ହୃଦଘାତରେ ଡାକ୍ତରଙ୍କ ମୃତ୍ୟୁ

କୋରାପୁଟ ; ତା୧୮-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ହୃଦଘାତ ଯୋଗୁଁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଆର୍.ଗୌରୀ ଶଙ୍କର ପଟ୍ଟନାୟକଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ବୁଧବାର ସଂନ୍ଧ୍ୟାରେ ଡା.ପଟ୍ଟନାୟକ ଅନ୍ୟ ଡାକ୍ତର ବନ୍ଧୁ ମାନଙ୍କ ସହ ହସ୍ପିଟାଲରେ ବସି ଗପ କରୁଥିବାବେଳେ ଛାତିରେ ଯଂନ୍ତ୍ରଣା ହୋଇଥିଲା । ଇସିଜି କରିବାରୁ ହାର୍ଟ ସମସ୍ୟା ଥିବା ଜଣା ପଡିବା ପରେ ଆଇସିୟୁରେ ରଖା ଯାଇ ଚିକିସôା ଆରମ୍ଭ କରା ଯାଇଥିଲା । ତେବେ ଚିକିସôାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପ୍ରଚାର ହେବା ମାତ୍ରେ ଡାକ୍ତରଖାନା ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା…

"ହୃଦଘାତରେ ଡାକ୍ତରଙ୍କ ମୃତ୍ୟୁ"

କୋରାପୁଟ ବସଷ୍ଟାଣ୍ଡ ରାସ୍ତା କାମ ଆରମ୍ଭ

କୋରାପୁଟ ; ତା୧୮-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଅନେକ ଦିନର ଦାବି ପରେ ପୌର ପରିଷଦ ପକ୍ଷରୁ କୋରାପୁଟ ବସଷ୍ଟାଣ୍ଡ ରାସ୍ତା ମରାମତି କାମ ଆରମ୍ଭ ହୋଇଛି । ଜିଲା ପୋଲିସ ମୁଖ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ରାସ୍ତା କାମ ବସଷ୍ଟାଣ୍ଡ ଦେଇ ସିଟିକେଫ୍ ଛକ ଯାଏ ଯିବ ବୋଲି ଜଣା ପଡିଛି । ୯ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ରାସ୍ତା କାମ ଚାଲୁଥିବାବେଳେ ପୌର ଅଧ୍ୟକ୍ଷ ଭଗବାନ ବାହିନୀପତି, ସହକାରୀ ଯଂନ୍ତ୍ରୀ ଇଂ.ମନୋଜ କୁମାର ପାତ୍ର ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିଲେ ବୋଲି ଜଣାପଡିଛି ।

"କୋରାପୁଟ ବସଷ୍ଟାଣ୍ଡ ରାସ୍ତା କାମ ଆରମ୍ଭ"

ଗଛରେ ପିଟିହେଲା ବୋଲେରୋ ; ମହିଳା ମୃତ ଓ ୨ ଗୁରୁତର ବିଶାଖାପାଟଣା ସ୍ଥାନାନ୍ତରିତ

କୋରାପୁଟ ; ତା୧୮-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା କାକିରିଗୁମ୍ମା ଥାନା ପଂଚଡା ଗ୍ରାମ ନିକଟରେ ଆଜି ପୂର୍ବାହ୍ନରେ ବୋଲେରୋ ଜିପ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ସୁଶୀଲ କୁମାର ନାୟକ ଓ ଟୁନା ପୁଲେଟିଂ ୨ ଗୁରୁତରଙ୍କୁ ବିଶାପାଟଣା ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୯ ଜଣ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ବୋରିଗୁମା ଥାନା ଖୁଡିଗୁଡା ଗ୍ରାମରୁ ଏକ ବରଯାତ୍ରୀ ଦଳ ୫ଟି ବୋଲେରୋ ଜିପ ନେଇ ଗୁରୁବାର ପୂର୍ବାହ୍ନରେ କାକିରିଗୁମା ନିକଟ କଟନିପଦର ଗ୍ରାମ ଅଭିମୁଖେ ବାହାରି ଥିଲେ। ଦୃତଗତି ଯୋଗୁଁ ସେଥି ମଧ୍ୟରୁ ଗୋଟିଏ…

"ଗଛରେ ପିଟିହେଲା ବୋଲେରୋ ; ମହିଳା ମୃତ ଓ ୨ ଗୁରୁତର ବିଶାଖାପାଟଣା ସ୍ଥାନାନ୍ତରିତ"

ବିଦ୍ୟୁତ ଆଘାତରେ ସାଉଥକୋ କର୍ମର୍ଚାରୀ ଗୁରୁତର

କୋରାପୁଟ ; ତା୧୮-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ବିଦ୍ୟୁତ ଆଘାତରେ ସାଉଥକୋର ସିନିଅର ଟେକ୍ନିସିଆନ ବେଣୁ ଗୋପାଳ ରାଓ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁବାର ପୂର୍ବାହ୍ନରେ ସେ ସଦର ବ୍ଲକ ମହାଦେଇପୁଟ ଗ୍ରାମରେ ୧୧ କେଭି ଲାଇନ ସଜାଡୁଥିବାବେଳେ ହଠାତ କରେଂଟ ଚାର୍ଜ ହେବାରୁ ସେ ପୋଡିଯିବା ସହ ତଳକୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ ବିଭାଗର କର୍ମଚାରୀ ତଥା ସ୍ଥାନୀୟ ଲୋକେ ତାଙ୍କୁ କୋରାପୁଟ ହସ୍ପିଟାଲକୁ ଆଣିଥଲେ ଭର୍ତି ହୋଇ ଚିକିତ୍ସା କରାଯାଉଥିଲା। ତାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ଓ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଶ୍ରୀ ରାଓଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

"ବିଦ୍ୟୁତ ଆଘାତରେ ସାଉଥକୋ କର୍ମର୍ଚାରୀ ଗୁରୁତର"

କୋରାପୁଟ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ; ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମିଖୀନ

କୋରାପୁଟ ; ତା୧୮-୦୪-୧୮(ଓଡ଼ିଆ ପୁଅ/ରଞ୍ଜନ ଦାସ) କୋରାପୁଟ ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଉଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି।କୋରାପୁଟ ସିନେମାହଲ ଦେଇ ବାହାର ରୋଗୀଙ୍କଠାରୁ ସହରର ଲୋକେମାନେ ମେଡିକାଲକୁ ଯିବା ଆସିବା କରନ୍ତି।ପୁଚିଲାସାହି ଛକଠାରେ ରାସ୍ତା ଅଣଓସାରିଆ ହୋଇ ରହିଥିବାରୁ ଗୋଟିଏ ଚାରି ଚକିଆ ଗାଡି ଆସିଲେ ରାସ୍ତା ଜାମ ହୋଇଯାଏ।ଏହି ରାସ୍ତାକୁ ସକାଳେ ଓ ସଂଧ୍ୟା ବେଳେ ଓାନ ଓାଇ ଟ୍ରାଫିକ କଲେ ବ୍ୟବସ୍ଥା ସୁଧିରଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।କୋରାପୁଟ ମେନରୋଡରେ ବ୍ୟବସାୟୀଙ୍କ ସାମଗ୍ରୀ ବଡ ବଡ ଗାଡିରେ ଆସିରେ ରୋଡ ଉପରେ ରଖିବା ଦ୍ୱାରା ମେରୋଡ ମଧ୍ୟ ଅନେକ…

"କୋରାପୁଟ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ; ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମିଖୀନ"

ପରବ ପଡିଆ ଓ ଷ୍ଟାଡିୟମ କାମ ଝୁଲି ରହିଛି

  କୋରାପୁଟ ; ତା୧୮-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସଦର ମହକୁମାରେ ପରବ ପଡିଆ ଓ ଷ୍ଟାଡିୟମ କାମ ଝୁଲି ରହିଥିବା ବେଳେ କାର୍ଯ୍ୟ ହେବ କି ନାହିଁ ତାହା ସନ୍ଦେହ ରେ ରହିଯାଇଛି।ପୂଜାରିପୁଟଠାରେ ଥିବା ଷ୍ଟାଡିୟମରେ ଜିଲ୍ଲାର ସାଂସ୍କୃତକି ଉତ୍ସବ ପରବ ପାଳନ କରାଯାଉଥିଲା।୨୦୧୩/୧୪ ମସିହାରେ ରାଜ୍ୟ କ୍ରୀଡା ବିଭାଗ ଷ୍ଟାଡିୟମର ଉନ୍ନତି ନିମନ୍ତେ ପ୍ରସ୍ତାବ ଦେଇଥିଲେ ଓ ଷ୍ଟାଡିୟମରେ ପରବ ପାଳନ ନ କଲେ ଅର୍ଥ ରାଶହି ପ୍ରଦାନ କରାଯିବ ବୋଲି ସେତେବେଳେ ସଚିବ ଶାଶ୍ୱତ ମିଶ୍ର କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ପ୍ରେରଣ କରିଥିଲେ।କିନ୍ତୁ ଷ୍ଟାଡିୟମରେ ପରବ ଉତ୍ସବ ପାଳନ କରାଯାଉଥିବାରୁ ମଂଜୁର ହୋଇଥିବା ଅର୍ଥରାଶି ରାଜ୍ୟ ସରକାର ପ୍ରଦାନ କରି…

"ପରବ ପଡିଆ ଓ ଷ୍ଟାଡିୟମ କାମ ଝୁଲି ରହିଛି"

ବିକାଶ ବିଦ୍ୟାଳୟରେ ରକ୍ତଦାନ ଶିବିର ; ୪୫ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ ; ତା୧୮-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ବିକାଶ ବିଦ୍ୟାଳୟରେ ଏକ ରକ୍ତଦାନ ଶବିର ଆୟୋଜିତ ହୋଇଯାଇଛି ।ଏହି ଶିବିରରେ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦେଇ ରକ୍ତଦାନ କରିଥିଲେ ।ସମୁଦାୟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଜଣାପଡିଛି ।ଉକ୍ତ ଶିବିରକୁ ବିଦ୍ୟାଳୟର ସଭାପତି ରାମକୃଷ୍ଣ ସାହୁ ଉଦଘାଟନ କରିଥିଲେ ।ବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜନ ଆମ୍ଭର ସାମାଜିକ ଦାୟିତ୍ୱବୋଧର ପରିଚାୟକ ଅଟେ ବୋଲି ସେ ମତବ୍ୟକ୍ତ କରିଥିଲେ ।ବିଦ୍ୟାଳୟର ଉନ୍ନୟନ ଅଧିକାରୀ କମଳେଶ ପ୍ରସାଦ ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ରକ୍ତଦାତାମାନଙ୍କୁ ରକ୍ତଦାନ ପାଇଁ ଉସôାହିତ କରିଥିଲା ।ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ରତିକାନ୍ତ ଖଟୁଆଙ୍କ ତତ୍ୱାବଧାନରେ ଡାକ୍ତରଖାନାର…

"ବିକାଶ ବିଦ୍ୟାଳୟରେ ରକ୍ତଦାନ ଶିବିର ; ୪୫ ୟୁନିଟ ରକ୍ତ ସଂଗ୍ରହ"

ଅନ୍ଧାର ହେଲେ କୋରାପୁଟ ଡାକ୍ତରଖାନାରେ ମୋବାଇଲ ଲାଇଟରେ ଚିକିସôା ଚାଲେ

କୋରାପୁଟ ; ତା୧୮-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଜେନେରେଟର ଥିବା ସତ୍ୱେ ମୋବାଇଲ ଲାଇଟରେ ଚିକିସôା କରାଯାଉଥିବା ଦେଖିବାକୁ ମିଳିଥିଲା ।ଆଜି ସଂଧ୍ୟାରେ କାଳବୈଶାଖୀ ବର୍ଷା ଯୋଗୁଁ ହସପିଟାଲରେ ବିଦ୍ୟୁତ ଚାଲି ଯାଇଥିଲା ।ମେଡିସିନ ଅନ୍ତଃଓାର୍ଡରେ ଜେନେରେଟର ଦ୍ୱାରା ଲାଇଟ ଜଳୁଥିଲା କିନ୍ତୁ ମେଡିସିନ ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡାଙ୍କ ଚାମ୍ପରରେ ଲାଇଟ ନ ଥିଲା ଓ ଗୃହ ଅନ୍ଧାରରେ ରହିଥିଲା ।ସେହି ସମୟରେ ଜଣେ ଡାକ୍ତର ମୋବାଇଲ ଲାଇଟ ପକେଇଥିଲେ ଓ ପ୍ରଫେସର ପଣ୍ଡା ଜଣେ ଅସୁସ୍ଥ ଡାକ୍ତରଙ୍କ ଚିକିସôା ନିମନ୍ତେ ଆଲୋଚନା କରୁଥିବା ନଜର କରାଯାଇଥିଲା ।ହସପିଟଲରେ ଇଜେନକ୍ସନ ରୁମରେ ମଧ୍ୟ ଲଇଟର…

"ଅନ୍ଧାର ହେଲେ କୋରାପୁଟ ଡାକ୍ତରଖାନାରେ ମୋବାଇଲ ଲାଇଟରେ ଚିକିସôା ଚାଲେ"

ମେ ୧୫ ମଧ୍ୟରେ ଓଡିଆରେ ନାମ ଫଳକ ଲେଖା ଯିବାକୁ ନିଷ୍ପତି

କୋରାପୁଟ ; ତା୧୮-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆସନ୍ତା ମାସ ୧୫ତାରିଖ ମଧ୍ୟରେ ଜିଲାର ସମସ୍ତ ଅନୁଷ୍ଠାନର ନାମ ଓ ସୂଚନା ଫଳକ ପ୍ରଥମେ ଓଡିଆରେ ଲେଖା ଯିବା ପରେ ଅନ୍ୟ ଭାଷାରେ ଲେଖାଯିବାକୁ ଜିଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପରି ନିଷ୍ପତି ନିଆ ଯାଇଥିବା ଜଣା ପଡିଛି । ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରାୟତ ବ୍ୟାଙ୍କ, ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ସେମାନଙ୍କ ନାମ ଫଳକ ପ୍ରଥମେ ଓଡିଆରେ ଲେଖିବେ ଓ ପରେ ସେମାନଙ୍କ ପସନ୍ଦର ଭାଷାରେ ଲେଖି ପାରିବେ ବୋଲି ବୈଠକରେ ଆଲୋଚନା ହୋଇଛି ।…

"ମେ ୧୫ ମଧ୍ୟରେ ଓଡିଆରେ ନାମ ଫଳକ ଲେଖା ଯିବାକୁ ନିଷ୍ପତି"

କୋଟିଆରେ ଗ୍ରାମସଭା

କୋରାପୁଟ ; ତା୧୮-୦୪-୧୮ (ଓଡିଆପୁଅ/ରଂଜନ କୁମାର ଦାସ ) ଓଡିଶା-ଆନ୍ଦ୍ର ସୀମାରେ ଥିବା ବିବାଦୀୟ କୋଟିଆ ପଂଚାୟତରେ ଜିଲା ପ୍ରଶାସନ ପକ୍ଷରୁ ଆଜି ଗ୍ରାମସଭା ଅନୁଷ୍ଠିତ ହୋଇଛି । କୋଟିଆ ସରପଂଚ ସିଦେ୍ଧଶ୍ୱର ଗେମେଲଙ୍କ ଅଧ୍ୟକ୍ଷତାରେ ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଗ୍ରମସଭାରେ ପଟ୍ଟାଙ୍ଗି ବ୍ଲକର ସହକାରୀ ଯନ୍ତ୍ରୀ ରାଧେଶ୍ୟାମ ମେହେର , କର୍ମଚାରୀ ଓ ଅନ୍ୟାନ୍ୟ ଲାଇନ ବିଭାଗ ଅଧିକାରୀ,ସୁନାବେଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇ କୋଟିଆର ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିଛନ୍ତି । ସୂଚନା ଥାଉକି ବିବାଦୀୟ କୋଟିଆ ପଂଚାୟତର ବିକାଶ ନିମନ୍ତେ ରାଜ୍ୟ ସରକାର କିଛି ଦିନ ପୂର୍ବରୁ ୧୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ…

"କୋଟିଆରେ ଗ୍ରାମସଭା"