୫ ଜଣ ଡକାୟତ ଗିରଫ : ବନ୍ଧୁକ, ଜୀବନ୍ତ ଗୁଳି ଜବତ

ବ୍ରହ୍ମପୁର ୧୮-୮ (ଲଡ଼ୁ କିଶୋର ଦାଶ) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ମିଳିଛି ଏକ ବଡ ସଫଳତା। ପୋଲିସ ୫ ଜଣ ଡକାୟତକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ, ୩ଟି ଜୀବନ୍ତ ଗୁଳି , ୧ଟି ହାତ ତିଆରି ବନ୍ଧୁକ, ନଗଦ ୧୨ ହଜାର ଟଙ୍କା, ୨ ଗୋଟି ମୋଟର ସାଇକେଲ ଓ ୫ଟି ମୋବାଇଲ ଜବତ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନା ରେ ବହୁ ମାମଲା ଥିବା ବେଳେ ହାଇଓ୍ଵେରେ ଲୁଟପାଟ ଚାଳାଉଥିବା ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି।

"୫ ଜଣ ଡକାୟତ ଗିରଫ : ବନ୍ଧୁକ, ଜୀବନ୍ତ ଗୁଳି ଜବତ"

ରେଳଧାରଣାରୁ ମହିଳା ଡାକ୍ତରଙ୍କ ଶବ ଉଦ୍ଧାର-ପୋଲିସର ତଦନ୍ତ ଆରମ୍ଭ

ଛତ୍ରପୁର ୧୭-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ)-ଗଞ୍ଜାମ ଜିଲ୍ଲା ସଦର ମହୁକୁମା ଛତ୍ରପୁର ଠାରେ ରେଳ ଧାରଣାରେ କଟି ଜଣେ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଛତ୍ରପୁର ଅଞ୍ଚଳର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନଶିକ୍ଷକ ରଘୁନାଥ ଦାଶଙ୍କ ଝିଅ ଅର୍ଚ୍ଚନା ଦାଶ। ଅର୍ଚ୍ଚନା ଗତ ଚାରି ବର୍ଷ ପୂର୍ବେ ଭୁବନେଶ୍ୱର ଗାଡ଼କଣ ଅଂଚଳର ଡାକ୍ତର ଅଞ୍ଜନ ଦାଶଙ୍କୁ ବିବାହ କରିଥିଲେ। କିନ୍ତୁ ଅନେକ ସମୟରେ ପାରିବାରିକ କଳହ ଯୋଗୁଁ ମାନସିକ ଚିନ୍ତାରେ ରହୁଥିଲେ। ଏପରିକି ଚାକିରି ଛାଡି ବାପାଙ୍କ ଘରେ ରହିବା ସହ ସିନ୍ଦୁରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରି ଭାବେ ଅର୍ଚ୍ଚନା ଏବେ କାର୍ଯ୍ଯରତ ଥିଲେ। ଶୁକ୍ରବାର ସକାଳୁ ତାଙ୍କର ମୃତଦେହ…

"ରେଳଧାରଣାରୁ ମହିଳା ଡାକ୍ତରଙ୍କ ଶବ ଉଦ୍ଧାର-ପୋଲିସର ତଦନ୍ତ ଆରମ୍ଭ"

ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିରେ ଅଗ୍ନିକାଣ୍ଡ

ଛତ୍ରପୁର ୧୪-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଛତ୍ରପୁର ଠାରେ ଆରଟିଓଙ୍କ ଦ୍ୱାରା ଗାଡ଼ିର ଫିଟନେସ୍ ପାଇଁ ଆସିଥିବା ଏକ ଗାଡ଼ି ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ସମୟରେ ସେଥିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ୍ ଯୋଗୁଁ ହୋଇଥାଏ ବୋଲି ଅନୁମାନ କରାଯାଉଛି। ବ୍ରହ୍ମପୁରର ସଞ୍ଜୁଲତା ବେହେରାଙ୍କ ଏହି ଗାଡ଼ି ବୋଲି ଜଣାପଡ଼ିଛି। ନିଆଁ ଲାଗିଥିବା ଗାଡ଼ିଟି ହେଉଛି ମାରୁତି ଅମିନି। ଖବର ପାଇ ଛତ୍ରପୁର ଦମକଳବାହିନୀ ନିଆଁକୁ ଆୟତ କରିଥିଲେ। ଏହି ଟିମରେ ଏ.ଆର୍ ନାୟକ, ସିଏସ୍. ବି.ବି ସାମନ୍ତରାୟ, ଏସ୍. କେ. ବାସିରୁଦ୍ଧିନ୍, ସୁମନ ମହାଲିକ୍, ଦୀପକ ସାହୁ ଓ. କେ.ଏସ୍ ପରିଡ଼ା ଥିଲେ।

"ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିରେ ଅଗ୍ନିକାଣ୍ଡ"

କବିସୂର୍ଯ୍ୟନଗର ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ: ଆନ୍ଦୋଳନ ଦାନା ବାନ୍ଧୁଛି

କବିସୂର୍ଯ୍ୟନଗର ୧୪/୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଂଜାମ କବିସୂର୍ଯ୍ୟନଗର ଲୋକନାଥ ବଜାର ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ବ୍ୟବହାର ଦିନକୁ ଦିନ ଅତି କଦର୍ଯ୍ୟ ଆଡକୁ ଗତି କରୁଛି। ଷ୍ଟେଟ ବ୍ୟାଙ୍କରେ ଭତ୍ତା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ତଥା ପେନସନ ଭୋଗୀମାନଙ୍କ ସଂଖ୍ୟା ଅଧିକ ଥିବା ହେତୁ ସକାଳ ୯ ଘଣ୍ଟ ନବାଜୁଣୁ ବହୁ ଦୂର ଦୂରାନ୍ତରରୁ ଗ୍ରାହାକମାନଙ୍କ ଲମ୍ବା ଲାଇନ ଲାଗିଥାଏ। ତେବେ ସବୁଠାରୁ ପରିତାପର ବିଷୟଯେ କିଛି କର୍ମଚାରୀ ମାସମାସ ଧରି ଛୁଟିରେ ରହୁଥିବା ବେଳେ ଆଉ କିଛି କର୍ମଚାରୀ କାର୍ଯ୍ୟ ସମୟରେ ଫୋନରେ ଗପିବାରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି। ଖାଲି ସେତିକି…

"କବିସୂର୍ଯ୍ୟନଗର ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ: ଆନ୍ଦୋଳନ ଦାନା ବାନ୍ଧୁଛି"

କାରକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ

ହିଞ୍ଜିଳିକାଟୁ ୧୧-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଶନିବାର ସକାଳ ପ୍ରାୟ ସାଢେ ୯ଘଂଟା ସମୟରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ସ୍ଥିତ ଘୋଡ଼ାହାଡ଼ ସେତୁ ଉପରେ ଏକ ଇଣ୍ଡିଗୋ କାର (ନଂ-ଓଡ଼ି୨୭-୪୪୪୯) ପଛପଟକୁ ଏକ ଘରୋଇ ଯାତ୍ରୀବାହୀ ବସ ମା ଟ୍ରାଭେଲର୍ସ (ନଂ- ଓଆର ୧୨ ବି – ୫୦୨୭) ଧକ୍କା ଦେଇଥିଲା। ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ କାର ପଛଭାଗ ଏବଂ ଯାତ୍ରୀବାହୀ ବସର ସମ୍ମୁଖ ଭାଗର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଚଳାଇଛି। ପ୍ରକାଶ ଥାଉକି, କାର ଗାଡ଼ିଟି ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା…

"କାରକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ"

ଶୋକାକୁଳ ପରିବେଶରେ ଜଳିଲା ରାଜେନ୍ଦ୍ରଙ୍କ ଜୁଇ

ଗଞ୍ଜାମ ୯-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) କର୍ଣ୍ଣୁଲ ବିସ୍ଫୋରଣ ଘଟଣାରେ ଗୁରୁତର ଥାଇ ମୃତ୍ୟୁବରଣ କରିଥିବା ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଂଚାୟତର ଡିଆଁଡେଇଁ ଗ୍ରାମର ରାଜେନ୍ଦ୍ର ନାହାକଙ୍କ ଶବ ସତ୍କାର ତାଙ୍କ ନିଜ ଗ୍ରାମରେ ସମ୍ପନ୍ନ ହୋଇଛି। ଆମ୍ବୁଲାନ୍ସ ଯୋଗେ ମରଶରୀର ଆସି ପହଂଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୂର୍ବରୁ ବନ୍ଧତଳ ନୂଆଗାଁର ଦୁଇଜଣ ଓ ରାଧାଗୋବିନ୍ଦପୁର ଗ୍ରାମର ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଏବେ ବି ଦୁଇ ଜଣଙ୍କର ଚିକିତ୍ସା ଚାଲିଛି। ମୃତକଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ଘୋଷଣା କରାଯାଇଛି।

"ଶୋକାକୁଳ ପରିବେଶରେ ଜଳିଲା ରାଜେନ୍ଦ୍ରଙ୍କ ଜୁଇ"

ଗଞ୍ଜାମରେ ପୋଲିସ୍ ଏନକାଉଣ୍ଟର:କାଳୁ ବିଶ୍ଵାଳ ଆହତ

ଆସିକା ୯-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଂଜାମ ଜିଲ୍ଲା ଆସିକା ଥାନା ଚାରମଇଲ ଛକରେ ଆଜି ଆଉ ଏକ ଏନକାଉଣ୍ଟର ଘଟିଯାଇଛି। ତେବେ ଏହି ଏନକାଉଣ୍ଟର ରାତି ତିନିଘଣ୍ଟାରେ ଘଟିଥିବା ବେଳେ ଏଥିରେ କବିସୂର୍ଯ୍ୟନଗର ଥାନା ବଳିଆପଲ୍ଲି ଗ୍ରାମର କାଳୁ ବିଶ୍ଵାଳର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ତା ପାଖରୁ ଗୋଟିଏ ମାଉଜର , ୩ ଟି ଜିବନ୍ତ ଗୁଳି ସମେତ ଗୋଟିଏ ମୋଟରସାଇକେଲକୁ ପୋଲିସ ଜବତ କରିବାରେ ସକ୍ଷମ ହୋଇଛି। ତେବେ କାଳୁ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୩ଟି ହତ୍ୟା ମାମଲା ଥିବା ବେଳେ ବୋମାମାଡ ଦାଦାବଟି ଭଳି ମାମଲା ରହିଛି। ତେବେ ବଡଗଡ ଥାନା ଗାଙ୍ଗପୁର ଗ୍ରାମର ବହୁ…

"ଗଞ୍ଜାମରେ ପୋଲିସ୍ ଏନକାଉଣ୍ଟର:କାଳୁ ବିଶ୍ଵାଳ ଆହତ"

ଗଂଜାମ-ପୋଲସରା ରତନେଇ ହୋଟେଲରେ ଦେହ ବ୍ୟବସାୟ ଠାବ

ପୋଲସରା ୮-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଂଜାମ-ପୋଲସରା ରତନେଇ ହୋଟେଲରେ ଦେହ ବ୍ୟବସାୟ ଠାବ କଲା ପୋଲିସ। ଜଣେ ଯୁବତୀ ଜଣେ ଗ୍ରାହକ ଓ ହୋଟେଲ ମାଲିକ ଗିରଫ। ଗିରଫ ମାଲିକ ହେଲେ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ। ସୂଚନା ଦେଲେ ପୋଲସରା ଥାନା ଅଧିକାରୀ ତପସ୍ଵିନୀ କହଁର।

"ଗଂଜାମ-ପୋଲସରା ରତନେଇ ହୋଟେଲରେ ଦେହ ବ୍ୟବସାୟ ଠାବ"

ବ୍ରାହ୍ମଣଛାଇରେ ପୁଣି ଗଡିଲା ମୁଣ୍ଡ

ହିଞ୍ଜିଳି ୬-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଶେରଗଡ଼ ବ୍ଲକ୍ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମରେ ଗତ ଶନିବାର ଅପରାହ୍ନରେ ଗୋଷ୍ଠି ସଂଘର୍ଷରେ ପୁଣି ଏକ ମୁଣ୍ଡ ଗଡିଛି ଏହି ଘଟଣାରେ ଅନ୍ୟ ଏକ ଗୁରୁତ୍ୱ ଆହତ ହୋଇଛନ୍ତି ମୃତକ ଜଣକ ବ୍ରାହ୍ମଣଛାଇର ବୁଲୁ ପାହାନ (୩୧) ଓ ଆହତ ଜଣକ ବନା ନାହକ ଗୁରୁତ୍ୱର ବନା ବ୍ରହ୍ମପୁର ବଡ଼ ମେଡ଼ିକାଲ ଚିକିତ୍ସିତ। ପ୍ରକାଶ ଥାଉକି ଗତ ଶନିବାର ୨ଘଣ୍ଟା ସମୟରେ ବନା ବିଲରୁ ଘରକୁ ଫେରୁଥିଲେ ସେହି ସମୟରେ ବନା ସହିତ ପୁର୍ବରୁ ଶତୃତା ଥିବା ଏକ ଗୋଷ୍ଠିର ୪ ଜଣ କାତି ଧରି ନିକଟସ୍ତ ମୋଵାଇଲ୍ ଟାୱ।ର ନିକଟ ମଦ…

"ବ୍ରାହ୍ମଣଛାଇରେ ପୁଣି ଗଡିଲା ମୁଣ୍ଡ"

ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳଙ୍କ ଦାୟୀତ୍ୱ ଗ୍ରହଣ

ଛତ୍ରପୁର ୬-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳ ଭାବେ ବିଜୟ ଅମୃତ କୁଲାଙ୍ଗେ ଦାୟୀତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦାୟୀତ୍ୱରେ ଥିଲେ। ଜିଲ୍ଲାପାଳ ଥିବା ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଠାରୁ ସେ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପ୍ରେମ ଚନ୍ଦ୍ର ଚୌଧରୀ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଦାୟୀତ୍ୱ ଗ୍ରହଣ ଉତ୍ସବରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ବିଜୟ କୁମାର ଦାଶ, ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଭଂଜନଗର ଉପଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ପ୍ରୋବେସନାରୀ…

"ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳଙ୍କ ଦାୟୀତ୍ୱ ଗ୍ରହଣ"