ଭଦ୍ରକ : ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଗୁଡ୍ଡି ଶ୍ରୀନିବାସନ ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଯୋଜନାର କ୍ଷେତ୍ରୀୟ ଅନୁଧ୍ୟାନ କରିଥିବା ଜଣାଯାଇଛି। ଶ୍ରୀ ଶ୍ରୀନିବାସନ ରାମଚନ୍ଦ୍ରପୁର ପଞ୍ଚାୟତର ସଂପୋଇ ଗ୍ରାମରେ ଥିବା ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟକ୍ଷମ ଅବସ୍ଥା ଅନୁଧ୍ୟାନ କରି ଚାଷୀଙ୍କ ସହ ମତ ବିନିମୟ କରିଥିଲେ। ଭଣ୍ଡାରିପୋଖରୀ ଜୁନିଅର କଲେଜ ପରିସରରେ ନିର୍ମାଣାଧୀନ ଏସସି, ଏସଟି ହଷ୍ଟେଲ ପରିଦର୍ଶନ ପରେ ଦକ୍ଷିଣବାଡ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ। ଭଣ୍ଡାରିପୋଖରୀ ଗୋଷ୍ଠୀ…

"ଭଦ୍ରକ : ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ"

ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀଧର ପଣ୍ଡା ଆଉ ନାହାଁନ୍ତି

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜଗନ୍ନାଥପୁର ନ୍ୟୁ କଲୋନୀ ନିବାସୀ ଧର୍ମପରାୟଣ ତଥା ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀଧର ପଣ୍ଡାଙ୍କର ଆକସ୍ମିକ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ପଣ୍ଡା ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ପରିଚାଳକ ଭାବେ ପର୍ଯ୍ୟାୟକ୍ରମେ ଭଦ୍ରକର ରାନ୍ଦିଆ, ବାଲେଶ୍ୱର, ସୁନାବେଢା ଓ ମୁମ୍ବାଇ ଭଳି ସ୍ଥାନରେ ଥିବା ବ୍ୟାଙ୍କରେ କାର୍ଯ୍ୟ କରିଥିଲେ। ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କର ଶରୀର ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରସ୍ଥିତ ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ…

"ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀଧର ପଣ୍ଡା ଆଉ ନାହାଁନ୍ତି"

ମହିଳା ସୁରକ୍ଷା, ରୋଜଗାର, ସମ୍ମାନ ଜନକ ଜୀବନ ପାଇଁ ଜିଲାସ୍ତରୀୟ ସମ୍ମିଳନୀ

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶାରେ ମହିଳା ହିଂସା ପ୍ରତିବର୍ଷ ୨୪% ହାରରେ ବୃଦ୍ଧି ପାଉଥିବାବେଳେ ନାବାଳିକା ଗଣଧର୍ଷଣ ଓ ହତ୍ୟା ଏକ ଦୈନନ୍ଦିନ ଘଟଣାରେ ପରିଣତ ହୋଇଛି। ଏଥିସହିତ ସାଇବର ଅପରାଧ, ଏସିଡି ମାଡ, ଗୁଣିଗାରେଡି ସନ୍ଦେହ କରି ମହିଳାମାନଙ୍କୁ ହତ୍ୟା ପ୍ରମୁଖ ଅପରାଧ ଗୁଡିକର ବୃଦ୍ଧି ମହିଳାମାନଙ୍କର ସୁରକ୍ଷା ପ୍ରତି ଘୋର ବିପଦ ସୃଷ୍ଟି କରିଛି। ଆଇନ୍କୁ କଡାକଡି ଭାବେ ଲାଗୁ କରି ଅଭିଯୁକ୍ତକୁ ଦଣ୍ଡ ଦେବାରେ ପୁଲିସ୍ ଓ ପ୍ରଶାସନ ସଂପୂର୍ଣ୍ଣ ଭାବରେ ବ୍ୟର୍ଥ। ଦୀର୍ଘ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ପୀଡିତାମାନଙ୍କୁ ହତାଶ କରୁଛି। ଅପରପକ୍ଷରେ ମହିଳା ସଶକ୍ତିକରଣ କଥା କେବଳ ଏକ ନିର୍ବାଚନୀ ସ୍ଲୋଗାନରେ…

"ମହିଳା ସୁରକ୍ଷା, ରୋଜଗାର, ସମ୍ମାନ ଜନକ ଜୀବନ ପାଇଁ ଜିଲାସ୍ତରୀୟ ସମ୍ମିଳନୀ"

ସଂଜୀବ ହିରୋ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜିଲ୍ଲା ଶିକ୍ଷାଧିକାରୀ ଓ ସଂଜୀବ ହିରୋ ଆନୁକୁଲ୍ୟରେ ଗତ ମାଟି୍ରକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୪୮ଜଣ ଛାତ୍ରଛାତ୍ରୀ, ସେମାନଙ୍କ ବିଦ୍ୟାଳୟର ଶିକ୍ଷକ ଏବଂ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଟାଉନ ହଲରେ ଆଇନଜୀବୀ ରୋଟାରିଆନ ଅତିଶ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ସମ୍ମାନିତ ଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଭଦ୍ରକ ବ୍ଳକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ ଯୋଗ ଦେଇଥିଲେ। ଉତ୍ସବର ମୁଖ୍ୟ ଆୟୋଜକ ସଂଜୀବ ହିରୋର ନିର୍ଦ୍ଦେଶକ ଯୁବ ଉଦ୍ୟୋଗୀ ସଂଜୀବ…

"ସଂଜୀବ ହିରୋ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା"

ବରିଷ୍ଠ ଆଇନଜୀବୀ ବିମାନଚନ୍ଦ୍ର ରାୟଙ୍କ ତୈଳଚିତ୍ର ଉନ୍ମୋଚନ କଲେ ଜିଲ୍ଲାଜଜ୍

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବାର୍ ଆସୋସିଏସନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆଜି ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ବିମାନଚନ୍ଦ୍ର ରାୟଙ୍କର ତୈଳଚିତ୍ର ଉନ୍ମୋଚନ ସଭାରେ ମୁଖ୍ୟଅତିଥିଭାବେ ମାନ୍ୟବର ଜିଲ୍ଳାଜଜ୍ ଶୋଭନ କୁମାର ଦାସ ଯୋଗଦେଇ ସ୍ୱର୍ଗତ ରାୟଙ୍କ ଉପରେ ସ୍ମୃତିଚାରଣ କରିବା ସହ ବାର୍ ଆସୋସିଏସନ କକ୍ଷରେ ତାଙ୍କ ତୈଳଚିତ୍ର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିଫ୍ ଜୁଡ଼ିସିଆଲ ମାଜିଷ୍ଟେଟ୍ ମହଲତ୍ ସା, ବରିଷ୍ଠ ଦେୱାନୀ ଜଜ୍ ହିମାଂଶୁ ସିଂ, ଏଡ଼ିଜେ ଅନୁପ୍ କୁମାର ଚନ୍ଦନ, କନିଷ୍ଠ ଦେୱାନୀ ଜଜ୍ ଶୁଭ୍ର ଗୌତମ ମିଶ୍ର, ରେଜିଷ୍ଟାର ଜନକ ରାଉତ, ଆଡ଼ିସିନାଲ ସବ୍ଜଜ୍ ଗିତାଞ୍ଜଳି ମଲ୍ଲିକ,…

"ବରିଷ୍ଠ ଆଇନଜୀବୀ ବିମାନଚନ୍ଦ୍ର ରାୟଙ୍କ ତୈଳଚିତ୍ର ଉନ୍ମୋଚନ କଲେ ଜିଲ୍ଲାଜଜ୍"

ଯୌତୁକ ନିର୍ଯାତନା ମାମଲାରେ ସ୍ୱାମୀ, ଶ୍ୱଶ୍ୱୁର ଓ ଶାଶୁଙ୍କୁ ସଶ୍ରମ କାରାଦଣ୍ଡାଦେଶ

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବାସୁଦେବପୁର ନରସିଂହପୁରର ସୁଦର୍ଶନ ପରିଡାଙ୍କ ଝିଅ ଅହଲ୍ୟା ପରିଡା ଗତ ଜୁନ୍ ୨୦୧୩ ମସିହାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କୁମାରକୋଣି ରମ୍ଭିଳାର ମହେନ୍ଦ୍ର ଶଙ୍ଖୁଆଙ୍କ ପୁଅ ଧନେଶ୍ୱର ଶଙ୍ଖୁଆଙ୍କୁ ବିବାହ କରିଥିଲା। ସ୍ୱାମୀ ଧନେଶ୍ୱର ଶଙ୍ଖୁଆ, ଶ୍ୱଶୁର ମହେନ୍ଦ୍ର ଶଙ୍ଖୁଆ ଏବଂ ଶାଶୁ ମାଳତି ଶଙ୍ଖୁଆ ଅଧିକ ଯୌତୁକ ଦାବିକରି ବୋହୂ ଅହଲ୍ୟାକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସଂଗେ ସଂଗେ ତା ୦୧.୦୩.୨୦୧୬ ରିଖ ମଧ୍ୟରାତ୍ରିରେ ତିନିଜଣ ମିଶି ଅହଲ୍ୟା ଶଙ୍ଖୁଆକୁ ଏକ ଲୁହା ଗରମ ରଡ୍ରେ ଦୁଇ ବାହୁ, ପିଠି ଓ ଜଂଘକୁ ଚେଂକ ଦେଇଥିଲେ। ତା ୦୨.୦୩.୨୦୧୬…

"ଯୌତୁକ ନିର୍ଯାତନା ମାମଲାରେ ସ୍ୱାମୀ, ଶ୍ୱଶ୍ୱୁର ଓ ଶାଶୁଙ୍କୁ ସଶ୍ରମ କାରାଦଣ୍ଡାଦେଶ"

ଆରଡି ମାର୍କେଟ୍ କମ୍ପ୍ଲେକ୍ସ ଭୁଶୁଡିବା ଘଟଣା ତଦନ୍ତ ବାଟବଣା ହେବା ଆଶଙ୍କା

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣି ପୀଠରେ ନବନିର୍ମିତ ମାର୍କେଟ୍ କମ୍ପ୍ଲେକ୍ସ ଭୁଶୁଡି ଯିବା ପରେ ସରକାରୀ ଅନୁଦାନରେ ନିର୍ମାଣ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ଦାୟିତ୍ୱ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରୀ ସଂସ୍ଥାର ଅଧିକ ଲାଭଖୋର ମନୋବୃତ୍ତି ସାଙ୍ଗକୁ ଇଂଜିନିୟରିଂ ବିଭାଗର ପିସି କାରବାର ଯୋଗୁଁ ପ୍ରକଳ୍ପ ଗୁଡିକର ଗୁଣାତ୍ମକ ମାନ ନିର୍ମାଣ କାର୍ଯ୍ୟକୁ ନେଇ ସନ୍ଦେହ ଉପୁଜିଛି। ଆଖଣ୍ଡଳମଣି ପୀଠରେ ୧୩ ବଖରା ବିଶିଷ୍ଟ ଏହି ମାର୍କେଟ୍ କମ୍ପ୍ଲେକ୍ସଟି ଉଦ୍ଘାଟନର ୩ ମାସ ପରେ ଭୁଶୁଡି ପଡିଥିଲା। ଏପ୍ରିଲ୍ ୧୯ ରେ…

"ଆରଡି ମାର୍କେଟ୍ କମ୍ପ୍ଲେକ୍ସ ଭୁଶୁଡିବା ଘଟଣା ତଦନ୍ତ ବାଟବଣା ହେବା ଆଶଙ୍କା"

ଆନ୍ତଃରାଜ୍ୟ ଶ୍ରମିକ ଚୋରାଚାଲାଣ ର୍ୟାକେଟ୍ ସକ୍ରୀୟ ବର୍ଷକୁ ୧୦ ହଜାର ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରକାରଙ୍କ ସକଳ ଉଦ୍ୟମ ସତ୍ୱେ ରାଜ୍ୟରେ ଶ୍ରମିକ ଚୋରାଚାଲାଣ ରୋକି ହେଉନି। ଗାଁ ଗହଳର ଶିକ୍ଷିତ / ଅର୍ଦ୍ଧଶିକ୍ଷିତ ବେକାର ଯୁବକ / ଯୁବତୀଙ୍କୁ ଆକର୍ଷଣୀୟ କର୍ମ ନିଯୁକ୍ତି ଯୋଗାଇ ଦେବା ଆଳରେ ରାଜଜ୍ୟ ବାହାରକୁ ପଠାଇ ଦେଇ ଶ୍ରମିକ ସର୍ଦ୍ଦାରମାନେ ହାତ ଚିକ୍କଣ କରୁଥିବାବେଳେ ରାଜ୍ୟ ବାହାରେ ନିଯୁକ୍ତିଦାତାଙ୍କ ହାତରେ ଶ୍ରମିକମାନେ ଚରମ ଶୋଷଣର ଶୀକାର ହେଉଛନ୍ତି। ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ୍ ୧୯୭୯ ଅନୁଯାୟୀ କେବଳ ଶ୍ରମ ବିଭାଗ ଦ୍ୱାରା ପଂଜିକୃତ ଶ୍ରମିକ ଠିକାଦାରମାନେ ଜିଲା ଶ୍ରମ ବିଭାଗ ନିକଟରେ ଶ୍ରମିକ ଚାଲାଣ ସଂପର୍କିତ ଟିକିନିଖି ତଥ୍ୟ ଦେଇ ରାଜ୍ୟ ବାହାରକୁ…

"ଆନ୍ତଃରାଜ୍ୟ ଶ୍ରମିକ ଚୋରାଚାଲାଣ ର୍ୟାକେଟ୍ ସକ୍ରୀୟ ବର୍ଷକୁ ୧୦ ହଜାର ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି"

ଛତୁ ଫୁଟିଲା ପରି ଖୋଲୁଛି ବେସରକାରୀ ବିଦ୍ୟାଳୟ ସରକାରୀ ଅଣ୍ଡା ଓ ପୋଷାକ ଅଟକାଇ ପାରୁନି ପିଲାଙ୍କ ଉପସ୍ଥାନ

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରକାରୀ ବିଦ୍ୟାଳୟରେ ଅଣ୍ଡା, ମଧ୍ୟାହ୍ନ ଭୋଜନ ଚାଉଳ, ଖେଳପଡିଆ, ପୋଷାକ, ମାଗଣା ବହି, ଦରମା ଛାଡ ଆଦି ଦିଆଯାଉଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟା କମିବାରେ ଲାଗିଛି। ଏହି ଜିଲାର ତିହିଡି ବ୍ଲକ୍ର ପ୍ରବେଶ ଦ୍ୱାର ଦୋଳସାହି ଠାରୁ ବ୍ଲକ୍ ସୀମା ଶେଷ ଗଦି ବଜାର ପର୍ଯ୍ୟନ୍ତ ଭଦ୍ରକ-ଚାନ୍ଦବାଲି ରାସ୍ତାକଡ ଗୁଡିକରେ ବେସରକାରୀ ବିଦ୍ୟାଳୟ ଛତୁ ଫୁଟିଲା ପରି ଗଢିଉଠିଲାଣି। ତିହିଡି ବ୍ଲକ୍ରେ ଥିବା ୨୭୨ ଗୋଟି ପ୍ରାଥମିକ ବିଦ୍ୟାଳୟ ଏବଂ ୩୪ ଗୋଟି ହାଇସ୍କୁଲ ମାନଙ୍କରେ ୩୭ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ୨୦୧୨-୧୩ ମସିହାରେ। ଏମାନଙ୍କ ମଧ୍ୟରୁ ପ୍ରଥମରୁ ଅଷ୍ଟମ…

"ଛତୁ ଫୁଟିଲା ପରି ଖୋଲୁଛି ବେସରକାରୀ ବିଦ୍ୟାଳୟ ସରକାରୀ ଅଣ୍ଡା ଓ ପୋଷାକ ଅଟକାଇ ପାରୁନି ପିଲାଙ୍କ ଉପସ୍ଥାନ"

ଭଦ୍ରକ : “ସମାଜକୁ ଦିଗ୍ଦର୍ଶନ ଦେବାରେ ଭିନ୍ନକ୍ଷମଙ୍କ ଭୂମିକା ଉଲ୍ଲେଖନୀୟ’

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମାଜକୁ ଦିଗ୍ଦର୍ଶନ ଦେବାରେ ଭିନ୍ନକ୍ଷମଙ୍କ ଭୂମିକା ଉଲ୍ଲେଖନୀୟ। ପୌରାଣିକ ଯୁଗର ବଳି, କୁବଜାଙ୍କ ଠାରୁ ଆରମ୍ଭ କରି ହେଲେନ କେଲର, ଭୀମଭୋଇଙ୍କ ଭଳି ଭିନ୍ନକ୍ଷମ ପ୍ରତିଭା ମାନେ ସମାଜର ଆଦ୍ୟସ୍ମରଣୀୟ। ଏବେ ବି ଶୃତି ମହାପାତ୍ରଙ୍କ ଭଳି ବହୁ ଭିନ୍ନକ୍ଷମ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ତେଣୁ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମସ୍ତ ଅଧିକାର ଓ ସମ୍ମାନ ପ୍ରଦର୍ଶନ କରିବା ଜରୁରୀ ବୋଲି ମାଳଦା ଠାରେ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ସଶକ୍ତ ଅଭିଯାନ ରଥକୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ସଭା ଓ ସଚେତନତା…

"ଭଦ୍ରକ : “ସମାଜକୁ ଦିଗ୍ଦର୍ଶନ ଦେବାରେ ଭିନ୍ନକ୍ଷମଙ୍କ ଭୂମିକା ଉଲ୍ଲେଖନୀୟ’"