ଗାଡି ଚେକିଂ ନାମରେ ସାଧାରଣଲୋକଙ୍କୁ ହଇରାଣ କରୁଛି ପୋଲିସ, ଚେକିଂ ସମୟରେ କୋର୍ଟ ଓ ପୋଲିସ କର୍ମଚାରୀଙ୍କୁ ମାଫ୍

ବୌଦ୍ଧ,୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ସହରରେ ଗାଡି ଚେକିଂ ନାମରେ ପୋଲିସ ସାଧାରଣଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଅଛି । ହେଲମେଟ୍ ସଚେତନତା ନାମରେ ଚାଲିଥିବା ଏହି ଗାଡିଚେକିଂ ସମୟରେ କୋର୍ଟ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ଗାଡିକୁ ଛାଡି ଦିଆଯାଉଥିବାବେଳେ ଅନ୍ୟମାନଙ୍କ ଗାଡିକୁ ଅଟକାଇ ଫାଇନ କାଟୁଥିବା ସାଧାରଣଲୋକମାନେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଅପରାହ୍ନ ୪ଟା ସମୟରେ ବୌଦ୍ଧ ପୋଲିସ ପକ୍ଷରୁ ସହରର ମୁଖ୍ୟ ଏନଏସି ଛକ,ହାତୀଶାଳା ଛକ ଓ କୋର୍ଟଛକରେ ହଠାତ୍ ଗାଡି ଚେକିଂ ଆରମ୍ଭ ହୋଇଥିଲା । ସରକାରୀ କର୍ମଚାରୀମାନେ କାର୍ଯ୍ୟାଳୟରୁ ଫେରିବା ଓ ସ୍ଥାନୀୟ ଲୋକମାନେ ବଜାର ଯିବା ସମୟ ହୋଇଥିବାରୁ ପୋଲିସ…

"ଗାଡି ଚେକିଂ ନାମରେ ସାଧାରଣଲୋକଙ୍କୁ ହଇରାଣ କରୁଛି ପୋଲିସ, ଚେକିଂ ସମୟରେ କୋର୍ଟ ଓ ପୋଲିସ କର୍ମଚାରୀଙ୍କୁ ମାଫ୍"

ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଜଗା ୟୁନାଇଟେଡ ଭୂବନେଶ୍ୱର

ବୌଦ୍ଧ,୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ରେ ପୁରୁଣାକଟକ ଫୁଟବଲ ଆସୋସିଏସନ ଓ ଭୈରବୀ କ୍ଲବ ମିଳିତ ଆନୁକୁଲ୍ୟରେ ଚାଲିଥିବା ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ର ତୃତୀୟ ଦିବସରେ ମ୍ୟାଚ ଭୁବନେଶ୍ୱର ଜଗା ୟୁନାଇଟେଡ ସହିତ ଜିଲ୍ଲା ଫୁଟବଲ ଆସୋସିଏସନ ଫୁଲବାଣି ମଧ୍ୟରେ ହୋଇଥିଲା । ଆଜିର ଏହି ସଂଘର୍ଷପୁର୍ଣ୍ଣ ମ୍ୟାଚରେ ଭୂବନେଶ୍ୱର ଜଗା ୟୁନାଇଟେଡ ଦଳ ଫୁଲବାଣି ଫୁଟବଲ ଆସୋସିଏସନ ଦଳ କୁ ୧ -୦ ଗୋଲ ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ କୁ ପ୍ରବେଶ କରିଛି । ଶ୍ୟାମସୁନ୍ଦର ଶାହା ଖେଳ ପରିଚାଳନା କରିଥିବା ବେଳେ…

"ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଜଗା ୟୁନାଇଟେଡ ଭୂବନେଶ୍ୱର"

ମହାନଦୀ ଭିତରେ ସିଦ୍ଧ ହନୁମାନ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଦାବୀ କଲା ମନ୍ଦିର କମିଟି

ବୌଦ୍ଧ, ୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୈାଦ୍ଧ ସହର ସ୍ଥିତ ମାତଙ୍ଗେଶ୍ୱର ମନ୍ଦିର ପରିସରରେ ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ ପକ୍ଷରୁ ସଭାପତି କୃତିବାସ ପଲିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଐତିହାସିକ ସହର ପ୍ରାକୃତିକ ସୈାନ୍ଦର୍ଯ୍ୟଭରା ମହାନଦୀ ଭିତରେ ଥିବା ସିଦ୍ଧ ହନୁମାନ ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଦର୍ଶନୀୟ ସ୍ଥାନ ହୋଇଥିବା ବେଳେ ତାର ବିକାଶ କରାଯାଇ ପର୍ଯ୍ୟଟନର ମାନ୍ୟତା ଦେବାପାଇଁ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ବାଚସ୍ପତି ପ୍ରଦିପ କୁମାର ଅମାତ ଓ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ମନ୍ଦିର ନିକଟକୁ ଲାଗି ରହିଥିବା ବିରାଟ ବରଗଛ ଓ ପିପ୍ପଳ ଗଛର ସୁରକ୍ଷା ବିଜ୍ଞାପିତ ଅଂଚଳ…

"ମହାନଦୀ ଭିତରେ ସିଦ୍ଧ ହନୁମାନ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଦାବୀ କଲା ମନ୍ଦିର କମିଟି"

ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ,ପ୍ରଜ୍ଞାପନ ମେଢକୁ ଗୁରୁତ୍ୱ

ବୌଦ୍ଧ,୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ୬୯ ତମ ଗଣତନ୍ତ୍ର ଦିବସକୁ ସଫଳତା ସହ ପାଳନ କରିବା ପାଇଁ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସଦଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସୁଚନା ଓ ଲୋକ ସଂର୍ପକ ଅଧିକାରୀ ଶିଶିର କୁମାର ସାହୁ ଗଲା ବର୍ଷର ଆୟବ୍ୟୟ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲପାଳ ତରଣୀସେନ ନାଏକ, ପି.ଡି. ଡିଆରଡିଏ ରାଜେନ୍ଦ୍ର ପଟନାୟକ, ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ, ବୌଦ୍ଧ ବିଜ୍ଞାପିତଅଞ୍ଚଳ ପରିଷଦ ଅଧକ୍ଷା…

"ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ,ପ୍ରଜ୍ଞାପନ ମେଢକୁ ଗୁରୁତ୍ୱ"

ବୌଦ୍ଧ ଜିଲାର ଉଚ୍ଚଶିକ୍ଷା ସମ୍ବଲପୁରରୁ ବ୍ରହ୍ମପୁର ଅଧିନକୁ ଗଲା ଶିକ୍ଷା ବିଭାଗର ଅଜବନୀତି, ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କ ପାଇଁ କାଳ

ବୌଦ୍ଧ, ୦୮.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଏକ ଛୋଟିଆ ଜିଲା ହୋଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ଜିଲା ସେତେଟା ଉନ୍ନତ୍ତି କରି ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିନାହିଁ । ଜିଲାଟି ପଶ୍ଚିମ ଓଡିଶା ସହ ଅଙ୍ଗାଅଙ୍ଗି ଭାବେ ଜଡିତ ଥିବା ସହ ଏଠାକାର ଚାଲି ଚଳଣ ଆଚାର ବେଭାର ପୁରାପୁରି ପଶ୍ଚିମ ଓଡିଶା ସହ ସମାନ ଅଟେ । ଜିଲାର ଲୋକ ମାନେ ପଶ୍ଛିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହ ସମସ୍ତ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଏହି ଜିଲା ସ୍ୱତନ୍ତ୍ର ଜିଲା ଗଠନର ୨୪ ବର୍ଷ ପୁରଣ ହୋଇଥିବା ବେଳେ ଜିଲାଟି…

"ବୌଦ୍ଧ ଜିଲାର ଉଚ୍ଚଶିକ୍ଷା ସମ୍ବଲପୁରରୁ ବ୍ରହ୍ମପୁର ଅଧିନକୁ ଗଲା ଶିକ୍ଷା ବିଭାଗର ଅଜବନୀତି, ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କ ପାଇଁ କାଳ"

ମାତାଦୀନବାବୁଙ୍କ ପକ୍ଷରୁ ମାସିକ ପେନସନ ବଂଟନ

ବୌଦ୍ଧ,୦୮.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲାର ସମାଜସେବୀ ମାତାଦୀନ ଅଗ୍ରୱାଲଙ୍କ ପକ୍ଷରୁ ବୃଦ୍ଧ, ବୁଦ୍ଧା. ଅସହାୟ, ବିଧବା ଓ ଭିନ୍ନ କ୍ଷମ ମାନଙ୍କ ସହାୟତା ପାଇଁ ମାସିକ ପେନସନ ଯୋଜନା ଆରମ୍ଭ କରିଛନ୍ତି । ଛତରଙ୍ଗ ଜନ କଲ୍ୟାଣ ପରିଷଦ ଆନୁକୁଲ୍ୟରେ ଛତରଙ୍ଗ, ହରଭଙ୍ଗା ଓ କୁଶଙ୍ଗ ଗ୍ରାମପଞ୍ଚାୟତରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଏହି ମାସିକ ପେନସନ ଯୋଜନାରେ ୩୦ ଜଣଙ୍କୁ ପ୍ରତ୍ୟେକଙ୍କୁ ୩୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଜନକଲ୍ୟାଣ ପରିଷଦ ଛତରଙ୍ଗର ସଭାପତି କପିଳେଶ୍ୱର ପ୍ରଧାନଙ୍କ ଅଧକ୍ଷତାରେ ଏହି ଯୋଜନାର ଶୁଭାରମ୍ଭ ସଭାରେ ମୁଖ୍ୟ ଅତିଥି ଭାବେ ରାଧେଶ୍ୟାମ ଅଗ୍ରୱାଲା, ସମ୍ମାନୀତ ଅତିଥି ଭାବେ ଗରିଜା…

"ମାତାଦୀନବାବୁଙ୍କ ପକ୍ଷରୁ ମାସିକ ପେନସନ ବଂଟନ"

ଗାଡି ଚେକିଂ ନାମରେ ବୌଦ୍ଧ ମହୋତ୍ସବକୁ ପୋଲିସର ଅସହଯୋଗ, ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା

ବୌଦ୍ଧ, ୦୭ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ସ୍ୱନକ୍ଷତ୍ର ଦିବସ ଅବସରରେ ଜିଲା ମହୋତ୍ସବ ଦୀର୍ଘ ୫ ଦିନ ଧରି ବହୁ ଆଡମ୍ବର ସହକାରେ ଆୟୋଜିତ ହୋଇଆସୁଅଛି। ଏହି ମହୋତ୍ସବ ଜିଲାର ସଂସ୍କୃତି, କଳା ଓ ହସ୍ତଶିଳ୍ପର ପ୍ରଚାର ପ୍ରସାର ସହିତ ଜିଲାବାସୀଙ୍କ ମଧ୍ୟରେ ଭାଇଚାରାର ବାର୍ତ୍ତା ପ୍ରଦାନ କରିଥାଏ। ମହୋତ୍ସବକୁ ଦେଖିବା ପାଇଁ ପ୍ରତିଦିନ ଜିଲାର ବିଭିନ୍ନ ଅଞ୍ଚଳ ଓ ପଡୋଶୀ ଜିଲା ଗୁଡିକରୁ ଲୋକେ ପରିବାର ସହ ହଜାର ହଜାର ସଂଖ୍ୟାରେ ଆସିଥାଆନ୍ତି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ତଥା ଜିଲା ସଂସ୍କୃତି ପରିଷଦ ଏବଂ ଜିଲା ପ୍ରଶାସନ ଦ୍ୱାରା ବ୍ୟବସ୍ଥିତ ଢଙ୍ଗରେ ଜିଲାର ସ୍ୱନକ୍ଷତ୍ର ଦିବସ ଅବସରରେ ପ୍ରତି ବର୍ଷ…

"ଗାଡି ଚେକିଂ ନାମରେ ବୌଦ୍ଧ ମହୋତ୍ସବକୁ ପୋଲିସର ଅସହଯୋଗ, ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା"

ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ୨୦୧୮ ଓଡ଼ିଶା ସାହିତ୍ୟ ଏକାଡେମୀରେ ପଶ୍ଚିମ ଓଡ଼ିଶା ଭାଷାକୁ ସମ୍ମାନ ଦିଆଯାଉନାହିଁ – ପଦ୍ମଶ୍ରୀ ହଳଧର ନାଗ

ବୌଦ୍ଧ, ୦୭ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଦୀର୍ଘ ୫ ଦିନ ଧରି କଚେରୀ ପଡିଆଠାରେ ଚାଲିଥିବା ବୌଦ୍ଧ ମହୋତ୍ସବ ୨୦୧୮ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଐତିହାସିକ ବୌଦ୍ଧ ସହରରେ ଆୟୋଜିତ ସାଂସ୍କୃତିକ ମେଳାକୁ ଭୂୟସୀ ପ୍ରଶଂସା କରିବା ସହିତ ମହୋତ୍ସବ ଯୋଗୁଁ କଳାର ବିକାଶ ହେବା ସହ ଭାଇଚାରାର ବାତାବରଣ ସୃଷ୍ଟି ହୋଇଥାଏ। ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ଉପଜିଲାପାଳ…

"ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ୨୦୧୮ ଓଡ଼ିଶା ସାହିତ୍ୟ ଏକାଡେମୀରେ ପଶ୍ଚିମ ଓଡ଼ିଶା ଭାଷାକୁ ସମ୍ମାନ ଦିଆଯାଉନାହିଁ – ପଦ୍ମଶ୍ରୀ ହଳଧର ନାଗ"

ବୌଦ୍ଧ ମହୋତ୍ସବ-୨୦୧୮ ପାଠଚକ୍ର ଓ କର୍ମଶାଳାର ଅନ୍ତିମ ଦିବସ

ବୌଦ୍ଧ, ୦୭/୦୧( ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୮ ଅବସରରେ ଆୟୋଜିତ ପାଠଚକ୍ର ଓ କର୍ମଶାଳାର ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ସାମାଜିକ ନିରାପତା, ଓ ଭିନ୍ନକ୍ଷମ ସଶକ୍ତି କରଣ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ଷୁଦ୍ର, ସ୍ୱଳ୍ପ ଓ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମସ୍ତେ ସଚେତନ ହେଲେ ଶିଶୁମାନଙ୍କର ଅଧିକାରର ସୁରକ୍ଷା ହୋଇପାରିବ ଓ ଶିଶୁମାନେ ସୁରକ୍ଷିତ ରହିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସାମଲ ବକ୍ତବ୍ୟ ରଖିଥିଲେ। ମହିଳା ଓ ଶିଶୁ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ନିତ ଶିଶୁ…

"ବୌଦ୍ଧ ମହୋତ୍ସବ-୨୦୧୮ ପାଠଚକ୍ର ଓ କର୍ମଶାଳାର ଅନ୍ତିମ ଦିବସ"

ଭାରତ ସ୍ୱାଭିମାନ ନ୍ୟାସର ୨୩ତମ ସ୍ଥାପନା ଦିବସ, ରାଜଘାଟ ସ୍ମଶାନ ଭୁମିରେ ସ୍ୱଚ୍ଛତା ଅଭିଯାନ

ବୈାଦ୍ଧ, ୦୬ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଭାରତ ସ୍ୱାଭିମାନ ନ୍ୟାସ ଏବଂ ଦିବ୍ୟ ଯୋଗ ମନ୍ଦିର ଟ୍ରଷ୍ଟର ସ୍ଥାପନା ଦିବସକୁ ସଂକଳ୍ପ ଦିବସ ଭାବେ ପାଳନ କରୁଥିବା ବେଳେ ବୈାଦ୍ଧଜିଲ୍ଲା ଶାଖା ପକ୍ଷରୁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷଠାରେ ଏକ ସ୍ୱତନ୍ତ୍ର ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଯୋଗ ଶିକ୍ଷକ ମହାଦେବ ସାହୁ ଆସନ ଓ ପ୍ରାଣାୟାମ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶେଷରେ ଅନ୍ୟତମ ଯୋଗ ଶିକ୍ଷକ ଆଶୁତୋଷ ମହାପାତ୍ର ବୈଦିକ ରାଷ୍ଟ୍ରୀୟ ପ୍ରାର୍ଥନା ଗାନ କରିଥିଲେ । ବୈାଦ୍ଧ ସହରର ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ଶିବିରରେ…

"ଭାରତ ସ୍ୱାଭିମାନ ନ୍ୟାସର ୨୩ତମ ସ୍ଥାପନା ଦିବସ, ରାଜଘାଟ ସ୍ମଶାନ ଭୁମିରେ ସ୍ୱଚ୍ଛତା ଅଭିଯାନ"