କଳିଙ୍ଗ ଆୟୁଷ ହସପିଟାଲ ଉଦଘାଟିତ

ଦେବଗଡ ୧୪-୯ (ଓଡ଼ିଆ ପୁଅ/ପ୍ରଶଆନ୍ତ ଭୁକ୍ତା)- ଦେବଗଡ ଜିଲ୍ଲା ସଦରମହକୁମା ଠାରେ କଳିଙ୍ଗ ଆୟୁଷ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଆୟୁଷ ହସପିଟାଲ ଗତ ୧୧/୯/୨୦୧୮ ତାରିଖରେ ଉଦଘାଟିତ ହୋଇଯାଇଛି।ଫାଉଣ୍ଡେସନର ପରିଚାଳକ ପ୍ରଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏସିଆନ ପେସିଫିକ୍ ଭାବିପାରି ସୋସାଇଟି ର ସାଧାରଣ ସମ୍ପାଦକ ଉଇଲିୟମ୍ ହେନେଜ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ହସପିଟାଲକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଫାଉଣ୍ଡେସନର ଚ୍ଯାରମେନ ଦେବବ୍ରତ ପ୍ରଧାନ ହସପିଟାଲର ନିର୍ମାଣର ଉଦେଶ୍ୟ ଓ ଏହା ଦ୍ବାରା ଗ୍ରାମାଞ୍ଚଳର ଜନ ସାଧାରଣ ମାନଙ୍କ ର ଆୟୁର୍ବେଦିକ ନେଚର ପାଥି ଓ ଅଲଟା ନେର୍ଟିଭ ଥେରାପି ମଧ୍ୟରେ ସମସ୍ତ ଦୁସାଧ୍ଯ ରୋଗର ସଫଳତା ପ୍ରାପ୍ତି ହୋଇ ପାରିବ…

"କଳିଙ୍ଗ ଆୟୁଷ ହସପିଟାଲ ଉଦଘାଟିତ"

ଦେବଗଡରେ କଂଗ୍ରେସର ଭାରତ ବନ୍ଦ

ଦେବଗଡ ୧୦-୯ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) :-ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର ଦେବଗଡ ଠାରେ ଦେବଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ୮ଘଣ୍ଟିଆ ବନ୍ଦ କରାଯିବ ଯାଇଥିଲା।ଦେବଗଡ ସହର ମଧ୍ଯ ଦେଇ ଯାଇଥିବା ଜାତୀୟ ରାଜପଥ ସହିତ ସମସ୍ତ ସରକାରୀ ଓ ବେସରକାରୀ ଏବଂ ଯାନବାହାନ ସବୁ ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ରହିଥିଲା।ଏହି ଭାରତ ବନ୍ଦରେ ଦେବଗଡ ଜିଳ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ସାହୁ, ସଂପାଦକ ସେମ୍ ହେମ୍ବ୍ରମ, ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସିଦ୍ଧାର୍ଥ ଗୁରୁ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

"ଦେବଗଡରେ କଂଗ୍ରେସର ଭାରତ ବନ୍ଦ"

ଜିଲ୍ଲାସ୍ତରୀୟ ଖାଉଟୀ ସୁରକ୍ଷା ସଚେତନତା କର୍ମଶାଳା

ଦେବଗଡ ୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ସ୍ଥାନୀୟ ଟାଉନ ହଲଠାରେ ଏକ ଖାଉଟୀ ସୁରକ୍ଷା ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ବୈଧ ମାପ ଓଜନ ବିଭାଗ, ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଏବଂ ଜିଲ୍ଲା ଖାଉଟୀ ସୁରକ୍ଷା ମଂଚର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ଧରମ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କର୍ମଶାଳାର ଶୁଭ ଉଦ୍ଘାଟନ କରିଥିଲେ। ନିଜର ବକ୍ତବ୍ୟରେ ଶ୍ରୀ ହାଁସଦା ଉପଭୁକ୍ତାମାନଙ୍କୁ ଖାଉଟୀ ସୁରକ୍ଷା ଆଇନ ସମ୍ବନ୍ଧରେ ସଚେତନ କରିବାପାଇଁ ଏଭଳି କର୍ମଶାଳାର ଗୁରୁତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ଶ୍ରୀ ଭିନସେଣ୍ଟ ପୁନମ କାନ୍ତ ଏକ୍କା…

"ଜିଲ୍ଲାସ୍ତରୀୟ ଖାଉଟୀ ସୁରକ୍ଷା ସଚେତନତା କର୍ମଶାଳା"

ଶିକ୍ଷା ବିଭାଗର ସମୀକ୍ଷା ବୈଠକ

ଦେବଗଡ଼, ୨୯-୦୮(ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- ଗତ ୨୩ ତାରିଖ ଦିନ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଜିଲ୍ଲା କାର୍ଯ୍ୟାଳୟଠାରେ ଶିକ୍ଷା ବିଭାଗର ଏକ ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକର ସୂଚନାନୁଯାୟୀ ଆସନ୍ତା ୨ମାସ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଓ ସହକାରୀ ବ୍ଲକ ଶିକ୍ଷା ଅଧିକାରୀମାନେ ବିଦ୍ୟାଳୟଗୁଡିକୁ ପରିଦର୍ଶନ କରି ସମସ୍ତ ବିଷୟ ଉପରେ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସିଆରସିସିମାନେ ନିଜ ଅଧୀନରେ ଥିବା ବିଦ୍ୟାଳୟଗୁଡିକୁ ମାସକରେ ଅନ୍ତତଃ ପକ୍ଷେ ୨ଥର ପରିଦର୍ଶନ କରିବାକୁ କହିଛନ୍ତି। ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ କର୍ମଠ ଶିକ୍ଷକମାନଙ୍କୁ ଚୟନ କରି ଉପଯୁକ୍ତ ଶିକ୍ଷାଦାନର ବିଭିନ୍ନ…

"ଶିକ୍ଷା ବିଭାଗର ସମୀକ୍ଷା ବୈଠକ"

ଦେବଗଡ : ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଦେବଗଡ ୨୩-୮ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ଦେବଗଡ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଯତ୍ନବାନ ହେବାପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା, ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତକର୍ମନିଯୁକ୍ତି ଯୋଜନା, ଚର୍ତୁଃଦଶ କେନ୍ଦ୍ର ଅର୍ଥ କମିଶନ…

"ଦେବଗଡ : ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା"

ଦେବଗଡ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ଦେବଗଡ, ୨୧-୦୮ (ଓଡ଼ିଆ ପୁଅ) – ଦେବଗଡ଼ ଜିଲ୍ଲା ଯୋଜନା କମିଟିର ବୈଠକ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ କମିଟିର ଅଧ୍ୟକ୍ଷା ତଥା ରାଜ୍ୟ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ ଦେବଗଡ ଛୋଟ ଜିଲ୍ଲା ହେଲେ ମଧ୍ୟ ସଂସ୍କୃତି ଓ ଐତିହ୍ୟର ଗନ୍ତାଘର ବୋଲି କହିଥିଲେ। ଏହି ଜିଲ୍ଲାର ସାମଗ୍ରୀକ ବିକାଶ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ଓ ଲୋକପ୍ରତିନିଧିମାନଙ୍କର ଉପଯୁକ୍ତ ସମ୍ମନ୍ୱୟ ରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳରୂପାୟନ ନିମନ୍ତେ ଅଧିକାରୀମାନେ ଅଧିକ…

"ଦେବଗଡ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ"

ମାଓକ୍ୟାମ୍ପ ଠାବ ଓ ବିପୁଳ ପରିମାଣରେ ମାଓ ସାମଗ୍ରୀ ସହିତ ଅସ୍ତ୍ରଶସ୍ତ୍ର ଜବତ

ଦେବଗଡ ୧୬-୭ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଦେବଗଡ ଜିଲ୍ଲା ରୁକୁଡା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିବା ପରେ ଦେବଗଡ ଜିଳ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ଜେମସ୍ ଙ୍କ ନେତୃତ୍ବରେ ଗତ ୧୪ ତାରିଖ ଦିନ ଏସ୍ ଓ ଜି ଓ ଡି ଭି ଏଫ୍ ଜବାନଙ୍କ ମିଳିତ ସହଯୋଗରେ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲେ। ଚଢାଉ ସମୟରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଦୁଇଦିନ ଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ କୌଣସି ମାଓବାଦୀ ଆହତ ହୋଇନଥିବା ବେଳେ ଘଞ୍ଚ ମଧ୍ୟକୁ ଖସି ପଲେଇ ଥିଲେ। ଆଜି ତାଙ୍କର ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ ମାଓ…

"ମାଓକ୍ୟାମ୍ପ ଠାବ ଓ ବିପୁଳ ପରିମାଣରେ ମାଓ ସାମଗ୍ରୀ ସହିତ ଅସ୍ତ୍ରଶସ୍ତ୍ର ଜବତ"

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ପର୍କୀତ ମକ୍ ଡ୍ରିଲ

ଦେବଗଡ ୨୨-୬ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ଧରମ ହାଁସଦା ଏହି ମକ୍ ଡ୍ରିଲ କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଅଗ୍ନିଶମ ସେବା ସଂସ୍ଥାର ଅଗ୍ନିଶମ ସେବା ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର, ଓସଡମା ରାଜ୍ୟ ସଂଯୋଜକ ଶୈଳେନ୍ଦ୍ର ପଟ୍ଟନାୟକ ଏବଂ ଜରୁରୀ କାଳିନ ଅଧିକାରୀ ସୁଶାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ…

"ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ପର୍କୀତ ମକ୍ ଡ୍ରିଲ"

ଶିଶୁ ନିର୍ଯାତନା ରୋକିବା ଲାଗି ଦେବଗଡରେ କ୍ଯାଣ୍ଡେଲ ଶୋଭାଯାତ୍ରା

ଦେବଗଡ ୧୨/୬(ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ଶିଶୁ ନିର୍ଯାତନା ରୋକିବା ପାଇଁ ରବିବାର ସଂନ୍ଧ୍ୟାରେ ଏକ ସଚେତନତା କ୍ଯାଣ୍ଡେଲ ଶୋଭାଯାତ୍ରା ସ୍ଥାନିୟ ଗୋପାଳଜୀ ମନ୍ଦିରରୁ ବାହାରି ଗୋପବନ୍ଧୁ ଛକ ଠାରେ ପହଞ୍ଚିଥିଲା।ଏହି ଶୋଭାଯାତ୍ରାରେ ଦେବଗଡ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ଜେମସ୍, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍ ଏନ୍ ସି, ଡିଏସପି ଅନ୍ତୋନି ତିର୍କୀ, ଆରଆଇ କାଳିଚରଣ ମାଝି, ଏସ୍ ଡି ପିଓ ସୁଲେମାନ ଏକ୍କା, ଆଇଆଇସି ଅଜୟ କୁମାର ତିର୍କି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ଓ ନୂତନ ଭାବେ ମନୋନିତ ହୋଇଥିବା ଜିଲ୍ଲା କଂଗ୍ରେସ୍ ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ସାହୁ ଏବଂ ସହରର ବହୁ ସମାଜସେବୀ, ସ୍ବେଚ୍ଛାସେବୀ…

"ଶିଶୁ ନିର୍ଯାତନା ରୋକିବା ଲାଗି ଦେବଗଡରେ କ୍ଯାଣ୍ଡେଲ ଶୋଭାଯାତ୍ରା"

ଉମାଶଙ୍କର ସାହୁ ହେଲେ ଦେବଗଡ ଜିଲ୍ଲା କଂଗ୍ରେସର ନୂତନ ସଭାପତି

ଦେବଗଡ ୯ ଜୁନ୍ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ଓଡିଶାରେ କଂଗ୍ରେସର ନୂତନ ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଯୋଗଦେବାର ନିଜର ନୂତନ ଟିମ୍ ଗଠନ ପକ୍ରିୟା ଆରମ୍ଭ କରିଛନ୍ତି। ଜଣେ ବ୍ୟକ୍ତି ଗୋଟିଏ ପଦବୀ ସୂତ୍ର ଅନୁଯାଇ ଦେବଗଡ ଜିଲ୍ଲାର ପୂର୍ବତନ ଯୁବ କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଏବେ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ନାମିତ ପ୍ରକାଶ ପାଇବାପରେ ଜିଲ୍ଲା କଂଗ୍ରେସ୍ କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଏଥିନିମନ୍ତେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନର ସୁଅ ଛୁଟିବାରେ ଲାଗିଛି।

"ଉମାଶଙ୍କର ସାହୁ ହେଲେ ଦେବଗଡ ଜିଲ୍ଲା କଂଗ୍ରେସର ନୂତନ ସଭାପତି"