ଅଜଣା ଲୋକଙ୍କୁ ଗଛରେ ବାନ୍ଧି ପିଟୁଛନ୍ତି ଲୋକେ ଫେରିବାଲାଙ୍କୁ ଗାଁ ଦାଣ୍ଡ ମନା

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କାଉ ଖାଇଲା ପଣସ, ବଗ ମୁଣ୍ଡରେ ଅଠା ଭଳି ଉପାଖ୍ୟାନ ଏବେ ଭୋଗୁଛନ୍ତି ଚାନ୍ଦବାଲି ଅଂଚଳର ଫେରିବାଲା। ଗତ ୨୦ ଦିନ ତଳେ କିଛି କେଳା ସଂପ୍ରଦାୟର ଚୋର କାଣ୍ଡଗରଡି ଗ୍ରାମରେ ଦିନ ବେଳେ ଫେରି କରି ରାତିରେ ଚୋରି କରିବା ପ୍ରସଙ୍ଗ ଏବେ ଚାନ୍ଦବାଲି ଅଂଚଳରେ ଆତଙ୍କ ସୃଷ୍ଟି କରିଛି। କାଣ୍ଡଗରଡି ଗ୍ରାମରେ ଏହି ଚୋରମାନେ ଦିନରେ ଫେରି କରି ରାତିରେ ଲୋକଙ୍କ ଘରେ ପଶି ଆକ୍ରମଣ କରି ଲୁଟତରାଜ କରିବା ସହ ବୈତରଣୀ ନଦୀରୁ ଡଙ୍ଗା ଚୋରି କରି ରାଜକନିକା ଅଂଚଳକୁ ପଳାଇଯିବାବେଳେ ଧରାପଡିବା ଭଳି ଘଟଣା ଘଟିଥିଲା। କୌତୁହଳର କଥା…

"ଅଜଣା ଲୋକଙ୍କୁ ଗଛରେ ବାନ୍ଧି ପିଟୁଛନ୍ତି ଲୋକେ ଫେରିବାଲାଙ୍କୁ ଗାଁ ଦାଣ୍ଡ ମନା"

କଲିକତାରୁ ଚାନ୍ଦବାଲି ଦୈନିକ ୫୦ ଲକ୍ଷ ଟଙ୍କାର ଟିକସ କ୍ଷତି ବିକ୍ରିକର ଏବଂ ପୁଲିସ୍ ଜାଣତରେ ଚାଲିଛି ଚୋରା ବେପାର

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଟିକସ ଫାଙ୍କି ପ୍ରତିଦିନ ଯାତ୍ରୀବାହୀ ବସ୍ରେ ଆସୁଛି ୫୦ ଲକ୍ଷ ଟଙ୍କାରୁ ଅଧିକ ମାଲ। ଟ୍ରକ୍ରେ ଆସିବା ଭଳି ଯାତ୍ରୀବାହୀ ବସ୍ ଗୁଡିକ ଯାତ୍ରୀ ବୋହିବା ନାମକୁ ମାତ୍ର କାଗଜପତ୍ର କରି ଟିକସ ଫାଙ୍କି ଦିନକୁ ୫୦ ଲକ୍ଷରୁ ଅଧିକ ହେଉଛି। ମାସକୁ ୧୫ ରୁ ୧୮ କୋଟି ଟଙ୍କାର ଜିନିଷ କଲିକତାରୁ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନକୁ ଅଣାଯାଉଛି। ଭଦ୍ରକ ଜିଲାରୁ ଚାନ୍ଦବାଲି, ଆରଡି, ଧାମରା ଆଦି ସ୍ଥାନକୁ ଚାଲିଥିବା ଆନ୍ତରାଜ୍ୟ ବସ୍ ସେବା କେବଳ ଯାତ୍ରୀଙ୍କୁ ସେବା ଦେବା ନାମରେ ଚାଲିଛି ଅରାଜକତା। ଖବରରୁ ପ୍ରକାଶ, ଭଦ୍ରକ ଜିଲାରୁ ଚାଲିଥିବା ୮…

"କଲିକତାରୁ ଚାନ୍ଦବାଲି ଦୈନିକ ୫୦ ଲକ୍ଷ ଟଙ୍କାର ଟିକସ କ୍ଷତି ବିକ୍ରିକର ଏବଂ ପୁଲିସ୍ ଜାଣତରେ ଚାଲିଛି ଚୋରା ବେପାର"

ଭଦ୍ରକ : ଦୋଳସାହି ଗେଟବଜାରରେ ଟ୍ରାଫିକ ସମସ୍ୟା ଉଗ୍ର

ଭଦ୍ରକ,୩୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ ଦୋଳସାହି ଗେଟବଜାରରେ ପ୍ରତିଦିନ ସକାଳେ ଟ୍ରାଫିକ ସମସ୍ୟା ଉଗ୍ରରୂପ ଧାରଣ କରୁଥିବା ବେଳେ ଏହାର ସମାଧାନ ହେଉନାହିଁ । ଫଳରେ ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭଦ୍ରକ ଚାନ୍ଦବାଲି ରାସ୍ତା ନିର୍ମାଣ ହେବା ପରେ ଦୋଳସାହି ବଜାରରେ ରାସ୍ତା ଚଉଡା ହୋଇଛି । ଏହାକୁ ସକାଳେ ଅବରୋଧ କରାଯିବା ଫଳରେ ଲୋକଙ୍କ ଉପକାରରେ ଏହା ଆସୁନାହିଁ । ଦୋଳସାହି ଅଞ୍ଚଳରେ ବହୁ ପରିବା ଚାଷ ହେଉଥିବା କାରଣରୁ ତିହିଡି ପୀରହାଟ, ଚାନ୍ଦବାଲି, ଭଦ୍ରକ ଆଦି ଅଂଚଳରୁ ବ୍ୟବସାୟୀ ଏଠାରେ ପରିବାଚାଷୀଙ୍କ ନିକଟରୁ ପରିବା କିଣିବା…

"ଭଦ୍ରକ : ଦୋଳସାହି ଗେଟବଜାରରେ ଟ୍ରାଫିକ ସମସ୍ୟା ଉଗ୍ର"

ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ଜେଲ୍ରେ ଥିବା କାଦବରାଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଦାସଙ୍କୁ ଆଜି ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ଏହି ନିର୍ଦ୍ଦେଶ ଚଳିତ ମାସ ୧୪ ତାରିଖରୁ ଲାଗୁ ହେବ ବୋଲି ଗଣ ଶିକ୍ଷା ନିର୍ଦ୍ଦେଶକ ନିଜ ପତ୍ରାଙ୍କ ୧୧୭୬୮/୨୮.୩.୧୯ ରୁ ଜଣାପଡିଛି। ପ୍ରକାଶ ଥାଉକି ବନ୍ତ ବ୍ଲକ୍ କାଦବରାଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟରେ ଶ୍ରୀ ଦାସ ପ୍ରଧାନ ଶିକ୍ଷକ ଥିଲେ। ଏହି ବିଦ୍ୟାଳୟର ରାତ୍ର ଜଗୁଆଳି ଭାବେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଚାକିରୀ ନିୟମିତ କରିଦେବାକୁ କହି ଶ୍ରୀ ଦାସ ତା ସହିତ…

"ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ"

ରାଜସ୍ୱ ଆଦାୟ ଆଳରେ ଚାନ୍ଦା ପାଇଁ ଅକାଳରେ ଝଡିଗଲା ୨ଟି ଜୀବନ ! ଆରଟିଓଙ୍କ ଦାୟିତ୍ୱରେ ଥିବା ଏମ୍.ଭି.ଆଇ ଙ୍କ କାର୍ଯ୍ୟ ସନ୍ଦେହ ଘେରରେ

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଛନ୍ତି। ଗତକାଲିର ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଆରଟିଓ କାର୍ଯ୍ୟାଳୟର ଯାଞ୍ଚ ଶୈଳୀକୁ ନେଇ ବହୁ ପ୍ରଶ୍ନ ଉଠିଛି। ବହୁ ଗାଡି ଚାଳକ ଓ ମାଲିକ ଅଭିଯୋଗ କରିଛନ୍ତି ଯେ ଏହି କାର୍ଯ୍ୟାଳୟର କିଛି କର୍ମଚାରୀ ଆରଟିଓଙ୍କ ଅନୁପସ୍ଥିତିରେ ନିୟମିତ ଭାବେ ରାଜସ୍ୱ ଧାର୍ଯ୍ୟ ଲକ୍ଷ୍ୟ ହାସଲ ବାହାନାରେ ଗାଡି ଚାଳକଙ୍କ ଉପରେ ଜୁଲମ ଚଳାଇଛନ୍ତି। ବେଆଇନ୍ ଭାବରେ ସେମାନେ ଗାଡିଗୁଡିକରୁ ବିପୁଳ ପରିମାଣର ବଟି ଆଦାୟ କରୁଛନ୍ତି।…

"ରାଜସ୍ୱ ଆଦାୟ ଆଳରେ ଚାନ୍ଦା ପାଇଁ ଅକାଳରେ ଝଡିଗଲା ୨ଟି ଜୀବନ ! ଆରଟିଓଙ୍କ ଦାୟିତ୍ୱରେ ଥିବା ଏମ୍.ଭି.ଆଇ ଙ୍କ କାର୍ଯ୍ୟ ସନ୍ଦେହ ଘେରରେ"

ନୂତନ ଏସ୍ପି ବି. ଗଂଗାଧରଙ୍କ ପାଇଁ ଅନେକ ଆହ୍ୱାନ

ଭଦ୍ରକ,୩୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ଏସ୍ପି ଅନୁପ ସାହୁଙ୍କ ବଦଳି ପରେ ନୂଆ ଏସ୍ପି ବାତୁଲ ଗଂଗାଧର ନିଯୁକ୍ତି ପାଇଛନ୍ତି । ନୂଆ ଏସ୍ପିଙ୍କ ନିଯୁକ୍ତି ପରେ ତାଙ୍କ ପାଇଁ ଅନେକ ଆହ୍ୱାନ ସୃଷ୍ଟି ହୋଇଛି । ଭଦ୍ରକ ଜନସାଧାରଣ ଆଶା କରୁଛନ୍ତି ନୂଆ ସାଇବ ସୁପ୍ତ ରହିତବବା ଅନେକ ର୍ୟାକେଟର ପର୍ଦ୍ଦାଫାସ୍ କରିବେ କି! ନୂଆ ଏସ୍ପି ଶ୍ରୀ ଗଂଗାଧରଙ୍କ ପାଇଁ ଚଳିତ ନିଯୁକ୍ତି ସିଜିନ୍ କଣ୍ଟକିତ ପଥ । କାରଣ ଏବେଠାରୁ ଆରମ୍ଭ ହୋଇଯାଇଛି ଭଦ୍ରକ ଜିଲାର ରାଜନୈତିକ ଉତ୍ତେଜନା । ଚଳିତ ବର୍ଷ ନିର୍ବାଚନ ବର୍ଷ । ଭଦ୍ରକ ଜିଲାର ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ…

"ନୂତନ ଏସ୍ପି ବି. ଗଂଗାଧରଙ୍କ ପାଇଁ ଅନେକ ଆହ୍ୱାନ"

ଭଦ୍ରକ ଆରଟିଓ କାର୍ଯ୍ୟାଳୟର ନିର୍ଦେଶ ବାଇକ କିଣିବା ସମୟରେ ହେଲମେଟ କିଣିବା ବାଧ୍ୟତାମୂଳକ

ଭଦ୍ରକ,୩୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସୋରୁମରୁ ବାଇକ କିଣିବା ସମୟରେ ହେଲମେଟ କିଣିବାକୁ ବାଧ୍ୟତାମୂଳକ କଲା ଭଦ୍ରକ ସଡକ ପରିବହନ କାର୍ଯ୍ୟାଳୟ । ଏହି ନିୟମ ପୂର୍ବରୁ ଥିଲା ହେଲେ କେହି ପାଳନ କରୁ ନ ଥିଲେ । ଏବେ କିନ୍ତୁ ଏହା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଜିଲା ସଡକ ପରିବହନ ବିଭାଗର ଅଧ୍ୟକ୍ଷ ତଥା ଭଦ୍ରକ ଜିଲାପାଳ ସମସ୍ତ ବାଇକ ବିକ୍ରୟକାରୀ ସଂସ୍ଥାକୁ ଚଳିତ ମାସ ୨୩ ତାରିଖରେ ଲେଖିଥିବା ଚିଠି ଅନୁଯାୟୀ ଏମଭି ଆକ୍ଟ ୧୯୮୮ର ଧାରା ୧୨୯ ଅନୁଯାୟୀ ଦୁଇ ଚକିଆ ମୋଟର ଯାନରେ ଯାଉଥିବା ଆରୋହୀ ଓ ପଛରେ ବସିଥିବା ବ୍ୟକ୍ତି ଉଭୟ ହେଲମେଟ…

"ଭଦ୍ରକ ଆରଟିଓ କାର୍ଯ୍ୟାଳୟର ନିର୍ଦେଶ ବାଇକ କିଣିବା ସମୟରେ ହେଲମେଟ କିଣିବା ବାଧ୍ୟତାମୂଳକ"

ଶହୀଦ ଭଗତସେନା ପରିବାର ତରଫରୁ ଜଳଛତ୍ର ଉଦଘାଟିତ

ଭଦ୍ରକ,୩୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶହୀଦ ଭଗତସେନା ପରିବାର ତରଫରୁ ଭଦ୍ରକ ବାଇପାସ ଠାରେ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି । ଏହି ଜଳଛତ୍ରକୁ ସେନାର ଆବାହକ ତଥା ସମାଜସେବୀ ସୀତାଂଶୁ ଶେଖର ମହାପାତ୍ର ସେନାପରିବାର ସଦସ୍ୟଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ତାପ ଜନିତ ଅଂଶୁଘାତର ସଚେତନତା ନିମନ୍ତେ ଏହି ଜଳଛତ୍ର ସେବା ଯୋଗାଇ ଦେବ ବୋଲି ଶହୀଦ ଭଗତସେନା ପରିବାର ପକ୍ଷରୁ ପ୍ରୟାସ କରାଯାଇଛି ବୋଲି ଆବାହକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଉଦଘାଟନ ଅବସରରେ ଜନସାଧାରଣଙ୍କ ନିମନ୍ତେ ଘୋଳଦହି ଓ ରସ୍ନା ସର୍ବତ…

"ଶହୀଦ ଭଗତସେନା ପରିବାର ତରଫରୁ ଜଳଛତ୍ର ଉଦଘାଟିତ"

କିଶୋରୀ ବାଳିକା କର୍ମଶାଳା ଉଦଯାପିତ

ଭଦ୍ରକ,୩୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମୁ୍ୟନିଟି ଆନୁକୂଲ୍ୟରେ ଉଜ୍ଜାଲା ପ୍ରକଳ୍ପ ମାଧ୍ୟମରେ ଏକ ଦୁଇ ଦିନିଆ କିଶୋରୀ ବାଳିକା କର୍ମଶାଳା ସଂସ୍ଥା ସମ୍ମିଳନୀ କକ୍ଷରେ ଉଦଯାପିତ ହୋଇଯାଇଛି । ଏହି କର୍ମଶାଳାଟିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମାଭକ୍ତ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ କିଶୋରୀ ବାଳିକା ମାନେ ନିଜ ସୁରକ୍ଷା ଓ ନିରାପତ୍ତା ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ସଂସ୍ଥାର ସମ୍ପାଦିକା ସୋଫିଆ ସେକ ଉଜ୍ଜାଲା ପ୍ରକଳ୍ପର ଲକ୍ଷ୍ୟ ଉଦେ୍ଧଶ୍ୟ ଉପରେ ଆଲୋକପାତ କରିଥିଲେ । ଫେଲୋସିପର ନିଦେ୍ର୍ଦଶକ ଲଲାଟେନ୍ଦୁ…

"କିଶୋରୀ ବାଳିକା କର୍ମଶାଳା ଉଦଯାପିତ"

ଭଦ୍ରକ : ନୂଆ ପଞ୍ଚାୟତ ବନ୍ଦାଳୋରେ ସୁଧୁରୁନି ପୁରୁଣା ସମସ୍ୟା

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୨୦୧୭ରେ ଏହି ଜିଲାର ଭଣ୍ଡାରିପୋଖରୀ ନାଆମୀ ପଞ୍ଚାୟତରୁ ବିଭକ୍ତ କରାଯାଇ ବୈତରଣୀ ନଦୀକୂଳବର୍ତ୍ତି ଅଞ୍ଚଳର ୬ଟି ରାଜସ୍ୱ ଗ୍ରାମକୁ ନେଇ ଗଠନ କରାଯାଇଥିବା ବନ୍ଦାଳୋମଢିଆଳୀ ପଞ୍ଚାୟତର ରାଜନୈତିକ ଓ ଭୌଗଳିକ ମାନଚିତ୍ର ବଦଳିଥିଲେ ହେଁ ସମସ୍ୟାର ବିଶେଷ ସମାଧାନ ହୋଇପାରିନାହିଁ। ୬ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ନବଗଠିତ ପଞ୍ଚାୟତରେ ଥିବା ଏକମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଦାଳୋ-ମଢିଆଳି ଉଚ୍ଚ ବିଦ୍ୟାପୀଠରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଛି। ଏଥିନେଇ ପଞ୍ଚାୟତର ସରପଞ୍ଚ ପ୍ରମିଳା ସାହୁ ଓ ସମିତି ସଦସ୍ୟ ପ୍ରଦୀପ ଜେନା ଜିଲାପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ହେଁ ସମସ୍ୟାର ସମାଧାନ…

"ଭଦ୍ରକ : ନୂଆ ପଞ୍ଚାୟତ ବନ୍ଦାଳୋରେ ସୁଧୁରୁନି ପୁରୁଣା ସମସ୍ୟା"