ବିଜେପିର ଅଭିଯୋଗକୁ ବିଜେଡ଼ିର କାଉଣ୍ଟର

ଧରାକୋଟ ୫-୮(ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଂଗଠନ ପକ୍ଷରୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଧରାକୋଟ ପଂଚାୟତ ସମିତି ଅର୍ନ୍ତଗତ ବିଭିନ୍ନ ଗ୍ରାମବାସୀ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ଯେ, ଗତ ୩୦ ତାରିଖ ଦିନ ଧରାକୋଟ ବ୍ଲକ କାର୍ଯ୍ୟାଳୟରେ ଜଣଶୁଣାଣି ଚାଲିଥିବା ବେଳେ ବିଜେପି କୃଷକ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ପ୍ରଦୀପ କୁମାର ପତ୍ରି କିଛି ମହିଳା ମାନଙ୍କ ପ୍ରତି ଅସଦାଚରଣ କରିଥିଲେ। ଆଉ ତାପରେ ବିନା କାରଣରେ ସେଠାରେ ଗଣ୍ଡଗୋଳ ସୃଷ୍ଟି କରିଥିଲେ ବୋଲି ବିଜେଡ଼ି ପକ୍ଷରୁ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ୩୦…

"ବିଜେପିର ଅଭିଯୋଗକୁ ବିଜେଡ଼ିର କାଉଣ୍ଟର"

ଲୋମଶ ଶିଶୁ କାହ୍ନାର ଅସ୍ତ୍ରପୋଚାର ପରେ ମୁହଁରୁ ଖୋଲିଲା ପଟି, ସ୍ୱତନ୍ତ୍ର ଡାକ୍ତରୀ ଦଳ ରଖିଛନ୍ତି ନଜର

ଗଞ୍ଜାମ ୪-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୬ ବର୍ଷର ପୁଅ ଲୋମଶ ବାଳକ କାହ୍ନାର ବ୍ରହ୍ମପୁର ଏମକେସେଜି ମେଡିକାଲରେ ଚିକିତ୍ସା କରାଯାଉଥିଲା। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ କାହ୍ନାର ମୁହଁରୁ ପଟି ଖୋଲାଯାଇଛି। ଏବେ ଏକ ନୂଆ ଚେହେରାରେ ସାମ୍ନାକୁ ଆସିଛି ଏହି ୬ ବର୍ଷର ଶିଶୁ। ଅପରେସନ୍ ପୂର୍ବର ଚେହେରା ତୁଳନାରେ ଏହି ଚେହେରାରେ ଢେର୍ ପରିବର୍ତ୍ତନ ବାରି ହୋଇପଡ଼ିଛି। ଯାହାକୁ ନେଇ କାହ୍ନାର ବାପାମା’ ମୁହଁରେ ଖୁସି ଖେଳିଯାଇଛି। କାହ୍ନାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବାବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି ଏବଂ ଆଉ ୧୦…

"ଲୋମଶ ଶିଶୁ କାହ୍ନାର ଅସ୍ତ୍ରପୋଚାର ପରେ ମୁହଁରୁ ଖୋଲିଲା ପଟି, ସ୍ୱତନ୍ତ୍ର ଡାକ୍ତରୀ ଦଳ ରଖିଛନ୍ତି ନଜର"

ସାନଖେମୁଣ୍ଡି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ :୧୯୪ ଟି ପ୍ରକଳ୍ପ ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ

ସାନଖେମୁଣ୍ଡି ୩-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପାଟପୁର ଗ୍ରାମରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଂଜାମ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ନନ୍ଦିନୀ ଦେବୀ, ପ୍ରକଳ୍ପ ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଡ଼ିଓ ଶିବଶଙ୍କର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ବ୍ଲକ୍ ଅଧିନରେ ଥିବା ୨୬ ଟି ପଂଚାୟତର ସରପଂଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ପଂଚାୟତର…

"ସାନଖେମୁଣ୍ଡି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ :୧୯୪ ଟି ପ୍ରକଳ୍ପ ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ"

ଟ୍ରେନ ଲାଇନରେ କଟି ବୃଦ୍ଧାଙ୍କ ମୃତ୍ୟୁ

ଆସିକା ୨-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଗଂଜାମ ଜିଲ୍ଲା ଛତ୍ରପୁର ଠାରେ ଟ୍ରେନ ଲାଇନରେ କଟି ଜନୈକା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଖବରରୁ ପ୍ରକାଶଯେ ଛତ୍ରପୁର ଦାମିନି ନଗରର ସାବିତ୍ରୀ ବେହେରା ରେଳ ଧାରଣା ପାର ହେଉଥିବା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଫଲକନାମା ସୁପରଫାଷ୍ଟ ଏକ୍ସପ୍ରେସ ଛତ୍ରପୁର କୋର୍ଟ ଷ୍ଟେସନ ଠାରେ ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସାବିତ୍ରୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଘଟଣାର ଖବର ପାଇ ଛତ୍ରପୁର ଜିଆରପି ଥାନା ପୋଲିସ୍ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

"ଟ୍ରେନ ଲାଇନରେ କଟି ବୃଦ୍ଧାଙ୍କ ମୃତ୍ୟୁ"

୬ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର ୧-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ସମୁଦ୍ରପତ୍ତନଠାରୁ ୫କିମି ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଏହାଛଡ଼ା ଏବେ ବାଂଲାଦେଶ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ମଧ୍ୟରେ ଥିବା ଘୂର୍ଣ୍ଣିବଳୟ ଓ ମୌସୁମି ଟ୍ରଫଲାଇନ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୬ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡ଼ଘଡ଼ି…

"୬ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା"

ବିଜେପି ଘୁମୁସର ଜିଲ୍ଲା ସଙ୍ଗଠନ ପକ୍ଷରୁ ଛତ୍ରପୁରରେ ବିକ୍ଷୋଭ

ଆସିକା ୨-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ବେଳେ ଜାହାଡ଼ା ଗ୍ରାମର ପାଇଖାନା ଦୁର୍ନୀତି ସଂପର୍କରେ ଅଭିଯୋଗ କରିବା ପାଇଁ ଯାଇଥିବା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ପତ୍ରିଙ୍କୁ ବିଜେଡ଼ି ପକ୍ଷରୁ ଆକ୍ରମଣ କରାଯାଇଥିଲା ବୋଲି ଅଭିଯୋଗ କରି ବିଜେପି ଘୁମୁସର ଜିଲ୍ଲା ସଂଗଠନ ପକ୍ଷରୁ ଛତ୍ରପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁଲିସ ପ୍ରଶାସନର ଉପସ୍ଥିତିରେ ଆକ୍ରମଣ କରାଯାଇଥିବାର ଅଭିଯୋଗ କରି ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ପୁଲିସ ଅଧିକ୍ଷକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବିଜେପି ନେତା ମହେଶ ଚନ୍ଦ୍ର…

"ବିଜେପି ଘୁମୁସର ଜିଲ୍ଲା ସଙ୍ଗଠନ ପକ୍ଷରୁ ଛତ୍ରପୁରରେ ବିକ୍ଷୋଭ"

ଆମ ଗାଁ ଆମ ବିକାଶ ଯୋଜନା କୁ ସଫଳ ରୁପାୟନ କରିବା ପାଇଁ ଯାଗା ପରିଦର୍ଶନ କଲେ ବିଧାୟିକା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ଜାଗା ପରିଦର୍ଶନ କଲେ ବିଧାୟିକା

ଆସିକା ୨-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ସରକାରଙ୍କ ‘ଆମ ଗାଁ ଆମ ବିକାଶ’’ ଯୋଜନାର କାର୍ଯ୍ୟକ୍ରମ ଆୟୋଜନ ଆସନ୍ତା ୦୩/ଅଗଷ୍ଟରେ ସାନଖେମୁଣ୍ଡି ବ୍ଲକରେ ହେବାକୁ ଯାଉଅଛି। ଏହାକୁ ସଫଳ ରୂପାୟନ କରିବା ପାଇଁ ସାନଖେମୁଣ୍ଡି ବିଧାୟିକା ଶ୍ରୀମତି-ନନ୍ଦିନୀ ଦେବୀ ଓ ବ୍ଲକ ପ୍ରସାଶନ ମିଶି ପାଟପୁର ଠାରେ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ଜାଗାକୁ ଯାଇ ପରିଦର୍ଶନ କରିଛନ୍ତି। ଏଥିରେ ପାଟପୁର ଥାନା ଆଇ.ଆଇ.ସି – ରମେଶ ପ୍ରଧାନ, ସାନଖେମୁଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ, ବିଧାୟିକା ପ୍ରତିନିଧି ସହଦେବ ପ୍ରଧାନ ବ୍ଲକ ବିଜେଡ଼ି ଯୁବ ବିଜେଡ଼ି ସଭାପତି ସନ୍ତୋଷ ବିଷୋଇ, ଖଲିଙ୍ଗି ସରପଂଚ ସଂଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ଓ ଆଗାମୀ ୩-ଅଗଷ୍ଟ…

"ଆମ ଗାଁ ଆମ ବିକାଶ ଯୋଜନା କୁ ସଫଳ ରୁପାୟନ କରିବା ପାଇଁ ଯାଗା ପରିଦର୍ଶନ କଲେ ବିଧାୟିକା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ଜାଗା ପରିଦର୍ଶନ କଲେ ବିଧାୟିକା"

ଅସାମାଜିକଙ୍କ ଆତଙ୍କରାଜ ଯୋଗୁଁ ପରିବାର ଆତଙ୍କିତ

ଆସିକା ୩୧-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସଦାବର୍ତ୍ତ ନୂଆଗାଁରେ ଅସାମାଜିକଙ୍କ ଆତଙ୍କରାଜ ଯୋଗୁଁ ଗୋଟିଏ ପରିବାର ଆତଙ୍କିତ ଅବସ୍ଥାରେ ସଂପ୍ରତି କାଳତିପାତ କରିଛନ୍ତି। ପ୍ରକାଶ ଯେ’ ଏହି ଗ୍ରାମରେ ଉଦୟନାଥ ସ୍ୱାଇଁ(୭୦) ନିଜ ପରିବାର ସହ ରହି ଆସୁଛନ୍ତି। ତେବେ ତାଙ୍କ ଘର ପଡ଼ିଶା ଜାଗାକୁ ସେହି ଗ୍ରାମର ସିମାଞ୍ଚଳ ସ୍ୱାଇଁ କ୍ରୟ କରି ଖାଲି ଜାଗାରେ ଅଳିଆ ଆବର୍ଜନା ପକାଇବା ସହ ଅସନା ପରିବେଶ ସୃଷ୍ଟି କରିଛନ୍ତି। ଏହା ଦ୍ୱାରା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଉଦୟନାଥଙ୍କ ପରିବାରଲୋକେ ସିମାଞ୍ଚଳଙ୍କୁ ଏସମ୍ପର୍କରେ ବାରମ୍ବାର ଅବଗତ କରାଇଲେ ମଧ୍ୟ ସେ ନ ଶୁଣିଲା ଭଳି ରହି ବେଖାତିରଭାବେ ଅଧିକରୁ…

"ଅସାମାଜିକଙ୍କ ଆତଙ୍କରାଜ ଯୋଗୁଁ ପରିବାର ଆତଙ୍କିତ"

ଆସିକାରେ ଦୁର୍ଘଟଣା, ଗାଡ଼ି ଓଲଟି ୧୭ କାଉଡ଼ିଆ ଆହତ

ଆସିକା ୩୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଶ୍ରାବଣ ମାସରେ ମହାଦେବ ଶିବଙ୍କୁ ଜଳ ଲାଗି କରିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ୧୭ କାଉଡ଼ିଆ। ଧରାକୋଟର ବୋଲବମ୍ ଦଳ ଗତକାଲି ଏକ ଟାଟା ମ୍ୟାଜିକରେ ଆସିକା ପୁଡ଼ୁଗେଶ୍ୱରପଲ୍ଲୀ ସ୍ଥିତ ବଡ଼ନଦୀ ଓ ଋଷିକୁଲ୍ୟା ସଙ୍ଗମସ୍ଥଳକୁ ଆସୁଥିଲେ। ସେଠାରୁ ଜଳାଭାର ନେଇ ଧରାକୋଟ ସ୍ୱପ୍ନେଶ୍ୱର ମନ୍ଦିରକୁ ଯିବାର ଥିଲା। ଅପରାହ୍ନ ପ୍ରାୟ ୩ଟାବେଳେ ଆସିକା ନିକଟ ଢଉଗାଁ ଛକରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା। ଗାଡ଼ିରେ ବସିଥିବା କାଉଡ଼ିଆ ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଆହତଙ୍କ ମଧ୍ୟରୁ ବୁଲୁ ଗୌଡ଼, ବଳରାମ ଭୂୟାଁ, ଅର୍ଜୁନ କହଁର, ବସନ୍ତ ଭୂୟାଁ…

"ଆସିକାରେ ଦୁର୍ଘଟଣା, ଗାଡ଼ି ଓଲଟି ୧୭ କାଉଡ଼ିଆ ଆହତ"

ବିଦ୍ୟୁତ୍ ତାର ସଂସ୍ପର୍ଷ ରେ ଆସି ଜେସିବି ଚାଳକର ମୃତ୍ୟୁ

ଆସିକା ୩୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ସ୍ୱାଇଁ) ଆସିକା ନିକଟ କାଳଷଣ୍ଢପୁରରେ ଆଜି ସକାଳ ପ୍ରାୟ ୭ ଘଣ୍ଟା ସମୟରେ ମୁନା ସ୍ବାଇଁ ନାମକ ଏକ ଲୋକ ବିଦ୍ୟୁତ୍ ତାର ସଂସ୍ପର୍ଷ ରେ ଆସି ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ମୃତକ ମୁନାଙ୍କ ଘର ସୋରଡା ନିକଟ ପାଲକାଟ ବୋଲି ଜଣାପଡ଼ିଛି। ମୃତ ମୁନା କାଳଷଣ୍ଢପୁରରେ ଏକ ଜେସିବି ଚାଳକ ଥିଲେ। ଆଜି ସକାଳ ୭ ଘଣ୍ଟା ସମୟରେ ପାଣି ଆଣିବା ପାଇଁ ଯାଉଥିବା ସମୟରେ ଏକ ବିଦୁତ୍ ତାରରେ ଲାଗି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ମୁନାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ଆସିକା ମେଡ଼ିକାଲରେ ଶବ ଵ୍ୟବଛେଦ ପରେ ଘର ଲୋକଙ୍କୁ…

"ବିଦ୍ୟୁତ୍ ତାର ସଂସ୍ପର୍ଷ ରେ ଆସି ଜେସିବି ଚାଳକର ମୃତ୍ୟୁ"