ଚମ୍ପୁଆରେ ୨୩ ହାତୀଙ୍କର ଦମନ ଲୀଳା…

ଚମ୍ପୁଆ ୧୬ ମଇ (ଓଡିଆ ପୁଅ/ରଂଜନ ପ୍ରଧାନ) ଗତ କିଛି ଦିନ ହେଲା ଚମ୍ପୁଆ ଅଂଚଳରେ ୨୩ ଟି ହାତୀଙ୍କ ଦମନ ଲୀଳା ବଢିବାରେ ଲାଗିଛି। ଗତ କାଲି ଚମ୍ପୁଆ ନିକଟବର୍ତ୍ତି ଜଗନ୍ନାଥପୁର ଗାଁରେ ବ୍ୟାପକ କ୍ଷୟକ୍ଷତି କରିବା ପରେ ଗତ ରାତିରେ ଏହି ହାତୀ ପଲ ଚମ୍ପୁଆ ଏନଏସି ଅନ୍ତର୍ଗତ ଗୋଧୂଳି ଗାଁରେ ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତିା ଗାଁରେ ହୋଇଥିବା ଖରାଟିଆ ଧାନଫସଲ ମାଡିଦଳି ନଷ୍ଟ କରିଛନ୍ତି। ଗାଁର, ବୁଲୁ ନାଏକ, ପ୍ରୋମଥ ନାଏକ, ରମେଶ ନାଏକ, ବିଜୟ ନାୟକ, ସତ୍ୟବାନ ନାୟକ, ବାଘା ନାଏକଙ୍କ ଧାନଫସଲ ହାତୀଙ୍କ ଯୋଗୁଁ ନଷ୍ଟ ହୋଇଥିବା ବେଳେ ଏମାନେ ଆଜି ଚମ୍ପୁଆ ବନ ବିଭାଗର ଦ୍ବାରସ୍ଥ…

"ଚମ୍ପୁଆରେ ୨୩ ହାତୀଙ୍କର ଦମନ ଲୀଳା…"

ଯାମୁଦଲକ ବାଇକ ଲୁଟ ମାମଲା: ୧ ଗିରଫ

ଚଂପୁଆ (ଓଡ଼ିଆ ପୁଅ/ରଂଜନ ପ୍ରଧାନ ) ଗତ ୭ ତାରିଖ ଚଂପୁଆ ଥାନା ଅନ୍ତର୍ଗତ ଯାମୁଦଲକ ନିକଟ ରେ ବନ୍ଧୁକ ମୁନରେ ହୋଇଯାଇଥିବା ବାଇକ ଲୁଟ ମାମଲା ରେ, ପୋଲିସ୍ ଜଣକୁ ଗିରଫ କରିଛି। ଗିରଫ ଜଣକ ନାମ ବିଶ୍ବଜିତ ଗିରି। ତା ଘର ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ଛେଳିଆନାଳ ଗାଁରେ। ତା ନିକଟରୁ ପୋଲିସ ଅନ୍ୟ ଏକ ଚୋରା ବାଇକ ସହ ୪ଟି ମୋବାଇଲ୍ ଫୋନ୍ ଲୁଟ କରିବା ବେଳେ ବ୍ୟବହୃତ ବନ୍ଧୁକ ଏକ ଆଧାରକାର୍ଡ଼ ଏକ ସ୍ମାର୍ଟ କାର୍ଡ ୯ ହଜାର ୧୯୦, ଟଙ୍କା ଜବତ କରିଛି।ଗିରଫ, ବିଶ୍ବଜିତ ନାମରେ ଚଂପୁଆ, ଘାଗରବେଡା, ଯୋଡା ଜଗନ୍ନାଥପୁର ଥାନାରେ ଏକାଧିକ ମାମଲା…

"ଯାମୁଦଲକ ବାଇକ ଲୁଟ ମାମଲା: ୧ ଗିରଫ"

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ଚଂପୁଆ ୧୦ ମଇ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଦାଦନ ଖଟିବାକୁ ସୂଦୁର ରାୟପୁର ଯାଇ ଚଂପୁଆ ଥାନା ଅନ୍ତର୍ଗତ ଗୋଧୂଳି ଗାଁର ଅନାମ ନାଏକ ନିଖୋଜ ହୋଇଥିବା ନେଇ ତାଙ୍କ ସ୍ତ୍ରୀ ସହକାରୀ ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ୧ ତାରିଖରେ ସେହି ଗାଁର ଅଖିଳ ନାଏକଙ୍କ ସହିତ ଅନାମ ରାୟପୁର ବାହାରିଥିଲେ। ରାୟପୁର ପହଁରିବା ପରେ ଅଖିଳ ଅନାମକୁ ଏକ ଛକ ସ୍ଥାନରେ ଛାଡ଼ି କୌଣସି ଆଡେ ଯାଇଥିଲାା ସେଠାରୁ ଫେରି ଅନାମକୁ ନପାଇ ତାଙ୍କ ଘର ଲୋକଙ୍କୁ ଖବର ଦେବାରୁ ଘର ଲୋକେ ରାୟପୁର ଯାଇ ଖୋଜାଖୋଜି କରି ନପାଇ ବାଧ୍ୟହୋଇ ଶ୍ରମ ବିଭାଗର ଦ୍ବାରସ୍ଥ ହୋଇଥିବା ଦେଖାଯାଇଛି।

"ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ"

ଟ୍ରକ ଧକ୍କାରେ ଶିଶୁର ମୃତ୍ୟୁ, ରାସ୍ତା ରୋକ

ଚମ୍ପୁଆ ୬ ମଇ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଚମ୍ପୁଆ ନିକଟ କଞ୍ଚନ ପୁର ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି। ଟାଟା ନଗର ପଟୁ ଫେରୁଥିବା ଏକ ଟ୍ରକ ଚାପରେ ମଣ୍ଟୁ ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତେଜନା ଦେଖାଦେଇଥିଲା। ଲୋକେ ରାସ୍ତା ରୋକ କରିଥିଲେ ଖବର ପାଇ ଚଂପୁଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଛି।

"ଟ୍ରକ ଧକ୍କାରେ ଶିଶୁର ମୃତ୍ୟୁ, ରାସ୍ତା ରୋକ"

୫୦୦ ଟଙ୍କା ଲାଞ୍ଚ ଦେଇ ପାରିଲେନି ବୋଲି ଡାକ୍ତରଖାନା ରେଜିଷ୍ଟରରୁ ନାଁ କାଟିଦେଲେ ନର୍ସ – ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପ୍ରସୂତୀ ଓ ଆଶାକର୍ମୀ

ଚମ୍ପୁଆ ୬ ମଇ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଚମ୍ପୁଆ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାତ୍ର ୫୦୦ ଟଙ୍କା ଲାଞ୍ଚ ଦେଇ ନ ପାରିବାରୁ ଡାକ୍ତରଖାନାର ରେଜିଷ୍ଟରରୁ ନାମ କାଟିଦେଲେ ନର୍ସ। ପାଞ୍ଚ ପୋଖରିଆ ଗାଁର ରୀନା ମୁଣ୍ଡାଙ୍କ ଘରେ ପ୍ରସବ ହେବାରୁ ଖବର ପାଇ ଉକ୍ତ ଗାଁ ର ଆଶାକର୍ମୀ ହେମଲତା ମହାନ୍ତ ତାକୁ ଆଣି ଚମ୍ପୁଆ ଡାକ୍ତରଖାନାରେ ପହଞ୍ଚାଇ ଥିଲେ। ଏଠାରେ କାର୍ଯ୍ୟରତ ନର୍ସ ରୀତା ରାଣୀ ଦାସ ତାଙ୍କୁ ଡାକ୍ତରଖାନା ରେଜିଷ୍ଟରରେ ନାମ ଏଣ୍ଟ୍ରି ପାଇଁ ୫୦୦ ଟଙ୍କା ମାଗିଥିଲେ। ମାତ୍ର ଗରିବ ପରିବାରର ହେତୁ ମାତ୍ର ୪୦୦ ଟଙ୍କା ଦେବାରୁ ରାଗରେ ନର୍ସ ତାଙ୍କ ନାମ ରେଜିଷ୍ଟରରୁ…

"୫୦୦ ଟଙ୍କା ଲାଞ୍ଚ ଦେଇ ପାରିଲେନି ବୋଲି ଡାକ୍ତରଖାନା ରେଜିଷ୍ଟରରୁ ନାଁ କାଟିଦେଲେ ନର୍ସ – ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପ୍ରସୂତୀ ଓ ଆଶାକର୍ମୀ"

ଯାମୁଦଲକ ପଚାଂୟତରେ ଜଳଛତ୍ର ଭେଳିକି..

ଚଂପୁଆ ୩ ମଇ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଚଂପୁଆ ବ୍ଲକ ଅନ୍ତର୍ଗତ ଯାମୁଦଲକ ପଚାଂୟତରେ ଜଳଛତ୍ର ଯୋଜନା ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀମାନଙ୍କ ତଦାରଖ ଅଭାବ ସହିତ ଦୁର୍ନୀତି ଖୋର ମନବୃତ୍ତି ଯୋଗୁଁ କେଉଁ ଜଳଛତ୍ରରେ ଜଳ ଅଛି ତ ଛତ୍ର ନାହିଁ କେଉଁ ଠାରେ ଛତ୍ର ଅଛି ତ ଜଳ ନାହିଁ। ଏପଟେ ଜଳଛତ୍ର ନାମରେ ହଜାରହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇ ଅର୍ଥ ଆତ୍ମସାତ୍ କରାଯିବାକୁ ଯୋଜନା କରାଯାଇ ଥିବା ବେଳେ ଏହାକୁ ନେଇ ପଞ୍ଚାୟତରେ ଅସନ୍ତୋଷ ପୁଞ୍ଜିଭୁତ ହେବାରେ ଲାଗିଛି।

"ଯାମୁଦଲକ ପଚାଂୟତରେ ଜଳଛତ୍ର ଭେଳିକି.."

ବ୍ଲକ୍ ସ୍ତରୀୟ କିଷାନ କଲ୍ୟାଣ କାର୍ଯ୍ୟଶାଳା…

ଚଂପୁଆ ୩-୫ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଚଂପୁଆ ସ୍ଥିତ ଟାଉନହଲଠାରେ କୃଷି ବିଭାଗ ତରଫରୁ ୨୦୧୮-୨୦୧୯ କିଷାନ କଲ୍ୟାଣ କାର୍ଯଶାଳା ଅନୁଷ୍ଠିତ ହୋଇଯାଇଛି। ଚଂପୁଆ କୃଷି ଜିଲ୍ଲା ଅଧିକାରୀ ଗଜେନ୍ଦ୍ର ନାଥ ଗନ୍ତାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ଶେଷଦେବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଅନ୍ୟମାନହ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଚଂପୁଆ ସଦର ମହକୁମାର ବିଭିନ୍ନ କୃଷି ସମ୍ବନ୍ଧୀୟ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗଦେଇ ଥିଲେ। ଏହାସହିତ ଏହି କାର୍ଯ୍ୟକ୍ରମରେ ବ୍ଲକରୁ ଯୋଗଦେଇ ଥିବା ଶତାଧିକ ଚାଷୀଙ୍କୁ କୃଷି ସଂପର୍କିତ ଦିଗଦର୍ଶନ ଦେଇଥିଲେ।

"ବ୍ଲକ୍ ସ୍ତରୀୟ କିଷାନ କଲ୍ୟାଣ କାର୍ଯ୍ୟଶାଳା…"

ଚମ୍ପୁଆ ନିକୋଲେସନ୍ ବନ ବିଦ୍ୟାଳୟର ୯୭ ତମ ସମାବର୍ତ୍ତନ ଉତ୍ସବ….

ଚଂପୁଆ ୦୧ ମଇ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଚଂପୁଆ ସ୍ଥିତ ନିକୋଲେସନ୍ ବନ ବିଦ୍ୟାଳୟର ୯୭ ତମ ସମାବର୍ତ୍ତନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବନ ବିଦ୍ୟାଳୟର ଅଧ୍ୟକ୍ଷ ଅର୍ଜୁନ ଚରଣ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଚିଫ କନ୍ଜରଭେଟର ଅଫ ଫରେଷ୍ଟ ପ୍ରଭାକର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ ଉତ୍ସବ ଅଭିବାଦନ ଗ୍ରହଣ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରେଂଜର ଜଗନ୍ନାଥ ପ୍ରସାଦ ଦାସ, ଅମର ପ୍ରସାଦ ବେହେରା ଡେପୁଟି ରେଂଜର ବିଜୟ ମହାନ୍ତ ପ୍ରମୁଖ ଯୋଗଦେଇ ଥିଲୋ ଓଡ଼ିଶାର ବିଭିନ୍ନ ବନ ବିଭାଗରୁ ପ୍ରାୟ ୪୧ ଜଣ ପ୍ରଶିକ୍ଷାର୍ଥୀ ଏହି ବିଦ୍ୟାଳୟ ରୁ ପ୍ରଶିକ୍ଷଣ…

"ଚମ୍ପୁଆ ନିକୋଲେସନ୍ ବନ ବିଦ୍ୟାଳୟର ୯୭ ତମ ସମାବର୍ତ୍ତନ ଉତ୍ସବ…."

ବଜ୍ରପାତରେ ଯୁବକ ମୃତ…

ଚମ୍ପୁଆ/କେନ୍ଦୁଝର (ଓଡ଼ିଆ ପୁଅ/ରଂଜନ ପ୍ରଧାନ)ଗତ କାଲି ଅପରାହ୍ନରେ ବଜ୍ରପାତରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ଖବର ଅନୁଯାୟୀ ଚଂପୁଆ ବ୍ଲକ ସୁନାପଶି ପଚାଂୟତର ସରାସପଶି ଗ୍ରାମର ଆର୍ତ୍ତତ୍ରାଣ ମହାନ୍ତଙ୍କ ପୁଅ ଅଜୟ ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳୁଥିବା ସମୟରେ ବର୍ଷା ହେବାରୁ ଗାଁ କ୍ଲବରେ ଆଶ୍ରୟ ନେଇ ଥିଲା। ବର୍ଷା ଛାଡିବାରୁ ବାହାରକୁ ବହାରିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା।ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ଚଂପୁଆ ପୋଲିସ୍ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି।

"ବଜ୍ରପାତରେ ଯୁବକ ମୃତ…"

ଚମ୍ପୁଆ ବ୍ଲକରେ ୟୁରିଆ ସାରର କୁତ୍ରିମ ଅଭାବ: ଚାଷୀ ମୁଣ୍ଡରେ ଚଡକ

ଚଂପୁଆ ୨୭-୪ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ )ଚଳିତ, ରବି ଋତୁରେ ଚଂପୁଆ ବ୍ଲକରେ ୟୁରିଆ ସାରର କୁତ୍ରିମ ଅଭାବ ଚାଷୀଙ୍କ ପାଇଁ ମୁଣ୍ଡ ବଥାର କାରଣ ସାଜିଛି। ଚଳିତ ବର୍ଷ ବ୍ଲକର ୧୦୩ ଟି ଉଠା ଜଳ ସେଚନ ପ୍ରକଳ୍ପରୁ ପ୍ରାୟ ୭୩୫ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ଧାନ ଗଛ, ଏବେ କେଣ୍ଡା ଦେବା ସ୍ଥିତିରେ ଏବେ ଚାଷୀ ୟୁରିଆ ସାର ଖୋଜୁଥିବା ବେଳେ ବ୍ଲକରେ ସାର େଦଖାନାହିଁ। ଫଳରେ ଚାଷୀ ଚିନ୍ତାରେ ପଡିଛି। ବାଧ୍ୟହୋଇ ଚାଷୀ ଝାଡ଼ଖଣ୍ଡର ବେପାରୀଙ୍କ ଉପରେ ନିର୍ଭରଶୀଳ ହୋଇ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପଟେ କୃଷି ବିଭାଗ ହାତ ବାନ୍ଧି ବସିଛି।

"ଚମ୍ପୁଆ ବ୍ଲକରେ ୟୁରିଆ ସାରର କୁତ୍ରିମ ଅଭାବ: ଚାଷୀ ମୁଣ୍ଡରେ ଚଡକ"