ଏନଏଚ ୫୭ ପୁରୁଣାକଟକ ରେ ଦୁର୍ଘଟଣା ଟ୍ୟାଙ୍କର ଧକ୍କାରେ ଯୁବକ ର ମୃତ୍ୟୁ , ପ୍ରତିବାଦ ରେ ରାସ୍ତାରୋକ

ବୌଦ୍ଧ, ୧୨ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପୁରୁଣାକଟକ ବଜାର ଦେଇ ଯାଇଥିବା ଖୋର୍ଦ୍ଧା – ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥରେ ଏକ ପିଡିଏସ କିରୋସିନି ନେଇ ଯାଉଥିବା ଟ୍ୟାଙ୍କର ଧକ୍କାରେ ସ୍ଥାନୀୟ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣା ଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ୟେଜନା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗଇଦେବା ଦାବୀରେ ରାଜପଥ ଅବରୋଧ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ପୁରୁଣାକଟକର ବାସିନ୍ଦା ମୁକ୍ତାର ହୁସେନ ଖାଁଙ୍କ ସାନପୁଅ ସାକିର ହୁସେନ ଖାଁ (୨୦) ପୁରୁଣାକଟକ ଷ୍ଟେଟ ବ୍ୟାଙ୍କ ସମ୍ମୁଖ ଏନଏଚ…

"ଏନଏଚ ୫୭ ପୁରୁଣାକଟକ ରେ ଦୁର୍ଘଟଣା ଟ୍ୟାଙ୍କର ଧକ୍କାରେ ଯୁବକ ର ମୃତ୍ୟୁ , ପ୍ରତିବାଦ ରେ ରାସ୍ତାରୋକ"

ବୈାଦ୍ଧ ସନ୍ତରଣକାରୀଙ୍କ ସଫଳତା

ବୌଦ୍ଧ, ୧୨ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସମ୍ବଲପୁର ସ୍ଥିତ ଡ଼ାଃ. ଝସକେତନ ସାହୁ ସନ୍ତରଣାଗାର ଠାରେ ୫୮ତମ ରାଜ୍ୟ ବରିଷ୍ଠ ସନ୍ତରଣ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ବୌଦ୍ଧର ରବି ନାରାୟଣ ବେହେରା ୨୦୦ ମିଟର ବେକ୍ ଷ୍ଟୋ୍ରକ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ଗଣେଶ ନାୟକ ୧୦୦ ମିଟର ବେକ୍ ଷ୍ଟୋ୍ରକ ପ୍ରତିଯୋଗୀତାରେ କାଂସ୍ୟ ତଥା ଫ୍ରିଷ୍ଟାଇଲ ରିଲେ ଏବଂ ମିଡ଼ଲେ ରିଲେରେ ମଧ୍ୟ କାଂସ୍ୟ ପଦକ ହାସଲ କରି ସଫଳତା ପାଇଛନ୍ତି । ସେହିପରି ୭ମ ଖଟେଶ୍ୱର ପାଣ୍ଡେ ସ୍ମାରକୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ବୌଦ୍ଧର ଶିବ ନାରାୟଣ ଦାସ ୬୫/୭୦ ବର୍ଷ ବୟସ ବର୍ଗରେ…

"ବୈାଦ୍ଧ ସନ୍ତରଣକାରୀଙ୍କ ସଫଳତା"

ବୌଦ୍ଧ, ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧ, ୧୨ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ବ୍ଲକ ଅନ୍ତର୍ଗତ ଟିକରପଡ଼ା ପଂଚାୟତର ବହଲପଡ଼ା ଗ୍ରାମର ରମେଶ ମଲ୍ଲିକଙ୍କ (୨୬) ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବରରୁ ପ୍ରକାଶ ଯେ, ରବିବାର ଦିନ ରମେଶ ନିକଟ ଜଙ୍ଗଲକୁ ପୋଢ଼ ଚରାଇବାକୁ ଯାଇଥିଲେ । ଅପରାହ୍ନ ପ୍ରାୟ ୪.୩୦ ସମୟରେ ହଠାତ ଘଡ଼ଘଡ଼ି ସହ ବର୍ଷା ହେବା ସଙ୍ଗେ ସଙ୍ଗେ ବଜ୍ରପାତ ହେବା ଫଳରେ ସେ ଗୁରୁତର ହୋଇଯାଇଥିଲେ । ପରିବାର ପକ୍ଷରୁ ସଙ୍ଗେ ସଙ୍ଗେ ତାଙ୍କୁ ବୌଦ୍ଧ ଜିଲା ମୂଖ୍ୟ ଚିକିସôାଳୟକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

"ବୌଦ୍ଧ, ବଜ୍ରପାତରେ ଯୁବକଙ୍କ ମୃତ୍ୟୁ"

ବୈାଦ୍ଧରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୦ତମ ଜୟନ୍ତୀ ଉସôବ

ବୌଦ୍ଧ,୧୨ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସ୍ଥାନୀୟ ଟାଉନହଲ ପରିସରରେ ଥିବା ଭିକାରୀ କଳାମଣ୍ଡପ ଠାରେ ଶିବାନନ୍ଦ ପରିବାର ଓଡିଶା, ବୈାଦ୍ଧ ଶାଖା ପକ୍ଷରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୦ତମ ଜୟନ୍ତୀ ଉସôବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ତ୍ରିଦିବସୀୟ ସାଧନା ଶିବିରକୁ ମୁଖ୍ୟଅତିଥି ଭାବେ ପରମପୁଜ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦ୍ଘାଟନ କରି ଶିବାନନ୍ଦଙ୍କ ଜିବନୀ ଉପରେ ପ୍ରବଚନ ପ୍ରଦାନ କରବା ସଙ୍ଗେ ସଙ୍ଗେ ତାଙ୍କ ଉପଦେଶକୁ ନିଜର ଦୈନନ୍ଦିନ ଆଚରଣରେ ବ୍ୟବହାର କରିପାରିଲେ ପ୍ରତ୍ୟେକ ବ୍ୟକ୍ତି ସୁଖମୟ ଜୀବନ ଯାପନ କରିପାରିବ ବୋଲି ପ୍ରକାଶ କରିଥିଲେ । ଏହି ଶିବିରର…

"ବୈାଦ୍ଧରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୦ତମ ଜୟନ୍ତୀ ଉସôବ"

ସିଏଚ୍ସି ରେ ପ୍ରସୁତି ଓ ଶିଶୁ ସୁରକ୍ଷା ବାଟବଣା , ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସର୍ବପୁରାତନ ଚିକିତ୍ସାଳୟ ଭାବେ ଜଣାଶୁଣା ଆଡେଣିଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ ଅନୁପସ୍ଥିତରେ ପ୍ରସବ ହୋଇଥିବା ଜଣେ ମହିଳାଙ୍କର ନବଜାତ ଶିଶୁ ପୁତ୍ରର ପେଟରେ ହୋଇଥିବା ଏକ ଛୋଟ କଣାର ତତ୍କାଳ ପ୍ରତିକାର ଓ ଉପଯୁକ୍ତ ଚିକିତ୍ସା ହୋଇ ନପାରିବାରୁ ୨ ଦିନ ପରେ ଶିଶୁଟିର ପେଟ ଭିତରୁ ଅନ୍ତବୁଜୁଳା ବାହାରି ପଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ମତେ ଗତ ୫ ତାରିଖ ଦିନ ଆଡେଣିଗଡ ଗ୍ରାମର ସୁନିଲ କୁମାର ରଣାଙ୍କ ପତ୍ନି ରଶ୍ମିତା ରଣା (୨୧) ଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ପରିବାର ଲୋକ ଓ ସ୍ଥାନୀୟ…

"ସିଏଚ୍ସି ରେ ପ୍ରସୁତି ଓ ଶିଶୁ ସୁରକ୍ଷା ବାଟବଣା , ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ"

୧୧ କେଭି ବିଦ୍ୟୁତ ତାରରେ ଲାଗି ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଂଚାୟତର ଲେଡିସାହି ଅଂଚଳରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ ଶେଷ ହୋଇଥିବା କେନାଲ ପ୍ରକଳ୍ପର ଫାଇନାଲ ସର୍ଭେ କାର୍ଯ୍ୟ ଚାଲିଥିବା ସମୟରେ କାର୍ଯ୍ୟରତ ଜଣେ ଶ୍ରମିକ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳ ମୃତ୍ୟୁ ବରଣ କରିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଜଣକ ହେଲେ ଛତ୍ରଙ୍ଗ ପଂଚାୟତ ଧୁଙ୍ଗିଆମୁଣ୍ଡା ଗ୍ରାମର ବରୁଣ ପ୍ରଧାନ (୪୮) । ବିଭାଗୀୟ ସୁତ୍ରରୁ ମିଳିଥିବା ସୁଚନା ଅନୁଯାଇ ୮୯ ଲକ୍ଷ ଟଙ୍କା ବ୍ୟୟରେ ଛତ୍ରଙ୍ଗ ପଂଚାୟତର ଧୁଙ୍ଗିଆମୁଣ୍ଡା ଅଂଚଳରେ ଥିବା ଘୁମକୁଡି…

"୧୧ କେଭି ବିଦ୍ୟୁତ ତାରରେ ଲାଗି ଶ୍ରମିକଙ୍କ ମୃତ୍ୟୁ"

ବୌଦ୍ଧ: ଆଦର୍ଶ ଶିକ୍ଷକ ଭାବରେ ସତ୍ୟନାରାୟଣ ଦେହୁରୀ ସମ୍ମାନିତ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ୨୦୧୫ ମସିହା ପାଇଁ ବୌଦ୍ଧଜିଲାର କୃତୀ ଶିକ୍ଷକ ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଗତ ଗୁରୁ ଦିବସ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଶ୍ରୀଦେହୁରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତି ।

"ବୌଦ୍ଧ: ଆଦର୍ଶ ଶିକ୍ଷକ ଭାବରେ ସତ୍ୟନାରାୟଣ ଦେହୁରୀ ସମ୍ମାନିତ"

ପଂଚାୟତ ସ୍ତରୀୟ ଶିଶୁ ଶିବିର କାର୍ଯ୍ୟକ୍ରମ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା କଂଟାମାଳବ୍ଲକ ପଲଶାଗୋରାଠାରେ ଜୁନାନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱେଛାସେବୀ ସଂଗଠନ ୱାଇସିଡିଏ ପକ୍ଷରୁ ଏକ ଶିଶୁ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ବୈକୁଣ୍ଠ ମାଝୀ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଫାଲଗୁନୀ ମାଝୀ,ସ୍ଥାନୀୟ ସରପଂଚ ସମୀର ମାଝୀ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦେବେନ୍ଦ୍ର ମିଶ୍ର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର,ଶିଶୁ ସୁରକ୍ଷା ସଚେତନତା ଓ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏପରି କାର୍ଯ୍ୟକ୍ରମ କରିବା ଦ୍ୱାରା ଶିଶୁମାନଙ୍କର ବିକାଶ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।…

"ପଂଚାୟତ ସ୍ତରୀୟ ଶିଶୁ ଶିବିର କାର୍ଯ୍ୟକ୍ରମ"

ବୌଦ୍ଧରେ ରାଷ୍ଟିୟ ଲୋକ ଅଦାଲତ, ୪୧୨ ଟି ମାମଲା ଫଇସଲା ୨୦ ଲକ୍ଷ ୨୪ ହଜାର ୩୪୭ ଟଙ୍କା ଜୋରିମାନା ଆଦାୟ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସ୍ଥାନୀୟ କୋର୍ଟ ପରିସରରେ ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ରାଷ୍ଟିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ପା୍ରଧିକରଣର ଅଧକ୍ଷ ତଥା ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଏହି ଅଦାଲତକୁ ଉଦଘାଟନ କରିଥିଲେ । ଆଇନ ପା୍ରଧିକରଣର ସଂପାଦକ ମିନାକ୍ଷୀ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଅଦାଲତରେ ସବଜଜ ଅଗସ୍ତି କୁମାର ସାହୁ, ରେଜିଷ୍ଟା୍ରର ସୋନାଲି ପଟନାୟକ ଓ ଏସଡିଜେମ ସୁଶୀଲ କୁମାର ସାହୁ ଯୋଗ ଦେଇ ମାମଲା ଗୁଡିକ ଫଇସଲା କରିଥିଲେ । ଅଦାଲତରେ ୩ ଗୋଟି ମଟର ଗାଡି ଦୁର୍ଘଟଣା ବୀମା ଜନିତ ମାମଲା ଫଇସଲା କରି ୧,୨୦,୦୦୦…

"ବୌଦ୍ଧରେ ରାଷ୍ଟିୟ ଲୋକ ଅଦାଲତ, ୪୧୨ ଟି ମାମଲା ଫଇସଲା ୨୦ ଲକ୍ଷ ୨୪ ହଜାର ୩୪୭ ଟଙ୍କା ଜୋରିମାନା ଆଦାୟ"

ଷ୍ଟୋନ କ୍ରସରରେ ହାଇୱା ଚାପରେ ମେକାନିକ ମୃତ୍ୟୁ ମାମଲା – ୨ ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା , ୩୬ ଘଣ୍ଟା ପରେ ଉଠିଲା; ପୁଲିସ ର ଠିକାସଂସ୍ଥା ପ୍ରୀତି; ଦୁର୍ଘଟଣାଗ୍ରସ୍ତ ଗାଡି ବଦଳରେ ଅନ୍ୟ ଗାଡିକୁ ଜବତ କରିଛି ପୁଲିସ

ବୌଦ୍ଧ,୦୯ା୦୯ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ବାଇଶପଡା ସ୍ଥିତ ଏଆରଏସଏସ ନାମକ ବେସରକାରୀ ଠିକାସଂସ୍ଥାର ଷ୍ଟୋନ କ୍ରସରରେ ଦିର୍ଘ ଦିନ ହେଲା ଅଚଳ ହୋଇ ପଡିରହିଥିବା ଏକ ହାଇୱା ସଜାଡୁଥିବା ବେଳେ ଅସାବଧାନତା ଯୋଗୁଁ ଅଘଟଣ ଘଟି ଠିକାସଂସ୍ଥାର ଜଣେ ମେକାନିକ ଙ୍କର ଅକାଳ ମୃତ୍ୟୁ ଘଟିଥିଲା । ଏ ନେଇ ହରଭଙ୍ଗା ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଠିକାସଂସ୍ଥାର ହାଇୱାକୁ ଜବତ କରିଥିଲା । ତେବେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ମୁଳକ ସହାୟତା ଯୋଗାଇ ଦେବା ଦାବୀରେ ଠିକାସଂସ୍ଥା ଆଗରେ ମୃତଦେହ ରଖି ସମସ୍ତ ଷ୍ଟାପ…

"ଷ୍ଟୋନ କ୍ରସରରେ ହାଇୱା ଚାପରେ ମେକାନିକ ମୃତ୍ୟୁ ମାମଲା – ୨ ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା , ୩୬ ଘଣ୍ଟା ପରେ ଉଠିଲା; ପୁଲିସ ର ଠିକାସଂସ୍ଥା ପ୍ରୀତି; ଦୁର୍ଘଟଣାଗ୍ରସ୍ତ ଗାଡି ବଦଳରେ ଅନ୍ୟ ଗାଡିକୁ ଜବତ କରିଛି ପୁଲିସ"