ଅର୍ଥ ସାଜିଛି ବାଧକ, ମରଣ ମୂଖରେ ୮ମାସର ଶିଶୁ ପୁତ୍ର, ଚିକିତ୍ସା ପାଇଁ ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ପରିବାର

ହରିଚନ୍ଦନପୁର,ତା୧୦ ଅଗଷ୍ଟ,(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାତିପଙ୍ଗା ଗ୍ରାମର ଗଜେନ୍ଦ୍ର ବାରିକଙ୍କ ୮ମାସର ପୁଅ ମରଣ ସହ ଲଢେଇ କରୁଛି, ଅର୍ଥ ସାଜିଛି ବାଧକ ସାରକାରଙ୍କ ସାହାର୍ଯ୍ୟ ଅପେକ୍ଷାରେ ପରିବାର । ସୂଚନା ଅନୁଯାୟୀ ଗଜେନ୍ଦ୍ରଙ୍କ ପରିବାର କହିଲେ ସ୍ତ୍ରୀ, ୮ମାସର ପୁଅ ଓ ବୁଢା ବାପ ମାଆ । ଗଜେନ୍ଦ୍ର ଓ ତାଙ୍କ ବାପା ଦିନ ମଜୁରିଆ ଭାବେ ପ୍ରତ୍ୟେକ ଦିନ କାମ କରି ଯାହା ପାଆନ୍ତି ସେଥିରେ ନିଜ ପରିବାର ଚଳାଇଥାନ୍ତି । ଆଜକୁ ୨ ବର୍ଷ ପୂର୍ବରୁ ଗଜେନ୍ଦ୍ର ଭୁବନେଶ୍ୱରୀଙ୍କ ସହ ବିବାହ କରିଥିଲେ, ବିବାହ ପରେ ବେସ ହସଖୁସିର ସଂସାର…

"ଅର୍ଥ ସାଜିଛି ବାଧକ, ମରଣ ମୂଖରେ ୮ମାସର ଶିଶୁ ପୁତ୍ର, ଚିକିତ୍ସା ପାଇଁ ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ପରିବାର"

ଥାନା ପଛପଟେ ବେଧଡକ ଗାଈମାନଙ୍କ ଗୋଡରେ ପିଟାଯାଉଛି ନାଲ ,ପ୍ରଶାସନ ଦୃଷ୍ଟି ପଡୁନାହିଁ

ହରିଚନ୍ଦନପୁର ତା ୧୦ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପଛପାଖରେ ଚାଲିଥିବା ସାପ୍ତାହିକ ହାଟରେ ବେଆଇନ ଭାବେ ଖୋଲମଖୋଲା ଗାଈଙ୍କ ଗୋଡରେ ପିଟା ଯାଉଛି ନାଲ ପ୍ରଶାସନର ନଜର ପଡୁନାହିଁ । ଏହି ସାପ୍ତାହିକ ହାଟରେ ବେଆଇନ ଭାବେ ଅନେକ ବର୍ଷ ହେବ ଖୋଲମ ଖୋଲା ଭାବରେ ଗାଈମାନଙ୍କୁ କଷ୍ଟ ଦେଇ ଗୋଡରେ ପିଟାଯାଉଛି ନାଲ । ସରକାରୀସ୍ତରରେ ପଶୁ ସମ୍ପଦକୁ ଦୁଃଖ, କଷ୍ଟ, ଯନ୍ତ୍ରଣା ଦେବା ଭଳି ଘଟଣା ବେଆଇନ ପରିଲକ୍ଷିତ ଥିବା ବେଳେ ତାହା ଖୋଲମ ଖୋଲା ଉହ୍ଲଘ୍ନ କରାଯାଉଛି । ସାଧାରଣତଃ ଏହି ସାପ୍ତାହିକ ହାଟରୁ ଅନେକ ବେପାରୀ ଗୋରୁମାନଙ୍କୁ ଚୋରା ଚାଲାଣ କରିବାକୁ ନେଇ…

"ଥାନା ପଛପଟେ ବେଧଡକ ଗାଈମାନଙ୍କ ଗୋଡରେ ପିଟାଯାଉଛି ନାଲ ,ପ୍ରଶାସନ ଦୃଷ୍ଟି ପଡୁନାହିଁ"

ବିନା ସୂଚନାରେ ଡ୍ରାଇଭରମାନଙ୍କୁ ଛଟେଇ କରିବାକୁ ସହ ପ୍ରାପ୍ୟ ନମିଳିବାକୁ ନେଇ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା ସହ ଘେରାଉ

ହରିଚନ୍ଦନପୁର,ତା୧୦ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଟ୍ରେନ ଲାଇନ୍ କାମ ନେଇଥିବା ନାଗାର୍ଜୁନ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ଡ୍ରାଇଭରମାନଙ୍କୁ ପୂର୍ବରୁ କିଛି ସୂଚନା ନଦେଇ ଅଚାନକ କାମରୁ ବାହାର କରିଦେବା ଘଟଣାକୁ ନେଇ ଆଜି କାର୍ଯ୍ୟରତ ସମସ୍ତ ଡ୍ରାଇଭର ନାଗାର୍ଜୁନ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା ସହ ଘେରାଉ କରିଥିଲେ । ଏପରି ଘଟଣାକୁ ଦେଖି ଦାୟିତ୍ୱରେ ଥିବା କତୃପକ୍ଷ ସମସ୍ତ ଡ୍ରାଇଭର ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ମାନିନଥିଲେ । ଡ୍ରାଇଭରମାନଙ୍କ କହିବା ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ଯେକୌଣସି ବେସରକାରୀ ଓ ସରକାରୀ କମ୍ପାନୀ ମାନଙ୍କରେ କାର୍ଯ୍ୟରତ କରୁଥିବା କର୍ମଚାରୀମାନଙ୍କୁ ଛଟେଇ କରିବା ପୂର୍ବରୁ ଆଗତ ସୂଚନା ଦେବା…

"ବିନା ସୂଚନାରେ ଡ୍ରାଇଭରମାନଙ୍କୁ ଛଟେଇ କରିବାକୁ ସହ ପ୍ରାପ୍ୟ ନମିଳିବାକୁ ନେଇ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା ସହ ଘେରାଉ"

ମାଛିଆ ପାତକକୁ ନେଇ ମିଳିଲା ନାହିଁ ଚାରି କାନ୍ଧ, ବାପାଙ୍କ ଶବକୁ ମଶାଣିକୁ ଭାରରେ ବୋହିଲେ ପୁଅ

ତୁରୁମୁଙ୍ଗା,ତା ୧୦ ଅଗଷ୍ଟ (ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ବରଦାପାଳରେ ମୃତ୍ୟୁ ପରେ ଗାଁ ମଶାଣିକୁ ଶବଟିକୁ ନେବା ପାଇଁ ମିଳିଲାନି ଚାରିକାନ୍ଧ ଫଳରେ ମୃତ୍ୟୁର ଏକ ଦିନ ପରେ ଭାର ରେ ଶବକୁ ମଶାଣିକୁ ନେଉଥିବାର ଦୃଶ୍ୟମାନ ହୋଇଛି । ସୂଚନା ମୁତାବକ ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ଗ୍ରାମର ଦୁଃଶାସନ ବେହେରା ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ପୁଅ ଅନେକ ଅର୍ଥ ଧାର ଉଧାର କରି କଟକ ବଡ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ କିନ୍ତୁ ସେଥିରେ ବିଫଳ ହେବା ପରେ ଘରକୁ ଫେରାଇ ଆଣିଥିଲେ । ଗତ ୩ତାରିଖ ଦିନ ଅଚାନକ ଦୁଃଶାସନଙ୍କର ବାନ୍ତି ଆରମ୍ଭ…

"ମାଛିଆ ପାତକକୁ ନେଇ ମିଳିଲା ନାହିଁ ଚାରି କାନ୍ଧ, ବାପାଙ୍କ ଶବକୁ ମଶାଣିକୁ ଭାରରେ ବୋହିଲେ ପୁଅ"

ଛାତ୍ରଛାତ୍ରୀ ଅଭାବକୁ ନେଇ ବନ୍ଦ ହେବ ୬ ବିଦ୍ୟାଳୟ

ତୁରୁମୁଙ୍ଗା,ତା ୧୦ ଅଗଷ୍ଟ(ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ୬ ଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଭାବକୁ ନେଇ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି । ଏଣେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚମ୍ପୁଆ ଗୋଷ୍ଠୀ ଶିକ୍ଷାଅଧିକାରୀ ଗୋବର୍ଦ୍ଧନ ନାଏକ ଚିଠି କରିଥିବାର ଜଣାପଡିଛି । ଉକ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ତୁଳନା ରେ ବହୁ ପରିମାଣର ଛାତ୍ରଛାତ୍ରୀ କମ୍ ରହୁଥିବା ଯୋଗୁଁ ଉକ୍ତ ସ୍କୁଲ ଗୁଡିକ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇ ଥିବା ସହ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ସଂଯୋଗ କରାଯିବ ବୋଲି ଜଣାପଡିଛି । ସୂଚନା ମୁତାବକ ଚିଠି ସଂଖ୍ୟା ୧୨୦୭ ତା ୮.୮.୨୦୧୮ ରେ ସୂଚନା…

"ଛାତ୍ରଛାତ୍ରୀ ଅଭାବକୁ ନେଇ ବନ୍ଦ ହେବ ୬ ବିଦ୍ୟାଳୟ"

ସାମ୍ବାଦିକ ପରିଚୟ ଦେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଘଟଣାର କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ଫାଣ୍ଡି ଘେରାଉ

କେନ୍ଦୁଝର, ତା ୩୧ ଜୁଲାଇ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଧିନ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବରବେଡା ଛକ ନିକଟରେ ଗତ ଶନିବାର ଦିନ ୪ଜଣ ଲୋକ ଦୁଇଟି ବାଇକରେ ଆସି ମଦ୍ୟପାନ କରୁଥିଲେ ଓ ସେଠାରେ ଅସଭ୍ୟ ଭାଷାରେ କଟୁ କଥା କହୁଥିଲେ। ଶନିବାର ଦିନ ଢେଙ୍କିକୋଟ ଠାରୁ ସାପ୍ତାହିକ ହାଟ ସାରି ବରବେଡା ଗ୍ରାମର କେତେ ଜଣ ମହିଳା ଘରକୁ ଫେରୁଥିବା ବେଳେ ଅସଭ୍ୟ ଭାଷାର କଟୁ କଥା ଶୁଣି ଗ୍ରାମରେ ଯାଇ ଲୋକମାନଙ୍କୁ ଜଣାଇଥିଲେ। ଗ୍ରାମର କେତେ ଜଣ ଯୁବକ ଘଟଣାସ୍ଥଳକୁ ଆସି ସେମାନଙ୍କୁ ଅସଭ୍ୟ ଭାଷା ପ୍ରୟୋଗ ନକରିବା ପାଇଁ ମନା କରିବା ସହ ବୁଝାଇଥିଲେ। ସେମାନେ…

"ସାମ୍ବାଦିକ ପରିଚୟ ଦେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଘଟଣାର କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ଫାଣ୍ଡି ଘେରାଉ"

ଭାରସାମ୍ୟ ହରାଇ ସୁଇପ୍ଟ କାର ଧକ୍କା ଦେଲା ଶାଳ ଗଛରେ, ଘଟଣାସ୍ଥଳରେ ୪ ମୃତ ୧ ଗୁରୁତର

କେନ୍ଦୁଝର, ତା ୩୧ ଜୁଲାଇ, (ଓଡିଆ ପୁଅ/ପ୍ରେମାନନ୍ଦ ଦାସ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ସଦରଥାନା ଅନ୍ତର୍ଗତ ମୈଦାନକେଲ ନିକଟସ୍ଥ ସରାଦପୁର ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସୁଇପ୍ଟ କାର ଭାରସାମ୍ଯ ହରାଇ ଦୁର୍ଘଟଣାଗ୍ରସ୍ତ ହେଇଛି। ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ସହ ଜଣେ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାର ଜଣାପଡିଛି। ସୂଚନା ମୁତାବକ ବିଳମ୍ବିତ ରାତିରେ କାର ଯୋଗେ ରାଇରଙ୍ଗପୁର ଠାରୁ ସତସଙ୍ଗ ସାରି ଫେରୁଥିବା ବେଳେ କୈଣସି କାରଣରୁ ମୈଦାନକେଲ ଜଙ୍ଗଲ ନିକଟରେ ଭାରସାମ୍ୟ ହରାଇ ଏକ ଶାଳଗଛ ଧକ୍କା ଦେଇଥିବାର ଜଣାପଡିଛି। ସ୍ଥାନୀୟ ଲୋକମାନେ ଘଟଣା ଦେଖିବା ପରେ ସଙ୍ଗେ ସଙ୍ଗେ କେନ୍ଦୁଝର…

"ଭାରସାମ୍ୟ ହରାଇ ସୁଇପ୍ଟ କାର ଧକ୍କା ଦେଲା ଶାଳ ଗଛରେ, ଘଟଣାସ୍ଥଳରେ ୪ ମୃତ ୧ ଗୁରୁତର"

ଟିପର ଧକ୍କାରେ ମହିଳା ଗୁରୁତର,ଉତ୍ୟକ୍ତ ଲୋକ ଦୈତାରୀ ଡୁବୁରି ରାସ୍ତା ଅବରୋଧ

ହରିଚନ୍ଦନପୁର,ତା ୩୦ ଜୁଲାଇ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ଛକ ନିକଟରେ ଏକ ମାଲବାହୀ ଟିପର ଧକ୍କାରେ ମହିଳା ଗୁରୁତର ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ମହିଳା ଜଣଙ୍କ ହେଉଛନ୍ତି ଚମ୍ପା ହାଁସଦା(୩୦) । ସେ ଦୈତାରୀ ସାଇଡିଂରୁ କାମ ସାରି ଘରକୁ ଫେରୁଥିବା ସମୟରେ ବିପରିତ ଦିଗରୁ ଓଆର ୧୬ ଏ ୬୫୧୫ ଟିପର ଆସି ମହିଳାଙ୍କ ପଛପାଖରୁ ଧକ୍କା ଦେଇଥିଲା । ଫଳରେ ମହିଳା ଜଣଙ୍କ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ନିକଟସ୍ଥ ଲୋକମାନେ ମହିଳା ଜଣଙ୍କୁ ନେଇ ବ୍ରାହ୍ମଣୀପାଳ ଟାଟାଷ୍ଟିଲର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମହିଳାଙ୍କୁ…

"ଟିପର ଧକ୍କାରେ ମହିଳା ଗୁରୁତର,ଉତ୍ୟକ୍ତ ଲୋକ ଦୈତାରୀ ଡୁବୁରି ରାସ୍ତା ଅବରୋଧ"

ସିଂହବିଲା ଲକ୍ଷ୍ମୀପୂଜା କମିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହରିଚନ୍ଦନପୁର, ତା ୨୯ ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗ୍ରାମପଞ୍ଚାୟତର ସିଂହବିଲା ଗ୍ରାମରେ ଥିବା ଲକ୍ଷ୍ମୀପୂଜା କମିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ବନବିଭାଗର କର୍ମଚାରୀ ରଶ୍ମିରଞ୍ଜନ ରାଉତଙ୍କ ସହଯୋଗ ଓ କମିଟିର ସଭାପତି ଉତ୍ତମ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ସିଂହବିଲା ଗ୍ରାମର ଖୋଲାଥିବା ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କମିଟିର ପ୍ରଶାନ୍ତ ବିଶ୍ୱାଳ, ବିଷ୍ଣୁପ୍ରସାଦ ବିଶ୍ୱାଳ, ସିପୁନ ନାୟକ, ସୂର୍ଯ୍ୟମଣୀ ବିଶ୍ୱାଳ, ବାପି ବିଶ୍ୱାଳ, ପ୍ରକାଶ ବିଶ୍ୱାଳ, ବସନ୍ତ ସାହୁ, ହରିଶ ସାହୁ, ପିଣ୍ଟୁ ସାହୁ, ଚନ୍ଦନ ବିଶ୍ୱାଳ, ରାଜା ବିଶ୍ୱାଳ, ଅଜୟ ବିଶ୍ୱାଳ, ମୁନା ସେଠୀ, ପଞ୍ଚାନନ ସାହୁ, ନିରାକାର ସାହୁ,…

"ସିଂହବିଲା ଲକ୍ଷ୍ମୀପୂଜା କମିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ"

ଦୁର୍ଗମ ଅପହଞ୍ଚ ଇଲାକାରେ ମ୍ୟାଲେରିଆ ନିରାକରଣ ସଚେତନ କାର୍ଯ୍ୟକ୍ରମ “ଦମନ”

ହରିଚନ୍ଦନପୁର, ତା ୨୮ ଜୁଲାଇ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅପହଞ୍ଚ ଇଲାକା ଗୁଡିକରେ ମ୍ୟାଲେରିଆ ନିରାକରଣ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଦୁର୍ଗମ ଅଞ୍ଚଳ ଗୁଡିକରେ ଦିନକୁ ଦିନ ମ୍ୟାଲେରିଆ ଜ୍ୱର ବୃଦ୍ଧି ପାଉଥିବାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ମ୍ୟାଲେରିଆ ନିରାକରଣ ନିମନ୍ତେ ସଚେତନ କରାଯାଇଛି। ହରିଚନ୍ଦନପୁର ବ୍ଲକର ଅପହଞ୍ଚ ଅଞ୍ଚଳ ତଥା ବଡଜିମେଇ, ମରାଗୋଳା, ଚଡକମରା, ଟାଙ୍ଗିରିଆପାଳର ରଙ୍ଗମାଟିଆ, ଦୈତାରୀର ଦଲକିସାହି, ବଳିପର୍ବତ ପଞ୍ଚମର ଦୁଧପାଣିସାହି, ବ୍ରାହ୍ମଣୀପାଳର ଜନ୍ତିଆ ଠାରେ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମ୍ୟାଲେରିଆ ନିରାକରଣ ପାଇଁ ଉକ୍ତ ଅଞ୍ଚଳ ଗୁଡିକରେ ଏକ ସଂକଳ୍ପ…

"ଦୁର୍ଗମ ଅପହଞ୍ଚ ଇଲାକାରେ ମ୍ୟାଲେରିଆ ନିରାକରଣ ସଚେତନ କାର୍ଯ୍ୟକ୍ରମ “ଦମନ”"