ଯାଜପୁର ଜିଲ୍ଲା ପୋଲିସର ଦ୍ୱାରା ଟମକା ଥାନାରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର

ଯାଜପୁର, ତା ୮ ସେପ୍ଟେମ୍ବର, (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଯାଜପୁର ଜିଲ୍ଲା ପୋଲିସ ସହାୟତାରେ ଟମକା ଥାନା ପରିସରରେ ଏକ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିରରେ ପୋଲିସର ମୁଖ୍ୟ ଉଦ୍ଦେଶ୍ୟ ହେଲା ରକ୍ତ ଅଭାବରୁ କୈଣସି ମନ୍ୟୁଷ୍ୟକୁ ମରିବା ପାଇ ଦେବା ନାହିଁ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ନଗର ଆଡିସନାଲ୍ ଏସପି ରାଜକିଶୋର ଦୋରା ଫିତା କାଟି ଶିବିରଟିକୁ ଉଦଘାଟନ କରିଥିଲେ। ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଦାନଗଦି ତହସିଲ ଦାର ବୁଲବୁଲ୍ ବେହେରା, ବ୍ଲକ ଚେୟାରମ୍ୟନ ଲୋପାମୁଦ୍ରା ନାୟକ ଓ ଟମକା ଥାନା ଆଇଆଇସି ପାରାଓ ଟୁଡୁ ଉପସ୍ଥିତ ରହିଥିଲେ। ଟମକା ଅଞ୍ଚଳର…

"ଯାଜପୁର ଜିଲ୍ଲା ପୋଲିସର ଦ୍ୱାରା ଟମକା ଥାନାରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର"

ବି.ଇ.ଡି ଶିକ୍ଷକ ମହାସଂଘ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭକୁ ନେଇ ପ୍ରସ୍ତୁତି ବୈଠକ

ହରିଚନ୍ଦନପୁର, ୦୮ସେପ୍ଟେମ୍ବର(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ବି ଇ ଡି ଶିକ୍ଷକ ମହାସଂଘ ଓଡିଶାର ହରିଚନ୍ଦନପୁର ବ୍ଲକ ଶାଖାର କର୍ମକର୍ତାମାନେ ଓଡିଶା ସରକାରଙ୍କ ବିରୋଦ୍ଧରେ ବିକ୍ଷୋଭ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହରିଚନ୍ଦନପୁର ନୋଡାଲ ଉ.ପ୍ରା ବିଦ୍ୟାଳୟରେ ସଭାପତି ଶ୍ରୀଯୁକ୍ତ ଶିରିଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବର୍ଗର ବି.ଇ.ଡି ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ୧୦/୯/୨୦୧୮ ରିଖରେ ୬ଦଫା ଦାବିକୁ ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ତାହାକୁ ନେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିକ୍ଷୋଭସ୍ଥଳରେ ଉପସ୍ଥିତ ରହି ସହଯୋଗ କରିବାକୁ ସଭାପତି ନିବେଦନ କରିଥିଲେ। ସୂଚନା ମୁତାବକ ଶିକ୍ଷକମାନଙ୍କ ଦାବି ଅନୁଯାୟୀ…

"ବି.ଇ.ଡି ଶିକ୍ଷକ ମହାସଂଘ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭକୁ ନେଇ ପ୍ରସ୍ତୁତି ବୈଠକ"

କ୍ରମାଗତ ଭାବେ ତୈଳ ଦର ବୃଦ୍ଧିକୁ ନେଇ ବ୍ଲକ ବିଜେଡି ପକ୍ଷରୁ ୨ଘଣ୍ଟିଆ ପ୍ରତିବାଦ

ହରିଚନ୍ଦନପୁର ୮ ସେପ୍ଟେମ୍ବର, (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସୂଚନା ମୁତାବକ ଆଜକୁ କେନ୍ଦ୍ର ସରକାର ଗତ ୪ବର୍ଷ ମଧ୍ୟରେ ଡିଜେଲ ଉପରେ ୩୩୧ପ୍ରତିଶଧ ଏବଂ ପେଟ୍ରୋଲ ଉପରେ ୧୦୫ପ୍ରତିଶଧ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଲଗାତାର ହ୍ରାସ ପାଇବା ପରେ ମଧ୍ୟ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପ୍ରତି ୧୨ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୧୫ଟଙ୍କା ବଢାଇଛନ୍ତି। ଯାହା ଫଳରେ ସବୁ ସାମଗ୍ରୀର ଦରବୃଦ୍ଧି ମାତ୍ରାଧିକ ହୋଇଯାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାଜପା ଏବଂ କଂଗ୍ରେସ ଶାସିତ ରାଜ୍ୟ ସରକାର ଅଧିକ ଭାଟ ନେଉଛନ୍ତି, ମାତ୍ର ଓଡିଶାରେ ତାହା ବହୁତ କମ୍ ରହିଛି।…

"କ୍ରମାଗତ ଭାବେ ତୈଳ ଦର ବୃଦ୍ଧିକୁ ନେଇ ବ୍ଲକ ବିଜେଡି ପକ୍ଷରୁ ୨ଘଣ୍ଟିଆ ପ୍ରତିବାଦ"

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ହରିଚନ୍ଦନପୁର,ତା ୦୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀ ଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ କରାଯାଇଛି । ସରସ୍ୱତୀ ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ରାଧା କୃଷ୍ଣଙ୍କର ବେଶରେ ସଜ ହେଇ ପ୍ରତିଯୋଗିତା ସହ କୃଷ୍ଣଙ୍କ ଜନ୍ମ ବୃତାନ୍ତଙ୍କୁ ନେଇ ଅଭିନୟ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଧା କୃଷ୍ଣଙ୍କ ବେଶରେ ସଜ ହୋଇଥିବା କୁନି ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଧାଡି ମଧ୍ୟରେ ବଜାର ପ୍ରରିକ୍ରମା କରିବା ସହ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ…

"ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ"

ଭାରସାମ୍ୟ ହରାଇ ବୋଲେର ଖସିଲା ପୋଲ ତଳକୁ ଅଳ୍ପକେ ବର୍ତିଲେ ଚାଳକ ଓ ସାଥି

ହରିଚନ୍ଦନପୁର,ତା ୦୨ ସେପ୍ଟେମ୍ବର (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଠାରୁ ମନୋହରପୁର ରାସ୍ତାର କଲେଜ ଛକ ନିକଟରେ ଥିବା ମୂଷଳ ନଦୀ ପୋଲ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେର ଗାଡି ଅଳ୍ପକେ ବର୍ତିଲେ ଚାଳକ ଓ ସାଥି । ଖବର ନେବାରୁ ଜଣାପଡିଛି ଯେ ଗୁରୁଚାନ୍ଦ ଚାତାର ନାମରେ ଥିବା (ଓଆର ୦୫ ଏ କେ ୩୨୦୩) ନମ୍ବରର ବୋଲେର ଦୁର୍ଘଟଣାଗ୍ରସ୍ତ ହେଇଛି । କେନ୍ଦୁଝର ନିକଟସ୍ଥ ସୁଆକାଠି ଅଞ୍ଚଳର ଚିକୁ ମହାନ୍ତି (୨୧) ଓ ବିପିନି ସାହୁ(୨୭) କୌଣସି କାମରେ କଟକ ଯାଇଥିଲେ ସେଠାରୁ ଫେରିବା ସମୟରେ ଦୁର୍ଘଟଣା ଘଟିଛି, ସେମାନଙ୍କ ମଧ୍ୟରୁ କିଏ ଚାଳକ ଅସ୍ପଷ୍ଟ ରହିଛି । ସେଠାରୁ…

"ଭାରସାମ୍ୟ ହରାଇ ବୋଲେର ଖସିଲା ପୋଲ ତଳକୁ ଅଳ୍ପକେ ବର୍ତିଲେ ଚାଳକ ଓ ସାଥି"

ହଷ୍ଟେଲ ଯିବା ରାସ୍ତାରୁ ୯ମ ଶ୍ରେଣୀର ବାଳକ ନିଖୋଜକୁ ନେଇ ଥାନାରେ ଅଭିଯୋଗ

ହରିଚନ୍ଦନପୁର,ତା ୩୦ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କ ପୁଅ ଗଗନ ସାହୁ ନିଖୋଜକୁ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗଗନ ପିଟାପିଟି ଗ୍ରାମର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠାୟନ କରୁଥିଲେ । ସେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ କିଛି ଦିନ ପୂର୍ବରୁ ଗଗନ ମିଳିମିଳା ରୋଗରେ ପିଡିତ ଥିବାରୁ ଘରକୁ ଛୁଟି ନେଇ ଯାଇଥିଲେ । ମିଳିମିଳା ଭଲ ହେବା ପରେ ଚଳିତ ମାସ ୯ତାରିଖ ଦିନ ଗଗନ ହାତରେ ୨୦କିଲୋ ଚାଉଳ ଧରି ଘରୁ ହଷ୍ଟେଲ ଅଭିମୁଖେ ଆସିଥିଲେ । ଚାଷ କାର୍ଯ୍ୟରେ…

"ହଷ୍ଟେଲ ଯିବା ରାସ୍ତାରୁ ୯ମ ଶ୍ରେଣୀର ବାଳକ ନିଖୋଜକୁ ନେଇ ଥାନାରେ ଅଭିଯୋଗ"

ସରୀସୃପ ଓ ବନ୍ୟଜନ୍ତୁଙ୍କ ଭୟରେ ନଳପଙ୍ଗା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ୪୦ ଛାତ୍ରଛାତ୍ରୀଙ୍କ ଶାହା ଭରସା ଜହ୍ନ ଆଲୁଅ

ହରିଚନ୍ଦନପୁର, ତା ୨୭ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ବ୍ଲକ ଶିକ୍ଷାଅଧିନସ୍ଥ ନଳପଙ୍ଗା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ୧୩୫ଜଣ ଛାତ୍ରଛାତ୍ରୀ ଭୟବିତ ଅବସ୍ଥାରେ ରହୁଥିବାର ଜଣାପଡିଛି। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟର ପାଚେରୀ କାମ ଅଧପାନ୍ତରା ଅବସ୍ଥାରେ ପଡି ରହିଥିବାକୁ ନେଇ ବିଦ୍ୟାଳୟ ପରିସର ମଧ୍ୟକୁ ଅନେକ ବିଷଧର ସରୀସୃପ ପଶି ଆସୁଛନ୍ତି। ତାହା ସହ ଅନେକ ସମୟରେ ହାତୀର ଭୟ ରହିଥିବା ବେଳେ ବନ୍ୟଜନ୍ତୁଙ୍କ ଭୟ ସବୁ ସମୟରେ ଲାଗିରହିଛି। ବିଦ୍ୟାଳୟଟିର ସ୍ଥାପିତ ୨୩.୪.୧୯୬୭ ମସିହାରେ ହୋଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ବିଦ୍ୟାଳୟ ଚତୃପାର୍ଶ୍ୱ ପାଚେରୀ କରାଯାଇନଥିବା ସହ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ସରକାରୀବାବୁମାନଙ୍କ ଖାମଖିଆଲି ମନୋଭାବକୁ ନେଇ ଆଜକୁ…

"ସରୀସୃପ ଓ ବନ୍ୟଜନ୍ତୁଙ୍କ ଭୟରେ ନଳପଙ୍ଗା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ୪୦ ଛାତ୍ରଛାତ୍ରୀଙ୍କ ଶାହା ଭରସା ଜହ୍ନ ଆଲୁଅ"

ପଣ୍ଡାପଡା ପୋଲିସର ଜୁଲୁମ, ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡ଼ାଇ ନିରିହଙ୍କ ଉପରେ ଅତ୍ୟାଚାରର ଅଭିଯୋଗ

କେନ୍ଦୁଝର,ତା୨୭ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ଗତ ମଙ୍ଗଳବାର ହରିଚନ୍ଦନପୁର ବିଡିଓ ବିଜୟାନନ୍ଦ ସେଠୀ ବିଜୁ ପକ୍କାଘର କାମ ତଦାରଖ କରିବା ନିମନ୍ତେ ହୁଣ୍ଡା ଗ୍ରାମପଞ୍ଚାୟତ ଯାଇଥିଲେ । ନୂଆସାହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବାକୁ ନେଇ ବିଡିଓଙ୍କୁ ଦେଖି ଗ୍ରାମର ଶତାଧିକ ଲୋକ ରାସ୍ତା ମରାମତି ବାବଦରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ବିଡିଓ କ୍ରୋଧିତ ହୋଇ ଗ୍ରାମର ପ୍ରସନ୍ନ ନାଏକଙ୍କୁ ମାଡ ମାରିବା ସହ ଅନେକ ପ୍ରକାରର ଧମକଚମକ୍ ଦେଇଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ପ୍ରସନ୍ନଙ୍କୁ ବିନା କାରଣରେ ବିଡିଓ ହାତ ଉଠାଇ ମାଡମାରିବା ସହ ଧମକଚମକ୍ କରିବାକୁ ନେଇ ଗ୍ରାମର ଶତାଧିକ ପୁରୁଷ ଓ…

"ପଣ୍ଡାପଡା ପୋଲିସର ଜୁଲୁମ, ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡ଼ାଇ ନିରିହଙ୍କ ଉପରେ ଅତ୍ୟାଚାରର ଅଭିଯୋଗ"

ବିଦ୍ୟାଳୟର ରୋଷେୟାକୁ ମିଳୁନାହିଁ ୨୨ ମାସର ଦରମା, ଅନେକ ଅସୁବିଧାରେ ପରିବାର ଲୋକ

ହରିଚନ୍ଦନପୁର, ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ), ସରକାର ସମସ୍ତ ବିଦ୍ୟାଳୟର ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ଠିକ୍ ସମୟରେ ରୋଷେଇ କରି ଖାଦ୍ୟ ଖାଇବାକୁ ଦେବାପାଇଁ ସତନ୍ତ୍ର ଭାବରେ ରୋଷେୟା ନିୟୋଜିତ କରିଛନ୍ତି। ରୋଷେୟା ମାନେ ନିଜର ଘର କାମଧନ୍ଦା ଛାଡି ନିଷ୍ଠାପର ସହ ବିଦ୍ୟାଳୟମାନଙ୍କୁ ଠିକ୍ ସମୟରେ ଆସି ରୋଷେଇ କରି ଠିକ୍ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଖାଇବାକୁ ଦେଇଥାନ୍ତି। କିନ୍ତୁ ଦୁଃଖ ପରିତାପର ବିଷୟ ଆଜକୁ ମାସମାସ ଧରି କାମ କରିଆସୁଥିଲେ ମଧ୍ୟ ନିଜର ପ୍ରାପ୍ୟ ମିଳିନଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ ରହିଥିବା ପିଠାଗୋଳା ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବେ ନିୟୋଜିତ ହୋଇଥିବା କନକ…

"ବିଦ୍ୟାଳୟର ରୋଷେୟାକୁ ମିଳୁନାହିଁ ୨୨ ମାସର ଦରମା, ଅନେକ ଅସୁବିଧାରେ ପରିବାର ଲୋକ"

ହରିଚନ୍ଦନପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

ହରିଚନ୍ଦନପୁର, ତା ୨୬ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନନ୍ଦ ଉଲ୍ଲାସର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ଶିଶୁ ଭାଇମାନଙ୍କୁ ଶିଶୁ ଭଉଣୀମାନେ ପ୍ରଥମେ ବିଦ୍ୟାଳୟ ମଧ୍ୟରେ ରାକ୍ଷୀ ବାନ୍ଧିଥିଲେ। ଏବଂ ନଗର ଓ ଗ୍ରାମଗୁଡିକ ପରିକ୍ରମା କରି ଶହଶହ ଲୋକମାନଙ୍କୁ ରାକ୍ଷୀ ବାନ୍ଧି ଥିବାର ଦୃଶ୍ୟମାନ ହୋଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ (ସ.ଶି.ବି.ମ) ସହ ସମ୍ପାଦକ ବିଦ୍ୟାଧର ମହାନ୍ତ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ (ସ.ଶି.ବି.ମ) କୋଷଧ୍ୟକ୍ଷ ନିରଞ୍ଜନ ବେଜ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ…

"ହରିଚନ୍ଦନପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ"