ସ୍ୱାମୀର ବର୍ବର କାଣ୍ଡ: ଦାନ୍ତରେ କାମୁଡି ଛିଡାଇଲା ସ୍ତ୍ରୀର କାନ

ଭୋଗରାଇ, ୨୦/୩/୨୦୧୮ (ଓଡିଆ ପୁଅ/ରାଧାକାନ୍ତ ପ୍ରଧାନ)ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସରଲପୁର ଗାଁରେ ସୋମବାର ରାତ୍ରିରେ ଘଟିଛି ଏକ ଅମାନବୀୟ ଘଟଣା। ସ୍ୱାମୀ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ସହିତ କଳି କଜିଆ କରି ଦାନ୍ତରେ କାମୁଡି କାନ ଛିଡାଇ ଦେଇଛନ୍ତି। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ସ୍ୱମୀଙ୍କୁ ଦଉଡିରେ ବାନ୍ଧି ଅଟକ ରଖିବା ସହିତ ସ୍ତ୍ରୀକୁ ଚିକିତ୍ସା ପାଇଁ ହସପିଟାଲ ନେଇ ଯାଇଥିଲେ। ସୂଚନା ଅନୁଯାୟୀ, ରସଲପୁର ପଂଚାୟତର ସେହି ଗାଁର ବିଜୟ ବାରିକଙ୍କ ଝିଅ ମମତାଙ୍କୁ ପ୍ରାୟ ୩ବର୍ଷ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ତପନ ସାହୁ ବିବାହ କରିଥିଲେ। ବିବାହ ଦିନରୁ ତପନ ଶ୍ୱଶୁର ଘରେ ରହନ୍ତି। ମାତ୍ର ବହୁ ମାତ୍ରାରେ ନିଶା…

"ସ୍ୱାମୀର ବର୍ବର କାଣ୍ଡ: ଦାନ୍ତରେ କାମୁଡି ଛିଡାଇଲା ସ୍ତ୍ରୀର କାନ"

କେନାଲ ଆଡିରୁ ଯୁବକଙ୍କ ମୃତଦେହ ଉଦ୍ଧାର – ଅଂଶୁଘାତ ଜନିତ ମୃତ୍ୟୂ ହୋଇଥିବା ସନ୍ଦେହ

ଭୋଗରାଇ, ୧୨/୩/୨୦୧୮(ଓଡିଆ ପୁଅ, ରାଧାକାନ୍ତ ପ୍ରଧାନ)ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ପଂଚାୟତର ବାଟଗ୍ରାମ-ଭୋଗରାଇ ଲକ୍ ଗେଟ କେନାଲ ବନ୍ଧ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ଆରୁହାବୃତି-୧ ପଂଚାୟତ ଅଲାଳବିନ୍ଧା ଗ୍ରାମର ରାଧାଶ୍ୟାମ ଜେନାଙ୍କ ପୁଅ ପ୍ରଦୀପ ଜେନା(୩୩) ବୋଲି ଜଣା ପଡିଛି। ପ୍ରଦୀପଙ୍କ ମୃତ୍ୟୁ ଅଂଶୁ ଘାତ ଜନିତ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଭୋଗରାଇ ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବାଟଗ୍ରାମ-ଭୋଗରାଇ ଲକ୍ ଗେଟ କେନାଲ ବନ୍ଧର ମହେଶପୁର ଘାଟଠାରୁ ପ୍ରାୟ ୩ଶହ ମିଟର ଦୂର ବନ୍ଧ ତଳ ଚାଷ ଜମି ପାର୍ଶ୍ୱରେ ମୃତ ଦେହଟି ପଡିଥିଲା। ସ୍ଥାନୀୟ…

"କେନାଲ ଆଡିରୁ ଯୁବକଙ୍କ ମୃତଦେହ ଉଦ୍ଧାର – ଅଂଶୁଘାତ ଜନିତ ମୃତ୍ୟୂ ହୋଇଥିବା ସନ୍ଦେହ"

ଆଦିବାସୀ ସାହିରେ ଲାଗିଲା ନିଆଁ, ୧୦ଟି ଗରିବ ପରିବାରର ୬ ବଖରା ଘର ଭସ୍ମୀଭୂତ

ଭୋଗରାଇ, ୧୧/୩/୨୦୧୮(ଓଡିଆ ପୁଅ, ରାଧାକାନ୍ତ ପ୍ରଧାନ)ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅଧୀନ ଦାରୁହା ପଂଚାୟତର ସେହି ଗାଁରେ ଥିବା ଆଦିବାସୀ ସାହିରେ ଶନିବାର ଅପରାହ୍ନରେ ନିଆଁ ଲାଗିବା ଦ୍ୱାରା ୧୦ଟି ଗରିବ ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଘଟଣା ସ୍ଥଳରେ ବ୍ଲକ ପ୍ରଶାସନ ଓ ଜନପ୍ରତିନିଧି ପହଂଚି ସହାୟତା ଯୋଗାଇ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଦାରୁହାର ଆଦିବାସୀ ସାହିରେ ଅନନ୍ତ ମୁର୍ମୂ, ରାମ ମୁର୍ମୂ, ମଙ୍ଗଳା ମୁର୍ମୂ, ବିମଳ କିସ୍କୁ, ମହେଶ୍ୱର କିସ୍କୁ, ଗୋପାଳ ହେମ୍ବ୍ରମ, ସୁରିଆ ହେମ୍ବ୍ରମ, ଧମା ମୁର୍ମୂ ଆଦି ଚାଷ କାମରେ ବିଲରେ ବ୍ୟସ୍ତ ଥିଲା ବେଳେ ଅଚାନକ…

"ଆଦିବାସୀ ସାହିରେ ଲାଗିଲା ନିଆଁ, ୧୦ଟି ଗରିବ ପରିବାରର ୬ ବଖରା ଘର ଭସ୍ମୀଭୂତ"

ଗୋଛିଦା ତେଘରିରେ ବ୍ଲକ ସ୍ତରୀୟ କୃଷି ସମ୍ପର୍କ ମେଳା: “ବୈଷୟିକ ପରାମର୍ଶ ଦ୍ୱାରା ହିଁ କୃଷକ ଅଧିକ ଲାଭବାନ ହୋଇ ପାରିବ”

ଭୋଗରାଇ, ୧୧/୩/୨୦୧୮(ଓଡିଆ ପୁଅ/ରାଧାକାନ୍ତ ପ୍ରଧାନ)ଭୋଗରାଇ ଚାଷ ପାଇଁ ସମଗ୍ର ରାଜ୍ୟରେ ନିଜର ଖ୍ୟାତିକୁ ବଜାଇ ରଖିଛି। “ବୈଷୟିକ ପରାମର୍ଶ ଦ୍ୱାରା ହିଁ କୃଷକ ଅଧିକ ଲାଭବାନ ହୋଇ ପାରିବ” ବୋଲି ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଉପଲକ୍ଷେ ଆୟୋଜିତ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭୋଗରାଇର ଉପାନ୍ତ ଗୋଛିଦା ତେଘରି ପଂଚାୟତର କେନ୍ଦୁଗଛ ପଡିଆରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୃଷକ ସମ୍ପର୍କ ମେଳାରେ ଆୟୋଜିତ ସଭାକୁ କ୍ଷେତ୍ର ବିଶେଷଜ୍ଞ ଶ୍ରୀଧର ଦାସ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଯୋଗଦେଇ ରବି ଋତୁରେ ଭୋଗରାଇରେ ପ୍ରାୟ ୪୦ହଜାର…

"ଗୋଛିଦା ତେଘରିରେ ବ୍ଲକ ସ୍ତରୀୟ କୃଷି ସମ୍ପର୍କ ମେଳା: “ବୈଷୟିକ ପରାମର୍ଶ ଦ୍ୱାରା ହିଁ କୃଷକ ଅଧିକ ଲାଭବାନ ହୋଇ ପାରିବ”"

ଚନ୍ଦନେଶ୍ୱର ମନ୍ଦିରର ନାଲି ବୃଷଭର ମୃତ୍ୟୁ: ବିଶାଳ ପଟୁଆରରେ ନିଆଗଲା ତାଳସାରୀ ବେଳାଭୂମି

ଭୋଗରାଇ, ୧୧/୩/୨୦୧୮(ଓଡିଆ ପୁଅ/ରାଧାକାନ୍ତ ପ୍ରଧାନ)ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବ ମନ୍ଦିରର ବିଶାଳକାୟ ନାଲି ବୃଷଭର ଶନିବାର ଅପରାହ୍ନରେ ମୃତ୍ୟୁ ହୋଇଯାଇଛି। ତାର ମୃତ ଶରୀରକୁ ଏକ ଟ୍ରାକ୍ଟରରେ ଫୁଲ, ଧୂଣା, ଧୂପ, ଅବିର ଦେଇ ସଂକିର୍ତନ କରି ଚନ୍ଦନେଶ୍ୱର ପରିକ୍ରମା କରି ତାଳସାରୀ ବେଳାଭୂମିକୁ ନେଇ ପୋତି ଦିଆ ଯାଇଛି। ‘ଲାଲା ଅମର ରହେ’ ଆଦି ଧ୍ୱନିରେ ପ୍ରକମ୍ପିତ କରି ମନ୍ଦିରର ଯୁବ ସେବାୟତ ମାନେ ତାର ଅନ୍ତିମ ସଂସ୍କାର କରିଛନ୍ତି। ସୂଚନା ଥାଉକି, ପ୍ରାୟ ୧୫ଦିନ ଧରି ସେ ଅସୁସ୍ଥ ହୋଇଥିଲା। ଏଠାକାର ଚିକିତ୍ସକଙ୍କ ଚିକିତ୍ସାରେ ସୁସ୍ଥ ନହେବାରୁ ଭୋଗରାଇ ବିଧାୟକ ଅନନ୍ତ ଦାସ ବାଲେଶ୍ୱରରୁ ଏକ ୪ଜଣିଆ ଡାକ୍ତରୀ ଦଳ ଆଣି…

"ଚନ୍ଦନେଶ୍ୱର ମନ୍ଦିରର ନାଲି ବୃଷଭର ମୃତ୍ୟୁ: ବିଶାଳ ପଟୁଆରରେ ନିଆଗଲା ତାଳସାରୀ ବେଳାଭୂମି"