ବ୍ୟାଙ୍କ ଓ ଏଟିଏମ୍ ଡକାୟତର ୧୬ ଜଣ ଗିରଫ ରାୟଗଡା ପୋଲିସର ସଫଳତା

ରାୟଗଡା ତା -୦୩/୦୮/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାରେ ଦୁଇ ଦୁଇଟି ବ୍ୟାଙ୍କ ଲୁଟ ଉଦ୍ୟମ କରିଥିବା ୧୬ ଜଣ ଡକାୟତ ସମେତ ଜଣେ ସହଯୋଗୀକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ରାୟଗଡା ଏସପି ରାହୁଲ ପି ଆର ରାୟଗଡା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।ସେମାନଙ୍କ ଠାରୁ ଗୋଟିଏ ବୋଲେରୋ ଗାଡି, ୭ଟି ମୋଟର ସାଇକେଲ, ୧୬ଗୋଟି ମୋବାଇଲ, ଗୋଟିଏ ଦେଶୀ ପିସ୍ତଲ, ୪ଟି ଛୁରି ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ୨୦ ଗ୍ରାମ ସୁନା ପୋଲିସ ଜବତ କରିଛି। ଜୁଲାଇ ମାସ୧୪ ଓ ୧୫ ତାରିଖ ଦିନ ଏହି ଦଳ…

"ବ୍ୟାଙ୍କ ଓ ଏଟିଏମ୍ ଡକାୟତର ୧୬ ଜଣ ଗିରଫ ରାୟଗଡା ପୋଲିସର ସଫଳତା"

ଓଡ଼ିଶାରେ ଏପରି ଚାଲେ ସ୍ୱାସ୍ଥ୍ୟ ସେବା ! ରାୟଗଡା ଜିଲ୍ଲାର ସ୍ବାସ୍ଥ୍ୟ ସେବାର ନଗ୍ନଚିତ୍ର

ରାୟଗଡା ତା-୦୨/୦୮/୨୦୧୮ (ଓଡ଼ିଆ ପୁଅ / ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲାର ସ୍ବାସ୍ଥ୍ୟ ସେବାର ନଗ୍ନଚିତ୍ର। ଏହା ଆମ ଜିଲ୍ଲା ପାଇଁ ନୂଆ ନୁହେଁ ବାରମ୍ବାର ଏହିପରି ଦୃଶ୍ୟ ଲଜ୍ଜିତ କରିଚାଲିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ୬କି:ମି ଭାରରେ ବୋହି ଆଣିବା ପରେ ୮ କି:ମି ଅଟୋ ରିସ୍କାରେ ରୋଗୀଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଲେ ପରିବାର ଓ ଗ୍ରାମବାସୀ। ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ କରପା ଗ୍ରାମପଞ୍ଚାୟତର ଲଣ୍ତାବାଲି ଗାଁର ମହିଳା ତାକୁଲି ପ୍ରାସ୍କା (୪୨) ରୋଗୀ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କଲା ପରେ ମଧ୍ୟ ନ ଆସିବାରୁ ବାଧ୍ୟ ହୋଇ ଭାରରେ ବୋହି ଆଣିଲେ ଗ୍ରାମବାସୀ ଓ ପରିବାର। ଲଣ୍ଡାବାଲି…

"ଓଡ଼ିଶାରେ ଏପରି ଚାଲେ ସ୍ୱାସ୍ଥ୍ୟ ସେବା ! ରାୟଗଡା ଜିଲ୍ଲାର ସ୍ବାସ୍ଥ୍ୟ ସେବାର ନଗ୍ନଚିତ୍ର"

ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା ସହ ୨ ଅଟକ

ରାୟଗଡ଼ା ୧/୦୮ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକା ସହ ଡ୍ରେଞ୍ଜ ସିକକା, ସୌମ୍ୟ ରଞ୍ଜନ ନାଥଙ୍କୁ ରାୟଗଡା ପୁଲିସ ଅଟକ ରଖିଛି। ନିୟମଗିରି ପାହାଡରେ ବସବାସ କରୁଥିବା ଜନଜାତି ଡଙ୍ଗରିଆ କନ୍ଧଙ୍କ ନେତା ଏହି ତିନି ଜଣ। ରାୟଗଡା ପୁଲିସର ଏକ ସ୍ବତନ୍ତ୍ର ଟିମ ଅତି ସତର୍କତା ସହ ୩ଜଣଙ୍କୁ ପୃଥକ ପୃଥକ ସ୍ଥାନରୁ ଉଠାଇ ଆଣିଥିବା ସୂଚନା ମିଳିଛି। ପ୍ରଥମେ ୩ଜଣଙ୍କୁ ମୁନିଗୁଡା ଠାରେ ରଖାଯାଇଥିଲା। ପରେ ରାୟଗଡା ଜିଲ୍ଲା ସଦର ମହକୁମାକୁ ଆଣି ପଚରା ଉଚୁରା କରାଯାଉଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି। ଗତ କିଛି ଦିନ ଧରି ନିୟମଗିରି ପାହାଡ଼ର ଘଞ୍ଚ ଜଙ୍ଗଲ ଭିତରେ…

"ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା ସହ ୨ ଅଟକ"

ଦିବ୍ୟାଙ୍ଗ ରମେଶ ପାଇଲେ ସ୍ବର୍ଣ୍ଣ ପଦକ

ରାୟଗଡା ତା-୩୦/୦୭/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଦିବ୍ୟାଙ୍ଗ ଏଲ ରମେଶ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଆଜି। ସେ ବାଙ୍ଗଲାଦେଶକୁ ଫାଇନାଲରେ ହରାଇ ଆମଦେଶକୁ ଗୌରବ ଆଣିଦେଇଛନ୍ତି। ରମେଶ ପୋଲିଓରେ ଆକ୍ରାନ୍ତ ହୋଇ ବାମ ଗୋଡ଼ ସାମାନ୍ୟ ଛୋଟ। ତେବେ ଅଭ୍ୟାସ ଏବଂ ଇଶ୍ବରଙ୍କ ଇଚ୍ଛାଶକ୍ତି ଆଗରେ ସବୁକିଛି ସମ୍ଭବ ସେ କରିଦେଖାଇଛନ୍ତି। କ୍ରମାଗତ ଭାବେ ସେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଭାଗନେଇ ସେ ପୁରସ୍କୃତ ହୋଇଥିବା ବେଳେ ଗତ ୨ ଦିନଧରି ସେ କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ କରାଟେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ପ୍ରତିଯୋଗିତାରେ ଆଫଗାନିସ୍ତାନ, ନେପାଳ ସହ ଜିତିବା ପରେ ୭ରାଉଣ୍ଡରେ ବାଙ୍ଗଲାଦେଶ…

"ଦିବ୍ୟାଙ୍ଗ ରମେଶ ପାଇଲେ ସ୍ବର୍ଣ୍ଣ ପଦକ"

ବିଡେଡ଼ି ଶାସନରେ… ଶୁଣୁନାହିଁ ପ୍ରଶାସନ ଚିନ୍ନା ବାବୁଙ୍କ ଦୁଃଖ କାହାଣୀ

ରାୟଗଡା ତା-୩୦/୦୭/୨୦୧୮( ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ ) ଆଦିବାସୀ ଚିନ୍ନାବାବୁ ବହୁ ବର୍ଷ ଧରି ଆକୁଳ ହୋଇ କହି ଆସୁଥିଲେ ବି ତା’ ଦୁଃଖ ଶୁଣୁନାହିଁ ପ୍ରଶାସନ। ଥରକୁ ଥର କହିବାକୁ ଲାଜ ଲାଗୁଛି। ସେ ଯାହା ପାଖକୁ ଗଲେ ବି ତଥାକଥିତ ଆଜ୍ଞାମାନେ ଚୁପ୍ ବସିଛନ୍ତି। “ଦୁଃଖ ଜଣାଇ ଜିଲ୍ଲାପାଳଙ୍କୁ ଲେଖିକି ଦେଲି ଯେ ଘରଟିଏ ପାଇଁ ହେଲେ ମତେ ଖଣ୍ତେ ଚିରୁକୁଟି ଧରାଇ ଦେଇ କହିଲେ ତୁମକୁ କାନ୍ଧ ଉପରେ ଲାଉ କରି ଧରିଲେ ମଧ୍ୟ ବୁଦ୍ଧି ନାହିଁ କହି ଓଲଟା କହିଲେ। ମୁଁ ଭାଗ୍ୟକୁ ଆଦରି ଦୁଃଖରେ ଘରକୁ ଆସିଲି।” କଲ୍ୟାଣସିଂହପୁର ବିଡ଼ିଓଙ୍କ ପାଖକୁ ଯାଇଥିଲେ ମଧ୍ୟ ସେ ତା କଥା…

"ବିଡେଡ଼ି ଶାସନରେ… ଶୁଣୁନାହିଁ ପ୍ରଶାସନ ଚିନ୍ନା ବାବୁଙ୍କ ଦୁଃଖ କାହାଣୀ"

ପ୍ରଶାସନ ପକ୍ଷରୁ ଭେଳା ନିଷେଧ: ଯାତାୟତର ବ୍ୟବସ୍ଥା ନାହିଁ ଏବେ କଲ୍ୟାଣୀ ନଦୀରେ ବାଜି ଲାଗିଛି ପିଲାଙ୍କ ଜୀବନ! ପ୍ରଶାସନ କରୁଛି କ’ଣ ?

ରାୟଗଡା ତା-୨୬/୦୭/୨୦୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ପ୍ରଶାସନ କଲ୍ୟାଣୀ ନଦୀରେ ଭେଳା, ଟିୟୁବ ଚାଳିତ ଡଙ୍ଗା କିମ୍ବା ଦେଶୀ ଡଙ୍ଗା ନିଷେଧ କଲା ଜିଲ୍ଲା ପ୍ରଶାସନ। ଚଳିତ ମାସ ୨୦ ତାରିଖରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ସାମ୍ବାଦିକ ସମ୍ମିଳନୀ କରି ବିଜ୍ଞପ୍ତି ଜାରୀକଲେ ଯେ କଲ୍ୟାଣୀ ନଦୀରେ ବିପଦ ଶଙ୍କୁଳ ଭାବରେ ନଦୀରେ ଭେଳା କିମ୍ବା ମଟର ଟିୟୁବ ସାହାଯ୍ୟରେ ଯାତ୍ରା କରନ୍ତୁ ନାହିଁ। ଏହା ଧନ ଜୀବନ ହାନିହେବାର ସମ୍ଭାବନା ରହିଛି। ଏହା ମଧ୍ୟ ଆଇନ ଅନୁଯାୟୀ ଦଣ୍ତନୀୟ ଅଟେ। ଏହି ପରି ନଦୀ ପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସୂଚନା ଲଗାଯାଇଛି। ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ୫୮ସିଟ…

"ପ୍ରଶାସନ ପକ୍ଷରୁ ଭେଳା ନିଷେଧ: ଯାତାୟତର ବ୍ୟବସ୍ଥା ନାହିଁ ଏବେ କଲ୍ୟାଣୀ ନଦୀରେ ବାଜି ଲାଗିଛି ପିଲାଙ୍କ ଜୀବନ! ପ୍ରଶାସନ କରୁଛି କ’ଣ ?"

ଆନ୍ଧ୍ର ମାଛ ବିଷ ବଳୟରେ ଓଡିଶା

ରାୟଗଡା ୧୭/୦୭/୨୦୧୮( ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲାରେ ଆନ୍ଧ୍ର ମାଛ ହିଁ ଭରସା। ସହର ଠାରୁ ଗାଁ ଦାଣ୍ଡ ଯାଏ ସବୁଠି ଆନ୍ଧ୍ର ମାଛ। କେଉଁ ମାଛରେ ମିଶିଛି ଫର୍ମାଲିନ ଡିହାଇଡ ଭଳି ବିଷାକ୍ତ କେମିକାଲ ସେ ନେଇ ଲୋକେ ଅଜଣା। ବର୍ତ୍ତମାନ ଓଡିଶା ସରକାର ନିଦ ହଜିଯାଇଛି ମାଛରେ ବିଷ ବୋଲି। ସେ ପୁଣି ଆସାମ ରାଜ୍ୟ ବନ୍ଦ କଲା ଆନ୍ଧ୍ରମାଛ ତେବେ ନିଦ ଭାଙ୍ଗିଲା ଆମ ଓଡିଶା ସରକାରଙ୍କ। କୃଷି ଓ ମତ୍ସ୍ୟସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ନିର୍ଦ୍ଦେଶ ଦେଇଛନ୍ତି ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଜିଲ୍ଲାରେ ଗୋଟିଏ ଟିମ ଗଠନ କରି ବେପାରୀଙ୍କ ଠାରୁ ମାଛର ନମୁନା ଯାଞ୍ଚ କରାଯାଉ। ଯେଉଁ ମାଛରେ…

"ଆନ୍ଧ୍ର ମାଛ ବିଷ ବଳୟରେ ଓଡିଶା"

ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନକୁ ବିଭିନ୍ନ ମହଲରେ ସ୍ୱାଗତ

ରାୟଗଡା ତା-୧୪/୦୭/୨୦୧୮ (ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର (ଆଏସ) ଗତକାଲି ମୁନିଗୁଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ରଘୁବାରି ଏବଂ ଡିମ୍ବିରିଗୁଡା ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କିଛନ୍ତି। ଏହି ତଦାରଖ ପାଇଁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଆଲୋଚନା ହେଉଛି। ବିଶେଷ କରି ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ନିର୍ମାଣ କରାଯାଉଥିବା ରଘୁବାରି ଘାଟି ରାସ୍ତା କାମକୁ ସମୀକ୍ଷା କରିଛନ୍ତି। ଅଧିକାଂଶ ଜନସାଧାରଣଙ୍କ ରଘୁବାରୀ ଘାଟି କାମ ନେଇ ଦାବିକୁ ଗୁରୁତ୍ବ ଦେଇ ଜିଲ୍ଲାପାଳ ଗ୍ରାମ୍ୟ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟ ତ୍ବରାନ୍ବିତ କାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ସେ ଅଞ୍ଚଳରେ…

"ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନକୁ ବିଭିନ୍ନ ମହଲରେ ସ୍ୱାଗତ"

ଡେଙ୍ଗୁ ନେଲା ଜୀବନ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନାହିଁ

ରାୟଗଡା ତା-୧୨/୦୭/୨୦୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲାରେ ଡେଙ୍ଗୁ କାୟା ମେଲେଇ ନେଉଛି ଜୀବନ। ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନାହିଁ। ଜଣ ଜଣଙ୍କର ଯାଉଛି ଜୀବନ। ଗତ କାଲି ଜଣେ କଲେଜ ଛାତ୍ର ମିଶାଲ ରବି କୁମାର (ପ୍ରେମ) (୧୯)ଙ୍କ ଡେଙ୍ଗୁ ନେଇଛି ଜୀବନ। ସେ ରାୟଗଡା ରେଳବାଇ କଲୋନୀର ମିଶାଲ ତିରୁପତିଙ୍କ ପୁଅ ରବି କୁମାର ଅଟନ୍ତି। ତିରୁପତି ରେଳବିଭାଗ କର୍ମଚାରୀ ଗତ ରବିବାର ଦିନ ପୁଅକୁ ଜ୍ବର ହେଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ରକ୍ତ ନମୁନା ପରୀକ୍ଷାରୁ ଜଣାପଡିଥିଲା ଯେ ଡେଙ୍ଗୁ ବୋଲି ଚିହ୍ନଟ କରାଯାଇଥିଲା। ବିଶାଖାପାଟଣା…

"ଡେଙ୍ଗୁ ନେଲା ଜୀବନ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନାହିଁ"

ଆମ ଗାଁ ଆମବିକାଶର ନଗ୍ନ ଚିତ୍ର

ରାୟଗଡା ତା-୧୦/୦୭/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ଆମ ଗାଁ ଆମବିକାଶ କାର୍ଯ୍ୟକ୍ରମ ଆଜି ରାୟଗଡା ସହର ତେଜସ୍ଵୀ ହଟେଲ ସାମନା ପଡିଆରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡା ବ୍ଲକର ୨୮ଟି ପଞ୍ଚାୟତର ସରପଞ୍ଚ ଓ ବିଭିନ୍ନ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦୦୦ଲୋକ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧା ସଳଖ ଗାଁ ଲୋକ ସହ କଥା ହୋଇଥିଲେ। ଗ୍ରାମର ପ୍ରତିନିଧିମାନେ ଗ୍ରାମର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ରାୟଗଡା ସଦର ବ୍ଲକ ର ୨୮ଟି ପଞ୍ଚାୟତ ପାଇଁ ୧୬୧ ଯୋଜନା ପାଇଁ ୫କୋଟି ୮୭ ଲକ୍ଷ…

"ଆମ ଗାଁ ଆମବିକାଶର ନଗ୍ନ ଚିତ୍ର"