ଜିଲାପାଳଙ୍କ ସାଟିଫିକେଟ କୋର୍ଟରୁ ଖିଲାପି ଖଣି ସଂସ୍ଥାକୁ ନୋଟିସ ଜାରୀ ହେଲା

କେନ୍ଦୁଝର ୨୪ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି):କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିରେ ବେଆଇନ ଖଣିଜ ପଥର ଉତ୍ତୋଳକୁ ନେଇ ଶାହା କମିଶନଙ୍କ ରିପୋର୍ଟ ପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ କେନ୍ଦୁଝର ଜିଲ୍ଲାର ଖଣିମାଲିକଙ୍କୁ ଜରିମାନା ପାଇଁ ପୂର୍ବରୁ ୨୦୧୮ ମସିହା ମେ ମାସ ୨୪ ତାରିଖରେ ନୋଟିସ କରାଯାଇଥିଲା। ହେଲେ କେନ୍ଦୁଝର ଜିଲ୍ଲାର ୩୧ଟି ଖଣିର ୨୩ଜଣ ଖଣି ମାଲିକଙ୍କୁ ଜରିମାନା ଅର୍ଥ ନଦେବାରୁ ରାଜ୍ୟ ଖଣି ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ମୁତାବକ ଯୋଡା ଖଣି ଉପନିର୍ଦ୍ଦେଶକ ଏବଂ ମାଇନିଂ ଅଫିସର, କେନ୍ଦୁଝର ବେଆଇନ ଖଣି ଉତ୍ତୋଳନ କରିଥିବା ମାଲିକଙ୍କ ସମ୍ପତ୍ତି ଜବତ୍ ପାଇଁ ଜିଲ୍ଲାପାଳଙ୍କ ସାଟିଫିକେଟ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି। ଜିଲ୍ଲାପାଳ ମାମଲାକୁ ଗ୍ରହଣ କରି ନୋଟିସ…

"ଜିଲାପାଳଙ୍କ ସାଟିଫିକେଟ କୋର୍ଟରୁ ଖିଲାପି ଖଣି ସଂସ୍ଥାକୁ ନୋଟିସ ଜାରୀ ହେଲା"

ଆର୍ଡେଣ୍ଟ ଷ୍ଟିଲ କାରଖାନାରେ ମାଓବାଦୀ ନାଁରେ ୩କୋଟି ଟଙ୍କା ବଟି ମାଗିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, ୩ବନ୍ଧୁକ ଏବଂ ଟାଟା ସୁମୋ ଗାଡି ଜବତ

କେନ୍ଦୁଝର, ୨୩ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଫୁଲଝରଠାରେ ଥିବା ଆର୍ଡେଣ୍ଟ ଷ୍ଟିଲ କାରଖାନାରେ ମାଓବାଦୀଙ୍କ ନାମରେ ୩କୋଟି ଟଙ୍କା ବଟି ମାଗିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନୟାକୋଟ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ନିକଟରୁ ୩ଟି ବନ୍ଧୁକ ଏବଂ ସେ ବ୍ୟବହାର କରୁଥିବା ଏକ ଟାଟାସୁମୋ ଗାଡିକୁ ମଧ୍ୟ ପୋଲିସ ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାର ମୁଖ୍ୟ ନାୟକ ଯୋଡା ହୁଡିସାହିରେ ରହୁଥିବା ୰ଅବଦୁଲ ଇସାକଙ୍କ ପୁଅ ଅବଦୁଲ ଗଫର ଅହମ୍ମଦ ବାମେବାରୀ ଥାନା ଅନ୍ତର୍ଗତ ନଇବୁଗାକୁ ଆସୁଥିବା ଖବର ପାଇ ନୟାକୋଟ ପୋଲିସ ଜାଲ…

"ଆର୍ଡେଣ୍ଟ ଷ୍ଟିଲ କାରଖାନାରେ ମାଓବାଦୀ ନାଁରେ ୩କୋଟି ଟଙ୍କା ବଟି ମାଗିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, ୩ବନ୍ଧୁକ ଏବଂ ଟାଟା ସୁମୋ ଗାଡି ଜବତ"

ଜରିମାନା ଅର୍ଥ ନଦେବାରୁ ଖଣି ଖୋଲିବାରେ ଅନିଶ୍ଚିତତା, ଶହ ଶହ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧାରରେ

କେନ୍ଦୁଝର, ୧୨ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଜରିମାନା ଅର୍ଥ ନଦେବାରୁ ଜିଲ୍ଲାରେ ଅନେକ ଖଣି ଚାଲିବାର ସନ୍ଦେହ ସୃଷ୍ଟି ହୋଇଛି। ଏହି ଖଣି ଗୁଡିକରେ କାର୍ଯ୍ୟରତ ଶହ ଶହ ଶ୍ରମିକମାନଙ୍କର ଭବିଷ୍ୟତ ତଥା ସେମାନଙ୍କର ଦୀର୍ଘଦିନର ପ୍ରାପ୍ୟ ପାଇବାରେ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଜିଲ୍ଲାର ଚାଲୁଥିବା ଖଣି ମଧ୍ୟରୁ ଟଣ୍ଟୋସ୍ଥିତ ମେସ୍କୋ ଖଣି, ପୁତୁଲପାଣିସ୍ଥିତ ଗନ୍ଧମାର୍ଦ୍ଦନ ଖଣି, ଜୁରୁଡିସ୍ଥିତ ଆଇଟିସି, ଏଚ୍ ଜି ପାଣ୍ଡ୍ୟା ଲୌହ ଖଣି, ଦେଓଝରସ୍ଥିତ ଶାରଦା ଖଣିର ଜରିମାନା ଅର୍ଥ ସରକାରଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ଜମା କରାଯାଇନାହିଁ। ନିୟମ ଅନୁସାରେ ଏହି ଖଣିର ଲିଜ ବାତିଲ କରାଯାଇ ଟେଣ୍ଡର ମଧ୍ୟରେ ଖଣି ହସ୍ତାନ୍ତର ହୋଇ…

"ଜରିମାନା ଅର୍ଥ ନଦେବାରୁ ଖଣି ଖୋଲିବାରେ ଅନିଶ୍ଚିତତା, ଶହ ଶହ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧାରରେ"

ରଜ ପୂର୍ବରୁ କେନ୍ଦୁଝରକୁ ଉପ ଶ୍ରମ ଆୟୁକ୍ତଙ୍କ ଗସ୍ତ, କାରଖାନା ପରିଦର୍ଶନ ଭେଳିକି

କେନ୍ଦୁଝର, ୧୨ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ବିଭିନ୍ନ ସମୟରେ ସରକାରୀ କର୍ମଚାରୀଙ୍କ ଚାରଣଭୂଇଁ ବୋଲି ଅଭିଯୋଗ ହେଉଥିବାବେଳେ ଓଡିଆଙ୍କ ଗଣପର୍ବ ରଜର ଅବ୍ୟବହିତ ପୂର୍ବରୁ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ରାଉଲକେଲାସ୍ଥିତ ଶ୍ରମ ବିଭାଗର ଉପଆୟୁକ୍ତ ପ୍ରଶାନ୍ତ କୁମାର ବଳିଆରସିଂ। ତେବେ ଏହି ବରିଷ୍ଠ ଅଧିକାରୀଙ୍କ ବିଭିନ୍ନ କଳକାରଖାନା ଗସ୍ତ କାର୍ଯ୍ୟକ୍ରମରେ ହଠାତ୍ ନିର୍ଦ୍ଦିଷ୍ଟ ହଳଦିଆଗୁଣାସ୍ଥିତ ଏମ୍ ଏସ୍ ପି କାରଖାନା ଯିବା ପାଇଁ କାର୍ଯ୍ୟକ୍ରମ ସୂଚୀରେ ରଖିବାକୁ ନେଇ ଆଲୋଚନା ଜୋର ଧରିଛି। ରଜ ପୂର୍ବରୁ ବିଭିନ୍ନ କାରଖାନା କର୍ତ୍ତୃପକ୍ଷଙ୍କଠାରୁ ପରିଦର୍ଶନ ଆଳରେ ଶ୍ରମ ଉପ ଆୟୁକ୍ତ ରଜ ଭେଟି ନେବାକୁ ଆସିଥିବା ନେଇ କେନ୍ଦୁଝର ସହରରେ ବେଶ ରୋଚକ ଆଲୋଚନା ଆରମ୍ଭ…

"ରଜ ପୂର୍ବରୁ କେନ୍ଦୁଝରକୁ ଉପ ଶ୍ରମ ଆୟୁକ୍ତଙ୍କ ଗସ୍ତ, କାରଖାନା ପରିଦର୍ଶନ ଭେଳିକି"

ବରିଷ୍ଠ କଂଗ୍ରେସ ନେତା ମୋହନ ପରିଡା କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ସଭାପତି ନିଯୁକ୍ତ

କେନ୍ଦୁଝର, ୧୧ା୬ (ଓଡିଆ ପୁଅ/ପ୍ରଦୀପ ମହାନ୍ତି): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର ମଙ୍ଗ ଧରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମୋହନ ପରିଡା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଭାବେ ପରିଗଣିତ ମୋହନ ପରିଡାଙ୍କ ନିଯୁକ୍ତି ଫଳରେ ପୂର୍ବତନ ପିିସିସି ସଭାପତି ଜୟଦେବ ଜେନାଙ୍କ ଗୋଷ୍ଠୀକୁ ଶକ୍ତ ଧକ୍କା ଲାଗିଛି। କେବଳ ସେତିକି ନୁହେଁ, ଜିଲ୍ଲା କଂଗ୍ରେସ କମିଟିର ତିନିଜଣ କାର୍ଯ୍ୟକାରୀ ସଭାପତି ପଦବୀ ମଧ୍ୟରେ ଜୟଦେବଙ୍କ କେହି ସମର୍ଥକ ନଥିବାରୁ ଏହା ମଧ୍ୟ ଜୟଦେବଙ୍କ ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି। କୌଣସି ଉପାୟରେ କେନ୍ଦୁଝର ଜିଲ୍ଲା କଂଗ୍ରେସରେ ନିଜର ଆଧିପତ୍ୟକୁ ଅକ୍ଷୂର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ନୂତନ ଜିଲ୍ଲା…

"ବରିଷ୍ଠ କଂଗ୍ରେସ ନେତା ମୋହନ ପରିଡା କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ସଭାପତି ନିଯୁକ୍ତ"

ପିଲାଚୋର ସନ୍ଦେହରେ ମରଣାନ୍ତକ ଆକ୍ରମଣ ଘଟଣାରେ ୭ଗିରଫ

କେନ୍ଦୁଝର, ୨ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି):କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହୁଡକୋ କଲୋନୀ ନିକଟରେ ପିଲା ଚୋର ଅଭିଯୋଗରେ ଜଣେ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଟାଉନ ପୋଲିସ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶୁକ୍ରବାର ଦିନ ପୁରୁଣାବଜାର ନିକଟସ୍ଥ ହୁଡକୋ କଲୋନୀରେ ରହୁଥିବା ଦିଗମ୍ବର ଲୋହାରଙ୍କୁ ସ୍ଥାନୀୟ ଅଞ୍ଚଳର କେତେକ ଲୋକ ପିଲା ଚୋର ଭାବି ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ମୁର୍ମୁଷୁ ଅବସ୍ଥାରେ ଟାଉନ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ଏନେଇ କେନ୍ଦୁଝର ଟାଉନ ଥାନାରେ ଦିଗମ୍ବରଙ୍କ ବାପା ନରୋତ୍ତମ ଲୋହାର କେନ୍ଦୁଝର ଟାଉନ ଥାନାରେ ଏତଲା ଦେଇଥିବାବେଳେ ଏତଲାକୁ ଭିତ୍ତି କରି କେଶ ନଂ ୧୬୪ ତା ୧/୬/୨୦୧୮ରେ…

"ପିଲାଚୋର ସନ୍ଦେହରେ ମରଣାନ୍ତକ ଆକ୍ରମଣ ଘଟଣାରେ ୭ଗିରଫ"

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ଆଇନଗତ ବିବାଦ, ପୁଣି ଦାୟୀତ୍ୱ ନେଲେ ପୁରୁଣା କର୍ମକର୍ତ୍ତା

କେନ୍ଦୁଝର, ୧ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ସଂଖ୍ୟା ୭୪୨୫/୨୦୧୮(ଡବ୍ଲ୍ୟୁପିସି ନଂ ୮୭୩୧/୨୦୧୮) ମୁତାବକ କେନ୍ଦୁଝର ଜିଲ୍ଲା ପ୍ରଶାସନ ପୁଣି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ପୁରୁଣା କର୍ମକର୍ତ୍ତାଙ୍କୁ ଗୁରୁବାର ମଧ୍ୟାହ୍ନରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। କେନ୍ଦୁଝର ସଦର ଉପଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା୨୬୧୪/ ୩୧.୦୫.୨୦୧୮ ଓ ସଂଖ୍ୟା ୨୬୧୨/୩୧.୦୫.୨୦୧୮ ଅନୁଯାୟୀ ମାଜିଷ୍ଟ୍ରେଟ ଡ୍ୟୁଟିରେ ସଦର ତହସିଲଦାର ଫିରୋଜ ଖାନ, ସହକାରୀ ଜିଲ୍ଲାପାଳ ରିଗାନ ଚନ୍ଦ୍ର ନାଏକ, ଅତିରିକ୍ତ ତହସିଲଦାର ମାନସ କୁମାର ଦଣ୍ଡପାଟ, ସହକାରୀ ଜିଲ୍ଲାପାଳ ଆଶୁତୋଷ ଦେ, ସହକାରୀ ଜିଲ୍ଲାପାଳ ସୁବୋଧ ଦାସ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ପହଞ୍ଚି ପୂର୍ବରୁ ସିଲ୍ କରାଯାଇଥିବା କୋଠରୀଗୁଡିକୁ ପୁଲିସ ଏବଂ ସଂଘର କର୍ମକର୍ତ୍ତାଙ୍କ…

"କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ଆଇନଗତ ବିବାଦ, ପୁଣି ଦାୟୀତ୍ୱ ନେଲେ ପୁରୁଣା କର୍ମକର୍ତ୍ତା"

ପିଲା ଚୋରୀ ସନ୍ଦେହ କରି ଯୁବକଙ୍କୁ ନିସ୍ତୁକ ମାଡ, କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି           

କେନ୍ଦୁଝର, ୦୧ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): :ସାରା ରାଜ୍ୟରେ ପିଲାଚୋରୀ ସନ୍ଦେହରେ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିବାବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦୈନନ୍ଦିନ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି। ଏହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଲୋକମାନେ ନୀରିହ ଲୋକମାନଙ୍କୁ ଆକ୍ରମଣ ହେଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରରେ। କେନ୍ଦୁଝର ଟାଉନଥାନା ଅନ୍ତର୍ଗତ ହୁଡକୋ କଲୋନୀ ନିକଟରେ ପିଲା ଚୋରୀ କରୁଥିବା ସନ୍ଦେହ କରି ସ୍ଥାନୀୟ ଲୋକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଦିନ ପ୍ରାୟ ୧୧.୩୦ ମିନିଟ ସମୟରେ ହୁଡକୋ କଲୋନୀରେ ରହୁଥିବା ନରୋତ୍ତମ ଲୋହାରଙ୍କ ପୁଅ ଦିଗାମ୍ବର…

"ପିଲା ଚୋରୀ ସନ୍ଦେହ କରି ଯୁବକଙ୍କୁ ନିସ୍ତୁକ ମାଡ, କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି           "

ଓଏସ୍ଏମ୍ଇ ଆଲୁମୁନି ଆସୋସିଏସନ୍ ର ୧୦ମ ବାର୍ଷିକ ଉତ୍ସବ

କେନ୍ଦୁଝର, ୨୯ା୫(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝରଠାରେ ଥିବା ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କର ଆଲୁମୁନି ଆସୋସିଏସନ୍ର ୧୦ମ ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ନଗରଭବନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ କେନ୍ଦୁଝରରୁ ମାଇନିଂ, ଡି୍ରଲିଂ, ସର୍ଭେ, ସିଭିଲ, ମେକାନିକାଲ, ମେଟାଲର୍ଜିକାଲ ଏବଂ ଇଲେକ୍ଟି୍ରକାଲ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଦେଶ ତଥା ଦେଶ ବାହାରେ କାର୍ଯ୍ୟ କରୁଥିବା ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆଲୁମୁନି ଆସୋସିଏସନ୍ର ସଭାପତି ତଥା ଇସ୍ପାତ ଓ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଉମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆସୋସିଏସନ୍ର…

"ଓଏସ୍ଏମ୍ଇ ଆଲୁମୁନି ଆସୋସିଏସନ୍ ର ୧୦ମ ବାର୍ଷିକ ଉତ୍ସବ"

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝଠାରେ ଥିବା ଦ୍ୱିତୀୟ କ୍ୟାମ୍ପସକୁ ଉପେକ୍ଷା ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର, ୧୯ା୫(ଓଡିଆ ପୁଅ/ପ୍ରଦୀପ ମହାନ୍ତି):ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କେନ୍ଦୁଝରରେ ଓଡିଆ, ସଂସ୍କୃତ ଓ ଇଂରାଜୀ ବିଭାଗର ଏମ୍ଏ ଓ ଏମ୍ଫିଲ ପାଠ୍ୟକ୍ରମ ଚାଲିଛି। ଦୀର୍ଘ ଦିନର ଦାବିପରେ କେନ୍ଦୁଝରରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ କେନ୍ଦୁଝରରେ ଅସ୍ଥାୟୀଭାବେ ୨୦୧୪ମସିହା ଡିସେମ୍ବର ୧୯ତାରିଖରେ ଆରମ୍ଭ ହୋଇଥିଲା। ପରେ ପରେ ଏହାର ଭିତ୍ତିଭୂମି ଅଭାବରୁ ୨୦୧୭ ଅଗଷ୍ଟ ୧୭ ତାରିଖରୁ ଏହି ୨ୟ କ୍ୟାମ୍ପସ ଡିଏନ ହାଇସ୍କୁଲ ପରିସରରେ ଚାଲିଛି। ବର୍ତ୍ତମାନ କେନ୍ଦୁଝର ସହର ନିକଟବର୍ତ୍ତୀ ସୁଲେଇଖମାରଠାରେ ଏକାଡେମିକ ବ୍ଲକ, ପ୍ରଶାସନିକ ବିଭାଗ ଏବଂ ଶ୍ରେଣୀ ଗୃହକାମ ଚାଲୁରହିଛି। କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ଉତ୍ତର ଓଡିଶା ବିଶ୍ୱ…

"ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝଠାରେ ଥିବା ଦ୍ୱିତୀୟ କ୍ୟାମ୍ପସକୁ ଉପେକ୍ଷା ନେଇ ବଢୁଛି ଅସନ୍ତୋଷ"