ଚମ୍ପୁଆ ବ୍ଲକ ଏମ ଆଇ ଏସ ବୈଠକ, ମନରେଗା ଯୋଜନା ରେ ମେସିନ ବ୍ୟବହାର ନେଇ ଉପଜିଲ୍ଲାପାଳ ଅସନ୍ତୋଷ

ଚମ୍ପୁଆ ୧୯-୬ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଆଜି ଚମ୍ପୁଆ ବ୍ଲକ ଏମ ଆଇ ଏସ ବୈଠକରେ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ମେସିନ ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚମ୍ପୁଆ ବିଡ଼ିଓ ନୂପୁର ଚାନ୍ଦ ଗୋଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକର ବାଇଶଟି ପଞ୍ଚାୟତର ଅଧିକାରୀ, ଜିଆର ଏସ, ଯନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଉପଜିଲ୍ଲାପାଳ ଯୋଗ ଦେଇ ନିକଟରେ ବଡ଼ନଇଠାରେ ମନରେଗା କାର୍ଯ୍ୟରେ ମେସିନ ବ୍ୟବହାରର କୈଫତ ମାଗିଥିଲେ। ଏ ନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବାକୁ ଆଦେଶ ଦେବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟ ଉପରେ ନଜର ରଖି କାର୍ଯ୍ୟ କରିବା ଉପରେ ନିର୍ଦ୍ଦେଶ…

"ଚମ୍ପୁଆ ବ୍ଲକ ଏମ ଆଇ ଏସ ବୈଠକ, ମନରେଗା ଯୋଜନା ରେ ମେସିନ ବ୍ୟବହାର ନେଇ ଉପଜିଲ୍ଲାପାଳ ଅସନ୍ତୋଷ"

ଇଦ୍ ଉପଲକ୍ଷେ ରୋଗୀଙ୍କୁ ଫଳ ବଣ୍ଟନ

ଚମ୍ପୁଆ ୧୬/୬ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ପବିତ୍ର ଇଦ୍ ପର୍ବ ଉପଲକ୍ଷେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟଠାରେ କେନ୍ଦୁଝର ଜିଲ୍ଲା ବିଜେଡି ସଙ୍ଖ୍ୟା ଲଘୁ ସେଲ ସଭାପତି ତରଫରୁ ରୋଗୀକୁ ଫଳ ବଣ୍ଟନ କରାଯାଇଛି। ଜିଲ୍ଲା ସଭାପତି ନେସାର୍ ହାୟତ ଙ୍କ ତତ୍ତ୍ୱ।ବଧାନରେ ଉପଖଣ୍ଡ ଚିକିତ୍ସା ଆଧୀକାରୀ ଦେବାଶିଷ ଦେ ଯୋଗ ଦେଇ ଫଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚମ୍ପୁଆ ର ଶତାଧିକ ବିଜେଡି କର୍ମୀ ଯୋଗଦେଇ ଥିଲେ।

"ଇଦ୍ ଉପଲକ୍ଷେ ରୋଗୀଙ୍କୁ ଫଳ ବଣ୍ଟନ"

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଚମ୍ପୁଆ ୧୫/୬ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଗତ କାଲି ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଚମ୍ପୁଆ ଥାନା ଅନ୍ତର୍ଗତ ଶଶାନଗ ଗାଁର ସନାତନ ମହାକୁଡ଼ ଗାଁ ଛକ ନିକଟରେ ବସିଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଛି। ଘଟଣା ସ୍ଥାନରେ ତାର ମୃତ୍ୟୁ ହୋଇଯାଇଛି।ଖବର ପାଇ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ମୃତକର ଶବକୁ ଜବତ କରି ତଦନ୍ତ ଜାରି ରଖିଛି।

"ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ"

ମିଳୁନି ଆବାସ ଯୋଜନା ଗୃହ : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ

ଚମ୍ପୁଆ ୮ ଜୁନ୍ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ବାରମ୍ବାର ଗୁହାରୀ କଲେ ମଧ୍ୟ ମିଳୁନି ଆବାସ ଯୋଜନା ଗୃହ। ଚମ୍ପୁଆ ବ୍ଲକ କୋଦଗାଡିଆ ପଞ୍ଚାୟତର ଚିମିଳା ଗାଁର ଶାନ୍ତନୁ ଓରାମ ଘର ଖଣ୍ଡକ ମରାମତି ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ। ମୂଲ ମଜୁରୀ ଲାଗି ଘର ଚଳାଉଥିବା ଶାନ୍ତନୁ ପକ୍ଷରେ ଘର ମରାମତି କରବାର ସାମର୍ଥ୍ୟ ମଧ୍ୟ ନାହିଁ। ଅଧା ଛପର ଭାଙ୍ଗିଯାଇଥିବା ଘରର ଅବସ୍ଥା ଚଳିତ ବର୍ଷା ଦିନରେ କିପରି ରହିବ କହିହେବ ନାହିଁ। ଏପରି ସ୍ଥିତିରେ ଆଶଙ୍କାରେ ଶାନ୍ତନୁର ପରିବାର ଅନ୍ୟ ପଟେ ତାଲିକାରେ ନାମ ନାହିଁ କହି ଚୁପ ବସିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ଦେଖିବାକୁ ବାକି ରହିଲା କେତେ ଦିନ ପରେ…

"ମିଳୁନି ଆବାସ ଯୋଜନା ଗୃହ : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ"

ତୃଟି ପୂର୍ଣ୍ଣ କେନାଲ ନିର୍ମାଣ: ଚାଷୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଚମ୍ପୁଆ ୮ ଜୁନ୍ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) କାନପୁର ବୃହତ୍ତମ ନଦୀ ବନ୍ଧ ଯୋଜନା ତରଫରୁ ଚମ୍ପୁଆ ବ୍ଲକ ଗୋପପୁର ଠାରେ ଚାଲି ଆସୁଥିବାବେଳେ କେନାଲ କାମ ତୃଟି ପୂର୍ଣ୍ଣ ଦର୍ଶାଇ ଚିମିଳା ଗାଁର ଚାଷୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ପୂର୍ବରୁ ଥିବା କେନାଲର ଆଉଟ ଲେଟ ଗୁଡ଼ିକୁ ବନ୍ଦ କରି ଦିଆଯାଇ ଏହି କାମ କରୁଥିବାରୁ ଆଗାମୀ ଦିନରେ ଚିମିଳା, ଗୋପପୁର ଗାଁ ର ପ୍ରାୟ ୫୦୦ ଏକର ଧାନ କ୍ଷେତକୁ ପାଣି ମଡା ଯାଇ ପାରିବ ନାହିଁ ଦର୍ଶାଇ କୋଦଗାଡିଆ ପଞ୍ଚାୟତର ସରପଞ୍ଚ ବୀର ବର ମୁଣ୍ଡାଙ୍କ ତତ୍ବାବଧାନରେ ଚାଷୀ ଉପଜିଲ୍ଲାପାଳଙ୍କୁ ଭେଟି ଏହାର ପ୍ରତିକାର ପାଇଁ ଗୁହାରୀ କରିଛନ୍ତି।

"ତୃଟି ପୂର୍ଣ୍ଣ କେନାଲ ନିର୍ମାଣ: ଚାଷୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ"

କଟଲପଶି ବାଲିଘାଟ: ବେଆଇନ ବାଲି ଉତ୍ତୋଳନକୁ ନେଇ ଗ୍ରାମବାସୀ ପ୍ରଶାସନ ମୁହାଁମୁହିଁ

ଚଂପୁଆ ୮ ଜୁନ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଚମ୍ପୁଆ ଉପଖଣ୍ଡର କଟଲପଶି ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଆଜି ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଲିଜ ଧାରୀ ବେଆଇନ ଭାବେ ଲିଜ ଅଂଚଳ ବାହାରୁ ବାଲି ଉତ୍ତୋଳନ କରିବା ସହ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରିବା ଯୋଗୁଁ ଗ୍ରାମବାସୀ ଗାଡି ଗୁଡିକୁ ଅଟକ ରଖିଥିଲେ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ଝୁମ୍ପୁରା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେଠାରେ ଥିବା ଗ୍ରାମବାସୀ ତହସିଲଦାରଙ୍କୁ ବିରୋଧ କରିଥିଲେ। ପରେ ପୋଲିସ ମଧ୍ୟ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ। ପରିସ୍ଥିତିକୁ ଦେଖି ତହସିଲଦାର ବେଆଇନ ବାଲି…

"କଟଲପଶି ବାଲିଘାଟ: ବେଆଇନ ବାଲି ଉତ୍ତୋଳନକୁ ନେଇ ଗ୍ରାମବାସୀ ପ୍ରଶାସନ ମୁହାଁମୁହିଁ"

ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ

ଚଂପୁଆ ୭ ଜୁନ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଲୁହାପଥର ଚୋରା ଚାଲାଣ ଉଦ୍ୟମ ବେଳେ ଚଂପୁଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟ୍ରକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣକୁ ଗିରଫ କରିଥିବା ଜଣାପଡିଛି। ଗତ ରାତି ପ୍ରାୟ ୧୨ ବେଳକୁ ଆଂଗୁଳିଆ ନିକଟରେ ଥିବା ଏକ ପୁରୁଣା କ୍ରସର ନିକଟରୁ RJ04GA4958 ଟ୍ରକ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ଚଂପୁଆ ପୋଲିସ ପାଇଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇ ସଂପୃକ୍ତ ଟ୍ରକ ସହ ଗାଡିରେ ଥିବା ବଡବିଲର କିଶାନ ମୁଣ୍ଡା, କ୍ରାନ୍ତି ମୁଣ୍ଡା ଠାକୁରାଣୀ ର ବିଶାଲ ମୁଣ୍ଡା, ଆଂଗୁଳିଆ ର ବିଶାଲ…

"ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ"

ଚମ୍ପୁଆ ଛାଡୁ ନାହାନ୍ତି ୨୨ ଦଳିଆ ହାତୀ ପଲ

ଚମ୍ପୁଆ ୬/୬ (ଓଡ଼ିଆ ପୁଅ /ରଂଜନ ପ୍ରଧାନ ) ଗତ କିଛି ସପ୍ତାହ ଧରି ଚମ୍ପୁଆ ଅଂଚଳରେ ଉତ୍ପାତକରୁ ଥିବା ୨୨ ଦଳିଆ ହାତୀ ପଲ ଚମ୍ପୁଆ ଛାଡିଯିବାକୁ ନା ଧରୁ ନାହାନ୍ତି। ହାତୀ ପଲ ଚମ୍ପୁଆ ନିକଟବର୍ତ୍ତୀ ମିରିଗିସିଂଗା, ଯାମୁଦଲକ, ଅଢ଼ଙ୍ଗାପାଳ, ଗୋଧୂଳି, ରଜିଆ, ଶଶାଙ୍ଗ, ଆଦି ଗ୍ରାମ ରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ହେଁ ଏମାନଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ବିଫଳ ହୋଇଛି। ଗତ ରାତି ବର୍ଧନା ମଧ୍ୟ ଦେଇ ହାତୀପଲଙ୍କୁ ମୟୁରଭଞ୍ଜ ଆଡକୁ ଘଉଡ଼ାଇ ଦିଆଯାଇଥିଲେ ହେଁ ପୁଣି ସକାଳ ବେଳକୁ ହାତୀ ପଲ ସରେଇ ଗାଁକୁ ଲେଉଟି ଆସିଛନ୍ତି। ଗାଁ ରେ ଖରାଦିନ ଧାନ ଫସଲ ନଷ୍ଟ କରିଛନ୍ତି।…

"ଚମ୍ପୁଆ ଛାଡୁ ନାହାନ୍ତି ୨୨ ଦଳିଆ ହାତୀ ପଲ"

ଅସୁରକ୍ଷିତ ହେଉଛି ଚଂପୁଆ ବଜାର… ବାଇପାସ୍ ନିର୍ମାଣ ଦାବୀ

ଚଂପୁଆ ୨୫ ମଇ (ରଂଜନ ପ୍ରଧାନ /ଓଡ଼ିଆ ପୁଅ )ଦୈନିକ ଚଂପୁଆ ବଜାର ମଧ୍ୟ ଦେଇ ଝାଡଖଣ୍ଡ କୁ ଶତାଧିକ ଭାରି ଯାନ ଚଳାଚଳ ପାଇଁ ଅସୁରକ୍ଷିତ ହୋଇ ପଡୁଛି ଚଂପୁଆ ବଜାର। ଉପଖଣ୍ଡର ସବୁଆଡ଼େ ନୋଏଣ୍ଟ୍ରୀ ନିୟମ ଲାଗୁ ହୋଇଥିବା ବେଳେ ଚଂପୁଆ ବଜାରରେ ଏହାର କୌଣସି ପ୍ରଭାବ ନଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଚଂପୁଆ ବଜାର ଉପରେ ଏକ ଡଜନରୁ ଅଧିକ ସ୍କୁଲ ଏକାଧିକ ଅଫିସ ରହିବା ଯୋଗୁଁ ଦୈନିକ ଏହି ବଜାର ଗହଳି ହୋଇଥାଏ। ଦିନକୁଦିନ ଚଂପୁଆ ବଜାରରେ ଉଠା ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବଜାର ସଂକୁଚିତ ହେଉଥିବା ବେଳେ ବେଧଡକ ଭାରି ଯାନ ଚଳାଚଳ…

"ଅସୁରକ୍ଷିତ ହେଉଛି ଚଂପୁଆ ବଜାର… ବାଇପାସ୍ ନିର୍ମାଣ ଦାବୀ"

ଲୁହା ଲଙ୍ଗଳ ଯୋଗାଇବାରେ ଚମ୍ପୁଆ କୃଷି ବିଭାଗ ବିଫଳ – ଏବେବି କାଠ ଲଙ୍ଗଳ ଚାଷୀଙ୍କ ଭରସା

ଚମ୍ପୁଆ (ରଂଜନ ପ୍ରଧାନ /ଓଡିଆ ପୁଅ )ଚାଷୀ କୁଂ ଲୁହା ଲଙ୍ଗଳ ଯୋଗାଇ ବାରେ ଚମ୍ପୁଆ କୃଷି ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି।ଚାଷୀ ଚାଷର ଉନ୍ନତି ନାମରେ ଉଭୟ କେନ୍ଦ୍ର ଓଡ଼ିଶା ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମାତ୍ର ଆବଶ୍ୟକ ବେଳେ ଚାଷୀଙ୍କୁ କୃଷି ଉପକରଣ ଯୋଗାଇ ଦେବା ରେ ବିଫଳ ହେବା ଏହା ଏକ ସଦ୍ୟ ଉଦାହରଣ ପାଲଟିସାରିଛି। ଚଳିତ ବର୍ଷରେ କୃଷି ବିଭାଗର ନିକଟରେ ଦୁଇ ହଜାର ରୁ ଅଧିକ ଚାଷୀ ଲୁହା ଲଙ୍ଗଳ ପାଇଁ ନିଜ ନାମ ପଜିଂକରଣ କରିଥିଲେହେଁ ବିଭାଗ ଦୁଇଟି ପର୍ଯ୍ୟାୟରେ ମାତ୍ର ୫୦୦ ଖଣ୍ଡ ଲଙ୍ଗଳ ଯୋଗାଇ ଦେଇଥିବାବେଳେ ଅନ୍ୟ ଚାଷୀ ହତାଶ ହୋଇ ପଡିଛନ୍ତି। ବକଳ୍ପ…

"ଲୁହା ଲଙ୍ଗଳ ଯୋଗାଇବାରେ ଚମ୍ପୁଆ କୃଷି ବିଭାଗ ବିଫଳ – ଏବେବି କାଠ ଲଙ୍ଗଳ ଚାଷୀଙ୍କ ଭରସା"