ମାନ୍ୟତାରେ ୧ନମ୍ବର: ପ୍ଲାଟଫର୍ମ ମିଳୁନାହିଁ, ଆଗ ଷ୍ଟେନସରେ ଠିଆରହୁଛି ଟ୍ରେନ

ରାୟଗଡା, ୧୫।୫(ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ୍ର)- ରାୟଗଡା ରେଳଷ୍ଟେସନ। ଆୟ ପ୍ରଚୁର। ତେଣୁ ମାନ୍ୟତାରେ ୧ନମ୍ବର ଷ୍ଟେସନ। କିନ୍ତୁ ଯାତାୟତ କରୁଥିବା ଟ୍ରେନକୁ ଷ୍ଟେସନ ଭିତରକୁ ଆସିବାପାଇଁ ପ୍ଲାଟଫର୍ମ ମିଳିପାରୁନାହିଁ। ତେଣୁ ଘଣ୍ଟାଘଣ୍ଟା ଧରି ପୂର୍ବ ଷ୍ଟେସନରେ ଠିଆହୋଉଛି। ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀଙ୍କ ସହ ଘରକୁ ଫେରିଆସୁଥିବା ଯାତ୍ରୀ ଉଭୟେ ସମସ୍ୟା ଭୋଗୁଥିବାବେଳେ ଏଥିରେ ସୁଧାର ଆଣିବାକୁ କାହାର ନିଘା ପଡୁନାହିଁ। ଦକ୍ଷିଣ ଓଡିଶାର ବାଣିଜ୍ୟ ବ୍ୟବସାୟର ସହର ରାୟଗଡା। ଜିଲାରେ ୪ଟି ବୃହତ୍ତ ଶିଳ୍ପ ରହିଥିବାରୁ ସାରା ଦେଶରେ ଏହାର ମାନ୍ୟତା ଖୁବ ଅଧିକ। ଦେଶର ବଡବଡ ସହରସହ ସଂଯୋଗ ରିହଥିବାରୁ ବିଶାଖପାଟଣା ଡିଭିଜନର ରାୟଗଡାକୁ ରେଳବିଭାଗ ୧ନମ୍ବର ଷ୍ଟେସନର ମାନ୍ୟତା ଦେଇଛି। କିନ୍ତୁ…

"ମାନ୍ୟତାରେ ୧ନମ୍ବର: ପ୍ଲାଟଫର୍ମ ମିଳୁନାହିଁ, ଆଗ ଷ୍ଟେନସରେ ଠିଆରହୁଛି ଟ୍ରେନ"

ଶ୍ରମ ଶକ୍ତିର ଆଦର ନାହିଁ

ରାୟଗଡା, ୧୩।୪ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଶ୍ରମ ବହୁତବଡ ପୁଞ୍ଜି। ଶ୍ରମିକଙ୍କ ବିନା ବିକାଶ ଅସମ୍ଭବ। ତେବେ ରାୟଗଡା ଭଳି ଶ୍ରମିକ ବହୁଳ ଜିଲାରେ ଶ୍ରମ ଶକ୍ତିର ଆଦର ନାହିଁ। ଯୋଜନା ରହିଛି। କିନ୍ତୁ ଆନ୍ତରିକତା ନାହିଁ। କ୍ଷେତ୍ରରେ ଯୋଜନାର ସଫଳ ରୂପାୟନ ହୋଇପରୁନାହିଁ। ପରିଣାମ ସ୍ୱରୁପ ଏହି ଜିଲାର ଶ୍ରମଶକ୍ତି ବାହାର ରାଜ୍ୟରେ ବ୍ୟବହାର କରି ସୁଫଳ ପାଇପାରୁଥିବାବେଳେ ଏହି ଜିଲାବାସୀ କେବଳ ଜଳକା ହୋଇ ରହିଯାଇଛନ୍ତି। ୭୦ପ୍ରତିଶତ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲାର ୫୦ଭାଗ ଲୋକେ ଶ୍ରମକୁ ଜୀବିକା କରି ଜିଇଁଥାନ୍ତି। ଦିନ ମଜୁରିଆଙ୍କ ଠାରୁ ଆରମ୍ଭକରି କୃଷିକ୍ଷେତ୍ର, କଳକାରଖାନା ଆଦି ବିଭିନ୍ନ କର୍ମସଂସ୍ଥାନ ମାନଙ୍କରେ କାମ କରି ଲୋକେ ନିଜର ଦୈନନ୍ଦିନ…

"ଶ୍ରମ ଶକ୍ତିର ଆଦର ନାହିଁ"

କାଶୀପୁରରେ ବ୍ୟାପୁଛି ଚର୍ମରୋଗ: ଡଙ୍ଗାସିଲରେ ଶତାଧିକ ଶିଶୁ କାଛୁକୁଣ୍ଡିଆରେ ଆକ୍ରାନ୍ତ

ରାୟଗଡା, ୧୨।୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରୋଗବ୍ୟାଧିକୁ ନେଇ ଚର୍ଚ୍ଚିତ କାଶୀପୁର ବ୍ଲକରେ ଏବେ ଚର୍ମରୋଗ ବ୍ୟାପିବାରେ ଲାଗିଛି। ଗାଁ ମୁଣ୍ଡଦେଇ ପ୍ରବାହିତ ହେଉଥିବା ଦୁଷିତ ପାଣି ଯୋଗୁଁ ଏହା ହୋଇଥିବାର ଆଶଙ୍କା କରାଯାଉଛି। ଗତ ୨ସପ୍ତାହଧରି ଡଙ୍ଗାସିଲରେ ଶତାଧିକ ଶିଶୁ କାଛୁକୁଣ୍ଡିଆ ରୋଗରେ ଆକ୍ରାନ୍ତ ହୋଇ ଷଢ଼ୁଛନ୍ତି। ଝାଡାବାନ୍ତି, ମିଳିମିଳା, ମ୍ୟାଲେରିଆ ପରେ ବର୍ତ୍ତମାନା କାଛୁକୁଣ୍ଡିଆକୁ ନେଇ କାଶୀପୁର ବ୍ଳକ ପୁଣି ଚର୍ଚ୍ଚାର ପରିଧିକୁୁ ଆସିଛି। ଜଣେ ବା ଦୁଇଜଣ ନୁହେଁ। କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ସଦର ମହକୁମାର ଶତାଧିକା ଶିଶୁ ଏଭଳି ଚର୍ମରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି। ଗତ ୨ସପ୍ତାହ ଧରି ଗୋଟାକ ପରେ ଗୋଟିଏ ପିଲାଙ୍କୁ ଏହି କାଛୁକୁଣ୍ଡିଆ…

"କାଶୀପୁରରେ ବ୍ୟାପୁଛି ଚର୍ମରୋଗ: ଡଙ୍ଗାସିଲରେ ଶତାଧିକ ଶିଶୁ କାଛୁକୁଣ୍ଡିଆରେ ଆକ୍ରାନ୍ତ"

ଇମ୍ଫା ଝାସରେ ମଉଳିଗଲା ରେଡକ୍ରସ ଦିବସ ପାଳନ

ରାୟଗଡା, ୯।୫(ଓଡିଆ ପୁଅ/ରବିନ୍ଦ୍ରପାଟଖଣ୍ଡାଳ)- ମଙ୍ଗଳବାର ଅପରାହ୍ନରୁ ରାୟଗଡା ସହରର ଗଳିକନ୍ଦିରେ ଗୋଟିଏ କଥା ଶୁଣିବାକୁ ମିଳୁଛି ଇମ୍ଫା ଝାସରେ ମଉଳିଗଲା ରେଡକ୍ରସ ଦିବସ ପାଳନ। ପଳନ ହେଲା କିନ୍ତୁ ପୂର୍ବବର୍ଷ ଭଳିଆ ଶ୍ରଦ୍ଧା, ଆନନ୍ଦ ଓ ଜନାଭିମୂଖି ନଥିଲା। ହାତଗଣତି ଲୋକଙ୍କୁ ନେଇ ଦିବସ ପାଳନ ପ୍ରକୋଷ୍ଠରେ ଭିତରଟା ଖାଁଖାଁ ଅନୁଭବ ହେଉଥିଲା। ଏହାର ପ୍ରଭାବ ଜଣେ ମହିଳା କର୍ମଚାରୀ ଉପରେ ପଡିଥିବା କେତେକ ରେଡକ୍ରସର ଆଜୀବନ ସଭ୍ୟ ଓ ସରକାରୀ କର୍ମଚାରୀ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି। କୁହାଯାଉଛି ଇମ୍ଫା କାରଖାନା ଆଗରେ ଚାଲିଥିବା ଆନ୍ଦୋଳନର ପ୍ରଭାବ ରେଡକ୍ରସ ଦିବସ ପାଳନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୌଠକ ପ୍ରକୋଷ୍ଠ ଭିତରେ ପ୍ରତିଫଳିତ ହୋଇଛି। ଗତବର୍ଷ…

"ଇମ୍ଫା ଝାସରେ ମଉଳିଗଲା ରେଡକ୍ରସ ଦିବସ ପାଳନ"

ରାମସା ଟଙ୍କାରେ ମଉଜ: ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରୁଛି ଦୁର୍ନୀତିର ଗନ୍ଧ – ୨ବର୍ଷ ୩ ମାସର ଭିତିରି କଥା

ରାୟଗଡା, ୭।୫ (ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ)- ଅଡିଟ ରିପୋର୍ଟ ପରେ ଜିଲା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଭିତିରି କଥା ଖୋଲିବାକୁ ଲାଗିଛି। ପୂର୍ବତନ ତଥା ଅବସରପ୍ରାପ୍ତ ରାୟଗଡା ଜିଲା ଶିକ୍ଷାଧିକାରୀ ପ୍ରେମାନନ୍ଦ ରାଉତଙ୍କ ଅବସ୍ଥାନା କାଳରେ ୨୦୧୫ରୁ ୨୦୧୭ ମସିହା ୨ବର୍ଷ ୩ମାସ ମଧ୍ୟରେ ରାମସା ଟଙ୍କାରେ ମଉଜ କରିଥିବା ଭଳି ବ୍ୟାପକ ଅନିୟମିତତା ଓ ଦୁର୍ନିତିର ଗନ୍ଧ ବାହାରୁଛି। ତେବେ ସମସ୍ତ ଦୁର୍ନିତୀ ପରେ ଆତ୍ମସାତ ହୋଇଥିବା ଟଙ୍କାର ସୁଧମୂଳ ସହ ଆଦାୟ କରିବା ଓ ଅନିୟମିତତାକୁ ମାର୍ଜନା କରିବାପାଇଁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଚିଠି ଆସିଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାପନ…

"ରାମସା ଟଙ୍କାରେ ମଉଜ: ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରୁଛି ଦୁର୍ନୀତିର ଗନ୍ଧ – ୨ବର୍ଷ ୩ ମାସର ଭିତିରି କଥା"

ଇମ୍ଫାରେ ଅଚଳାବସ୍ଥା: ଷଷ୍ଠ ଦିନରେ ଗଣଧାରଣା, ନିଷ୍କର୍ସ ବାହରିପାରୁନି, ଆଲୋଚନା ବିଫଳ

ରାୟଗଡା, ୨୮।୪ (ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡ ଜିଲା ଇମ୍ଫା କାରଖାନରେ ଅଚଳାବସ୍ଥା ୬ଷ୍ଟ ଦିନରେ ପହଞ୍ଚିଛି। ଫାଟକ ସମ୍ମୁଖରେ ଆଦିବାସୀଙ୍କ ଗଣଧାରଣା ଅବ୍ୟହତ ରହିଥିବାବେଳେ ସମାଧାନ ପାଇଁ ନିସ୍କର୍ସ ବାହରିପାରୁନାହିଁ। ତ୍ରୀପାକ୍ଷିକ ଆଲୋଚନା ପାଇଁ ଆଦିବାସୀ ମେଳି ସହମତି ପ୍ରକାଶ କରିଥିବାବେଳେ ପୁଣିଥରେ ଆଲୋଚନା ବିଫଳ ହୋଇଛି। କାରଖାନାର ଅଚଳାବସ୍ଥା ଦୂର କରବାପାଇଁ ଉପଜିଲାପାଳ ପ୍ରବୀର କୁମାର ନାୟକଙ୍କ ସହ ରାୟଗଡା ବିଡିଓ ରାଜେନ୍ଦ୍ର ମାଝି, କୋଲନରା ବିଡିଓ ଶାନ୍ତିପ୍ରଭା ପ୍ରଧାନ ୟଏ ଏସଡିପିଓ ରାଜକିଶୋର ଦାସ, ଚାନ୍ଦିଲି ଥାନା ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ବେହେରା ଆନ୍ଦୋଳନକାରୀଙ୍କ ସହ ଆଲେଚନା କରିବାକୁ ପହଞ୍ଚିଥିଲେ। ପ୍ରଶାସନ ଗତକାଲି ଜିଲା ସଦର ମହକୁମାରେ ଇମ୍ଫା…

"ଇମ୍ଫାରେ ଅଚଳାବସ୍ଥା: ଷଷ୍ଠ ଦିନରେ ଗଣଧାରଣା, ନିଷ୍କର୍ସ ବାହରିପାରୁନି, ଆଲୋଚନା ବିଫଳ"

ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ କୋଣଠେସା

ରାୟଗଡା, ୨୨।୪ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ)ଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ କୋଣଠେସା ହୋଇଯାଇଛି। ଅଧିକାର ବଳରେ କାର୍ଯ୍ୟାଳୟ ସମ୍ପର୍କିତ ସୂଚନା ମାଗିବାପରେ ନିଜର କୃତ୍ୱ ଓ କର୍ତ୍ତବ୍ୟ (ଜବଚାର୍ଟ) ନିଜ ପାଖରେ ନଥିବା ତଥ୍ୟ ପ୍ରଦାନ କରିଛନ୍ତି। ସରକାର ବା ନିଜ ବିଭାଗ ତାଙ୍କୁ କାର୍ଯ୍ୟାଳୟରେ ନିଜ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇନାହାନ୍ତି। ସରକାରଙ୍କ ଠାରୁ ଏହା ଲବ୍ଧ ହେବାପରେ ଦିଆଯିବ ବୋଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ନିଜ ଦସ୍ତଖତରେ ପରେ ବିବରଣୀରେ ପ୍ରଦାନ କରିଛନ୍ତି। ରାୟଗଡା ସହରର ଜଣେ ସୂଚନା ଅଧିକାର କର୍ମୀ ସୂଚନା ଓ ଲୋକସମ୍ପର୍କ…

"ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ କୋଣଠେସା"