ଢାବା ମାଲିକଙ୍କ ଉନ୍ମତକାଣ୍ଡ – ପାରିଶ୍ରମିକ ମାଗିବାରୁ ଏନଏଚ ଉପରେ କର୍ମଚାରୀଙ୍କୁ କାଠଫାଳିଆରେ ନିସ୍ତୁକ ମାଡ

ବୌଦ୍ଧ, ୦୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଥିବା ଏକ ଢାବା ରେ ସାମାନ୍ୟ କଥାକୁ କେନ୍ଦ୍ର କରି କାର୍ଯ୍ୟରତ ଜୈନିକ କର୍ମଚାରୀ ଙ୍କୁ ଢାବା ମାଲିକ ସର୍ବ ସମ୍ମୁଖରେ ଅମାନବୀୟ ଭାବେ ନିସ୍ତୁକ ମାଡ ମାରି ଗୁରୁତର ଆହାତ କରିଥିବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଆହାତ କର୍ମଚାରୀ ଜଣକ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମତେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଗ୍ରାମର ସରୋଜ କୁମାର ପଣ୍ଡା (୩୫) ନାମକ ଜଣେ ଯୁବକ ଦୀର୍ଘ ଦିନ ହେଲା ପୁରୁଣାକଟକ ଦେଇ ଯାଇଥିବା ଖୋର୍ଦ୍ଧା…

"ଢାବା ମାଲିକଙ୍କ ଉନ୍ମତକାଣ୍ଡ – ପାରିଶ୍ରମିକ ମାଗିବାରୁ ଏନଏଚ ଉପରେ କର୍ମଚାରୀଙ୍କୁ କାଠଫାଳିଆରେ ନିସ୍ତୁକ ମାଡ"

ମଦଭାଟିକୁ ବନ୍ଦ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଜିଲାପାଳଙ୍କୁ ଦାବି

ବୌଦ୍ଧ, ୦୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା କରଞକଟା ଗା୍ରମପଞ୍ଚାୟତର ଲୋକମାନେ ଗରିବ ଓ ବିପିଏଲ ଶ୍ରେଣୀର ହେବା ସହ ବହୁ ଆଦିବାସୀ ଓ ହରିଜନ ପରିବାର ବସବାସ କରନ୍ତି। ଏହା ସହ ଅଧିକାଂଶ ଲୋକ ମୁଲ ରୀ ଲାଗି ପରିବାର ପ୍ରତିପୋଷଣ କରିଥାଆନ୍ତି। ପଞ୍ଚାୟତର ଉପରକଟା ଠାରେ ଥିବା ଦେଶି ମଦ ଭାଟି ଯୋଗୁଁ ସେମାନଙ୍କ ପରିବାର ଉଜୁଡିଯାଉଛି। କମ ବୟସରୁ ପିଲାମାନେ ମଦର ଶିକାର ହେଉଛନ୍ତି। ମଦ ପିଇ ପୁରୁଷ ମାନେ ଘରକୁ ଆସି ଝଗଡା କରିବା ସମଜୁହ ନାନାଦି ରୋଗ, ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ମଦଭାଟିଟି ରାସ୍ତା କଡରେ ଥିବାରୁ ଝିଅ ବୋହୁ ମାନେ ରାସ୍ତାରେ…

"ମଦଭାଟିକୁ ବନ୍ଦ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଜିଲାପାଳଙ୍କୁ ଦାବି"

ସ୍ୱୟଂ ସହାୟକ ଗୋଷ୍ଠିକୁ କୁକୁଡା ଚାଷ ପ୍ରଶିକ୍ଷଣ ଶିବିର

ବୌଦ୍ଧ, ୦୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ନାବାର୍ଡ ସହାୟତାରେ ଜୟ ମାତାଦୀ ଫାରମର ପ୍ରଡ୍ୟୁସର ପକ୍ଷରୁ ଲୁଣିବାହାଲ ଠାରେ ମହାସଂଘ କାର୍ଯ୍ୟାଳୟ ଠାରେ ଏକ ଦିନିକିଆ କୁକୁଡା ଚାଷ ପ୍ରଶୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୟ ମାତାଦୀ ଫାରମ ପ୍ରଡ୍ୟୁସରର ପରିଚଳାନା ନିର୍ଦ୍ଦେଶକ ସୁବାସ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଏହି ପ୍ରଶିକ୍ଷଣ ଶିବିରରେ ସୋନପୁର ନାବାର୍ଡ ଏଜିଏମ ତାପସ ରାଉତ,  ବୌଦ୍ଧ ଏଡିଭିଓ ପ୍ରଫୁଲ କୁମାର ସାହୁ, ବୌଦ୍ଧ ଆରସିଏସ ବିଦ୍ୟାଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ କୁକୁଡା ଚାଷ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠି…

"ସ୍ୱୟଂ ସହାୟକ ଗୋଷ୍ଠିକୁ କୁକୁଡା ଚାଷ ପ୍ରଶିକ୍ଷଣ ଶିବିର"

ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା, ଆଲୋଚନା ଓ ପାଠଚକ୍ର ନାରୀ ଶିକ୍ଷାକୁ ଗୁରୁତ୍ୱ, ସମାଜ ଗଠନରେ ନାରୀର ଭୂମିକା ଅତୁଳନୀୟ

ବୌଦ୍ଧ, ୦୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ୨୦୧୮ ଅବସରରେ ଆୟୋଜିତ କର୍ମଶାଳା ଓ ପାଠଚକ୍ର କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ଅବସରରେ ଜିଲାପାଳ ମଧୁସୁଦନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବାଳିକା ଶିକ୍ଷା ତଥା ମହିଳା ମାନଙ୍କର ଶିକ୍ଷା ତଥା ଅନ୍ୟାନ୍ୟ ଉନ୍ନତି ପାଇଁ ଜିଲା ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚିକା ଭାବେ ଓଡିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମାସାରାଣୀ ଦାସ ମହାପାତ୍ର ଯୋଗଦେଇ ବ୍ରହ୍ମାଙ୍କ ସୃଷ୍ଟିରେ ନାରୀଙ୍କ ସର୍ଜନା ଓ ପରବର୍ତ୍ତୀ ସମୟରେ କିଭଳି ନାରୀ ଶିକ୍ଷିତା ଓ ସଶକ୍ତି କରଣ ମାଧ୍ୟମରେ ସମାଜକୁ ସବୁ ଦିଗରୁ…

"ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା, ଆଲୋଚନା ଓ ପାଠଚକ୍ର ନାରୀ ଶିକ୍ଷାକୁ ଗୁରୁତ୍ୱ, ସମାଜ ଗଠନରେ ନାରୀର ଭୂମିକା ଅତୁଳନୀୟ"

ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବୁଦ୍ଧ ସଂସ୍କୃତି ବୌଦ୍ଧ ଜିଲାର ଆର୍ନ୍ତଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିପାରିଛି

ବୌଦ୍ଧ, ୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁ୍ଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶଶିଭୁଷଣ ବେହେରା ଯୋଗଦେଇ ବୌଦ୍ଧ ଜିଲା ବୁଦ୍ଧ ସଂସ୍କୃତି ପାଇଁ ଆର୍ନ୍ତଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତଥା ବୌଦ୍ଧ ଜିଲାହିଁ ସାରା ବିଶ୍ୱରେ ବୁଦ୍ଧଙ୍କ ନାମରେ ନାମିତ ଏକ ମାତ୍ର ଜିଲା ହୋଇଥିବା ପ୍ରକାଶ କରିଥିଲେ। ଏହି ଜିଲାର କଳା, ସଂସ୍କୃତି, ପରମ୍ପରା ଅଞ୍ଚଳର ଗୌରବ ବହନକରୁଥିବା ବେଳେ ଏହାର ସବୁଜିମା, ଐତିହ୍ୟ,  ପା୍ରକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟଙ୍କୁ ଆକର୍ଷିତ କରୁଥିବା ପ୍ରକାଶ କରିଥିଲେ। ଜିଲା ମହୋତ୍ସବ କମିଟିର ଅଧକ୍ଷ ତଥା ଜିଲାପାଳ…

"ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବୁଦ୍ଧ ସଂସ୍କୃତି ବୌଦ୍ଧ ଜିଲାର ଆର୍ନ୍ତଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିପାରିଛି"

ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା, ଆଲୋଚନା ଓ ପାଠଚକ୍ରର ପ୍ରଥମ ଦିବସ

ବୌଦ୍ଧ, ୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସ୍ଥାନୀୟ ଉଦ୍ୟାନ ବିଭାଗ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏ ବର୍ଷର ଐତିହାସିକ ତଥ୍ୟ ସମ୍ବଳିତ ଆଲୋଚନା ପାଠଚକ୍ରର ଆୟୋଜନ କରାଯାଇଛି। ଏହି ପାଠଚକ୍ରକୁ ବୌଦ୍ଧ ବିଧାୟକ ତଥା ଓଡିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଂଟାମାଳ ବିଧାୟକ ମହିଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସା ଭୋଇ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ, ଉପ-ଜିଲ୍ଲାପାଳ ଏନ.ସି. ଜ୍ୟେତିରଂଜନ ନାଏକ…

"ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା, ଆଲୋଚନା ଓ ପାଠଚକ୍ରର ପ୍ରଥମ ଦିବସ"

ନିର୍ମାଣ ଶ୍ରମିକଙ୍କୁ ସାଇକେଲ ପ୍ରଦାନ

ବୌଦ୍ଧ, ୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କୁ ସାଇକେଲ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ମହୋତ୍ସବ ପଡିଆଠାରେ ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବାଚସ୍ପତି ପ୍ରଦିପ କୁମାର ଅମାତ ଯୋଗଦେଇ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀଅମାତ କହିଥିଲେଯେ, ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ହାତକୁ ନେଇଥିବାବେଳେ ଗ୍ରାମାଂଚଳ ପର୍ଯ୍ୟନ୍ତ ଲୋକଙ୍କ ନିକଟରେ ଏହାକୁ ପହଂଚାଇବା ପାଇଁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି। ଜିଲାରେ ୯୪୯ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ପ୍ରଦାନ କରାଯିବାକୁ ପଂଜିକୃତ କରାଯାଇଥିବାବେଳେ ମହୋତ୍ସବ…

"ନିର୍ମାଣ ଶ୍ରମିକଙ୍କୁ ସାଇକେଲ ପ୍ରଦାନ"

ବୌଦ୍ଧ ବାଇପାସ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ, ଜମି ହରାଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ – ବାଚସ୍ପତି

ବୌଦ୍ଧ,୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଠାରେ ବହୁ ପ୍ରତୀକ୍ଷିତି ବାଇପାସ ନିର୍ମାଣକୁ ବାଚସ୍ପତି ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ବୌଦ୍ଧଜିଲାରେ ପୁରୁଣାକଟକ,ବୌଦ୍ଧ ଓ ମନମୁଣ୍ଡା ଠାରେ ତିନୋଟି ସ୍ଥାନରେ ବାଇପାସ ନିର୍ମାଣ ସହିତ ଛୋଟ ଛୋଟ ପୋଲ ଗୁଡିକ ଓ ଜାତୀୟ ରାଜପଥର ପ୍ରସସ୍ତିକରଣ(ଫୋର ଲେନ) କରାଯିବାକୁ ବାଚସ୍ପତି ଶ୍ରୀଅମାତଙ୍କ ଉଦ୍ୟମକ୍ରମେ ୨୬୨ କୋଟି ଟଙ୍କା ମଂଜୁର ହୋଇଥିଲା । ମନମୁଣ୍ଡା ଠାରେ ଜମି ଅଧିଗ୍ରହଣ ପ୍ରକି୍ରୟା ସମାପ୍ତ ହୋଇ ବାଇପାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବାବେଳେ ବୌଦ୍ଧଠାରେ ବହୁ ପ୍ରତୀକ୍ଷିତ ବାଇପାସ ନିର୍ମାଣ ପାଇଁ ବାଚସ୍ପତି…

"ବୌଦ୍ଧ ବାଇପାସ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ, ଜମି ହରାଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ – ବାଚସ୍ପତି"

ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ, ସୁବର୍ଣ୍ଣପୁର ଚାମ୍ପିଆନ

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଳକ ଅନ୍ତର୍ଗତ ଯୁରାମୁଣ୍ଡା ଠାରେ ୮ ଦିନ ଧରି ଚାଲିଥିବା ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ ହୋଇଯାଇଛି। ୧୨ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ଖେଳ ବେଙ୍ଗଲ ଟାଇଗର ବୌଦ୍ଧ ଓ ଚେଲେଂଜିଙ୍ଗ୍ ହିଟର ସୁବର୍ଣ୍ଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୪୩ ରନ କରିଥିବାବେଳେ ଜବାବରେ ବୌଦ୍ଧ ଦଳ ୧୦୭ ରନ ରେ ସମସ୍ତ ଉବକେଟ୍ ହରାଇ ୩୬ ରନରେ ପରାଜିତ ହୋଇଥିଲା। ଫାଇନାଲ ଖେଳର ମେନ ଅଫ ଦି ମେଚ୍ ଭାବରେ…

"ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ, ସୁବର୍ଣ୍ଣପୁର ଚାମ୍ପିଆନ"

ଦହ୍ୟା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଲକ ଅନ୍ତର୍ଗତ ଦହ୍ୟା ଜୀବନ ବିକାଶ କଲେଜ ପଡିଆଠାରେ ଚାଲିଥିବା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଂଟ୍ ର ଫାଇନାଲ ଖେଳ ଆୟୋଜକ ଜେସିସି ଓ ଏଲ ଏସ ସିସି ବାଉଁଶୁଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏହି ଖେଳରେ ଦହ୍ୟାର ଜେସିସି ଦଳ ବିଜୟୀ ହୋଇ ଚଂମ୍ପିଆର ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଶିବଶଙ୍କର କର୍ଣ୍ଣ ଓ ସମ୍ମାନିତ ଅତିଥି ଭାବରେ ବାବୁଲା ମଲିକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ଫାଇନାଲ ଖେଳକୁ ଅମ୍ପାୟାର ଭାବରେ ମହେନ୍ଦ୍ର ମେହେର ଓ ବିଭୁଦତ ସାହୁ ପରିଚାଳନା କରିଥିବାବେଳେ ସ୍କୋରର ଭାବରେ ଟିକେଶ୍ୱର…

"ଦହ୍ୟା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ"