କଣ୍ଟାମାଳ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ପିଡିତା ଗଲେ ବାଳାଶ୍ରମ

ବୌଦ୍ଧ.୩୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କଣ୍ଟାମାଳ ଥାନା ଅନ୍ତର୍ଗତ କୁଡିବାହାଲି ଗ୍ରାମରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ଟେକିନେଇ ଦୁଷ୍କର୍ମ ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅର୍ନ୍ତଗତ କୁଡିବାହାଲ ଗ୍ରାମ ଠାରେ ଗତ ଶନିବାର ରାତ୍ରୀରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଗଣ ବଳାକôାର କରାଯାଇଥିବା ଅଭିଯୋଗ ନେଇ କଣ୍ଟାମାଳ ଥାନାରେ ଅଭିଯୋଗ ହେବାପରେ ଏକମାମଲା ରୁଜୁ କରାଯାଇ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ସୂଚନା ଯୋଗ୍ୟ ଯେ ଶନିବାର ରାତ୍ରୀରେ ପିଡିତା ଜଣକ ନିଜର…

"କଣ୍ଟାମାଳ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ପିଡିତା ଗଲେ ବାଳାଶ୍ରମ"

ଘରେ କେହି ନଥିବା ସୁଯୋଗରେ ଗ୍ରୀଲ ଭାଙ୍ଗି , ଲକ୍ଷ୍ୟାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଚୋରି ପୋଲିସର ସନ୍ଧାନୀ କୁକୁର ସହ ତଦନ୍ତ ଜାରୀ

ବୌଦ୍ଧ,୩୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ; ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ବଜାର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରୁ ମାତ୍ର କିଛି ମିଟର ଦୂରତାରେ ଥିବା ମାଷ୍ଟର କଲୋନି ରେ ଚୋରି ହୋଇଥିବା ଜଣାପଡିଛି । ସାହିର ରମେଶ ଚନ୍ଦ୍ର ସାହୁ ନାମକ ଜୈନିକ ବ୍ୟକ୍ତି ଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘର ପଛ ପଟ ଝରକା କାଚ ଓ ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଚୋରି କରି ନେଇଥିବା ଜଣାପଡିଛି । ଘଟଣା ଦିନ ରାତି ପ୍ରାୟ ୮ ଟା ବେଳେ ଘର ମାଲିକ ଘରକୁ…

"ଘରେ କେହି ନଥିବା ସୁଯୋଗରେ ଗ୍ରୀଲ ଭାଙ୍ଗି , ଲକ୍ଷ୍ୟାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଚୋରି ପୋଲିସର ସନ୍ଧାନୀ କୁକୁର ସହ ତଦନ୍ତ ଜାରୀ"

କଣ୍ଟାମାଳ ରେ ନାବାଳିକା କୁ ଟେକିନେଇ ଦୁଷ୍କର୍ମ, ଦୁଷ୍କର୍ମକାରୀ ଫେରାର

ବୌଦ୍ଧ, ୩୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଞ୍ଚଳ ରେ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ନାବାଳିକା କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତ ଶନିବାର ଦିନ ଖମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଛପାପାଲି ଗ୍ରାମର ପ୍ରଦୀପ ଡାଙ୍ଗଙ୍କ ପରିବାରର ସମସ୍ତେ ବାହାଘର କାମରେ ସଂପର୍କୀୟ ପିଉଶୀ ଘରକୁ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୋଡିବାହାଲ ଗ୍ରାମକୁ ଆସିଥିଲେ। ସଂଧ୍ୟା ସମୟ ରେ ପାଣି ପାଇଁ ନିଜ ସଂପର୍କୀୟ ପିଉସୀ ମନ୍ଦାର ଚାଉଳିଆଙ୍କ ସହ ପୀଡିତା ଜଣକ ନିକଟସ୍ଥ ନଳକୂଅକୁ ପାଣି ଆଣି ଯାଇଥିବାବେଳେ ଦୁଇଜଣ…

"କଣ୍ଟାମାଳ ରେ ନାବାଳିକା କୁ ଟେକିନେଇ ଦୁଷ୍କର୍ମ, ଦୁଷ୍କର୍ମକାରୀ ଫେରାର"

ବୌଦ୍ଧ: ଆଇଆରବି କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ବୌଦ୍ଧ, ୩୦ା୦୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲ୍ଲା ଆଇ ଆର୍ ବି ୫ମ ବେଟେଲିୟନ ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା। ବୌଦ୍ଧର ବଲାସିଙ୍ଗା ସ୍ଥିତ ଆଇଆରବି ୫ମ ବେଟେଲିୟନର ଜଣେ କର୍ମଚାରୀ(ଷ୍ଟେନୋ)ଙ୍କ ସନ୍ଦେହଜନକ ଭାବରେ ତାଙ୍କ କ୍ୱାର୍ଟରରୁ ୩ ଦିନ ପରେ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ବେଟେଲିୟନରେ ଷ୍ଟେନୋ ଭାବରେ କାର୍ଯ୍ୟରତ ବରଗଡ ବିଜେପୁରର ପଦ୍ମଲୋଚନ ଦଣ୍ଡସେନା ଏଠାରେ ଦୀର୍ଘ ୩ ବର୍ଷ ଧରି ଷ୍ଟେନୋ ଭାବେ କାର୍ଯ୍ୟ କରିଆସୁଥିଲେ। ଗତ୨୬ତାରିଖରୁ ପରିବାର ଲୋକେ ତାଙ୍କ ସହିତ ମୋବାଇଲ୍ ଯୋଗେ ଯୋଗାଯୋଗ କରିଆସୁଥିଲେ ହେଁ ତାଙ୍କ ଫୋନ ଲାଗୁନଥିଲା। ବିଭାଗୀୟ ଅନ୍ୟ କର୍ମଚାରୀ ଙ୍କ ସହିତ ଏନେଇ…

"ବୌଦ୍ଧ: ଆଇଆରବି କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ"

ଗୋରୁ ଚାଲାଣବେଳେ ଦୁଇଗାଡି ସହ ୩୦ ବଳଦ ଜବତ

ବୌଦ୍ଧ, ୩୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଜିଲାରୁ ବହୁ ସଂଖ୍ୟାରେ ଗୋରୁ ଚାଲାଣ କରାଯାଉଥିବାନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ବୌଦ୍ଧପୋଲିସ ମହାନଦୀ ବ୍ରିଜ୍ ଛକଠାରେ ଗାଡି ଚେକିଂ ସମୟରେ ଦୁଇଗୋଟି ଟ୍ରକରେ ଲଦା ହୋଇ ଯାଉଥିବା ୩୦ ଗୋଟି ବଳଦଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ପକ୍ଷରୁ ବୌଦ୍ଧଥାନା କେସ ନମ୍ବର ୨୨/୧୮ ରେ ମୋକଦ୍ଦମା ରୁଜୁ କରାଯାଇ ମାମଲାରେ ଟ୍ରକ୍ ନମ୍ବର ଓଡି ୦୪-ଏଚ୍-୭୭୪୨ ଓ ଏକ ନମ୍ବର ବିହିନ ନୂତନ ଗାଡିକୁ ପୋଲିସ ଜବତ କରିଥିବାବେଳେ ଡ୍ରାଇଭର ପ୍ରକାଶ ସ୍ୱାଇଁ ଓ କୁନା ପାତ୍ରକୁ ଗିରଫ କରାଯାଇଛି। ଉଭୟ ଡ୍ରାଇଭରଙ୍କ ଘର ଢେଙ୍କାନାଳ ଜିଲା ଭୁବନ ଥାନା ଅଂଚଳରେ ବୋଲି ପୋଲିସ ସୂଚନା…

"ଗୋରୁ ଚାଲାଣବେଳେ ଦୁଇଗାଡି ସହ ୩୦ ବଳଦ ଜବତ"

ବୌଦ୍ଧ ଜିଲାରେ ମିଳିମିଳା ଓ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ

ବୌଦ୍ଧ, ୩୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲାରେ ମିଳିମିଳା ଓ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ ଓ ସ୍ୱତନ୍ତ୍ର ଅତିଥି ଭାବରେ ଜିଳାପାଳ ମଧୁସୂଦନ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତିି। ଏହି ମିଳିମିଳା ଓ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଜାନୁୟାରୀ ୨୯ ତାରିଖରୁ ଆରମ୍ଭ ହୋଇ ଦୁଇମାସ ଯାଏ ଚାଲିବା ପାଇଁ ସ୍ଥିର କରାଯାଇଛି। ବୌଦ୍ଧଜିଲାର ସ୍କୁଲ ଓ ଅନ୍ୟାନ୍ୟ ଅଂଚଳକୁ ମିଶାଇ ପ୍ରାୟ ୧୦୪୪ ଟି କେନ୍ଦ୍ରରେ ତାଲିମପ୍ରାପ୍ତ…

"ବୌଦ୍ଧ ଜିଲାରେ ମିଳିମିଳା ଓ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ"

ବୌଦ୍ଧଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ, ପ୍ରତିମାସରେ ଜିଲାର ବିଭିନ୍ନ ସମସ୍ୟା ଉପରେ ହେବ ଆଲୋଚନା ସଭା

ବୌଦ୍ଧ, ୨୯ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ପୁର୍ତ୍ତ ବିଭାଗ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ସଂପଦ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସହରର ବୁଦ୍ଧିଜିବୀ, ବରିଷ୍ଠ ସାମ୍ବାଦିକ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଆଲୋଚନା ବୈଠକ ଜରିଆରେ ଜିଲାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ସମସ୍ୟା ସଂପର୍କରେ ଆଲୋଚନାଚକ୍ର କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ଆଲୋଚନାଚକ୍ରକୁ ତଥ୍ୟଭିତିକ କରାଯିବାକୁ ଏବଂ ତର୍କ ନୁହେଁ ସମାଧାନର ରାସ୍ତା ଉପରେ ଗୁରୁତ୍ୱପ୍ରଦାନ କରାଯିବାକୁ ବୈଠକରେ ମତପ୍ରକାଶ ପାଇଥିଲା। ସଂଘ ପକ୍ଷରୁ…

"ବୌଦ୍ଧଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ, ପ୍ରତିମାସରେ ଜିଲାର ବିଭିନ୍ନ ସମସ୍ୟା ଉପରେ ହେବ ଆଲୋଚନା ସଭା"

ବୌଦ୍ଧ ତୃତୀୟ ଶିକ୍ଷାମେଳା ଫେବୃୟାରୀ ୧୨ ରୁ ଆରମ୍ଭ

ବୌଦ୍ଧ, ୨୯ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ତୃତୀୟ ବୌଦ୍ଧ ଶିକ୍ଷାମେଳା ଫେବୃୟାରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି। ପ୍ରତିବର୍ଷ ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଶିକ୍ଷାମେଳା ଧିରେ ଧିରେ ଅଭିଭାବକମାନଙ୍କ ଦ୍ୱାରା ଆଦୃତ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହେଉଛନ୍ତି। ଚଳିତବର୍ଷ ମଧ୍ୟ ସ୍ଥାନୀୟ ଟାଉନହଲ ପରିସରରେ ଏହି ଶିକ୍ଷାମେଳା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ଓ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମାନେ ଏହି ମେଳାରେ ଯୋଗଦେଇ ନିଜର ଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବା ପାଇଁ ରହିଥିବା ସୁବିଧା ସୁଯୋଗ ସଂପର୍କରେ ଅବଗତ କରାଇବାର ସୁଯୋଗ ପାଇଥାନ୍ତି। ବର୍ତମାନ…

"ବୌଦ୍ଧ ତୃତୀୟ ଶିକ୍ଷାମେଳା ଫେବୃୟାରୀ ୧୨ ରୁ ଆରମ୍ଭ"

ବୌଦ୍ଧରେ ୧, ୨୨,୪୬୦ ପିଲାଙ୍କୁ ପ୍ରଦାନ କରାଯିବ, ମିଳିମିଳା ଓ ଜର୍ମାନ ମିଳିମିଳା ରୋଗର ଟୀକାକରଣ

ବୌଦ୍ଧ, ୨୫.୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଆସନ୍ତା ୨୯ ତାରିଖରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲାରେ ମିଳିମିଳା ଓ ଜର୍ମାନ ମିଳମିଳା ଟୀକାକରଣ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଛି। ଏ ନେଇ ଜିଲାପାଳଙ୍କ ସଦଭାବନା ଗୃହ ଠାରେ ଏହି ଟୀକା କରଣକୁ ଜିଲାରେ ସଂପୁର୍ଣ୍ଣ ସଫଳ କରିବାକୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ ସଦାନନ୍ଦ ମିଶ୍ରଙ୍କ ଅଧକ୍ଷତାରେ ଏହି ବୈଠକରେ ଜିଲାପାଳ ମଧୁସୁଦନ ମିଶ୍ର, ଏଡିଏମଓ ବନଲତା ଦେବୀ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଉପସ୍ଥିତ ଥିଲେ। ଏହି ଟୀକା ଜିଲାରେ ପା୍ରୟ ୧୨୨୪୬୦ ଜଣ ପିଲାଙ୍କୁ ଦିଆଯିବାର କାର୍ଯକ୍ରମ ରହିଛି। ଏହି…

"ବୌଦ୍ଧରେ ୧, ୨୨,୪୬୦ ପିଲାଙ୍କୁ ପ୍ରଦାନ କରାଯିବ, ମିଳିମିଳା ଓ ଜର୍ମାନ ମିଳିମିଳା ରୋଗର ଟୀକାକରଣ"

ବୌଦ୍ଧଜିଲାର ପ୍ରଥମ କବ୍ ବୁଲ୍ ବୁଲ୍(ସ୍କାଉଟ୍) ଉଦଘାଟିତ

ବୌଦ୍ଧ, ୨୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲାର ପ୍ରଥମ କବ୍ ବୁଲ ବୁଲ୍ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଖେଳପଡିଆଠାରେ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବରେ ମୁଖ୍ୟଅତିଥି ଭାବରେ ହରଭଙ୍ଗା ବିଇଓ ସନାତନ ଗାହାଣ ଯୋଗଦେଇ କ୍ରୀଡା ପତାକା ଉତ୍ତେଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ଜିଲା କ୍ରିଡା ନିରୀକ୍ଷକ ତଥା ସ୍କାଉଟ୍ ଗାଇଡ ସଂପାଦକ ନିରଂଜନ ବେହେରା ଯୋଗଦେଇ ସ୍କାଉଟ୍ ପତାକା ଉତ୍ତୋଳନ କରି ଜିଲାର ପ୍ରଥମ କବ୍ ବୁଲ୍ ବୁଲ୍(ସ୍କାଉଟ୍) ଉଦଘାଟନ ଘୋଷଣା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଏବିଇଓ ଯୁଗଳ କିଶୋର ରଥ, ସମିତିସଭ୍ୟା କଲ୍ୟାଣୀ ଦେହୁରୀ,…

"ବୌଦ୍ଧଜିଲାର ପ୍ରଥମ କବ୍ ବୁଲ୍ ବୁଲ୍(ସ୍କାଉଟ୍) ଉଦଘାଟିତ"