ଗ୍ରାଉଣ୍ଡ ଜିରୋରୁ ବିଜେପୁର ଉପନିର୍ବାଚନ: ଚିତ୍ର ଅସ୍ପଷ୍ଟ। ଆତ୍ମ ସମର୍ପଣ କରିଛି କଂଗ୍ରେସ !

ଭୁବନେଶ୍ୱର ୨୨-୨ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆଜି ପ୍ରଚାରର ଶେଷ ଦିନ। ରାଜନୈତିକ ଚଳଚଂଚଳ ଆଶାତୀତ ଭାବରେ ବୃଦ୍ଧି ପାଇଛି ବିଜେପୁରରେ। କେବଳ ଓଡିଶା କାହିଁକି ସାରା ଦେଶରେ ଏବେ ରାଜନୈତିକ କେନ୍ଦ୍ରବିନ୍ଦୁ ସାଜିଛି ବିଜେପୁର। କଣ ହେବ ଫଳାଫଳ ? ଆସନ୍ତା ୨୪ ତାରିଖ ଦିନ ଭୋଟ। ୨୮ ତାରିଖ ଦିନ ଗଣତି। ମାତ୍ର ଆଜି ପର୍ଯ୍ୟନ୍ତ ଚିତ୍ର ଅସ୍ପଷ୍ଟ। କୌଣସି ରାଜନୈତିକ ଦଳ ନିଜ ଭିତରେ ଦୃଢ ବିଶ୍ୱାସ ରଖି ପାରୁ ନାହିଁ ଯେ, ଏହି ଉପ ନିର୍ବାଚନରେ ସେ ବିଜୟୀ ହେବ। ଆଶା ଓ ଆଶଙ୍କା ଭିତରେ ସବୁ ରାଜନୈତିକ ଦଳର ବଡ ପଣ୍ଡାମାନେ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁର…

"ଗ୍ରାଉଣ୍ଡ ଜିରୋରୁ ବିଜେପୁର ଉପନିର୍ବାଚନ: ଚିତ୍ର ଅସ୍ପଷ୍ଟ। ଆତ୍ମ ସମର୍ପଣ କରିଛି କଂଗ୍ରେସ !"

ଫେବୃୟାରୀ ୯ ରୁ ଆରମ୍ଭ ହେବ ତୃତୀୟ ଗୋଲଡେନ୍ ଟ୍ରାଙ୍ଗେଲ୍ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବ

ଭୁବନେଶ୍ୱର ୪-୨ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଗୋଲଡେନ୍ ଟ୍ରାଙ୍ଗେଲ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବ। ଚାରି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ୧୨ ତାରିଖରେ ସରିବ। ଭୁବନେଶ୍ୱର ଜୟଦେବ ଭବନ ଠାରେ ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଗୋଲ୍ ଡେନ୍ ଟ୍ରାଙ୍ଗେଲ୍ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବର ସଭାପତି ତଥା ସାମ୍ବାଦିକ ଶ୍ରୀଯୁକ୍ତ ପ୍ରିୟରଂଜନ ସାହୁ ଆଜି ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଦେଶ/ବିଦେଶରୁ ଅନେକ ଚଳଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ପ୍ରମୁଖ ଏଥିରେ ଅଂଶ୍ର ଗ୍ରହଣ କରିବେ। ରୁଷିଆ, କିର୍ ଗିଜ୍ ସ୍ଥାନ, ୟୁକ୍ରେନ, ଆରମେନିଆ, ଇରାନ୍,…

"ଫେବୃୟାରୀ ୯ ରୁ ଆରମ୍ଭ ହେବ ତୃତୀୟ ଗୋଲଡେନ୍ ଟ୍ରାଙ୍ଗେଲ୍ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବ"

ବିଜେପୁର ଉପନିର୍ବାଚନ: ବିଜେଡି ଓ ବିଜେପି ପାଇଁ କଣ୍ଟା ସାଜିବେ ରିପୁ !

ଭୁବନେଶ୍ୱର ୨୮-୧ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ସମସ୍ତ କଳ୍ପନାର ଅବସାନ ଘଟିଛି। ଶେଷରେ ବିଜେପୁର ଉପ ନିର୍ବାଚନ ତାରିଖ ଘୋଷଣା ହୋଇଛି। ବିଜେଡି ରୀତା ସାହୁଙ୍କୁ ବହୁ ପୂର୍ବରୁ ପ୍ରାର୍ଥି ଘୋଷଣା କରି ସାରିଛି। ଆସନ୍ତା ୫ ତାରିଖରେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ବିଜେପି ଆଜି ବିଜେପୁର ପ୍ରାର୍ଥିତ୍ୱ ନେଇ ଦଳୀୟ କାର୍ଯ୍ୟାଳୟ ଠାରେ ଗୋଟିଏ ସମୀକ୍ଷା ବୌଠକ କରିଥିଲା। ଆସନ୍ତା ଦୁଇ ଦିନ ମଧ୍ୟରେ ସେ ତାର ପ୍ରାର୍ଥô ଘୋଷଣା କରିବା। ବାକି ରହିଲା କଂଗ୍ରେସ। ଗତକାଲି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଇ ଥିଲେ। ବିଜେପୁର ଉପ…

"ବିଜେପୁର ଉପନିର୍ବାଚନ: ବିଜେଡି ଓ ବିଜେପି ପାଇଁ କଣ୍ଟା ସାଜିବେ ରିପୁ !"

ବିଜେପିର ମିଶ୍ରଣ ପର୍ବ: ଧର୍ମେନ୍ଦ୍ର ପଚାରି ଥିବା ପ୍ରଶ୍ନର ଉତ୍ତର ରଖିବ କିଏ ?

ଭୁବନେଶ୍ୱର ୨୦-୧ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆଜି ଅନୁଷ୍ଠିତ ହୋଇଥିଲା ଓଡିଶା ବିଜେପିର ମହା ମିଶ୍ରଣ ପର୍ବ। ଏଥିରେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାର ସିଂ ତାଙ୍କ ଶତାଧିକ କର୍ମୀଙ୍କ ସହିତ ଯୋଗ ଦେଇଥିଲେ। ତତ୍ ସହିତ ଓଲିଉଡ୍ ଇଣ୍ଡଷ୍ଟ୍ରୀର ଦୁଇ ଆଗ ଧାଡିର କଳାକାର ମିହିର ଦାସ ଓ ଅନୁ ଚୌଧୁରୀ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ଏହା ନିଶ୍ଚିତ ଭାବରେ ଧର୍ମେନ୍ଦ୍ରଙ୍କର ଗୋଟାଏ ମାଷ୍ଟର ଷ୍ଟ୍ରୋକ୍ ଥିଲା। ଓଡିଶାରେ ଚଳଚିତ୍ର ଜଗତର କଳାକାରଙ୍କୁ ରାଜନିତୀରେ ଭର୍ତ୍ତି କରିବାର ପରମ୍ପରା ଯଦିଓ ଆଗରୁ ଥିଲା ମାତ୍ର ୨୦୦୯ ମସିହାରେ ବିଜେଡି ଏହି ପରମ୍ପରାକୁ ତ୍ୱରାନ୍ୱିତ…

"ବିଜେପିର ମିଶ୍ରଣ ପର୍ବ: ଧର୍ମେନ୍ଦ୍ର ପଚାରି ଥିବା ପ୍ରଶ୍ନର ଉତ୍ତର ରଖିବ କିଏ ?"

ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ବିଭାଜନ ଆଡକୁ ମୁହାଁଉଛି ବିଜେଡ଼ି

ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ- ପ୍ରିୟରଂଜନ ସାହୁ) ଓଡ଼ିଶାରେ ଶାସିତ ବିଜେଡ଼ିରେ ଏବେ ଅସନ୍ତୋଷ ଚରମ ସୀମାରେ। ଦୀର୍ଘ ଦିନ ଧରି ରହିଥିବା ପୁଞ୍ଜିଭୁତ ଅସନ୍ତୋଷ ଏବେ ପଦାକୁ ବାହାରିଲାଣି। ୨୦୧୮ ଅର୍ଥାତ୍ ଏହି ବର୍ଷ ଡିସେମ୍ବର ମାସରେ ସାଧାରଣ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବାର ଖବର ପ୍ରକାଶ ପାଇବା ପରେ ଏବେ ରାଜନିତୀ ସରଗରମ। ଦୀର୍ଘ ୧୭ ବର୍ଷ ଧରି ଓଡ଼ିଶାରେ ଏକଚାଟିଆ ଶାସନ କରୁଛି ବିଜେଡି। ତେଣୁ ଏଥର ନିଶ୍ଚିତ ଭାବରେ ଦଳ ଘୋର ପ୍ରତିଦ୍ୱନ୍ଦିତାର ସମ୍ମୁଖିନ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ। ତା ପୂର୍ବରୁ ଦଳ ଭିତରେ ଅନ୍ତର୍ନ୍ଦ୍ୱନ୍ଦ ମୁଖିଆଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହି ବର୍ଷ…

"ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ବିଭାଜନ ଆଡକୁ ମୁହାଁଉଛି ବିଜେଡ଼ି"