ସ୍ୱର୍ଗଦ୍ୱାରେ ବିଦାୟର ବେଳେ…

– ପ୍ରଶାନ୍ତ କୁମାର ବେହେରା ମୁଁ ତ ଏବେ ପ୍ରେମରେ, ମୋହରେ ଆଉ ମିଛ ମାୟାରେ ମସଗୁଲ୍ ଅଛି। କିଏ ଜାଣେ ମୁକ୍ତିର ପଥ ସ୍ୱର୍ଗଦ୍ୱାର ମୋ’ ପାଇଁ କେତେ ଦୂର? ଭାବନାରେ ଛନ୍ଦିହୋଇ ସମୟକୁ ଜାଳିଛି। ସ୍ୱପ୍ନରେ ମୋହାଛନ୍ନ ହୋଇ ଅତୀତକୁ ଝୁରିଛି। ପାପ ପୂଣ୍ୟର ଲଢେଇ ଭିତରେ ବିବେକର ଦଂଶନରେ ତୁହାକୁ ତୁହା ଯନ୍ତ୍ରଣାକୁ ସହିଛି। ପ୍ରେମିକାର ରୂପରେ ବିଭୋର ହୋଇ ପୂର୍ଣ୍ଣ ଜହ୍ନକୁ ଅମାବସ୍ୟାର ରାତ୍ରିରେ ଦେଖିଛି। ତା’ ପ୍ରେମରେ ହତାଶ ହୋଇ ଅନ୍ଧାର ରାତ୍ରିକୁ ପୂର୍ଣ୍ଣିମାରେ ଭେଟିଛି। ଏବେ ସ୍ୱର୍ଗଦ୍ୱାରେ ବିଦାୟର ବେଳେ ସମୁଦ୍ର ଲହଡ଼ିର ଘୁ’ ଘୁ’ ଗୁରୁଗମ୍ଭୀର ଗର୍ଜନ ଶୁଭୁ କି ନ ଶୁଭୁ, କିନ୍ତୁ ଠିକ୍…

"ସ୍ୱର୍ଗଦ୍ୱାରେ ବିଦାୟର ବେଳେ…"

ପାରୁଛ ଯଦି ଫେରିଆସ…..

-ପ୍ରଶାନ୍ତ କୁମାର ବେହେରା ତୁମର ସବୁ ଛଳନାରେ ହରାଇଛି ମୋର ନୀତି ଓ ଆଦର୍ଶ॥ ସବୁ ବାହାନା ଆଗରେ ତୁମର ଜଳାଞ୍ଜଳି ଦେଇଛି ସବୁ ମହତ୍ତ୍ୱକୁ ମୋର॥ ଆଉ ତୁମ ପ୍ରତାରଣା ଆଗରେ ସମର୍ପି ଦେଇଛି ମୋର ସବୁ ମର୍ଯ୍ୟାଦାକୁ॥ ତୁମର ସବୁ ଛଳନା, ବାହାନା ଓ ପ୍ରତାରଣାରେ ହୋଇଛି ମୁଁ ପଥଭ୍ରଷ୍ଟ, ଉଦଭ୍ରାନ୍ତ ଓ ବିଶୃଙ୍ଖଳ॥ ହରାଇ ଦେଇଛି ତୁମ ମିଛ ସାନ୍ନିଧ୍ୟରେ ମୋ ନିଜର ସମସ୍ତ ମାନବୀୟ ଗୁଣବତ୍ତା॥ ତୁମର ମୋହାବିଷ୍ଚ ଚେନାଏ ହସରେ ପାଇଥିଲି ଶାନ୍ତି, ତୃପ୍ତି ଆଉ ସବୁକିଛି॥ ଏମିତି କ’ଣ ଦିଆଯାଏ ବିଷ ମୋ ପରି ଅସହାୟ, ନିରୁପାୟ ଆଉ ସରଳ ଲୋକଟିକୁ ? କୁହାଯାଏ ପରା ପ୍ରେମରେ…

"ପାରୁଛ ଯଦି ଫେରିଆସ….."

କେହି ଏଯାଏ ଜୁଟି ନଥିଲେ …

– ପ୍ରଶାନ୍ତ କୁମାର ବେହେରା ପର୍ଶୁରାମ ପାଣି ସ୍କୁଟରରେ ଯାଉ ଯାଉ ପେଟ୍ରୋଲ୍ ପମ୍ପ ନିକଟରେ ବିଷ୍ଣୁ ବାବୁ ବିଷର୍ଣ୍ଣ ମୁହଁରେ ଠିଆ ହୋଇଥିବାର ଦେଖି ତାଙ୍କ ପାଖରେ ଗାଡ଼ି ଅଟକାଇ ପଚ଼ାରିଲା, ” ସାର୍ ଏଠି କାହିଁକି ଏପରି ମନ ଦୁଃଖରେ ଠିଆ ହୋଇଛନ୍ତି।” ପାଣିକୁ ଦେଖି ବିଷ୍ଣୁ ବାବୁଙ୍କ ବିଷର୍ଣ୍ଣ ମୁହଁଟା ପୁରା ଖୁସିରେ ଉତ୍ଫୁଲିତ ହୋଇ ଉଠିଲା। ସେ ହସ ହସ ମୁହଁରେ କହିଲେ, ” ଆରେ ପାଣି, ତତେ ତ ମୁଁ ମନେ ମନେ ଖୋଜୁଥିଲି। ଯାହା ହେଉ ଠିକ୍ ବେଳାରେ ଦେଖା ହୋଇଗଲା। ମୁଁ ପରା ଏ ଯାଏ କିଛି ଖାଇନି ରେ। ” ପାଣି ଆଶ୍ଚର୍ଯ୍ଯ୍ୟ ହୋଇଯାଇ…

"କେହି ଏଯାଏ ଜୁଟି ନଥିଲେ …"

ଏକ ଅଭୁଲା ଭୁଲ

– ପ୍ରଶାନ୍ତ କୁମାର ବେହେରା କଥାଟା ଗପଟେ ପରି ଲାଗିପାରେ, ହେଲେ ପୁରା ସତ। ୧୯୮୪ ମସିହା କଥା। ମୁଁ ସେତେବେଳେ ଅଷ୍ଟମ ଶ୍ରେଣୀରେ ଶ୍ରୀକୃଷ୍ଣ ଏକାଡେମୀରେ ଅଧ୍ୟୟନ କରୁଥାଏ। ସେତେବେଳେ କିରଣ ସାର୍ କଲେଜ ଛକର ନିୟନ୍ତିତ ବଜାର ପାଖେର ଥିବାଏକ ଆଜବେସ୍ଟସ ଘରେ ରହୁଥିଲେ। ମୁଁ ତାଙ୍କ ପାଖକୁ ଟିଉସନ୍ ଯାଉଥାଏ। ମୋ ସହିତ ପାଟେଣୀ ଗାଁର ପ୍ରଖ୍ୟାତ ଓୌପନାସିକ ଭାଗିରଥୀ ଦାସଙ୍କ ପୁଅ ଟୁଟୁ, ମୋର ଆଉ ଜଣେ ସାଙ୍ଗ ପ୍ରେମାନନ୍ଦ ବି ଟିୟୁସନ୍ ଆସୁଥିଲା। ଦିନେ ମୁଁ ବେଳାବେଳି ସେଠି ପହଂଚି ଗଲି। ଟୁଟୁ କି ପ୍ରେମାନନ୍ଦ କେହି ଆସିନଥାନ୍ତି। ସାର୍ ମୋତେ ଦେଖି କହିଲେ, ” ଆରେ ଜଟିଆ…

"ଏକ ଅଭୁଲା ଭୁଲ"