ଭଦ୍ରକ : ଧାମରା ବନ୍ଦରର ସଂପ୍ରସାରଣ ପାଇଁ ଜନଶୁଣାଣି ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ସମ୍ମତି

ଭଦ୍ରକ, ୧୨ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ କାର୍ଯ୍ୟର ପରିବେଶ ସଂପର୍କିତ ଜନଶୁଣାଣି  ଅନୁଷ୍ଠିତ ହୋଇଯାଇଛି । କଇଥଖୋଲା ପଞ୍ଚାୟତର କନକପ୍ରସାଦ ଡିଆରଡିଓ ହେଲିପ୍ୟାଡରେ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଜନଶୁଣାଣିରେ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ପ୍ରଦୂଷଣ ବିଭାଗର ଆଞ୍ଚଳିକ ନିର୍ଦେଶକ ପିକେ ମହାପାତ୍ର ଏହି ଜନଶୁଣାଣି ଶିବିରରେ ଉପସ୍ଥିତ ଥିଲେ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦଙ୍କ ଧାମରା ପ୍ରତିନିଧି ତଥା ଧାମରା ସରପଞ୍ଚ ପ୍ରିୟରଞ୍ଜନ ଜେନା, ଧାମରା ବନ୍ଦର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ସୂର୍ଯ୍ୟକାନ୍ତ ପାଢି, ଉପଜିଲାପାଳ ଦାୟିତ୍ୱରେ…

"ଭଦ୍ରକ : ଧାମରା ବନ୍ଦରର ସଂପ୍ରସାରଣ ପାଇଁ ଜନଶୁଣାଣି ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ସମ୍ମତି"

ସର୍ବଶିକ୍ଷା ଅଭିଯାନର ସର୍ବଖିଆ ନୀତି ନୂତନ ଶିକ୍ଷା ସହାୟକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସର୍ବଶିକ୍ଷା ଅଭିଯାନର ମୂଳ ଲକ୍ଷ୍ୟ ସଭିଏଁ ପଢିଏ, ସଭିଏଁ ବଢିବେ ଥିବା ବେଳେ ବାସ୍ତବ ଲକ୍ଷ୍ୟରୁ ଏହା ଦୂରେଇ ଯାଉଥିବା ଦେଖାଯାଉଛି। ନିକଟରେ ନୂତନ ଶିକ୍ଷା ସହାୟକ ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ଶୁଣିବାକୁ ମିଳୁଛି। ଏହାର ଉଦାହରଣ ହେଉଛି ଭଦ୍ରକ ଜିଲାର ତିହିଡି ବ୍ଳକ। ଏହି ବ୍ଲକରେ କେତେଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି ସେନେଇ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ତଥ୍ୟ ଦେବାକୁ କୁହାଯାଇଥିଲା। ନିକଟରେ ଶିକ୍ଷା ସହାୟକ ପୋଷ୍ଟିଂ ହେବାକୁ ଥିବାରୁ ଏହି ଚିଠା ଅନୁଯାୟୀ ଶିକ୍ଷକ ଦିଆଯିବାକୁ ଏହି ଚିଠିର ଉଦେଶ୍ୟ…

"ସର୍ବଶିକ୍ଷା ଅଭିଯାନର ସର୍ବଖିଆ ନୀତି ନୂତନ ଶିକ୍ଷା ସହାୟକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ"

ଭଦ୍ରକ : ପାଣିରେ ଭାସୁଛି କାନପୁର ଆଶ୍ରମ ବିଦ୍ୟାଳୟ ବିପଦରେ ଶହେ ଆଦିବାସୀ ଛାତ୍ରୀଙ୍କ ଜୀବନ

ଭଦ୍ରକ, ୧୧ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧୀନ କାନପୁରରେ ଅବସ୍ଥିତ କାନପୁର ଆଶ୍ରମ ବିଦ୍ୟାଳୟ ସଂପ୍ରତି ବର୍ଷା ଯୋଗୁ ପାଣିରେ ଭାସିବା ପରି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ପ୍ରାଶାସନିକ ସ୍ଥାଣୁତା ଯୋଗୁ ଏହି ବିଦ୍ୟାଳୟରେ ରାଜ୍ୟର ବିଭିନ୍ନ ଜିଲାରୁ ଆସି ଛାତ୍ରୀନିବାସରେ ରହି ପାଠ ପଢୁଥିବା ଶହେ ଜଣ ଆଦିବାସୀଙ୍କ ଛାତ୍ରୀଙ୍କ ସମେତ ବିଦ୍ୟାଳୟର ଅନ୍ୟ ୨୨୨ ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କ ଜୀବନ ବିପଦପୂଣ୍ଣ ର୍ ହୋଇପଡିଛି। ଚଳିତ କାଳବୈଶାଖୀ ବର୍ଷାରେ ବିଦ୍ୟାଳୟ ଭିତରେ ପାଣି ଲହରି ଖେଳୁଛି। ଶ୍ରେଣୀ କକ୍ଷ ସମେତ ବିଦ୍ୟାଳୟର ସବୁଠାରେ ପାଣି ଭର୍ତ୍ତି ହୋଇରହିଛି। ବିଦ୍ୟାଳୟ ପାଶ୍ୱର୍ରେ ସରକାରୀ…

"ଭଦ୍ରକ : ପାଣିରେ ଭାସୁଛି କାନପୁର ଆଶ୍ରମ ବିଦ୍ୟାଳୟ ବିପଦରେ ଶହେ ଆଦିବାସୀ ଛାତ୍ରୀଙ୍କ ଜୀବନ"

‘ପିଲାଙ୍କୁ ବିଶ୍ୱ ସ୍ତରର ବୈଜ୍ଞାନିକ କରି ଗଢିତୋଳିବା ଆମର ଲକ୍ଷ୍ୟ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଜ୍ଞାନର ପ୍ରସାର ସହ ବିଶ୍ୱ ସ୍ତରରେ ଲୋକପ୍ରିୟ କରିବା ଲକ୍ଷ୍ୟରେ ବିଜୁବାବୁ ‘କଳିଙ୍ଗ ଫାଉଫେସନ ଟ୍ରଷ୍ଟ’ ପ୍ରତିଷ୍ଠା କରି ୟୁନେସ୍କୋ ଦ୍ୱାରା ‘କଳିଙ୍ଗ ପୁରସ୍କାର’ ପ୍ରଦାନ କରିଥିଲେ। ମାତ୍ର ଓଡିଆ ପିଲାମାନେ ଆଶାନୁରୂପ ଉପକୃତ ହୋଇପାରି ନଥିବା ଲକ୍ଷ୍ୟ କରି ଏହି ଫାଉଣ୍ଡେସନ ‘କଳିଙ୍ଗ ସମ୍ମାନ’ ପୁରସ୍କାର ଆରମ୍ଭ କରିଛି। ପିଲାମାନଙ୍କୁ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସହାୟତା କରିବା ଓ ବିଶ୍ୱ ସ୍ତରର ବୈଜ୍ଞାନିକ ଭାବେ ଗଢି ତୋଳିବା ଏହି ଫାଉଣ୍ଡେସନର ଲକ୍ଷ୍ୟ ବୋଲି ଏହି ଜଲାର ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ ପରିସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଆର୍ଥôକ ସହଯୋଗରେ…

"‘ପିଲାଙ୍କୁ ବିଶ୍ୱ ସ୍ତରର ବୈଜ୍ଞାନିକ କରି ଗଢିତୋଳିବା ଆମର ଲକ୍ଷ୍ୟ"

ଭଦ୍ରକ : ପୂର୍ତ୍ତ ବିଭାଗକୁ ଗଲା ପଦ୍ମପୋଖରୀ ରାସ୍ତା

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ଭଦ୍ରକ ମୁଖ୍ୟ ରାସ୍ତାରୁ ଗୁଆଳଡିହ ଛକଠାରୁ ପଳିକିରି ଶାସନ ମୁନିଡିଆ ଭାୟା ପଦ୍ମପୋଖରୀ ଗ୍ରାମକୁ ଲାଗିଥିବା ରାସ୍ତାଟି ଦୀର୍ଘଦିନ ଧରି ମରାମତି ନହେବା ଯୋଗୁଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା। ଯାହାଦ୍ୱାରା ଏହି ରାସ୍ତାରେ ଜନସାଧାରଣ ଏବଂ ବାଇକ ଆଦି ଯିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ଏଥିପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଆଗକୁ ବର୍ଷାଦିନ ଆସୁଥିବାରୁ ରାସ୍ତା ଅବସ୍ଥାକୁ ନେଇ ଲୋକେ ଚିନ୍ତା ପ୍ରକଟ କରିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରାସ୍ତା ସମସ୍ୟା ସଂପର୍କରେ ଗ୍ରାମବାସୀ…

"ଭଦ୍ରକ : ପୂର୍ତ୍ତ ବିଭାଗକୁ ଗଲା ପଦ୍ମପୋଖରୀ ରାସ୍ତା"

ଭଦ୍ରକ : ବଢୁଛି କ୍ୟାନ୍ସର ଆକ୍ରାନ୍ତ ଦିନ ମଜୁରିଆଙ୍କ ଦୁର୍ଦ୍ଦଶା

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରୋଗରେ ଆକ୍ରାନ୍ତ ଦିନ ମଜୁରିଆ ଉପେନ୍ଦ୍ରଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଦୀର୍ଘ ଏକବର୍ଷ ହେବ ଗୋଡରେ ଆରମ୍ଭ ହୋଇଥିବା ଘା’ ନଶୁଖି ତାହା କ୍ୟାନ୍ସରର ରୂପ ନେଇଛି। ଦିନ ମଜୁରିଆ ଭାବେ କାମ କରି ସେଥିରୁ ଯେଉଁ ଅର୍ଥ ପାଉଥିଲେ ସେଥିରେ ପରିବାରକୁ ଦୁଃଖ କଷ୍ଟରେ ଚଳାଇ ନେଉଥିଲେ। ଗୋର ଏ ଅବସ୍ଥା ପରେ ଗୋଟିଏ ସ୍ଥାନରେ ବସିବା ସାର ହୋଇଛି। ଗୋଡର ଘା ଦିନକୁ ଦିନ ବଢିବାରେ ଲାଗିଛି। ଗୋଟିଏ ପଟେ ତିନି ପ୍ରାଣୀଙ୍କ ଭୋକ ଯନ୍ତ୍ରଣା ସାଙ୍ଗକୁ ରୋଗର ଚିକିତ୍ସା ତାଙ୍କୁ ଦାରୁଣ ଆଘାତ ଦେବା ସହ ଜୀବନକୁ…

"ଭଦ୍ରକ : ବଢୁଛି କ୍ୟାନ୍ସର ଆକ୍ରାନ୍ତ ଦିନ ମଜୁରିଆଙ୍କ ଦୁର୍ଦ୍ଦଶା"

ଶିକ୍ଷୟିତ୍ରୀ ଶକୁନ୍ତଳା ଦାସ ସମ୍ବର୍ଦ୍ଧିତ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକସ୍ଥିତ ଗରଦପୁର ହରିନାରାୟଣ ନୋଡ଼ାଲ ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଶକୁନ୍ତଳା ଦାସଙ୍କୁ ତାଙ୍କ ସାରସ୍ୱତ ସର୍ଜନା ଏବଂ ସାମାଜିକ ଅବଦାନ ପାଇଁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀମତି ଦାସ କେବଳ ଆଦର୍ଶ ଶିକ୍ଷୟିତ୍ରୀ ନୁହନ୍ତି କବିତା, ଶିଶୁଗଳ୍ପ ତଥା ଶିଶୁ କିଶୋର ଉପଯୋଗୀ ସାହିତ୍ୟ ରଚନାରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଧାମରା ବନ୍ଦରାଚଂଳ ପ୍ରବେଶପଥ ଦୋସିଙ୍ଗା ବଜାରରେ ଅନୁଷ୍ଠିତ ଏକ ସାରସ୍ୱତ ଉତ୍ସବରେ ଧାମରା ବନ୍ଦରର ଚେୟାରମେନ ସୁବ୍ରତ ତ୍ରିପାଠୀ ମୁଖ୍ୟ ଅତିଥି, ପ୍ରଫେସର କମଳାକାନ୍ତ ସ୍ୱାଇଁ ସମାଜସେବୀ ଅଶୋକ କୁମାର ଦାସ, ସାରଥି ପଣ୍ଡା ଅତିଥି ଭାବରେ ଯୋଗଦାନ କରିଥିବା ବେଳେ…

"ଶିକ୍ଷୟିତ୍ରୀ ଶକୁନ୍ତଳା ଦାସ ସମ୍ବର୍ଦ୍ଧିତ"

ଓଡିଆ ଭାଷାରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ତଥା ସମସ୍ତ ସରକାରୀ କାର୍ଯ୍ୟ କରିବା ନିମନ୍ତେ ନିର୍ଦ୍ଦେଶ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଓ ବେସରକାରୀ ତଥା ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ନଂ – ୮୯ ତା ୧୫.୦୩.୧୮ ଏବଂ ପ୍ରତାଙ୍କ ସଂଖ୍ୟା ୧୭୪୯ ତା ୨୬.୦୩.୨୦୧୮ ମାଧ୍ୟମରେ ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ତାଗିଦ୍ କରାଯାଇଛି। ଏହା ସଙ୍ଗେ ସଙ୍ଗେ ଗତ ଏପ୍ରିଲ ୫ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭଦ୍ରକ ଚାମ୍ବରସ ଅଫ କମର୍ସ, କଚେରୀ ବଜାର, ଘୋଷରା ବଜାର, ଏକତା ମାର୍କେଟ, ବନ୍ତଛକ, ସାଳନ୍ଦୀ ବାଇପାଶ, ପୁରୁଣା ବଜାର, ଚନ୍ଦନବଜାର ଓ ଚରମ୍ପା ବଜାର…

"ଓଡିଆ ଭାଷାରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ତଥା ସମସ୍ତ ସରକାରୀ କାର୍ଯ୍ୟ କରିବା ନିମନ୍ତେ ନିର୍ଦ୍ଦେଶ"

ବନ୍ତ ପୁଲିସ୍ ର ବର୍ବରତା ବିରୁଦ୍ଧରେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଗଣଧାରଣା

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଏହି ଜିଲାର ବନ୍ତ ଥାନା ଅଧୀନସ୍ଥ ରାମଚନ୍ଦ୍ରପୁର ପଂଚାୟତର ସାନବର୍ଚ୍ଚିକୟାଁ ଗ୍ରାମବାସୀମାନେ ବନ୍ତ ଥାନା ପୁଲିସ୍ ର ରାତିଅଧିଆ ଚଢାଉ ଜନିତ ବର୍ବରତାକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ତେବେ ଏହି ଗ୍ରାମବାସୀମାନଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଇଛି। ଗତ ମାର୍ଚ୍ଚ ୨୨ ତାରିଖରେ ଉକ୍ତ ଗ୍ରାମର ପ୍ରଭାକର ଯେନାଙ୍କ କନ୍ୟା ତିଳୋତ୍ତମା ଏବଂ ପୁତ୍ର ଶିବସୁନ୍ଦର ଏକ ମିଥ୍ୟା କପୋଳକଳ୍ପିତ ଅଭିଯୋଗ ଉକ୍ତ ଥାନାରେ ୧୦ ଜଣ ଗ୍ରାମବାସୀଙ୍କ ନାମରେ ଦେଇଥିଲେ। ଅପରପକ୍ଷ ଲୋକେ ଗ୍ରାମବାସୀଙ୍କୁ ବାରମ୍ବାର ହଇରାଣ ହରକତ କରି ଉକ୍ତ ଗ୍ରାମର ହେମନ୍ତ…

"ବନ୍ତ ପୁଲିସ୍ ର ବର୍ବରତା ବିରୁଦ୍ଧରେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଗଣଧାରଣା"

ଟ୍ରେନ୍ ରେ ଗୋଡ କଟି ଯୁବକର ମୃତ୍ୟୁ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଜଣେ ବ୍ୟକ୍ତି ଟ୍ରେନ୍ ରେ କଟି ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ପକ୍ଷରୁ ମିଳିଥିବା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ପଞ୍ଚାୟତର ବଉଳପୋଖରୀ ଗ୍ରାମନିବାସୀ ୰ ବଳରାମ ମଳିକଙ୍କ ପୁତ୍ର ଅନାମ (୫୦) ସକାଳ ପ୍ରାୟ ୭ଟା ସମୟରେ ନିଜ ଘରୁ ଶୌଚ ହେବା ପାଇଁ ପାଖ ଟ୍ରେନ୍ ଲାଇନ୍ ପାଶ୍ୱର୍କୁ ଯାଇଥିଲେ। ସେଠାରୁ ସେ ଫେରୁଥିବାବେଳେ ଅସାବଧାନ ବଶତଃ କଲିକତା ଆଡୁ ଆସୁଥିବା ଏକ ଏକ୍ସପ୍ରେସ୍ ସହ ଧକ୍କା ହେବାରୁ ତାଙ୍କର ଦୁଇଗୋଡ କଟିଯାଇଥିଲା। ତାଙ୍କୁ ମୁମୁର୍ଷ ଅବସ୍ଥାରେ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଚିକିତ୍ସାଧୀନ…

"ଟ୍ରେନ୍ ରେ ଗୋଡ କଟି ଯୁବକର ମୃତ୍ୟୁ"