ସଡକ ଦୁର୍ଘଟଣାରେ କାର ଓଲଟିଲା

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟଗେଟ ନିକଟସ୍ଥ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମୁଖ ରାସ୍ତାରେ ଏକ କାର ଓଲଟି ପଡିରହିଥିବାର ଦେଖିବାକୁ ମିଳିଥିଲା। ଏହି ରାସ୍ତାଟି ଏକ ଜନଗହଳି ପୁର୍ଣ୍ଣ ରାସ୍ତା ହୋଇଥିବା ବେଳେ ଏଠାରେ ଏକ ମାରୁତି ଅଲଟୋ କାର ନଂ ଓ ଆର୦୭ଡବ୍ଲୁ୨୭୭୨ କୌଣସି କାରଣରୁ ଦୁର୍ଘଟଣାଗସ୍ତ ହୋଇ ରାସ୍ତାକୋଡକୁ ଓଲଟି ପଡିଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିରେ ଥିବା ଯାତ୍ରୀଙ୍କ କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ କିମ୍ବା ଘଟଣାର କୌଣସି ଅଭିଯୋଗ ମଧ୍ୟ ହୋଇନଥିବାର ସୂଚନା ମିଳିଛି।

"ସଡକ ଦୁର୍ଘଟଣାରେ କାର ଓଲଟିଲା"

ଛେଳି ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ରବ୍ୟାଙ୍କ ଗ୍ରାମିଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ରଠାରେ ଏକ ଛେଳି ପାଳନ ତାଲିମ କାର୍ଯକ୍ରମ ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମକୁ ଜିଲା ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରବିନ୍ଦ୍ର କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ। ସମସ୍ତ ତାଲିମ ହାସଲକାରୀମାନଙ୍କୁ କଠିନ ପରିଶ୍ରମଦ୍ୱାରା ମନୁଷ୍ୟ ଆତ୍ମ ନିର୍ଭରଶୀଳ ହୋଇ ସ୍ୱାଧୀନ ଭାବେ ଜୀବନ ଅତିବାହିତ କରିପାରିବ ବୋଲି କୁହାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ୧୦ଦିନ ଧରି ହେବାକୁ ଥିବା ବେଳେ ଏଥିରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୨୫ଜଣ କୃଷକ ଯୋଗ ଦେଇଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମକୁ ତାଲିମ କେନ୍ଦ୍ରର ସଂଯୋଜକ ଦିଲିପ କୁମାର ତନ୍ତି ପରିଚାଳନା କରୁଥିବା…

"ଛେଳି ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ"

ସରକାରୀ ସହାୟତା ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି, ୧୧ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗୁମ୍ମା ବ୍ଳକ ସେରଙ୍ଗ ଗ୍ରାମ ପାଇକସାହିର ଅଞ୍ଚଳବାସିନ୍ଦାମାନେ ସେମାନଙ୍କୁ ସରକାରୀ ସହାୟତାରେ ବୃକ୍ଷରୋପଣ କରିବା ପାଇଁ ଆଦେଶ ମିଳୁ ବୋଲି ଜିଲାପାଳଙ୍କୁ ନିବେଦନ ଜଣାଇଛନ୍ତି। ନିବେଦନ ପତ୍ରରେ ଏମାନେ ସମସ୍ତେ ଦିନ ମଜୁରିଆ ଗରିବ ଶ୍ରେଣୀର ବୋଲି ଜଣାଇଛନ୍ତି। ଏମାନେ ସମସ୍ତେ ଭୁମିହୀନ ହୋଇଥିବାରୁ ଗ୍ରାମ ନିକଟରେ ଥିବା ପେଡିସିଲ ପାହାଡ ଚତୁପାର୍ଶରେ ସାଗୁଆନ, ଶାଳ, ପିଆଶାଳ, ଆମ୍ବ, ପଣସ ଇତ୍ୟାଦି ଗଛ ଲଗାଇ ପ୍ରାୟ ୨୦ବର୍ଷ ହେବ ବୃକ୍ଷରୋପଣ କରିଆସୁଛନ୍ତି। ଭବିଷ୍ୟତରେ ଏଥିରୁ ଯାହା ଅର୍ଥ ଉପାର୍ଜନ ହେବ ସେଥିରେ ପରିବାର ଭରଣପଷଣ ହୋଇପାରିବ ବୋଲି ନିବେଦନପତ୍ରରେ…

"ସରକାରୀ ସହାୟତା ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ"

ଅଚିହ୍ନା ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, ୧୧ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ନିକଟରେ ଥିବା ଜନସେବାକେନ୍ଦ୍ର ସମ୍ମୁଖରେ ଜଣେ ପ୍ରାୟ ୬୦ବର୍ଷର ବୃଦ୍ଧବ୍ୟକ୍ତିଙ୍କର ଅଚାନକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ମୃତ ବ୍ୟକ୍ତି ଜଣକ ଗତକାଲି ବିଳମ୍ବିତ ସଂଧ୍ୟାରେ ସ୍ଥାନିୟ ଜନସେବା କେନ୍ଦ୍ର ସମ୍ମୁଖରେ ଅଚେତ ହୋଇପଡିରହିଥିଲେ। ତାଙ୍କୁ ସେଠାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳକୁ ନେବାପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦିଆଯାଇଥିଲା। ମୃତ ବ୍ୟକ୍ତିଙ୍କର କୌଣସି ଚିହ୍ନଟ ହୋଇନଥିବା ବେଳେ ଏସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୧/୧୮ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଜାରି ରହିଥିବାର ଏସ.ଆଇ ଜ୍ୟୋର୍ତିମୟୀ ଦାସ ଜଣାଇଛନ୍ତି।

"ଅଚିହ୍ନା ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ"

ଚୋରା ଦେଶୀ ମହୁଲି ମଦ ସହ ଜଣେ ଗିରଫ

ପାରଳାଖେମୁଣ୍ଡି, ୧୧ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ପକ୍ଷରୁ ଚଢାଉ କରାଯାଇ ଜଣେ ଦେଶିମହୁଲି ଚୋରାମଦ ବେପାରିକୁ ଗିରଫ କରାଯାଇଛି। ଘଟଣାରୁ ପ୍ରକାଶ ଯେ ପୋଲିସ ପେଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବର ପାଇ ଗୁମ୍ମାଗଡା ନାଳ ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ଖୋଲତାଡ କରିଥିଲା। ଖୋଲତାଡ ପରେ ବ୍ୟକ୍ତିଙ୍କ ନିକଟରୁ ଜାରକିନରେ ୧୦ଲିଟର ଚୋରାଦେଶୀ ମହୁଲି ମଦ ଜବତ ହୋଇଥିଲା। ପାରଳାଖେମୁସ୍ଥି ସ୍ଥିତ ଖଣ୍ଡିଜାଗିଲି ସାହିର ବାସିନ୍ଦା ଏସ.ସୁରେଶ (୨୬)କୁ ଚୋରାମଦ ନେଉଥିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା। ଏସମ୍ପର୍କରେ ୭/୧୮ନଂରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଏ.ଏସ.ଆଇ ଏସ.ଏନ ପୁରୋହିତ ଜଣାଇଛନ୍ତି।

"ଚୋରା ଦେଶୀ ମହୁଲି ମଦ ସହ ଜଣେ ଗିରଫ"