କୋରାପୁଟ ଜିଲ୍ଲା ବିଜେପିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କୋରାପୁଟ ୨୩/୦୬ (ଓଡ଼ିଆ ପୁଅ/ରଂଜନ କୁମାର ଦାସ)ଚାଷୀମାନଙ୍କ ବିଭିନ୍ନ ସମସ୍ୟାନେଇ କୋରାପୁଟ ଜିଲ୍ଲା ଭାରତୀୟ ଜନତା ପାର୍ଟିର ନେତା ଓ କର୍ମିମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ବୋଲି ଜଣାପଡିଛି।କୋରାପୁଟ ଜିଲ୍ଲା ବିଜେପିର ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ସଭାପତି ତଥା ରାଜ୍ୟ କୃଷକ ମୋର୍ଚ୍ଚାର ସଂପାଦକ ସୁମନ୍ତ କୁମାର ପ୍ରଧାନ, ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଟ୍ଟ, ନଗର ସଭାପତି ଜି.ସଂଜିବ କୁମାର ରାଓ ଦେବେନ୍ଦ୍ର ବାହିନିପତି, ଅଶ୍ୱିନୀ କୁମାର ପଟନାୟକ, ଲକ୍ଷ୍ମି ନାରାୟଣ ପାଢୀ, ରାଜ କିଶୋର ସାମାନ୍ତରାୟ, ମନୋଜ କୁମାର ନାୟକ, ଘନଶ୍ୟାମ ଟାକ୍ରୀ, ଭଗବାନ ପେଣ୍ଡିଆ,…

"କୋରାପୁଟ ଜିଲ୍ଲା ବିଜେପିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ"

ବଣ୍ଡାଗୁଡାରେ ଆନ୍ଥ୍ରାକ୍ସ ବ୍ୟାପିଲା, ଜଣେ ମୃତ

କୋରାପୁଟ ୨୩/୦୬ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଗୁଡା ଗ୍ରାମରେ ଆନ୍ଥ୍ରାକ୍ସ ରୋଗ ବ୍ୟାପିବାରେ ଲାଗିଥିବା ଜଣାପଡିଛି। ଗ୍ରାମର ଆଦିବାସୀ ଓ ହରିଜନ ସାହିରେ ୧୨ ଜଣ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମୀନ ମୁଦୁଲି ନାମକ ବ୍ୟକ୍ତି ଗତ ୨୧ ତାରିଖ ଦିନ ମୃତ୍ୟୁବରଣ କରିଥିଲା ବୋଲି ଜଣାପଡିଛି।ବଣ୍ଡାଗୁଡା ଗ୍ରାମରେ ୧୨୦ ପରିବାର ବାସ କରୁଥିବା ବେଳେ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ରୋଗୀମାନଙ୍କୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ମେଡିସିନ ପ୍ରଦାନ କରିଥିଲେ ବୋଲି ଜଣାପଡିଛି।ଗ୍ରାମର ସୁନାଧର ନାୟକଙ୍କୁ ଗତ ୨ ମାସ ତଳେ ହାତରେ କ୍ଷତ ହୋଇ ଶୁଖି ନ ଥିବା ଜଣାପଡିଛି।ଯାହା ମେଡିସିନ ଦିଆଯାଇଥିଲା ତାହା ସରିଗଲାଣି ପାଖରେ…

"ବଣ୍ଡାଗୁଡାରେ ଆନ୍ଥ୍ରାକ୍ସ ବ୍ୟାପିଲା, ଜଣେ ମୃତ"

ମୃତ ବିଚାରଧିନ କଏଦୀର ଶବ ବ୍ୟବଛେଦ କରାଗଲା

କୋରାପୁଟ ୨୩/୦୬ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) ଗତକାଲି ବିଚାରଧିନ କଏଦୀ କୁସୁନା ମିଣିଆକା କୋରାପୁଟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଆଜି ମାଜିଷ୍ଟ୍ରେଟ ଆଲୋକ କୁମାର ଅନୁଗୁଲିଆଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କରାଯାଇଥିବା ଜଣାପଡିଛି। ୨୦୧୫ ଜୁଲାଇ ମାସରେ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଲକ୍ଷ୍ମିପୁର ଥାନା ଅନ୍ତର୍ଗତ କରଲି ଗ୍ରାମର କୁସୁନା ମିଣିଆକା କୋରାପୁଟ ଜେଲରେ ବିଚାରାଧିନ କଏଦୀ ଭାବେ ରହୁଥିଲେ। ଗତକାଲି ସକାଳେ ଦେହ ଅସୁସ୍ଥତତା ହେତୁ କୋରାପୁଟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ଅପରାହ୍ନ ୪ .୩୦ ମିନିଟ ସମୟରେ କୋରାପୁଟ ଡାକ୍ତରଖାନାରେ ଚକିତ୍ସାଧିନ ବେଳେ ମୃତ୍ୟୁବରଣ କରିଥିଲେ ବୋଲି ସହାୟକ ଜେଲ ରକ୍ଷକ ସଂଜିବ କୁମାର ଦୀପ ପ୍ରକାଶ କରିଥିଲେ।…

"ମୃତ ବିଚାରଧିନ କଏଦୀର ଶବ ବ୍ୟବଛେଦ କରାଗଲା"

ବିଚାରଧିନ କଏଦୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

କୋରାପୁଟ ୨୨/୬ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜେଲରେ ରହୁଥିବା ବିଚାରଧିନ କଏଦୀର କୋରାପୁଟ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଲକ୍ଷ୍ମିପୁର ବ୍ଲକର କରଲି ଗ୍ରାମର କୁସୁନା ମିଣିଆକା ୨୦୧୫ ମସିହାରେ ପତ୍ନୀ ହତ୍ୟା ଅଭିଯୋଗରେ ଗିରଫ ହୋଇ କୋରାପୁଟ ଜେଲରେ ବିଚାରଧିନ କଏଦୀ ଭାବେ ରହୁଥିଲେ। ଆଜି ପୂର୍ବାହ୍ନରେ ଦେହ ଖରାପ ହେବାରୁ କୋରାପୁଟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଅପରାହ୍ନରେ କୋରାପୁଟ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା ବୋଲି ଜଣାପଡିଛି।

"ବିଚାରଧିନ କଏଦୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ"

କୋରାପୁଟ ଉପଖଣ୍ଡସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

କୋରାପୁଟ ; ତା୨୨-୦୬-୧୭(ଓଡ଼ିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ପୋଲିସ ପ୍ୟାରେଡ ପଡିଆଠାରେ କୋରାପୁଟ ଉପଖଣ୍ଡସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।କୋରାପୁଟ ଏସପି ଚରଣ ସିଂ ମିନା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାଟିକୁ ଉଦଘାଟନ କରିଥିଲେ।ଟାଉନ ସ୍ପୋଟିଂ କ୍ଲବ ଦ୍ୱାରା ଆୟୋଜିତ ପ୍ରତିଯୋଗିତାର ଉଦଘାଟିନୀ ଉତ୍ସବାରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲଲିତ ରଥ , ଜିଲ୍ଲା କ୍ରୀଡା ସଂଘର ଉପସଭାପତି ହେମା ରାଓ ଓ ମନୋଜ ଆଚାର୍ଯ୍ୟ, ପି ମନ୍ନଥ ରାଓ, ବାଲାଜି ପାତ୍ର, ଜେ .କ୍ରୀଷ୍ଣା ରାଓ, ମୁନା କୁଲଦୀପ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ମ୍ୟାଚ ସୁକୁ ଓ ଟାଉନ ସ୍ପୋଟିଂ କ୍ଲବ ମଧ୍ୟରେ ଖେଳାଯାଇଥିଲା ଯେଉଁଥିରେ ସୁକୁ ୩-୧…

"କୋରାପୁଟ ଉପଖଣ୍ଡସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ"

ନିତୀ ଆୟୋଗ ସଂଶୋଧନ ଦାବିରେ କୋରାପୁଟ ବିଏମଏସର ବିକ୍ଷୋଭ

କୋରାପୁଟ ; ତା୨୨-୦୬-୧୭(ଓଡିଆପୁଅ/ରଂଜନ କୁମାର ଦାସ) ନିତୀ ଆୟୋଗର ସଂଶୋଧନ କରିବା ଦାବିରେ କୋରାପୁଟ ଭାରତୀୟ ମଜଦୁର ସଂଘ(ବିଏମଏସ)ର ସଭ୍ୟ /ସଭ୍ୟାମାନେ ଶୋଭାଯାତ୍ରା , ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ ବୋଲି ଜଣାପଡିଛି ।ନାଲକୋ ଓ ହାଲ ଠିକା ମଜଦୂର ସଂଘ ,ହିନ୍ଦୁସ୍ଥାନ ଏରୋନଟିକସ ମଜଦୁର ସଂଘ , ଜିଲ୍ଲା ଅଂଗନବାଡି ଓ ଆଶା କର୍ମଚାରୀ ସଂଘର ଶତାଧିକ ସଭ୍ୟ / ସଭ୍ୟାମାନେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଂଚି ନିତୀ ଆୟୋଗ ସଂଶୋଧନ କରିବା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ସହାୟକ ଜିଲ୍ଲାପାଳ ଧର୍ମରାଜ ମାଝି…

"ନିତୀ ଆୟୋଗ ସଂଶୋଧନ ଦାବିରେ କୋରାପୁଟ ବିଏମଏସର ବିକ୍ଷୋଭ"

କୋରାପୁଟଠାରେ ମାସ୍କଟ ଓଲିକୁ ଭବ୍ୟ ସମ୍ବର୍ଦ୍ଧନା

କୋରାପୁଟ ୨୧/୦୬ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) ଆସନ୍ତା ଜୁଲାଇ ମାସ ୬ ତାରିଖଠାରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୨୨ତମ ଏସୀୟ ଦୈାଡକୁଦ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ପାଇଁ ମାସ୍କଟ ଓଲି ମାଲାକାନଗିରି ଜିଲ୍ଲା ଗସ୍ତ ଶେଷ କରି ଗତକାଲି ସଂଧ୍ୟାରେ କୋରାପୁଟଠାରେ ପହଂଚିଥିଲା। ଆଜି କୋରାପୁଟଠାରେ ଜିଲ୍ଲାପ୍ରଶାସନ ତରଫରୁ ଭବ୍ୟ ସମ୍ବର୍ଦ୍ଦନା ଦିଆଯାଇଥିଲା। କୋରାପୁଟ ସରକାରୀ ହାଇସ୍କୁଲଠାରେ କୋରାପୁଟ ଏସପି ଚରଣ ସିଂ ମିନା ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି ଅବସରରେ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବନ କୁମାର ପ୍ରଧାନ ,କ୍ରୀଡା ଅଧିକାରୀ ରାଜ କିଶୋର ଜେନା , ଜିଲ୍ଲା…

"କୋରାପୁଟଠାରେ ମାସ୍କଟ ଓଲିକୁ ଭବ୍ୟ ସମ୍ବର୍ଦ୍ଧନା"

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅର୍ନ୍ତଜାତୀୟ ଯୋଗଦିବସ ପାଳିତ

କୋରାପୁଟ ୨୧/୦୬ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଲାଣ୍ଡିଗୁଡା କ୍ୟାମ୍ପସଠାରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି। ଯୋଗ ଦ୍ୱାରା ମାନସିକ, ଆତ୍ମିକ ଓ ଆଧ୍ୟାତ୍ମିକର ଉନ୍ନତି ହୋଇଥାଏ ବୋଲି କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରକାଶ କରିଥିଲେ। ଯୋଗ ହେଉଛି ମହାନ ଭାରତୀୟ ପରମ୍ପରା ଓ ଜ୍ଞାନ କୈାଶଳ ଏବଂ ଏହା ବିଶ୍ୱକୁ ଭାରତର ଏକ ମହତ ଅବତାନ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ରାମକୃଷ୍ମ ମିଶନର ପ୍ରତିଷ୍ଠାତା ଡ. ଅମୁଲ୍ୟ ରଂଜନ ମହାପାତ୍ର ଯୋଗ ବିଶେଷଜ୍ଞ ଭାବେ ଯୋଗଦେଇ ଯୋଗ ଶିକ୍ଷା କରିଥିବା ପ୍ରଦାନ କରିଥିବା ବେଳେ ରାୟପୁର କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଯୋଗଶିକ୍ଷକ ବିରେନ୍ଦ୍ର…

"କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅର୍ନ୍ତଜାତୀୟ ଯୋଗଦିବସ ପାଳିତ"

କୋରାପୁଟଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କୋରାପୁଟ ୨୧/୦୬ (ଓଡ଼ିଆ ପୁଅ/ରଂଜନ କୁମାର ଦାସ)କୋରାପୁଟଠାରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି।ଆୟୁଷ ଓ ଆରଏସଏସର ମିଳିତ ଆନୁକୁଲ୍ୟରେ ପୂଜାରିପୁଟସ୍ଥିତ ଇନଡୋର ଷ୍ଟାଡିୟମଠାରେ ଯୋଗଦିବସ ପାଳିତ କରାଯାଇଥିଲା। କୋରାପୁଟ ସହରର ବିଭିନ୍ନ ସ୍କଲର ଛାତ୍ରଛାତ୍ରୀ, ସୁନାବେଡା ଭିଏସ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡରମାନେ ଯୋଗଦେଇ ଯୋଗ ଅଭ୍ୟାସ କରିଥିଲେ। କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର , ନଗର ବିଜେପି ସଭାପତି ଜି .ସଂଜିବ କୁମାର , ଆରଏସଏସର ଦେବୀ ପ୍ରସାଦ କର , ଦୁଷ୍ମନ୍ତ କୁମାର ପରିଡା ପ୍ରମୁଖ ଯୋଗଦେଇଥିଲେ।

"କୋରାପୁଟଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ"

କୋରାପୁଟ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ 

କୋରାପୁଟ ; ତା୧୯-୦୬-୧୭(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର କୋରାପୁଟ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଥିବା ଜଣାପଡିଛି ।କୋରାପୁଟ ସହରରେ ଦୁରାବସ୍ଥା ହୋଇପଡିଥିବା ରାସ୍ତାର ମରାମତି କରିବା , ସହରରେ ବନ୍ଦ ହୋଇପଡିଥିବା ସିଟିବସର ପୁନଃ ପ୍ରଚଳନ , ସହରରେ ଥିବା ନାଳନର୍ଦ୍ଦମାଗୁଡିକର ପ୍ରତିଦିନ ସଫା କରିବା , ଅବସରଗ୍ରହଣ କରିଥିବା ସ୍ୱାସ୍ଥ୍ୟକର୍ମି ରଘୁନାଥ ସ୍ୱାଇଁଙ୍କ ବକେୟା ପାଉଣା ତୁରନ୍ତ ପ୍ରଦାନ କରିବା ଦାବି ଅର୍ନ୍ତଭୁକ୍ତ ଥିବା ଜଣାପଡିଛି ।ସଂଘର ସଭାପତି ରଘୁନାଥ ଦାସ , ସଂପାଦକ ଭଗବାନ ନାହାକ , ଡି .ଶଙ୍କର ରାଓ , ମନୋରଂଜନ ଶତପଥି ,ଭିମସେନ…

"କୋରାପୁଟ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ "