ମହେନ୍ଦ୍ର ଶିଖରରେ ସନ୍ଥ ସମ୍ମିଳନୀ

ପାରଳାଖେମୁଣ୍ଡି, ୧୮ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାର ଐତିହାସିକ ମହେନ୍ଦ୍ରଗିରି ପର୍ବତ ଶିଖରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ସଂକ୍ରାନ୍ତି ଅବସରରେ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରଜ ପାଇଁ ଏହି କାର୍ଯ୍ୟକ୍ରମରେ ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଖିଳ ଭାରତ ସନ୍ଥ ସମିତି ଆବାହନରେ ସବୁ ସମ୍ପ୍ରଦାୟର ସାଧୁ ଓ ସ୍ୱାଦ୍ଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଧର୍ମାନ୍ତିକରଣ ନିରୋଧ, ଅଯୋଧ୍ୟାର ରାମ ମନ୍ଦିର, ପ୍ରାକୃତିକ ସମ୍ପଦର ରକ୍ଷା ଏବଂ ଗୋ ହତ୍ୟା ନିରୋଧ ବିଷୟରେ ବିସ୍ତୃତ ଭାବେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ମହେନ୍ଦ୍ରଗିରିର ପ୍ରକୃତି ଓ ସଂସ୍କୃତିର କିପରି…

"ମହେନ୍ଦ୍ର ଶିଖରରେ ସନ୍ଥ ସମ୍ମିଳନୀ"

ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, ୧୭ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବୋମିକା ଗ୍ରାମ ଠାରେ ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାର ସୂଚନା ଗୁରାଣ୍ଡି ପୋଲିିସ ପକ୍ଷରୁ ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ଅପରାହ୍ନ ସମୟରେ ବୋମିକା ଗ୍ରାମର ଅନାଦି ପାଣିଙ୍କ ପୁଅ ହେମନ୍ତ ପାଣି(୨୯) ଅପରାହ୍ନ ସମୟରେ ଗ୍ରାମ ନିକଟରେ ବୋହିଯାଉଥିବା ମହେନ୍ଦ୍ରତନୟା ନଦୀକୁ ଗାଧଇବା ପାଇଁ ଯାଇଥିଲେ। ତେବେ କୌଣସି କାରଣରୁ ନଦୀର ସୁଅରେ ଭାସିଯାଇଥିଲେ। ପରେ ଅଞ୍ଚଳବାସିନ୍ଦାଙ୍କ ସହୟତାରେ ଖୋଜାଖୋଜି କରିବା ଦ୍ୱାରା ତାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ…

"ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ"

ପୋଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କଡାକଡି

ପାରଳାଖେମୁଣ୍ଡି, ୧୭ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଭିନ୍ନ ଛକ ସ୍ଥାନମାନଙ୍କରେ କଡାକଡି ଭାବେ ଗାଡି ମୋଟର ଯାଞ୍ଚ କରାଯିବା ସହ ଜରିମାନା ଆଦାୟ କରାଯାଉଛି। ପୋଲିସର କଡାକଡି ଯାଞ୍ଚ ପ୍ରଭାବରେ ସହରରେ ୨ଚକିଆ ଗାଡି ଚାଳକମାନଙ୍କର ହେଲମେଟ ପରିଧାନର ପରିମାଣ ଦିନକୁ ଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ପେଟ୍ରୋଲ ପମ୍ପ ମଧ୍ୟ ପେଟ୍ରୋଲ ଦେବା ସମୟରେ ହେଲମେଟକୁ ଗୁରୁତ୍ୱ ଦେଉଥିବାର ଦୃଷ୍ଟିକୁ ଆସୁଛି। ସହରର ରାଣିପେଣ୍ଠ, ଷ୍ଟାଡିୟମ ଛକ, କୋର୍ଟ ଛକ ଇତ୍ୟାଦି ବିଭିନ୍ନ ଛକମାନଙ୍କରେ ପୋଲିସ ପକ୍ଷରୁ ୨ଚକିଆ ଯାନଗୁଡିକୁ ହେଲମେଟ ଯାଞ୍ଚ କରାଯାଉଥିବା ଲକ୍ଷ କରାଯାଉଛି। ସୁରକ୍ଷିତ ଯାତ୍ରା ପାଇଁ ପୋଲିସର ଯାଞ୍ଚ ସହ ସାଧାରଣ…

"ପୋଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କଡାକଡି"

ଗଜପତି: ରଥନିର୍ମାଣରେ ଅଖ ପୂଜା ଆରମ୍ଭ

ପାରଳାଖେମୁଣ୍ଡି, ୧୬ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆଗାମି ରଥ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଖୁବ ଜୋରରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ରଥ ଯାତ୍ରା କମିଟିର ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ ପୁରୁଣ।ରଥଗୁଡିକର କାଠଗୁଡିକୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବାହାରକୁ ବାହର କରାଯାଇ ରଥ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରୁ ଏଥିରେ ପ୍ରାୟ ୧୦ରୁ ୧୫ଜଣ ବଢେଇ ଉପସ୍ଥିତ ରହି ମାପଚୁପ କାର୍ଯ୍ୟ କରିଥିଲେ। ପରେ ଚଳିତ ବର୍ଷ ପାଇଁ ନୂତନ କାଠ ମଧ୍ୟ ସଂଗ୍ରହ କରାଯିବାର ସୂଚନା ମିଳିଛି। ତେବେ ୩ଟି ରଥପାଇଁ ରଥ ନିର୍ମାଣ କାର୍ଯ୍ୟ ଖୁବ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ରଥଗୁଡିକର ଅଖ…

"ଗଜପତି: ରଥନିର୍ମାଣରେ ଅଖ ପୂଜା ଆରମ୍ଭ"

ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି, ୧୫ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ସୋବରା ପଞ୍ଚାୟତ ସୋବରା ଗ୍ରାମ ଠାରେ ଏକ ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଗୋଷାଣୀ ବ୍ଳକ କୃଷି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କୃଷକ ସମ୍ପର୍କ ମେଳାରେ ମୁଖ୍ୟତଃ କୃଷକମାନେ ସରକାରଙ୍କ ଦ୍ୱାରା ହୋଇଥିବା ବିଭିନ୍ନ କୃଷି ବିକାଶ ମୁଳକ ଯୋଜନାରେ ଯୋଡି ହୋଇ ନିଜକୁ ସାମିଲ କରିବେ ତାହାକୁ ନେଇ ଆଲୋଚନା ହୋଇଥିଲା। ଏଥିରେ କୃଷି ଅଧିକାରୀ କେ.ମାଧବ ରାଓ ଯୋଗଦେଇ କୃଷକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କିପରି ଯୋଜନା ମାନ ପ୍ରସ୍ତୁତ ହୋଇଛି ସେବିଷୟରେ କହିଥିଲେ। ନୁତନ ଜ୍ଞାନ କୌଶଳ ବଳରେ ଏବଂଜୈବିକ ପଦ୍ଧତିରେ…

"ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ"

“ଆକାଂକ୍ଷା” ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ

ପାରଳାଖେମୁଣ୍ଡି, ୧୫ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବଡବ୍ରାହ୍ମଣ ସାହି ଠାରେ “ଆକାଂକ୍ଷା” ମହିଳା ସଂଗଠନ କାର୍ଯ୍ୟାଳୟ ପରିସରରେ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ରଜ ପର୍ବ ଏକ ମୁଖ୍ୟ ପର୍ବ ଭାବେ ପରିଗଣିତ ହେଉଥିବା ବେଳେ ମୁଖ୍ୟତଃ ଏହା ଉପକୁଳବର୍ତ୍ତୀ ଜିଲାମାନଙ୍କରେ ବହୁଳ ଭାବେ ପାଳିତ ହୋଇଥାଏ। ଗଜପତି ଜିଲାରେ ଏହାର ପ୍ରଭାବ କମ ରହିିଥିଲେ ମଧ୍ୟ ଏହି ମହିଳା ସଂଗଠନ ପକ୍ଷରୁ ଓଡିଶାର ଏହି ମୁଖ୍ୟ ପର୍ବଟିକୁ ବହୁ ଆଡମ୍ବର ପାଳନ କରାଯାଇଛି। ଏହି ଅବସରରେ ପରମ୍ପରା ଅନୁସାରେ ସ୍ଥାନୀୟ ଅଞ୍ଚଳର ଝିଅ ବୋହୁମାନେ ନୁଆ ଲୁଗା ପିନ୍ଧି ଦୋଳି ଖେଳିବା ସହ ରଜ ଗିତରେ…

"“ଆକାଂକ୍ଷା” ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ"

ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୪ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମ କରାଯାଇଛି। ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ୱାର୍ଡ ନଂ ୨ସ୍ଥିତ ଜାଡିମ୍ମା ସାହି ଠାରେ ୭ଲକ୍ଷଟଙ୍କା ବ୍ୟୟ ଅଟକଳରେ ରାସ୍ତା ଓ ନାଳ କାମ ପାଇଁ ଶିଳାନ୍ୟାସ ଦିଆଯାଇଛି। ସେହିପରି ସହରର ଛାମୁଟିଆ ସାହି ପଛ ପାର୍ଶରେ ଏକ ରୋଡ ଓ ଡ୍ରେନ କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କରାଯାଇଛି। ସେହିପରି ରାଜଦାଣ୍ଡ ସାହିର ପିଚୁ ରାସ୍ତା ଏବଂ କଂକ୍ରିଟ ଡ୍ରେନ ପାଇଁ ୬୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୌରପରିଷଦ ପକ୍ଷରୁ ଶିଳାନ୍ୟାସ କରାଯାଇଛି। ସେହିପରି ସହରରେ ରୋଟାରି ହଲର…

"ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ"

ଶତାଧିକ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

ପାରଳାଖେମୁଣ୍ଡି, ୧୪ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜେଡି ଜିଲା କାର୍ଯ୍ୟାଳୟ ପକ୍ଷରୁ ଶତାଧିକ କଂଗ୍ରେସ କର୍ମୀ ବିଜେଡିର ଯୋଗଦେଇଥିବାର ସୂଚନା ଦିଆଯାଇଛି। ତେବେ ଏହି କଂଗ୍ରେସ କର୍ମୀମାନେ ପୁର୍ବତନ ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଭୁବନେଶ୍ୱର ଯାଇ ସେଠାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଉପସ୍ଥିତିରେ ବିଜେଡିର ଯୋଗଦେଇଥିବାର ସୂଚନା ମିଳିଛି। ଏହି ସମସ୍ତ କର୍ମୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ତଥା ନେତୃତ୍ୱକୁ ସମର୍ଥନ କରି ବିଜେଡିରେ ଯୋଗଦେଇଥିବା ଜଣାପଡିିଛି। ଏମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ, ଏବଂ ୱାର୍ଡ ମେମ୍ବର ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ମିଶ୍ରଣ ପର୍ବ ସମୟରେ ଗୋପାଳପୁର ବିଧାୟକ ଡା.ପ୍ରଦିପ ପାଣିଗ୍ରାହୀ,…

"ଶତାଧିକ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ"

ବିପର୍ଯ୍ୟୟ ପ୍ରଶମନ ମକ୍ ଡ୍ରିଲ ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, ୧୩ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ହେବାକୁ ଥିବା ମକ୍ଡି୍ରଲ କାର୍ଯ୍ୟକ୍ରମକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଆଗକୁ ବର୍ଷା ଋତୁ ଆସୁଥିବା ଯୋଗୁ ବନ୍ୟା ବାତ୍ୟା ଇତ୍ୟାଦି ପ୍ରାକୃତିକ ଦୁର୍ବିପାକ ଘଟିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଗଜପତି ଜିଲା ପୁର୍ବରୁ ଅନେକ ଥର ପ୍ରାକୃତିକ ବିପର୍ଯ୍ୟୟର ସମୁଖିନ ମଧ୍ୟ ହୋଇଛି। ତେଣୁ ଏହି ବିପର୍ଯ୍ୟୟକୁ ପ୍ରଶମନ କରିବା ପାଇଁ ଆଗାମି ଦିନରେ ଜିଲା ପ୍ରଶାସନ ପକ୍ଷରୁ ଏକ ମକ୍ ଡି୍ରଲ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ସ୍ଥିର…

"ବିପର୍ଯ୍ୟୟ ପ୍ରଶମନ ମକ୍ ଡ୍ରିଲ ପାଇଁ ପ୍ରସ୍ତୁତି ବୈଠକ"

“କୃଷି ଉଦ୍ୟମି” ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୩ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ଏକ “କୃଷି ଉଦ୍ୟମି” ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗଜପତି ଲିଡ ବ୍ୟାଙ୍କ ପରିଚାଳକ ଦାମୋଦର ଉଗ୍ରସଣ୍ଡି ଏବଂ ନାବାର୍ଡ ବ୍ୟାଙ୍କର ଡିଡିଏମ ଏସ.ପାଲ ଉଦ୍ଘାଟନ କରିଥିଲେ। ଏହି କୃଷି ଉଦ୍ୟମି ତାଲିମ ଶିବିରରେ ୩୬ଜଣ କୃଷକଙ୍କୁ ୧୩ଦିନ ଧରି ତାଲିମ ଦିଆଯାଇଥିଲା। ନୁତନ କୃଷି ପଦ୍ଧତିରେ କିପରି କୃଷକମାନେ ଅଧିକ ଲାଭାନ୍ୱିତ ହୋଇ ନିଜର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିପାରିବେ ସେବିଷୟରେ ପ୍ରଶିକ୍ଷଣ ଦିଆଯିବ। ସେହିପରି ବୈଜ୍ଞାନିକ ପଦ୍ଧତିରେ କୃଷି କଲେ ତାହା ଅଧିକ ଅମଳ କ୍ଷମ…

"“କୃଷି ଉଦ୍ୟମି” ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ"