ବିଜେଡ଼ି ପକ୍ଷରୁ ଜାତୀୟ ରାଜପଥ ଅବରୋଧ

କଟକ, ୧୮ା୯ (ଓଡ଼ିଆ ପୁଅ/ପ୍ରତାପ କେଶରୀ ପାତ୍ର)-ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ଆଜି ୫ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ ହୋଇଥିଲା। ନେତା ଓ କର୍ମୀମାନେ ପୂର୍ବାହ୍ନ ୮ଟା ସମୟରେ ୧୬ନମ୍ବର ଜାତୀୟ ରାଜପଥକୁ ପ୍ରତାପନଗରୀଠାରେ ଟାୟାର ଜାଳି ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ବିପ୍ରଚରଣ ଭୋଳ, ପ୍ରମୋଦ ମହାପାତ୍ର, ସରକାରୀ ଆଇନଜୀବୀ କବିନାରାୟଣ ଜେନା, ପୂର୍ବତନ କର୍ପୋରେଟର ପ୍ରଦୀପ ବେହେରା, କବିତା ଦାସ, ସଞ୍ଜୟ ବରାଳ, କୌଶିକ ଜେନା, ଲିଙ୍ଗରାଜ ରାଉତ, ସୁଶାନ୍ତ ମହାନ୍ତି, ନିହାରରଞ୍ଜନ ନନ୍ଦ ପ୍ରମୁଖ ସାମିଲ ଥିଲେ। ସେହିପରି ଫୁଲନଖରା-ନିଆଳି ୬୦ନମ୍ବର ରାଜ୍ୟ ରାଜପଥର…

"ବିଜେଡ଼ି ପକ୍ଷରୁ ଜାତୀୟ ରାଜପଥ ଅବରୋଧ"

ବ୍ରାହ୍ମଣ ଝରିଲୋ ବୋମାମାଡ଼ ଘଟଣାରେ ଦୁଇ ଗିରଫ – ବାଇକ ଜବତ

କଟକ, ୭/୭ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଗତ ୨୪ତାରିଖରେ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ବଜାରରେ ଥିବା ମା’ଲକ୍ଷ୍ମୀ ଫର୍ନିଚର ଶୋ’ରୁମ ଉପରେ ବୋମାମାଡ଼ କରିଥିବା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅଧିନ ଗଙ୍ଗେଶ୍ୱର ଗ୍ରାମର ବିକ୍ରମ ପାତ୍ର ଓ ବ୍ରାହ୍ମଣଝରିଲୋ ଗ୍ରାମର ଶେଖ ହନିଫ। ଏହି ଘଟଣାରେ ବ୍ୟବହୃତ ଗୋଟିଏ ସ୍କୁଟର, ଏକ ମୋବାଇଲ ଫୋନ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି। ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଏବେ ବି ଫେରାର ଅଛନ୍ତି। ସୂଚନା ଯୋଗ୍ୟ, ବ୍ରାହ୍ମଣ ଝରିଲୋ ବଜାରରେ ଫର୍ନିଚର ଦୋକାନ କରିଥିବା ସେହି ଗ୍ରାମର ଦିବ୍ୟଲୋଚନ ସାହୁଙ୍କୁ ୨ଲକ୍ଷ ଟଙ୍କା ଦାଦା…

"ବ୍ରାହ୍ମଣ ଝରିଲୋ ବୋମାମାଡ଼ ଘଟଣାରେ ଦୁଇ ଗିରଫ – ବାଇକ ଜବତ"

ଦୁର୍ଘଟଣାରେ ଜଣେ ମୃତ

କଟକ, ୧୬/୬ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଫୁଲନଖରା-ନିଆଳି ୬୦ନମ୍ବର ରାଜ୍ୟ ରାଜପଥର ନଡ଼ିଆଗୁରୁଡ଼ି ଗ୍ରୀଡ଼ ସମ୍ମୁଖରେ ଏକ ଦୁର୍ଘଟଣା ଯୋଗୁଁ ବ୍ରାହ୍ମଣ ଝରିଲୋ ଅଞ୍ଚଳର ଗୁଲୁ ମହମ୍ମଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଦୁଇଜଣ ସୁରେଶକୁମାର ରାଉତ ଓ ଉମେଶଚନ୍ଦ୍ର ପାତ୍ର ମଧ୍ୟ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ବିଳମ୍ବିତ ରାତିରେ ଉପରୋକ୍ତ ତିନିଜଣ ବାଇକରେ ଅଡ଼ଶପୁରରୁ ବ୍ରାହ୍ମଣ ଝରିଲୋ ଅଭିମୁଖେ ଫେରୁଥିବାବେଳେ କୌଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା। ତେବେ ୧୦୮ ଆମ୍ବୁଲାନ୍ସକୁ ଜଣାଇବା ସତ୍ତ୍ୱେ ବିଳମ୍ବରେ ଗାଡ଼ି ପହଞ୍ଚfବାରୁ ମୁମୂର୍ଷୁ ଅବସ୍ଥାରେ ଥିବା ଗୁଲୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।…

"ଦୁର୍ଘଟଣାରେ ଜଣେ ମୃତ"

କୃଷକ ସଂଗଠନର ରାଜପଥ ଅବରୋଧ

କଟକ, ୧୬/୬ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର) – ବିଭିନ୍ନ ଦାବି ପୂରଣ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥକୁ ବାଲିକୁଦାଠାରେ ଦୀର୍ଘ ଏକ ଘଣ୍ଟାକାଳ ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। ଫଳରେ କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶହ ଶହ ଯାନବାହନ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ସଂଗଠନର ନେତାମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସହ ସ୍ୱାମୀନାଥନ ରିପୋର୍ଟକୁ କାର୍ଯ୍ୟକାରୀ କରିବା, ଚାଷୀଙ୍କୁ ସୁରକ୍ଷା ପ୍ରଦାନ, କୃଷିଋଣ ଛାଡ଼, ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ସମ୍ମାନ ଓ ଭତ୍ତା (ପ୍ରାଇସ, ପ୍ରେଷ୍ଟିଜ, ପେନସନ) ଆଦି ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ। ଏତଦ…

"କୃଷକ ସଂଗଠନର ରାଜପଥ ଅବରୋଧ"

ବାଇକକୁ ଧକ୍କା ଦେଇ ବସ ଜଳିଗଲା

କଟକ, ୨୭/୫ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର) – କଟକ ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ଭାଣପୁର ନିକଟରେ ଏକ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ  ଜଳିଯାଇଛି; କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲା ବରି ଅଞ୍ଚଳର ଭଗବାନ ମହାରଣା ନିଜ ବାଇକ ଯୋଗେ ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ଭାଣପୁର ନିକଟରେ ଏକ ଗାଈ ପଶି ଆସିବାରୁ ସେ ରାସ୍ତରେ ପଡ଼ି ଆହତ ହୋଇଥିଲେ। ରାସ୍ତା ପାର୍ଶ୍ୱରେ ବାଇକ ରଖି ଶ୍ରୀ ମହାରଣା ନିକଟସ୍ଥ ଦୋକାନକୁ ଯାଇଥିବାବେଳେ ପୁରୀରୁ କଟକ ଆସୁଥିବା ‘ନିଶା’ ନାମକ ଏକ ଦୃତଗାମୀ ଘରୋଇ ବସ ବାଇକ ଉପରେ ମାଡ଼ିଯାଇ କିଛି ବାଟ ଘୋଷାଡ଼ି ନେଇଥିଲା।…

"ବାଇକକୁ ଧକ୍କା ଦେଇ ବସ ଜଳିଗଲା"

ଅଜଣା ଗାଡ଼ି ଧକ୍କାରେ ବାପ-ପୁଅ ମୃତ

କଟକ, ୮/୫ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର କାଠଯୋଡ଼ି ପୁରୁଣା ବ୍ରିଜ ଉପରେ ସଂଘଠିତ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୧୧ଟା ସମୟରେ ସଦର ଥାନା ବାରଙ୍ଗ ବ୍ଲକ ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତ ଭୁଆଁଳ ଗ୍ରାମର ସଦାନନ୍ଦ ଜେନା (୬୨) ଓ ତାଙ୍କ ପୁଅ ପୀତବାସ ଜେନା (୩୦) ଏକ ହିରୋହୋଣ୍ଡା ସ୍ପ୍ଲେଣ୍ଡର ବାଇକ (ନଂ.ଓଡ଼ି.୩୩.୫୨୫୬) ରେ କଟକ ଯାଉଥିବାବେଳେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଏଥିରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିବାରୁ ପଛରୁ ଆସୁଥିବା ଅନ୍ୟ ଏକ ଗାଡ଼ି ସେମାନଙ୍କ ଉପରେ…

"ଅଜଣା ଗାଡ଼ି ଧକ୍କାରେ ବାପ-ପୁଅ ମୃତ"

ନିର୍ମାଣ ସାମଗ୍ରୀ ଯୋଗୁଁ ରାସ୍ତା ଅବରୋଧ

କଟକ, ୪ା୫ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର))-ସହରାଞ୍ଚଳର ରାସ୍ତା ପାଶ୍ୱର୍ରେ ବିଭିନ୍ନ ନିର୍ମାଣ ସାମଗ୍ରୀ ଯଥା ବାଲି, ଗୋଡ଼ି, ଚିପ୍ସ, ଇଟା ଆଦି ଜମା କଲେ ଜରିମାନାର ବ୍ୟବସ୍ଥା ଅଛି; ମାତ୍ର ଗ୍ରାମାଞ୍ଚଳରେ ଏହାକୁ ଦେଖିବାକୁ କେହି ନାହିଁ। ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟସ୍ତବହୁଳ ରାସ୍ତାକୁ ଅବରୋଧ କରି ଗୃହ ନିର୍ମାଣ ସାମଗ୍ରୀ ଜମା କରାଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ସେଠାରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଯାନବାହନ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି। ବାରଙ୍ଗ ବ୍ଲକ ଗଙ୍ଗେଶ୍ୱର ମୌଜା ଅନ୍ତର୍ଗତ ଈଶ୍ୱରପୁର ଗ୍ରାମରେ ଏପରି ସମସ୍ୟା ବର୍ଷ ତମାମ ଲାଗି ରହିଥାଏ। ଏହି ଗ୍ରାମ୍ୟ ରାସ୍ତାଦେଇ ପ୍ରତ୍ୟହ ଅଡ଼ଶପୁର, ନିଆଳି, ଗୋବିନ୍ଦପୁର, ଝାରପଡ଼ା,…

"ନିର୍ମାଣ ସାମଗ୍ରୀ ଯୋଗୁଁ ରାସ୍ତା ଅବରୋଧ"

ଜମି ଜବରଦଖଲ କରି ପାଚେରି ନିର୍ମାଣ ଅଭିଯୋଗ

କଟକ, ୪/୫ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଜନୈକା ମହିଳାଙ୍କ ଜମିକୁ ଜବରଦଖଲ କରି ପାଚେରି ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନିର୍ମାଣକାରୀ ପୁଲିସ ତାଗିଦାକୁ ଖାତିର ନକରି କାର୍ଯ୍ୟ ଚାଲୁ ରଖିଥିବା ଜଣାଯାଇଛି। ସଦର ଥାନାରେ ହୋଇଥିବା ଲିଖିତ ଅଭିଯୋଗରୁ ପ୍ରକାଶ ଯେ, ବାରଙ୍ଗ ତହସିଲ କୁରାଙ୍ଗଶାସନ ଅନ୍ତର୍ଗତ ଉତ୍ତମାପୁରଠାରେ ଥିବା ବନ୍ଦିତା ଦାସ (୫୭)ଙ୍କ ଏକ ସ୍ଥିତିବାନ ଜମିର କିଛି ଅଂଶକୁ ଜନୈକ ବ୍ୟକ୍ତି ଜବରଦଖଲ କରି ପାଚେରି ନିର୍ମାଣ ଆରମ୍ଭ କଲେ; ଏହାର ପ୍ରତିବାଦ କରିବା ସହ ମହିଳା ଜଣକ ପ୍ରଥମେ ମାପ କରି କାର୍ଯ୍ୟ କରିବାକୁ କହିବାରୁ ଅଭିଯୁକ୍ତ ନିର୍ମାଣକାରୀ ଏହାକୁ…

"ଜମି ଜବରଦଖଲ କରି ପାଚେରି ନିର୍ମାଣ ଅଭିଯୋଗ"

ଟ୍ରକ ପଛପରେ ପିଟିଲା କାର; ଜଣେ ମୃତ

କଟକ, ୪/୫ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ଫୁଲନଖରା ଫ୍ଲାଇ ଓଭର ବ୍ରିଜ ଉପରେ ଏକ ଟ୍ରକ ପଛରେ କାର ପିଟି ହେବାରୁ ଜଣକର ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନରେ ଏକ ମିନି ଟ୍ରକ ଚକ ଖରାପ ହେବାରୁ ଏହାର କର୍ମଚାରୀ ଢ଼େଙ୍କାନାଳ ଅଞ୍ଚଳର ଗୋକୁଳି ମହାଳିକ (୩୨) ଗାଡ଼ିରୁ ଓହ୍ଲାଇ ମରାମତି କରୁଥିଲେ। ଏହି ସମୟରେ କଟକରୁ ଭୁବନେଶ୍ୱର ଯାଉଥିବା ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇଥିଲା; ଏଥିରେ ଗୋକୁଳିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କାରର ଆଗ ପଟରେ ବସିଥିବା ଜନୈକା ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ…

"ଟ୍ରକ ପଛପରେ ପିଟିଲା କାର; ଜଣେ ମୃତ"

ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର

କଟକ, ୨୦ା୪ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର ତ୍ରିନାଥବଜାରଠାରେ ଶୀତଳ ପାନୀୟ ଜଳ ବିତରଣ କେନ୍ଦ୍ର ଆରମ୍ଭ ହୋଇଛି। ସମାଜସେବୀ ସ୍ୱର୍ଗତ ମହେନ୍ଦ୍ରନାଥ ଦାସଙ୍କ ସ୍ମୃତିରେ ସ୍ଥାପିତ ଏହି କେନ୍ଦ୍ରକୁ ନିଆଳି ବିଧାୟକ ଡା.ପ୍ରମୋଦକୁମାର ମଲିକ ଓ ଜୟଦେବ ବିଧାୟକ ଶଶିଭୂଷଣ ବେହେରା ମିଳିତଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବାରଙ୍ଗ ବ୍ଲକ ଅଧ୍ୟକ୍ଷ ସରୋଜକୁମାର ସାହୁ, ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ରଶ୍ମିତା ସାହୁ, ନଗରୀ ସରପଞ୍ଚ ରଞ୍ଜନା ପାତ୍ର, ଆଇନଜୀବୀ କବିନାରାୟଣ ଜେନାଙ୍କ ସମେତ ଲିଙ୍ଗରାଜ ମହାନ୍ତି, ଅଦ୍ୱୈତ ମହାନ୍ତି, ଘନଶ୍ୟାମ ପାତ୍ର, ନୁର ମହମ୍ମଦ, ପ୍ରଶାନ୍ତ ଦାସ, ଗଣେଶଚନ୍ଦ୍ର ସାହୁ, ବଙ୍ଗାଳି ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ସୁନ୍ଦରପ୍ରକାଶ…

"ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର"