ଶେଷ ହେଲା ଦାମଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର ୧୪-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ନିଜ ତୁଣ୍ଡ ଉପରେ ନିୟଂତ୍ରଣ ରହିଲା ନାହିଁ। ଶେଷରେ ଦଳରୁ ବିଦା ହେଲେ ଦାମୋଦର ରାଉତ୍। ପୂର୍ବରୁ ମଧ୍ୟ ଏଭଳି ଆଚରଣ ପାଇଁ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିସ୍କାର କରିଥିଲା। ପୁଣି ଘଟଣା ଚକ୍ରରେ ସେ ଦଳରେ ସାମିଲ ହୋଇ ଥିଲେ ଏବଂ ୨୦୧୪ ନିର୍ବାଚନ ଜିତି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ। ୨୦୧୪ ମସିହାରେ ମନ୍ତ୍ରୀ ହେବାର କିଛି ବର୍ଷ ପରେ ସେ ପୁଣି ତାଙ୍କର ପୁରୁଣା ପ୍ରକୃତିକୁ ଦୋହରାଇଥିଲେ। ସରକାରକୁ କ୍ଷତି ପହଁଚାଇଲା ଭଳି ବିଭିନ୍ନ ନକାରାତ୍ମକ ମନ୍ତବ୍ୟ ଦେଇ ଥିଲେ। ତେଣୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଣି ମନ୍ତ୍ରୀମଣ୍ଡଳରୁ ବିଦା…

"ଶେଷ ହେଲା ଦାମଙ୍କ ରାଜନୈତିକ କ୍ୟାରିୟର"

ଲୋକପ୍ରିୟତା ହରାଇଥିବା ଜନ ପ୍ରତିନିଧି ଯିବେ ବିଧାନ ପରିଷଦକୁ

ଭୁବନେଶ୍ୱର ୬-୮ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ବିଧାନପରିଷଦ ଗଠନ ନେଇ ରାଜ୍ୟ ସରକାର ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପରିପ୍ରକାଶ କରିବା ପାଇଁ ବିଜେଡି ସରକାର ଜୋର୍ସୋର୍ରେ ଲାଗିପଡିଛି। ସରକାରଙ୍କ ଏହି ପ୍ରୟାସକୁ ବିରୋଧି ସମାଲୋଚନା କରୁଛନ୍ତି। ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ନବୀନ ସରକାରର ଏହା ଏକ ସୁଚିନ୍ତିତ ଯୋଜନା ବୋଲି ମତବ୍ୟକ୍ତ କରୁଛନ୍ତି। ଟିକେଟ୍ ଆଶାୟୀ ତଥା ଅନ୍ୟ ଦଳରୁ ଆମଦାନୀ ହୋଇଥିବା ନେତାଙ୍କୁ ଥଇଥାନ କରିବା ପାଇଁ ବିଜେଡି ସରକାର ବିଧାନ ପରିଷଦର ପରିକଳ୍ପନା କରିଛି ବୋଲି ବିରୋଧି ମତ ଦେଉଛନ୍ତି। ଓଡିଶା ବିଧାନସଭାର ସଦସ୍ୟ ସଂଖ୍ୟା ହେଉଛି…

"ଲୋକପ୍ରିୟତା ହରାଇଥିବା ଜନ ପ୍ରତିନିଧି ଯିବେ ବିଧାନ ପରିଷଦକୁ"

ବିଜେଡିର ଭରସା ସରକାରୀ ବାବୁ

ଭୁବନେଶ୍ୱର ୨୯-୭ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତାଙ୍କ ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ସବୁଠାରୁ ଆଗରେ ରହିଛି ଶାସକ ବିଜେଡି। ବିଭିନ୍ନ ପ୍ରକାର ଲୋଭନୀୟ ସରକାରୀ ଯୋଜନାମାନ ପ୍ରସ୍ତୁତ କରି ଓଡିଶାର ଜନସାଧାରଣଙ୍କର ଆହୁରି ନିକଟତର ହେବା ପାଇଁ ପ୍ରସ୍ତୁତି ପଥରେ ଦଳ। ଏ କ୍ଷେତ୍ରରେ ବିଜେପି ଓ କଂଗ୍ରେସ ବହୁତ ପଛରେ ପଡିଯାଇଛନ୍ତି। ବିଜେପି ନେତାମାନେ କେନ୍ଦ୍ରୀୟ ଯୋଜନା ଗୁଡିକର ଧାରାବିବରଣୀ ଜନସାଧାରଣଙ୍କ ନିକଟରେ ପହଁଚାଇବାର ଅହରହ ଉଦ୍ୟମ ଜାରି ରଖିଛି। ମାତ୍ର ମାଷ୍ଟରଷ୍ଟ୍ରୋକ୍ ମାରି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତୃତୀୟ ମହଲାର ଅଫିସର। କଂଗ୍ରେସ ଦଳ ଲୋକଙ୍କୁ ଦିନରେ ଚନ୍ଦ୍ର…

"ବିଜେଡିର ଭରସା ସରକାରୀ ବାବୁ"

ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେବେ ଶତାଧିକ ବିଜେଡି ନେତା

ଭୁବନେଶ୍ୱର(ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଛାଡିବା ପାଇଁ ଏକ ପ୍ରକାର ମନସ୍ଥ କରି ସାରିଲେଣି ଅନେକ ବିଜେଡି ନେତା। ଏହି ନେତାମାନେ ଏବେ ବିଜେଡିରେ ଅଲୋଡା। ଆସନ୍ତା ନିର୍ବାଚନରେ ଟିକେଟ ପାଇବେନି ବୋଲି ଦୃଢ ନିଶ୍ଚିତ ହୋଇ ସାରିଲେଣି। ତେଣୁ ଡୁବି ଯାଉଥିବା ରାଜନୈତିକ କ୍ୟାରିୟରକୁ ବଂଚାଇବାକୁ ଯାଇ ଏମାନେ ଦଳ ତ୍ୟାଗ କରିବେ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣା ପଡିଛି। ବିଜେଡିର ବରିଷ୍ଠ ନେତା ଡଃ ଦାମୋଦର ରାଉତ ଏବେ ବିଜେଡିରେ କଣଠୋସା। ପିତା ପୁତ୍ର ଫର୍ମୁଲାରେ ଏବେ ସିଏ ଅଣ ନିଶ୍ୱାସୀ। ତାଙ୍କ ପୁତ୍ର ସମ୍ବିତଙ୍କୁ ଏବେ ବିଜେଡି ଗୁରୁତ୍ୱ ଦେଉଛି। ଏହାର ଏକମାତ୍ର କାରଣ…

"ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେବେ ଶତାଧିକ ବିଜେଡି ନେତା"

ବିଜେଡି ବିଭାଜନ ପାଇଁ ପ୍ରସ୍ତୁତ ହେଉଛି ଖସଡ଼ା

ଭୁବନେଶ୍ୱର ୧୮-୬ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରି ଦେଲେଣି। ଓଡିଶାରେ ଶାସକ ବିଜେଡି ପୁନର୍ବାର କ୍ଷମତା ଦଖଲ ପାଇଁ ଆପଣାଉଛି ବିଭିନ୍ନ ରଣନୀତି। ଯେହେତୁ ଏହି ଦଳ ସରକାରରେ ଅଛି ତେଣୁ ବିଭିନ୍ନ ଯୋଜନାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ନିକଟତର ହେବା ପାଇଁ ଚେଷ୍ଟା କରୁଛି। ଅପରପକ୍ଷରେ ଏଥର ବିଜେପି ରାଜ୍ୟରେ କ୍ଷମତା ଦଖଲର ସ୍ୱପ୍ନ ଦେଖୁଛି। କେନ୍ଦ୍ରରେ ବିଜେପି ସରକାର ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ କେନ୍ଦ୍ରର ବିଭିନ୍ନ ଲୋକପ୍ରିୟ ଯୋଜନାକୁ ପାଥେୟ କରି ଆଗେଇ ଚାଲିଛି ବିଜେପି। ରାଜ୍ୟ କଂଗ୍ରେସ ବି ପଛରେ…

"ବିଜେଡି ବିଭାଜନ ପାଇଁ ପ୍ରସ୍ତୁତ ହେଉଛି ଖସଡ଼ା"

୮୦ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଆପାତତଃ ଚୁଡାନ୍ତ !

ଭୁବନେଶ୍ୱର ୧୧ ମଇ (ଓଡିଆ ପୁଅ-ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୮୦ ବିଧାନସଭା ଆସନରେ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଆପାତତଃ ଚୁଡାନ୍ତ କରି ସାରିଥିବା ଏକ ବିଶ୍ୱସ୍ତ ସୁତ୍ରରୁ ଜଣା ପଡିଛି। ତନ୍ମଧ୍ୟରୁ ୪୨ ଜଣ ବିଧାୟକଙ୍କ ଟିକଟ କଟାଯାଇଛି। ଏହା ଏତେ ଗୁପ୍ତ ଭାବରେ କରାଯାଉଛି ଯେ, ବିଜୁ ଜନତା ଦଳର କୌଣସି ନେତା, ବିଧାୟକ, ସାଂସଦ ଏହାର ପତ୍ତା ପାଉ ନାହାଁନ୍ତି। ଯେଉଁ ନିର୍ବାଚନମଣ୍ଡଳୀରେ ନୂଆ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ କିଛି କୁହା ନ ଯାଇଥିଲେ ବି ନିଜ ଏରିଆରେ ଯାଇ ନିର୍ବାଚନ କାମକୁ ତ୍ୱରାନ୍ୱିତ କର ବୋଲି ତୃତୀୟ ମହଲାରୁ ନିର୍ଦ୍ଦେଶ…

"୮୦ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଆପାତତଃ ଚୁଡାନ୍ତ !"

ବିଜେଡି ଲବିରେ ଶ୍ରୀକାନ୍ତ !

ଭୁବନେଶ୍ୱର ୩-୫ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏକ ପ୍ରକାର ଏକ ଘରକିଆ ହୋଇ ଯାଇଛନ୍ତି କହିଲେ ଚଳେ। ତାଙ୍କର କୌଣସି ପରାମର୍ଶ ନା ସଭାପତି ଗ୍ରହଣ କରୁଛନ୍ତି ନା ତିନି କାର୍ଯ୍ୟକାରୀ ସଭାପତି। କଂଗ୍ରେସରେ ଯୋଗ ଦେବା ପର ଠାରୁ ଶ୍ରୀକାନ୍ତଙ୍କ ଗୋଟିଏ ଲକ୍ଷ୍ୟ ଥିଲା କଂଗ୍ରେସରେ ଥିବା ପଟ୍ଟନାୟକ ପ୍ରଭାବ ଦୂର କରିବେ। ଏଥିରେ ସେ ଅନେକାଂଶରେ ସଫଳ ମଧ୍ୟ ହୋଇ ଯାଇଥିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ନିରଞ୍ଜନଙ୍କୁ ସଭାପତି ପଦରୁ ହଟାଇବାରେ ସେ ସଫଳ ହୋଇଥିଲେ। ତା ପରେ ତାଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ…

"ବିଜେଡି ଲବିରେ ଶ୍ରୀକାନ୍ତ !"

ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି

ଭୁବନେଶ୍ୱର ୨୦-୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ସବୁ କଳ୍ପନାଜଳ୍ପନାର ଅବସାନ ପରେ ନିରଞ୍ଜନ ପଟ୍ଟନାୟକ ଓଡିଶା କଂଗ୍ରେସର ମଙ୍ଗ ଧରିଲେ। ଦୀର୍ଘ ପାଞ୍ଚ ବର୍ଷ ପରେ ସେ ପୁନର୍ବାର ଓଡିଶାର କଂଗ୍ରେସ ସଭାପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ସେ ସଭାପତି ହେଲା ପରେ ଓଡିଶା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଡୁବି ଯାଇଥିବା ଓଡିଶା କଂଗ୍ରେସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ନିରଞ୍ଜନ ସଭପତି ଦାୟିତ୍ୱରେ ଥିଲେ। ସେହି ସମୟରେ କଂଗ୍ରେସ ସୁଧୁରି ଆସିଥିଲା। ଶାସକ ବିଜେଡିର ଏକ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ଉଭା ହୋଇ ଆସୁଥିଲା। ତାଙ୍କ ସମୟରେ କଂଗ୍ରେସ…

"ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି"

ଛକାପଞ୍ଜାରେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର ୧୬- ୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ତରଫରୁ ପ୍ରାକ୍ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇ ଗଲାଣି କହିଲେ ଚଳେ। ବିଜେଡି, କଂଗ୍ରେସ ଓ ବିଜେପି ସମସ୍ତେ ନିଜ ନିଜ ରଣନିତୀ ପ୍ରସ୍ତୁତ କରିବାରେ ବ୍ୟସ୍ତ। କିଏ ଅନ୍ୟ ଦଳରୁ ନେତା ଆମଦାନୀ କରିବାରେ ବ୍ୟସ୍ତ ତ କିଏ ରାଜ୍ୟ ପାଇଁ ବିଭିନ୍ନ ଲୋଭନୀୟ ଯୋଜନା ମାନ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ। ତତ୍ସହିତ ସାଂଗଠନିକ ଅଦଳବଦଳ ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋର୍ସୋର୍ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପୁର ପରାଜୟ ପରେ ଉଭୟ କଂଗ୍ରେସ ଓ ବିଜେପିର…

"ଛକାପଞ୍ଜାରେ ବିଜେପି ଓ କଂଗ୍ରେସ"

କଂଗ୍ରେସ ମନ୍ଥନ, ବାହାରିବ ବିଷ !

ଭୁବନେଶ୍ୱର ୨୭-୩ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ଶାସିତ ବିଜୁ ଜନତା ଦଳର ଏବେ କଂଗ୍ରେସ ମନ୍ଥନ ଚାଲିଛି। ଆଗକୁ ସାଧାରଣ ନିର୍ବାଚନ ଆସୁଛି। ବିଜେପୁର ଉପ ନିର୍ବାଚନ ପରେ ରାଜନୈତିକ ପାଣିପାଗ ଯାହା କହୁଛି, ବିଜେଡି ପ୍ରଣ୍ଟ ଫୁଟ୍ ରେ ଅଛି। ବିଜେପି ଏଥର କଡା ଟକ୍କର ଦେବ। କଂଗ୍ରେସ ଖାତା ଖୋଲିବା ନେଇ ପ୍ରଶ୍ନବାଚୀ। ତେଣୁ ମୁଖ୍ୟ ଲଢେଇ ବିଜେଡି ଓ ବିଜେପି ଭିତରେ ହେବ। ବିଜେପୁରରେ ବିଜେଡି କଂଗ୍ରେସକୁ ଅକ୍ତିଆର କରି ସଫଳତା ହାସଲ କରିଥିଲା। ସେହି ଫର୍ମୁଲାକୁ ଆସନ୍ତା ସାଧାରଣ ନିର୍ବାଚନରେ ଆପଣେଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ରାଜ୍ୟ କଂଗ୍ରେସର ଦୟନୀୟ ଅବସ୍ଥାରୁ ଫାଇଦା ଉଠାଇବା ପାଇଁ…

"କଂଗ୍ରେସ ମନ୍ଥନ, ବାହାରିବ ବିଷ !"