରେ ତାଙ୍କର ବଦଳୁଛି ଚେହେରାର ରଙ୍ଗ। ତାଙ୍କର ଶରୀରରେ କେଶ ବଢ଼ିବାରେ ଲାଗିଛି। ଟାହି ଟାପରାର ଶିକାର ହେବାକୁ ପଡୁଛି ପରିବାରକୁ। ଏହାର କାରଣ, ତାଙ୍କୁ ହୋଇଛି ଏକ ଗୁରୁତ୍ୱର ରୋଗ! ଯେଉଁ ରୋଗରେ ଯୋଗୁଁ ତାଙ୍କ ଦେହସାର ବଢୁଛି ଲୋମ। ଏମିତି କି ସତେ ଯେମିତି…

"ବଦଳୁଛି ଚେହେରା ଓ ରଙ୍ଗ; ବଢ଼ୁଛି ଲୋମ : ୬ ବର୍ଷରେ ଏପରି ଦେଖାଯାଉଛନ୍ତି କାହ୍ନୁ : ସହାୟତା ଲୋଡୁଛି ପରିବାର"

ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ୍ ଲୁଟ୍ ଉଦ୍ୟମ

ଆସ୍କା ୧୫-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ୍ ଲୁଟ୍ ଉଦ୍ୟମ। ଦୁର୍ବୃତମାନେ ବିଳମ୍ବିତ ରାତିରେ ସଟର୍ ତାଡ଼ି ଏଟିଏମ୍ ରୁ ଟଙ୍କା ଲୁଟିବା ପାଇଁ ଉଦ୍ୟମ କରୁଥିଲେ। ତେବେ ପେଟ୍ରୋଲିଂରେ ବୁଲୁଥିବା ପୁଲିସ ଗାଡ଼ିର ସାଇରନ୍ ଶୁଣି ଦୁର୍ବୃତମାନେ ଛତ୍ରଭଙ୍ଗ କରିଥିବାର ଅନୁମାନ କରାଯାଉଛି। ଘଟଣା ସଂପର୍କରେ ଖବର ପାଇବା ପରେ ପାଟପୁର ଥାନା ଅଧିକାରୀ ଓ ବ୍ୟାଙ୍କ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ। କୌଣସି ପ୍ରକାର ଲୁଟ୍ ହୋଇନଥିବା ସ୍ପଷ୍ଟ କରିଥିଲେ।

"ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ୍ ଲୁଟ୍ ଉଦ୍ୟମ"