ଆଦିମ ଜନଜାତିଙ୍କୁ ଛଳନା: ନିୟମଗିରିରେ ଇନ୍ଦିରା ଆବାସ ଯୋଜନା ଦିଗହରା: ୯୦ ପ୍ରତିଶତ ଘର ଅଧାପନ୍ତରିଆ ଦୁର୍ଦ୍ଦିନରେ ଡଙ୍ଗରିଆ

ରାୟଗଡା ତା- ୦୩/୦୬/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଡଙ୍ଗରିଆ କନ୍ଧ ମହିଳା କ୍ରାଡାକା କାଡ। ଚାଟିକଣା ଗାଁର ଏହି ମହିଳାଙ୍କ ଘର ଦାଣ୍ଡରେ ଅଟକି ଯାଇଛି ବିକାଶ। ଇନ୍ଦିରା ଆବାସ ଯୋଜନା ନିକଟରେ ପଡିଛି ପୂର୍ଣଛେଦ। ଯୋଜନା ଅଟକି ଗଲା। ନାମ ବି ବଦଳିଗଲା। ବାରମ୍ବାର ଜିଲ୍ଲା ମୂଖିଆଙ୍କୁ ଗୁହାରି କଲେ ମଧ୍ୟ କାର୍ଯ୍ୟ ଶୂନ। କଲ୍ୟାଣସିଂହପୁର ବ୍ଳକ ପାର୍ସାଲି ପଞ୍ଚାୟତର ଏହି ମହିଳାଙ୍କୁ ଅନୁମୋଦିତ ଅର୍ଥରୁ ଟଙ୍କାଟିଏ ମଧ୍ୟ ମିଳିପାରିନାହିଁ। କେବଳ କାର୍ଡ କାହିଁକି କୃଷ୍ଣା କାଲେ, ଲକ୍ଷ୍ମଣ କାଡ୍ରାକା, ସାନ୍ଧ୍ରି କାଡ୍ରାକା, କାଡ୍ରାକା ମାଙ୍ଗଡା, କାଡ୍ରାକା ମାସୁ ଭଳି ପାର୍ସାଲି ପଞ୍ଚାୟତର ୯୦ ପ୍ରତିଶତ ହିତାଧିକାରୀଙ୍କ ଠାରେ ଏଭଳି ଅଧପନ୍ତରିଆ ଘର ସହ ଅନୁମୋଦନ…

"ଆଦିମ ଜନଜାତିଙ୍କୁ ଛଳନା: ନିୟମଗିରିରେ ଇନ୍ଦିରା ଆବାସ ଯୋଜନା ଦିଗହରା: ୯୦ ପ୍ରତିଶତ ଘର ଅଧାପନ୍ତରିଆ ଦୁର୍ଦ୍ଦିନରେ ଡଙ୍ଗରିଆ"

ଗୁଳି ବିନିମୟ ନାମରେ ହତ୍ୟାର ପ୍ରତିବାଦ: ଜୁନ ୪ରେ ମାଓବାଦୀଙ୍କ ଓଡିଶା ବନ୍ଦ ଡାକରା

ରାୟଗଡା, ୩।୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ) – ଗତ ୧୨ ତାରିଖରେ ମିଛ ଗୁଳି ବିନିମୟ ନାମରେ ବିପ୍ଳବୀଙ୍କୁ ହତ୍ୟା କରାଯାଇଛି। ସିଆରପିଏଫ ଓ ଏସଓଜି ଜବାନଙ୍କ ଦ୍ୱାରା ଓଡିଶା ରାଜ୍ୟ କମିଟିର ସଦସ୍ୟଙ୍କୁ ଧରି ଜଙ୍ଗଲ ଭିତରେ ହତ୍ୟା କରାଯାଇଛି। ଏହାକୁ ପ୍ରତିବାଦ କରି ଜୁନ ୪ତରିଖରେ ସାରା ଓଡିଶାକୁ ବନ୍ଦ ରଖିବାକୁ ଭାରତ କମ୍ୟୁନିଷ୍ଟ ପାର୍ଟୀ ମାଓବାଦୀ ସଙ୍ଗଠନର ଓଡିଶା ରାଜ୍ୟ କମିଟିର ପ୍ରବକ୍ତା ଚକ୍ର ବିଶୋଇ ଆହ୍ୱାନ ଦେଇଛନ୍ତି। ପ୍ରବକ୍ତା ବିଶୋଇ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତିଯେ, ବଲାଙ୍ଗିର ଏବଂ କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ନାମରେ ବର୍ଷବର୍ଷ ଧରି ଜନଆନ୍ଦୋଳନ ଚଳାଇଥିବା କେତେକ କମ୍ରେଡ…

"ଗୁଳି ବିନିମୟ ନାମରେ ହତ୍ୟାର ପ୍ରତିବାଦ: ଜୁନ ୪ରେ ମାଓବାଦୀଙ୍କ ଓଡିଶା ବନ୍ଦ ଡାକରା"

ରାୟଗଡା: ଜୁନ ୩ରୁ ବୁଲିବ ପରିରଥ, ବ୍ୟାଡ୍ ଟଚ୍ ଉପରେ ବାଣ୍ଟିବ ସଚେତନର ବାର୍ତ୍ତା

ରାୟଗଡା, ୨/୬/୨୦୧୭, (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଆସନ୍ତା ୩ତାରିଖରୁ ରାୟଗଡା ଜିଲାରେ ବୁଲିବା ପରିରଥ। ସାରା ଭାରତରେ ବହୁଳ ବ୍ୟବହାର ବ୍ୟାଡଟଚ ଶବ୍ଧକୁ ନେଇ ୭ଦିନ ଧରି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ, ନାଚଗିତ ଓ ସଚେତନାତ୍ମକ ସଭା ମଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟବ ବୋଲି ଏକ ଖବରଦାତା ସମ୍ମୀଳନୀରେ ରାୟଗଡା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର କହିଛନ୍ତି। ଜିଲା ପୁଲିସ କାର୍ଯ୍ୟାଳୟର କକ୍ଷରେ ଅନୁଷ୍ଟିତ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତିଯେ, ଅପ୍ରାପ୍ତ ବୟସ୍କ ଝିଅଙ୍କ ସହ ବାଳିକାଙ୍କ ଉପରେ ବଢ଼ିଚାଲିଥିବା ଯୌନ ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପରୀ ରଥର ପରିକଳ୍ପନା କରିଛିନ୍ତି। ଗତ ୨୮ତାରିଖିରେ ଏହି ରଥକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବାବେଳେ…

"ରାୟଗଡା: ଜୁନ ୩ରୁ ବୁଲିବ ପରିରଥ, ବ୍ୟାଡ୍ ଟଚ୍ ଉପରେ ବାଣ୍ଟିବ ସଚେତନର ବାର୍ତ୍ତା"

ଡିମୁଣ୍ଡିକୁ ନେଇ ବିବାଦ ତୁଟୁନି: ମାସକପରେ ଆଉଏକ ବୈଠକ

ରାୟଗଡା, ୨/୬/୨୦୧୭, (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)-ଡିମୁଣ୍ଡିକୁ ନେଇ ବର୍ଷବର୍ଷର ବିବାଦ ତୁଟୁନି। ରାୟଗଡା ଜିଲା ଉତ୍କଳ ଆଲୁମିନା କାରଖାନ ପାଖ ଗାଁକୁ ନେଇ କୌଣସି ନିସ୍କର୍ଷ ବାହରିପାରୁନାହିଁ। ପ୍ରଦୂଷଣକୁ ନେଇ ଗାଁବାସୀ ଗତ ୮ଦନ ତଳେ କାରଖାନ ଭିତରକୁ ପସି ଫାଟକ ବନ୍ଦ କରି ଆନ୍ଦୋଳ କରିବସିଥିବା ବେଳେ ଗାଁ ବାସିନ୍ଦାକୁ ନେଇ ବିସ୍ଥାପିତର ସମସ୍ତ ମାନ୍ୟତା ଦେଇ ଗାଁକୁ ସ୍ଥାନାନ୍ତର କରିବାକୁ ହୋଇଆସୁଥିବା ଦାବି ସମ୍ପର୍କରେ ଜିଲା ପ୍ରଶାସନର ଉପସ୍ଥିତିରେ ଶୁକ୍ରବାର ତ୍ରୀପାକ୍ଷିକ ଆଲୋଚନା ହୋଇଛି। ଜିଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଲୋଚନା ପାଇଁ ଏକ ବୌଠକ ଅନୁଷ୍ଟିତ ହୋଇଥିଲା। ଦିର୍ଘ ୪ଘଣ୍ଟାରୁ ଅଧିକ ସମୟ…

"ଡିମୁଣ୍ଡିକୁ ନେଇ ବିବାଦ ତୁଟୁନି: ମାସକପରେ ଆଉଏକ ବୈଠକ"

ନୂଆ ରେଲପୋଲ ଉପରେ ଗଡିଲା ଟ୍ରେନ

ରାୟଗଡା, ୩୧।୫(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା-ଥେରୁବାଲି ମଧ୍ୟଭାଗରେୁ ନାଗାବଳୀ ନଦୀରେ ନିର୍ମାଣ ହୋଇଥିବା ନୂତନା ରେଳପୋଲ ଉପରେ ଟ୍ରେନ ଗଡିବା ଆରମ୍ଭ ହୋଇଛି। ସମ୍ବଲପୁର ଡିଭିଜନର ଡିଆରଏମଙ୍କ ଉପସ୍ଥିତିରେ ଜଣେ ବରିଷ୍ଟ ଟ୍ରାକମ୍ୟାନ ସବୁଜ ପତାକା ଦେଖାଇ ଏହି ରେଳପୋଲ ଉପରଦେଇ ଚଳପ୍ରଚଳ ପାଇଁ ଅନୁମତି ଦେଇଛନ୍ତି। ଗତ ଜୁଲାଇ ୧୬ତାରିଖରେ ନାଗାବଳୀ ନଦୀରେ ଆସିଥିବା ଭୟାବହ ବନ୍ୟାର ପରିଣାମ ସ୍ୱରୁପ ବିଶାଖପାଟଣା-ରାୟପୁରକୁ ସଂଯୋଗ କରୁଥିବା ରେଳପଥର ରାୟଗଡା ଷ୍ଟେସନ ଠାରୁ ୩୦କିଲୋମିଟର ପରେ ଥେରୁବାଲି ଷ୍ଟେସନ ମଧ୍ୟଭାଗରେ ଥିବା ଅପଲାଇନ ପୋଲକୁ ଧୋଇନେଇଥିଲା। ପାଣିରେ ବଡବଡ ଚଟାଣ ଆସି ପିଟିହେବା ଫଳରେ ପୋଲର ଦୁଇଟି ପିଲର ମଝିରୁ ରେଳଧାରଣା ଛିଣ୍ଡିଯାଇଥିଲା। ଟ୍ରାକଟି ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ…

"ନୂଆ ରେଲପୋଲ ଉପରେ ଗଡିଲା ଟ୍ରେନ"

ପିଲାଚୋର ନାମରେ ହିଂସା ମହଙ୍ଗା ପଡିଲା – ରାୟଗଡାର ୨ଗିରଫ

ରାୟଗଡା, ୩୧।୫(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ପିଲାଚୋର ନାମରେ ହିଂସା ମହଙ୍ଗା ପଡିଛି। ଗୁଜବକୁ ନେଇ ମରଣାନ୍ତକ ଆକ୍ରମଣ କରିଥିବା ରାୟଗଡା ସହରର ଗୌରିଶଙ୍କର ନାଇଡୁ ଏବଂ କିଶୋଣ ଖିଲ ୨ଜଣଙ୍କୁ ପୁଲିସ ଗିରଫ କରିଛି। ମାମଲା ନମ୍ବର ୧୦୦ ପ୍ରକାରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗତ ୨୧ତାରିଖ ରାତିରେ ରାୟଗଡା ସହରରେ ହଠାତ ଗୁଜବ ଗୁଞ୍ଜୁରି ଉଠିଲା। ସୋସିଆଲ ମିଡିଆରେ ତୁହାକୁ ତୁହା ଭିଡିଓ ଫଟୋ ଭାଇରଲ ହେବାରେ ଲାଗିଲା। ସହର ଉପକଣ୍ଠ ମାଙ୍କଡଝୋଲା ଗାଁରେ ରିଫାନ ନାମକ ଜଣେ ମାନସିକ ରୂପେ ଦିବ୍ୟାଙ୍ଗଙ୍କୁ ବୁଲୁଥିବା ଦେଖି ପିଲାଚୋର ସନ୍ଦେହରେ ସଙ୍ଗବଦ୍ଧ ହୋଇ ଆକ୍ରମଣ କରିଥିଲେ। ରିଫାନ ଆହତ ହୋଇ ତଳେ ପଡିବାପରେବି…

"ପିଲାଚୋର ନାମରେ ହିଂସା ମହଙ୍ଗା ପଡିଲା – ରାୟଗଡାର ୨ଗିରଫ"

ମହିଳାଙ୍କ ଉପରେ ହାତଦେଇ ଧ୍ୱସଂ ପାଇଥିଲା କୁରୁବଂଶ

ରାୟଗଡା, ୩୧।୫(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଜଣେ ମହିଳାଙ୍କ ଉପରେ ହାତଦେଇ କୁରୁବଂଶ ଧ୍ୱସଂ ପାଇଯାଇଥିଲା। ଗତ ୨ବର୍ଷ ମଧ୍ୟରେ ୨ହଜାର ୩ଶହ ଜଣ ଶିଶୁ, ମହିଳା ଏପରିକି ବୃଦ୍ଧାଙ୍କ ଉପରେ ହୋଇଥିବା ବଳାତ୍କାର ଏହି ବିଜେଡି ସରକାରଙ୍କ ଅଧପତନର କାରଣ ହୋଇ ଠିଆହେବ ବୋଲି ପତପ୍ରାନ୍ତ ସଭା ମାଧ୍ୟମରେ ଭାଜପାର ପୂର୍ବତନ ସଭାନେତ୍ରୀ ଜୟନ୍ତୀ ପତିହାରି କହିଛନ୍ତି। ରାୟଗଡାର ଜଗପତି ଛକରେ ଅନୁଷ୍ଟିତ ମହିଳା ସୁରକ୍ଷା ଯାତ୍ରାର ଏକ ସଭାରେ ସେ ପୁଣି କହିଛନ୍ତିଯେ, ବର୍ତ୍ତମାନ ଏହାକୁ ପ୍ରତିବାଦ କରିବାର ବେଳ ଆସିଛି। ଏହି ସରକାରଙ୍କୁ ମହିଳାମାନେ ହିଁ ଉଚିତ ଜବାବ ଦେବେ ବୋଲି ସଭାରେ ଉପସ୍ଥିତ ମହିଳା ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ…

"ମହିଳାଙ୍କ ଉପରେ ହାତଦେଇ ଧ୍ୱସଂ ପାଇଥିଲା କୁରୁବଂଶ"

ଜଣେ କବି ଈଶ୍ୱରଙ୍କୁ ସୃଷ୍ଟି କରିଛନ୍ତି

ରାୟଗଡା, ୨୯।୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ବିଶ୍ୱବ୍ରହ୍ମାଣ୍ଡରେ ସାପ, ବେଙ୍ଗ, ବାଘ, ଭାଲୁ, ଘୋଡାଭଳି ବହୁ ଜୀବ ରହିଛନ୍ତି। କିନ୍ତୁ କେହି କହିନଥିଲେ। କିନ୍ତୁ କେହିଜଣେ କବି ହିଁ କହିଥିଲା ଯେ ପୃଥିବୀରେ ଜଣେ ଈଶ୍ୱର ବୋଲି ଅଛନ୍ତି। ତେଣୁ ମୋତେଲାଗେ ଈଶ୍ୱରଙ୍କୁ ଯଦି କେହି ସୃଷ୍ଟି କରିଛି ସେ ହେଉଛି କବି ବୋଲି ଓଡିଶା ସାହିତ୍ୟ ଏକାଡମୀର କାର୍ଯ୍ୟକାରୀ ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ କହିଛନ୍ତି। ରାୟଗଡା କୃଷ୍ଣଚନ୍ଦ୍ର ନଗରଭବନ ଠାରେ ଅନୁଷ୍ଟିତ ଓଡିଶା ସାହିତ୍ୟ ଏକଡାମୀର ଏକ ପକୃତି ଓ ସାହିତ୍ୟ ଶିର୍ଷକ ଏକ ଆଲୋଚନାଚକ୍ରରେ ସେ ଆହୁରି କହିଛନ୍ତିଯେ ଆଉଜଣେ ବାଲ୍ମୀକି ନାମ୍ନୀ କବି ଆସି ଈଶ୍ୱରଙ୍କ ରୂପ ସମ୍ପର୍କରେ ଲେଖି…

"ଜଣେ କବି ଈଶ୍ୱରଙ୍କୁ ସୃଷ୍ଟି କରିଛନ୍ତି"

ଟ୍ରେନ ୱାଗାନରେ ବାଲି ଓ ପଥର ଚୋରା ଚାଲାଣ ବେଳେ ଜବତ କଲେ ତହସିଲଦାର

ରାୟଗଡା ୨୭ ମଇ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଟ୍ରେନ ୱାଗାନରେ ବାଲି ଓ ପଥର ଚୋରା ଚାଲାଣ ବେଳେ ଜବତ କଲେ ତହସିଲଦାର। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଭାଲୁମାସ୍କା ରେଳ ଷ୍ଟେସନରେ ଚୋରା ଚାଲାଣ ନିମନ୍ତେ ୪ ଟି ୱାଗନରେ ବାଲି ଓ ମେଣ୍ଟାଲ୍ ଲୋଡ୍ କରାଯାଉଥିବା ବେଳେ ଖବର ପାଇ କଲ୍ୟାଣିଂହପୁର ତହସିଲଦାର ରଞ୍ଜିତା ମେରୀ ନାୟକ ଏବଂ ରାଜସ୍ବ ନିରୀକ୍ଷକ ଦେବୀ ପ୍ରସାଦ ମଲ୍ଲିକ ଭାଲୁମୁସ୍କା ରେଳ ଷ୍ଟେସନ ଉପରେ ଛଢ଼ାଉ କରି ବାଲି ଓ ମେଣ୍ଟାଲ ଭରି ୱାଗାନ ଦେଖିଲା ପରେ ଠିକାଦାରଙ୍କୁ ଆର ଫର୍ମ ମାଗିବାରୁ ବର୍ତ୍ତମାନ ନାହିଁ କହିବାରୁ ୱାଗାନ ସହ ବାଲି ଓ ମେଟାଲ ଜବତ…

"ଟ୍ରେନ ୱାଗାନରେ ବାଲି ଓ ପଥର ଚୋରା ଚାଲାଣ ବେଳେ ଜବତ କଲେ ତହସିଲଦାର"

ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ଼ କାରଖାନାର ଉତ୍ପାଦନ ବନ୍ଦ

ରାୟଗଡା : ୨୬/୦୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ଼ କାରଖାନର ଉତ୍ପାଦନ ବନ୍ଦ। ଏହି କାରଖାନାର ଚଳପ୍ରଚଳ ଥିବା ମୁଖ୍ୟ ଦ୍ବାର ଦେଇ ଧସେଇ ପଶିଲେ ଶତାଧିକ ଗ୍ରାମବାସୀ ଆନ୍ଦୋଳନ ପନ୍ଥା ନେଇଥିବାରୁ କାରଖାନାର ଉତ୍ପାଦନ ବନ୍ଦ ହୋଇଛି। ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଦୋରାଗୁଡା ସ୍ଥିତ ବୃହତ ଶିଳ୍ପ ଉତ୍କଳ ଆଲୁମିନାକୁ ଦ୍ବିମୁଣ୍ଡି ଗ୍ରାମ ବାସୀ ଆଜିକୁ ତିନିଦିନ ଧରି କାରଖାନା ମଧ୍ୟରେ ଧାରଣାରେ ବସିଛନ୍ତି। କାରଣ ଉତ୍କଳ ଆଲୁମିନା କାରଖାନା ପାର୍ଶ୍ୱରେ ଥିବା ଦ୍ବିମୁଣ୍ଡି ଗ୍ରାମରେ ବସବାସ କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ଯେ କାରଖାନା ଦ୍ବାରା ବହୁ ପ୍ରଦୂଷଣ ହୋଇ ଲୋକେ ନାନା ପ୍ରକାର ରୋଗରେ ଆକ୍ରାନ୍ତ…

"ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ଼ କାରଖାନାର ଉତ୍ପାଦନ ବନ୍ଦ"