ତଳଗାଁ ସ୍କୁଲରେ ଶିକ୍ଷକ ଅଭାବ କୁ ନେଇ ଅସନ୍ତୋଷ

ବୌଦ୍ଧ, ୨୧.୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣପାହାଡ ଘେରା ମଧ୍ୟରେ ଥିବା ଆଦିବାସୀ ଅଧୁଷିତ ତଳଗାଁ ପଂଚାୟତର ତଳଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ହେଲା ଆବଶ୍ୟକ ଶିକ୍ଷକ ନଥିବା ହେତୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାବାରେ ଲାଗିଛି। ଏନେଇ ସେମାନେ ହରଭଙ୍ଗା ବ୍ଲକର ଗୋଷ୍ଠି ଶିକ୍ଷାଧିକାରୀ ଙ୍କୁ ଲିଖିତ ଭାବେ ଅଭିଯୋଗ କରି ଆସନ୍ତା ସାତ ଦିନ ମଧ୍ୟରେ ଅବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇଦେବା ପାଇଁ ଦାବି କରିଛନ୍ତି। ଯଦି ଶିକ୍ଷକ ନିଯୁକ୍ତ କରାନଯାଏ ତାହେଲେ ବାଧ୍ୟ ହୋଇ ସେମାନେ ଆସନ୍ତା ୨୧ ତାରିଖରୁ ବିଦ୍ୟାଳୟରେ ତାଲା ପକାଇବେ ବୋଲି…

"ତଳଗାଁ ସ୍କୁଲରେ ଶିକ୍ଷକ ଅଭାବ କୁ ନେଇ ଅସନ୍ତୋଷ"

ମା ମାହେଶ୍ୱରୀ କନିଷ୍ଠ କଲେଜର ୭ ଦିନିଆଁ ଏନଏସଏସ ଶିବିର ଉଦଯାପିତ

ବୌଦ୍ଧ, ୨୧.୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ବାଉଁଶୁଣୀ ମା ମାହେଶ୍ୱରୀ କନିଷ୍ଠ କଲେଜର ୭ ଦିନିଆଁ ଏନଏସଏସ ଶିବିର ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମାନଭଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବର୍ଷାକଳୀନ ଶିବିରର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ କଂଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ମେହେର ଓ ସମ୍ମାନିତ ଅତିଥି ଭାବରେ ଦେବାର୍ଚ୍ଚନ ବେହେରା ଓ ମକର ମହାରଣା ଯୋଗଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିଯୁକ୍ତ ଏନଏସଏସ ପର୍ଯ୍ୟବେକ୍ଷକ ଡ. ମନୋରଂଜନ ଘଡେଇ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ସେବା ମନୋବୃତି ନେଇ ଜୀବନରେ ଜଣେ ଜଣେ ସଫଳ ମଣିଷ ହେବାକୁ ଉପଦେଶ ଦେଇଥିଲେ। ଶିବିରାର୍ଥୀମାନେ…

"ମା ମାହେଶ୍ୱରୀ କନିଷ୍ଠ କଲେଜର ୭ ଦିନିଆଁ ଏନଏସଏସ ଶିବିର ଉଦଯାପିତ"

ଟ୍ରକ ଧର୍ମ ଘଟ, ବୌଦ୍ଧରେ ଶହ ଶହ ଟ୍ରକ ଅଟକ

ବୌଦ୍ଧ, ୨୧ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସାରା ଦେଶରେ ବିଭିନ୍ନ ଦାବି ନେଇ ଅଖିଳ ଭାରତ ମୋଟର ପରିବହନ କଂଗ୍ରେସ ଓ ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ପକ୍ଷରୁ ସାରା ଦେଶରେ ଟ୍ରକ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମ ଘଟରେ ବୌଦ୍ଧ ଜିଲା ଟ୍ରକ ମାଲିକ ସଂଘ ଓ ହାଇୱା ମାଲିକ ସଂଘ ସାମିଲ ହୋଇ ଟ୍ରକ ଚଳାଚଳକୁ ସଂପୁର୍ଣ୍ଣ ବନ୍ଦ କରିଛନ୍ତି। ବୌଦ୍ଧରେ ଉଭୟ ସଂଘ ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବୌଦ୍ଧ ବ୍ରିଜ ଛକ ଠାରେ ପିକେଟିଂ କରି ଟ୍ରକ ଚଳାଚଳକୁ ସଂପୁର୍ଣ୍ଣ ବନ୍ଦ କରିଛନ୍ତି। ଫଳରେ ଜାତୀୟ ରାଜପଥ କଡ଼ରେ ଶହ ଶହ ଟ୍ରକ ଅଟକ ରହିଛି।…

"ଟ୍ରକ ଧର୍ମ ଘଟ, ବୌଦ୍ଧରେ ଶହ ଶହ ଟ୍ରକ ଅଟକ"

ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଟିଣ ଚାଦର

ବୌଦ୍ଧ, ୨୧ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା କଂଟାମାଳ ବ୍ଲକ ଗୋଦାମ ଗୃହରେ ଲକ୍ଷ ଲକ୍ଷ ଟଙ୍କାର ଟିଣ ଚାଦର ପଡ଼ି ରହି ଖତ ଖାଉଛି। ଦିର୍ଘ ବର୍ଷ ଧରି ଏସବୁ ଗୋଦାମରେ ପଡ଼ି ରହିଥିବାବେଳେ ଏସବୁ କେଉଁଠୁ ଆସିଲା, କିଏ ଆଣିଲା, କୌଉଥି ପାଇଁ ଆସିଲା ବ୍ଲକରେ ଏ ବାବଦରେ କୌଣସି ତଥ୍ୟ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ଯେ, ୧୯୯୨-୯୩ ଆର୍ଥିକ ବର୍ଷରେ ତକ୍ରାଳିନ ବିଡ଼ିଓ ଜି ବି ପ୍ରଧାନ ଇନ୍ଦୀରା ଆବାସ ହିତାଧିକାରୀଙ୍କୁ ଦେବା ପାଇଁ ଏ ସବୁ ଟିଣ ଚାଦର ଆଣିଥିଲେ। ହେଲେ ହିତାଧିକାରୀଙ୍କୁ ଦେବା ବଦଳରେ ଏପର୍ଯ୍ୟନ୍ତ ଗୋଦାମ…

"ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଟିଣ ଚାଦର"

ବୌଦ୍ଧରେ ଶିଶୁ ମାନଙ୍କ ପାଇଁ ଖୋଲିବ ନିରୀକ୍ଷଣ ଗୃହ

ବୌଦ୍ଧ, ୧୯ା୦୭: (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲାରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଆନୁକୁଲ୍ୟରେ ଏକ ନିରୀକ୍ଷଣ ଗୃହ ଓ ସ୍ୱତନ୍ତ୍ର ଗୃହ ପ୍ରତିଷ୍ଠା କରିବା ପାଇଁ ସରକାର ଅନୁମୋଦନ କରିଛନ୍ତି। ଏହା ଏକ ଆଞ୍ଚଳିକ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବ, ଏଠାରେ ବଲାଙ୍ଗିର, ସୋନପୁର, କନ୍ଧମାଳ ଓ ବୌଦ୍ଧ ଜିଲାର ଆଇନ ସହ ଦ୍ୱନ୍ଦରେ ଥିବା ଶିଶୁ ଓ ଆଇନ ସହ ଜଡିତ ଥିବା ଶିଶୁ ମାନେ ଉପକୃତ ହେବେ। ଏହି ଅନୁଷ୍ଠାନ ହରଭଙ୍ଗାବ୍ଳକ ମଥୁରା ପଞ୍ଚାୟତର ବୃନ୍ଦାବନ ଗା୍ରମରେ ହେବା ପାଇଁ ପ୍ରଶାସନ ପକ୍ଷରୁ ୫ ଏକର ଜାଗା ଚିହ୍ନଟ କରାଯାଇଛି। ଏହି…

"ବୌଦ୍ଧରେ ଶିଶୁ ମାନଙ୍କ ପାଇଁ ଖୋଲିବ ନିରୀକ୍ଷଣ ଗୃହ"

ଦୁଇ ବର୍ଷ ହେଲା ଫାଉଣ୍ଡେସନରେ ସିମିତ ଅଙ୍ଗନୱାଡି ଗୃହ, ନିଦ୍ରାରେ ବ୍ଲକ ପ୍ରଶାସନ

ବୌଦ୍ଧ, ୧୯ା୦୭: (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର କୁଶଙ୍ଗ ପଞ୍ଚାୟତର କୁଶାସିଙ୍ଗା ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ୨ ବର୍ଷ ହେଲା ଫାଉଣ୍ଡେସନରେ ସିମିତ ହୋଇରହିଛି। ଏପେଟ ଅଙ୍ଗନୱାଡି ଗୃହ ନଥିବାରୁ ଅଙ୍ଗନୱାଡି କେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟର ଏକ ଶ୍ରେଣୀ ଗୃହରେ ବସି ପାଠ ପଢ଼ୁ ଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପାଢ ପଢିବାରେ ଘୋର ହଇରାଣ ହେଉଛନ୍ତି। କୁଶାସିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆ ଯାଉ ଥିବା ବେଳେ ଏଠାରେ ୧୨୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆଠ ଗୋଟି ଶ୍ରେଣୀ…

"ଦୁଇ ବର୍ଷ ହେଲା ଫାଉଣ୍ଡେସନରେ ସିମିତ ଅଙ୍ଗନୱାଡି ଗୃହ, ନିଦ୍ରାରେ ବ୍ଲକ ପ୍ରଶାସନ"

ମର୍ଯ୍ୟାକୁଦ ବାସୀଙ୍କୁ ବୋଟ ସେବା ବଦଳରେ ଡ଼ଙ୍ଗା ସେବା

ବୌଦ୍ଧ, ୧୯ା୦୭: (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ବିଜେପି ପକ୍ଷରୁ ଗତ ୧୩ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲା ପ୍ରଶାସନର ଦୁରଦୃଷ୍ଟିର ଅଭାବ ଯୋଗୁଁ ମହାନଦୀ ଭିତରେ ଥିବା ମର୍ଯ୍ୟାକୁଦ ବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେବା ସହ ଉନ୍ନତ ମାନର ବୋଟ ସେବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଗତ ଅକ୍ଟେବାର ୨୯ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ବୌଦ୍ଧ ଠାରେ ମିଶ୍ରଣ ପର୍ବରେ ଯୋଗ ଦେଇ ନିଜ ବିଭାଗ ପକ୍ଷରୁ ମର୍ଯ୍ୟାକୁଦ ବାସୀଙ୍କ ପାଇଁ ୨ ଗୋଟି ଉନ୍ନତ ମାନର ବୋଟ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। ଏନେଇ ପେଟ୍ରୋଲିୟମ ବିଭାଗ ବୋଟ ଯୋଗାଇ ଦେବା…

"ମର୍ଯ୍ୟାକୁଦ ବାସୀଙ୍କୁ ବୋଟ ସେବା ବଦଳରେ ଡ଼ଙ୍ଗା ସେବା"

ଭାଷଣରେ ଶିଶୁଶ୍ରମିକ ମୁକ୍ତ ଅଭିଯାନ, ଥଇଥାନ ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ

ବୌଦ୍ଧ, ୧୯ା୦୭: (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା କଂଟାମାଳ ଅଂଚଳରେ ଦିନକୁ ଦିନ ଶିଶୁ ଶ୍ରମିକଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଉଥିବାବେଳେ ସଚେତନ ବୁଦ୍ଧିଜିବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ପ୍ରତ୍ୟେକ ଜିଲାସ୍ତରୀୟ ବୈଠକରେ ଶିଶୁଶ୍ରମିକ ମୁକ୍ତ ଜିଲା ଗଠନ ପାଇଁ ଅଧିକାରୀମାନେ ଆହ୍ୱାନ ଦେଉଥିବା ବେଳେ ଏସବୁ କେବଳ ଭାଷଣବାଜିରେ ପରିଣତ ହୋଇଥିବା ଦେଖାଯାଉଛି। ଶିଶୁଶ୍ରମିକ ବ୍ୟବସ୍ଥାରେ ରୋକ ଲଗାଇବା ପାଇଁ ପ୍ରଶାସନ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି। ଅପେକ୍ଷାକୃତ ଅଳ୍ପ ମଜୁରି ସାଙ୍ଗକୁ ସହଜରେ ଶିଶୁ ଶ୍ରମିକ ମିଳୁଥିବାରୁ କଂଟାମାଳ ଅଂଚଳର ବିଭିନ୍ନ ହୋଟେଲ, ଢାବା, ରାସ୍ତାକାମ, କୋଠାବାଡି ନିର୍ମାଣ, କେନ୍ଦୁପ୍ରତ…

"ଭାଷଣରେ ଶିଶୁଶ୍ରମିକ ମୁକ୍ତ ଅଭିଯାନ, ଥଇଥାନ ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ"

ବ୍ୟକ୍ତିର ବିଚାରଧାରାର ପରିବର୍ତ୍ତନ ପାଇଁ ପ୍ରତିଦିନ ଯୋଗାଭ୍ୟାସ ଆବଶ୍ୟକ – ସ୍ୱାମୀ ଓମ୍ ଦେବଜୀ

ବୌଦ୍ଧ, ୧୯ା୦୭: (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ପତଞ୍ଜଳି ଯୋଗପୀଠ ହରିଦ୍ୱାରରୁ ପରମପୁଜ୍ୟ ସ୍ୱାମୀ ଓମ୍ ଦେବଜୀ ମହାରାଜ ବୈାଦ୍ଧଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ଯୋଗବିଜ୍ଞାନ ଶିବିରରେ ଯୋଗଦେଇ ଛାତ୍ରୀମାନେ ଶିକ୍ଷାଗ୍ରହଣ କରିବା ସମୟରେ ଅନ୍ୟାନ୍ୟ ବିଷୟରୁ ନିଜର ବିଚାର ଦୁରୀଭୁତ କରିପାରିଲେ ଭବିଷ୍ୟତ ଜୀବନ ଉଜ୍ଜ୍ୱଳମୟ ହୋଇପାରିବ ବୋଲି ଛାତ୍ରୀମାନଙ୍କୁ ବୁଝାଇଥିଲେ। ରାଜ୍ୟ ଯୁବ ପ୍ରଭାରୀ ପିତାମ୍ବର ସାହୁ ଓ ମହିଳା ପ୍ରଭାରୀ ଅନିମା ପଟ୍ଟନାୟକ ଯୋଗାଭ୍ୟାସ ମାଧ୍ୟମରେ ଆମ ଜିବନକୁ କିପରି ଠିକ୍ ମାର୍ଗରେ ନେଇପାରିବା ତା ଉପରେ ଆଲୋକପାତ କରିଥିଲେ। ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ରନାଥ ଗୁରୁ ଧନ୍ୟବାଦ ପ୍ରଦାନ କରିବା…

"ବ୍ୟକ୍ତିର ବିଚାରଧାରାର ପରିବର୍ତ୍ତନ ପାଇଁ ପ୍ରତିଦିନ ଯୋଗାଭ୍ୟାସ ଆବଶ୍ୟକ – ସ୍ୱାମୀ ଓମ୍ ଦେବଜୀ"

ବୌଦ୍ଧ ବ୍ଲକସ୍ତରୀୟ ସବୁଜ ମହାନଦୀ ଯୋଜନା ବୈଠକ

ବୌଦ୍ଧ, ୧୯ା୦୭: (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଲକ କାର୍ଯ୍ୟାଳୟଠାରେ ସବୁଜ ମହାନଦୀ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିହାର ରଂଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସବୁଜ ମହାନଦୀ ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରାଇବାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଶ୍ରୀକହଁର ପ୍ରାରମ୍ଭିକ ଭାଷଣ ଦେଇ ସରକାର ସବୁଜ ମହାନଦୀ ଯୋଜନା କାର୍ଯ୍ୟକାରୀ କରାଇବାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, ବର୍ତମାନ ଜୀବ ଜଗତ ତିଷ୍ଠିବା ପାଇଁ ଜଙ୍ଗଲର ସୂରକ୍ଷା ଆବଶ୍ୟକ ହୋଇପଡିଛି। ତେବେ ରାଜ୍ୟରେ ପ୍ରବାହିତ ନଦନଦୀର ସୂରକ୍ଷା ସହିତ ପରିବେଶର ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବହୁ ସଂଖ୍ୟାରେ ବୃକ୍ଷ ରୋପଣର…

"ବୌଦ୍ଧ ବ୍ଲକସ୍ତରୀୟ ସବୁଜ ମହାନଦୀ ଯୋଜନା ବୈଠକ"