ବିଶ୍ୱ ଯୋଗ ଦିବସ ପାଇଁ ପ୍ରସ୍ତୁତି

ପାରଳାଖେମୁଣ୍ଡି, ୧୯ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆସନ୍ତା ୨୧ତାରିଖରେ ପାଳନ ହେବାକୁ ଥିବା ବିଶ୍ୱ ଯୋଗ ଦିବସ ପାଇଁ ଏକ ପ୍ରଶିକ୍ଷଣ ଶିବିର ଚାଲୁରହିଛି। ପ୍ରତିଦିନ ଭୋର ସମୟରେ ଗୁରୁ ବିଘ୍ନେଶ୍ୱର ଦାସଙ୍କ ନେତୃତ୍ୱରେ ପ୍ରାୟ ୫୦ଜଣ ବ୍ୟକ୍ତି ଯୋଗ ଅଭ୍ୟାସ କରୁଛନ୍ତି। ଏହି ଯୋଗ ଅଭ୍ୟାସ ଆସନ୍ତା ୨୧ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଯୋଗ ଦିବସ ଉପଲକ୍ଷେ କରାଯାଉଛି। ପତାଞ୍ଜଳି ଯୋଗ ସମିତି ପାରଳାଖେମୁଣ୍ଡି ଶାଖା ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଶ୍ୱ ଯୋଗ ଦିବସ ଅବସରରେ ବହୁ ସଂଖ୍ୟାରେ ଜନସାଧାରଣ ଯେପରି କାର୍ଯ୍ୟକ୍ରମରେ…

"ବିଶ୍ୱ ଯୋଗ ଦିବସ ପାଇଁ ପ୍ରସ୍ତୁତି"

ଚାଇଲ୍ଡ ଲାଇନ ଦ୍ୱାରା ଶିଶୁ ଶ୍ରମିକ ଉଦ୍ଧାର

ପାରଳାଖେମୁଣ୍ଡି, ୧୯ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଚାଇଲ୍ଡ ଲାଇନ ପକ୍ଷରୁ ଫୋନ ଦ୍ୱାରା ସୂଚନା ପାଇ ଏକ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଜଣେ ୧୩ବର୍ଷର ନାବାଳକ ସହରର ଫାୟର ଷ୍ଟେସନ ନିକଟରେ କାମ କରୁଥିଲେ। ଶିଶୁଟି ୬ଷ୍ଠ ଶ୍ରେଣୀରେ ପାଠ ଛାଡି ୩ମାସ ତଳେ ବଡଭାଇ ସହ ପାରଳାଖେମୁଣ୍ଡି ଆସିରହୁଥିଲେ। ବଡଭାଇ ଏକ ବାରରେ କାର୍ଯ୍ୟ କରିଥିବା ବେଳେ ସାନଭାଇ ଏହି ହୋଟେଲରେ ଦିନକୁ ୧୦୦ଟଙ୍କା ମଜୁରୀ ନେଇ ୧୫ଦିନ ହେଲା କାମ କରୁଥିଲା। ଫୋନ ଯୋଗେ ଖବର ପାଇବା ପରେ ଚାଇଲ୍ଡ ଲାଇନ ସଦସ୍ୟ ଭେଙ୍କଟେସ ସେନାପାତି ଓ ଲକ୍ଷ୍ମୀ ସାହୁ ହୋଟେଲରେ…

"ଚାଇଲ୍ଡ ଲାଇନ ଦ୍ୱାରା ଶିଶୁ ଶ୍ରମିକ ଉଦ୍ଧାର"

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଓଡିଆ ସିନେମାର ମୁହୁରତ

ପାରଳାଖେମୁଣ୍ଡି, ୧୮ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଭେଙ୍କଟେଶ୍ୱର ମନ୍ଦିର ଠାରେ ପୁଜାର୍ଚ୍ଚନା କରାଯାଇ ଓଲିଉଡ ସିନେମା “ଚାମ୍ପିୟନ”ର ଶୁଭ ମୁହୁରତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାୟ ୩ଦିନ ଧରି ଏହି ଓଲିଉଡ ସିନେମା ସୁଟିଂ ହେବାକୁ ଥିବା ବେଳେ ମୋଟ ୨୧ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଏହି ସିନେମାର ସୁଟିଂ ହେବାକୁ କାର୍ଯ୍ୟକ୍ରମ ରହିଛି। ପାରଳାଖେମୁଣ୍ଡି ସହରର ଐତିହାସିକ ବୃନ୍ଦାବନ ତୋଟା ପରିସର, ଜିରାଙ୍ଗ ଇତ୍ୟାଦି ବିଭିନ୍ନ ମନୋରମ ସ୍ଥାନମାନଙ୍କରେ ଏହି ସିନେମା ସୁଟିଂ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଗଜପତି ଜିଲା ଏକ ପ୍ରାକୃତିକ ପରିବେଶରେ ପରିବେଷ୍ଟିତ ଜିଲା ହୋଇଥିବାରୁ ଏଠାରେ…

"ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଓଡିଆ ସିନେମାର ମୁହୁରତ"

ମହେନ୍ଦ୍ର ଶିଖରରେ ସନ୍ଥ ସମ୍ମିଳନୀ

ପାରଳାଖେମୁଣ୍ଡି, ୧୮ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାର ଐତିହାସିକ ମହେନ୍ଦ୍ରଗିରି ପର୍ବତ ଶିଖରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ସଂକ୍ରାନ୍ତି ଅବସରରେ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରଜ ପାଇଁ ଏହି କାର୍ଯ୍ୟକ୍ରମରେ ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଖିଳ ଭାରତ ସନ୍ଥ ସମିତି ଆବାହନରେ ସବୁ ସମ୍ପ୍ରଦାୟର ସାଧୁ ଓ ସ୍ୱାଦ୍ଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଧର୍ମାନ୍ତିକରଣ ନିରୋଧ, ଅଯୋଧ୍ୟାର ରାମ ମନ୍ଦିର, ପ୍ରାକୃତିକ ସମ୍ପଦର ରକ୍ଷା ଏବଂ ଗୋ ହତ୍ୟା ନିରୋଧ ବିଷୟରେ ବିସ୍ତୃତ ଭାବେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ମହେନ୍ଦ୍ରଗିରିର ପ୍ରକୃତି ଓ ସଂସ୍କୃତିର କିପରି…

"ମହେନ୍ଦ୍ର ଶିଖରରେ ସନ୍ଥ ସମ୍ମିଳନୀ"

ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, ୧୭ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବୋମିକା ଗ୍ରାମ ଠାରେ ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାର ସୂଚନା ଗୁରାଣ୍ଡି ପୋଲିିସ ପକ୍ଷରୁ ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ଅପରାହ୍ନ ସମୟରେ ବୋମିକା ଗ୍ରାମର ଅନାଦି ପାଣିଙ୍କ ପୁଅ ହେମନ୍ତ ପାଣି(୨୯) ଅପରାହ୍ନ ସମୟରେ ଗ୍ରାମ ନିକଟରେ ବୋହିଯାଉଥିବା ମହେନ୍ଦ୍ରତନୟା ନଦୀକୁ ଗାଧଇବା ପାଇଁ ଯାଇଥିଲେ। ତେବେ କୌଣସି କାରଣରୁ ନଦୀର ସୁଅରେ ଭାସିଯାଇଥିଲେ। ପରେ ଅଞ୍ଚଳବାସିନ୍ଦାଙ୍କ ସହୟତାରେ ଖୋଜାଖୋଜି କରିବା ଦ୍ୱାରା ତାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ…

"ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ"

ପୋଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କଡାକଡି

ପାରଳାଖେମୁଣ୍ଡି, ୧୭ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଭିନ୍ନ ଛକ ସ୍ଥାନମାନଙ୍କରେ କଡାକଡି ଭାବେ ଗାଡି ମୋଟର ଯାଞ୍ଚ କରାଯିବା ସହ ଜରିମାନା ଆଦାୟ କରାଯାଉଛି। ପୋଲିସର କଡାକଡି ଯାଞ୍ଚ ପ୍ରଭାବରେ ସହରରେ ୨ଚକିଆ ଗାଡି ଚାଳକମାନଙ୍କର ହେଲମେଟ ପରିଧାନର ପରିମାଣ ଦିନକୁ ଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ପେଟ୍ରୋଲ ପମ୍ପ ମଧ୍ୟ ପେଟ୍ରୋଲ ଦେବା ସମୟରେ ହେଲମେଟକୁ ଗୁରୁତ୍ୱ ଦେଉଥିବାର ଦୃଷ୍ଟିକୁ ଆସୁଛି। ସହରର ରାଣିପେଣ୍ଠ, ଷ୍ଟାଡିୟମ ଛକ, କୋର୍ଟ ଛକ ଇତ୍ୟାଦି ବିଭିନ୍ନ ଛକମାନଙ୍କରେ ପୋଲିସ ପକ୍ଷରୁ ୨ଚକିଆ ଯାନଗୁଡିକୁ ହେଲମେଟ ଯାଞ୍ଚ କରାଯାଉଥିବା ଲକ୍ଷ କରାଯାଉଛି। ସୁରକ୍ଷିତ ଯାତ୍ରା ପାଇଁ ପୋଲିସର ଯାଞ୍ଚ ସହ ସାଧାରଣ…

"ପୋଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କଡାକଡି"

ଗଜପତି: ରଥନିର୍ମାଣରେ ଅଖ ପୂଜା ଆରମ୍ଭ

ପାରଳାଖେମୁଣ୍ଡି, ୧୬ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆଗାମି ରଥ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଖୁବ ଜୋରରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ରଥ ଯାତ୍ରା କମିଟିର ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ ପୁରୁଣ।ରଥଗୁଡିକର କାଠଗୁଡିକୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବାହାରକୁ ବାହର କରାଯାଇ ରଥ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରୁ ଏଥିରେ ପ୍ରାୟ ୧୦ରୁ ୧୫ଜଣ ବଢେଇ ଉପସ୍ଥିତ ରହି ମାପଚୁପ କାର୍ଯ୍ୟ କରିଥିଲେ। ପରେ ଚଳିତ ବର୍ଷ ପାଇଁ ନୂତନ କାଠ ମଧ୍ୟ ସଂଗ୍ରହ କରାଯିବାର ସୂଚନା ମିଳିଛି। ତେବେ ୩ଟି ରଥପାଇଁ ରଥ ନିର୍ମାଣ କାର୍ଯ୍ୟ ଖୁବ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ରଥଗୁଡିକର ଅଖ…

"ଗଜପତି: ରଥନିର୍ମାଣରେ ଅଖ ପୂଜା ଆରମ୍ଭ"

ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି, ୧୫ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ସୋବରା ପଞ୍ଚାୟତ ସୋବରା ଗ୍ରାମ ଠାରେ ଏକ ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଗୋଷାଣୀ ବ୍ଳକ କୃଷି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କୃଷକ ସମ୍ପର୍କ ମେଳାରେ ମୁଖ୍ୟତଃ କୃଷକମାନେ ସରକାରଙ୍କ ଦ୍ୱାରା ହୋଇଥିବା ବିଭିନ୍ନ କୃଷି ବିକାଶ ମୁଳକ ଯୋଜନାରେ ଯୋଡି ହୋଇ ନିଜକୁ ସାମିଲ କରିବେ ତାହାକୁ ନେଇ ଆଲୋଚନା ହୋଇଥିଲା। ଏଥିରେ କୃଷି ଅଧିକାରୀ କେ.ମାଧବ ରାଓ ଯୋଗଦେଇ କୃଷକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କିପରି ଯୋଜନା ମାନ ପ୍ରସ୍ତୁତ ହୋଇଛି ସେବିଷୟରେ କହିଥିଲେ। ନୁତନ ଜ୍ଞାନ କୌଶଳ ବଳରେ ଏବଂଜୈବିକ ପଦ୍ଧତିରେ…

"ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ"

“ଆକାଂକ୍ଷା” ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ

ପାରଳାଖେମୁଣ୍ଡି, ୧୫ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବଡବ୍ରାହ୍ମଣ ସାହି ଠାରେ “ଆକାଂକ୍ଷା” ମହିଳା ସଂଗଠନ କାର୍ଯ୍ୟାଳୟ ପରିସରରେ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ରଜ ପର୍ବ ଏକ ମୁଖ୍ୟ ପର୍ବ ଭାବେ ପରିଗଣିତ ହେଉଥିବା ବେଳେ ମୁଖ୍ୟତଃ ଏହା ଉପକୁଳବର୍ତ୍ତୀ ଜିଲାମାନଙ୍କରେ ବହୁଳ ଭାବେ ପାଳିତ ହୋଇଥାଏ। ଗଜପତି ଜିଲାରେ ଏହାର ପ୍ରଭାବ କମ ରହିିଥିଲେ ମଧ୍ୟ ଏହି ମହିଳା ସଂଗଠନ ପକ୍ଷରୁ ଓଡିଶାର ଏହି ମୁଖ୍ୟ ପର୍ବଟିକୁ ବହୁ ଆଡମ୍ବର ପାଳନ କରାଯାଇଛି। ଏହି ଅବସରରେ ପରମ୍ପରା ଅନୁସାରେ ସ୍ଥାନୀୟ ଅଞ୍ଚଳର ଝିଅ ବୋହୁମାନେ ନୁଆ ଲୁଗା ପିନ୍ଧି ଦୋଳି ଖେଳିବା ସହ ରଜ ଗିତରେ…

"“ଆକାଂକ୍ଷା” ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ"

ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୪ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମ କରାଯାଇଛି। ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ୱାର୍ଡ ନଂ ୨ସ୍ଥିତ ଜାଡିମ୍ମା ସାହି ଠାରେ ୭ଲକ୍ଷଟଙ୍କା ବ୍ୟୟ ଅଟକଳରେ ରାସ୍ତା ଓ ନାଳ କାମ ପାଇଁ ଶିଳାନ୍ୟାସ ଦିଆଯାଇଛି। ସେହିପରି ସହରର ଛାମୁଟିଆ ସାହି ପଛ ପାର୍ଶରେ ଏକ ରୋଡ ଓ ଡ୍ରେନ କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କରାଯାଇଛି। ସେହିପରି ରାଜଦାଣ୍ଡ ସାହିର ପିଚୁ ରାସ୍ତା ଏବଂ କଂକ୍ରିଟ ଡ୍ରେନ ପାଇଁ ୬୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୌରପରିଷଦ ପକ୍ଷରୁ ଶିଳାନ୍ୟାସ କରାଯାଇଛି। ସେହିପରି ସହରରେ ରୋଟାରି ହଲର…

"ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ"