ତଥାପି ମୋ ଗାଁ ହସୁଛି

ପ୍ରଶାନ୍ତ କୁମାର ନାଥ ବଳଦ ପାଇଁକି ଗୁହାଳ ନାହିଁ ଲଙ୍ଗଳ ପାଇଁକି ଓଲିଟେ ନାହିଁ ଅମଳ ପାଇଁକି ଖଳାଟେ ନାହିଁ ରଖିବା ପାଇଁକି ଅମ୍ଭାର ନାହିଁ ସବୁତ ବଦଳି ଯାଇଛି ତଥାପି ମୋ ଗାଁ ହସୁଛି। ସକାଳ ହୋଇଲେ ରାବୁନି କାଉ ପିଢ଼ା ନାହିଁ ଆଉ ମାଡିବ ଲାଉ ଚାଷ ହେଉନାହିଁ ଭଲରେ ଆଉ ଖାଆନ୍ତି ନି କେହି ମାଣ୍ଡିଆ ଯାଉ ସେସବୁ ପୁରୁଣା ହେଇଛି ତଥାପି ମୋ ଗାଁ ହସୁଛି। ଓଷା ପରବରେ ଚିତା ପଡୁନି ନୂଆବୋହୂ ଆଉ ଲାଜ କରୁନି ପଖାଳ ଖାଇଲେ ଦେହେ ଯାଉନି ବାଡ଼ିରେ ବି ଛତୁ ଆଉ ଫୁଟୁନି ସନ୍ଧ୍ୟାରେ ବିଲୁଆ ଜମା ଭୁକୁନି ସବୁତ ବଦଳି ଯାଇଛି…

"ତଥାପି ମୋ ଗାଁ ହସୁଛି"