ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଝୁମ୍ପୁରା ତହସିଲର ରେଭିନ୍ୟୁ ସୁପରଭାଇଜର

କେନ୍ଦୁଝର ୪ା୮(ଓଡିଆ ପୁଅ/ପ୍ରଦୀପ ମହାନ୍ତି):ଝୁମ୍ପୁରା ତହସିଲର ରେଭିନ୍ୟୁ ସୁପରଭାଇଜର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଯାଇଛନ୍ତି। ଘଟଣାରୁ ପ୍ରକାଶଯେ, ଝୁମ୍ପୁରା ତହସିଲ ଧନୁର୍ଜୟପୁର ଗ୍ରାମର ଜନାର୍ଦ୍ଦନ ପାତ୍ର ଜମିଜମା ମାପ ଓ ଚିହ୍ନଟ ପାଇଁ ତହସିଲରେ ଆବେଦନ କରି ହଇରାଣ ହେଉଥିଲେ। ଝୁମ୍ପୁରା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର କୃତ୍ତିବାସ ଗିରି ଜମି ମାପ ଓ ଚିହ୍ନଟ ପାଇଁ ଜନାର୍ଦ୍ଦନ ପାତ୍ରଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂର୍ପକରେ ଜନାର୍ଦ୍ଦନ କେନ୍ଦୁଝର ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଦୁର୍ନୀତି ନିବାରଣ ବିଭାଗ ଅଭିଯୋଗକୁ ଭିତ୍ତି କରି ଭିଲଲାନ୍ସ କେଶ ନଂ ୩୫/୨୦୧୮ରେ ଏକ ମାମଲା ରୁଜୁ…

"ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଝୁମ୍ପୁରା ତହସିଲର ରେଭିନ୍ୟୁ ସୁପରଭାଇଜର"

ଚାଳରୁ ପଡିଲା ଗୋଖର ସାପ, ଅଳ୍ପକେ ବର୍ତ୍ତିଲେ ମା’ ଓ ଶିଶୁ

କେନ୍ଦୁଝର, ୨୯ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଶଙ୍କିରୀ ପଞ୍ଚାୟତ ଅନ୍ତର୍ଗି ଉପରଡିହା ଗ୍ରାମର ଗଦାଧର ମହାନ୍ତଙ୍କ ଘର ଚାଳରେ ଗୋଟିଏ ଗୋଖର ସାପ ମୂଷା ଖାଇବା ପାଇଁ ଗତକାଲି ରାତିରେ ଚଢିଥିବାବେଳେ ସନ୍ତୁଳନ ହରାଇ ମଶାରୀ ଉପରେ ପଡିଯାଇଥିଲା। ମଶାରୀ ଭିତରେ ମା’ ଗୋଲାପ ମହାନ୍ତଙ୍କ ସହ ଝିଅ ଟିକି ଓ ପୁଅ ଜୀବନ ଶୋଇଥିଲେ। ଘର ଭିତରେ ଫଁ ଫଁ ଗର୍ଜନ ଶୁଣି ଗୋଲାପ ମହାନ୍ତଙ୍କ ନିଦ ହଠାତ୍ ଭାଙ୍ଗି ଯାଇଥିଲା। ନିଜ ପାଖରେ ଥିବା ଟର୍ଚ୍ଚ ମାରି ମଶାରୀ ଉପରେ ଏକ ସାପ ଥିବା ଦେଖିଥିଲେ। ନିଜ ସନ୍ତାନମାନଙ୍କୁ ରକ୍ଷା କରିବା ପାଇଁ ମଶାରୀଟିକୁ ସାବଧାନତାର ସହ ଖଟ ଉପରେ…

"ଚାଳରୁ ପଡିଲା ଗୋଖର ସାପ, ଅଳ୍ପକେ ବର୍ତ୍ତିଲେ ମା’ ଓ ଶିଶୁ"

କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ

କେନ୍ଦୁଝର, ୨୩ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ମାତା ସୁଭଦ୍ରାଙ୍କର ପବିତ୍ର ସୁନାବେଶ ରଥରେ ସୋମବର ଦିନ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଭକ୍ତ ରଥାରୁଢ ଶ୍ରୀଜୀଉମାନଙ୍କର ସୁନାବେଶ ଦର୍ଶନ କରିବାର ଦୂର୍ଲ୍ଲଭ ସୁଯୋଗ ପାଇଥିଲେ। ଏହି ସୁନାବେଶକୁ ସୁଶୃଙ୍ଖଳିତ ଭାବରେ ସମାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମଧ୍ୟାହ୍ନରୁ ଟ୍ରାଫିକ ବନ୍ଦୋବସ୍ତ କରାଯାଇ ଅପରାହ୍ନ ୩ଟାରେ ସୁନାବେଶ ପାଇଁ ଭକ୍ତମାନଙ୍କର ଅପେକ୍ଷାର ଅନ୍ତ ଘଟାଇ ଦର୍ଶନ ନିମନ୍ତେ ସୁଯୋଗ ପ୍ରଦାନ କରାଯାଇଥିଲା। ରଥ ଉପରକୁ କୌଣସି ଭକ୍ତ ଯିବାର…

"କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ"

ଟିକିରା ବିଦ୍ୟୁତ ଗ୍ରୀଡ ଉଦ୍ଘାଟନ କଲେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ

କେନ୍ଦୁଝର, ୨୦ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଢ଼େଙ୍କିକୋଟ ଟିକିରାଠାରେ ସ୍ଥାପିତ ନବନିର୍ମିତ ୧୩୨/୩୩ ବିଦ୍ୟୁତ ଗ୍ରୀଡକୁ ଆଜି ଅପରାହ୍ନରେ ମୁଖ୍ୟ ଅତିଥି ରାଜ୍ୟ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଉଦ୍ଘାଟନ କରିଛନ୍ତି। ଏହି ଗ୍ରୀଡ ସ୍ଥାପନ ଦ୍ୱାରା ଘଟଗାଁ, ପାଟଣା ଓ ହରିଚନ୍ଦନପୁର ବ୍ଲକ ଅଞ୍ଚଳବାସୀଙ୍କୁ ଉନ୍ନତମାନର ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦିଆଯାଇପାରିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିବା ସହ ରାଜ୍ୟରେ ଶିକ୍ଷା, ପାନୀୟ ଜଳ, ବିଦ୍ୟୁତକରଣ, ଗମନାଗମନ ସର୍ବୋପରି ବିକାଶ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥିବାରୁ ସବୁ ବର୍ଗର ଲୋକଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିପାରିଛି ବୋଲି ମତବ୍ୟକ୍ତ କରିଛନ୍ତି। ବରେଣ୍ୟ…

"ଟିକିରା ବିଦ୍ୟୁତ ଗ୍ରୀଡ ଉଦ୍ଘାଟନ କଲେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ"

ପୁତୁଲପାଣି ଲୌହଖଣି ଶ୍ରମିକମାନଙ୍କର ବକେୟା ପ୍ରାପ୍ୟ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା

କେନ୍ଦୁଝର, ୧୪ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଦୀର୍ଘଦିନ ଧରି ବନ୍ଦ ଥିବା ପୁତୁଲପାଣି ଲୌହଖଣିରେ ଜରିମାନା ଅର୍ଥ ନେଦେବାରୁ ଏହି ଖଣି ଲିଜ୍ ବାତିଲ ସହ ସଂପତ୍ତି ବ୍ୟାଜ୍ୟାପ୍ତ ପାଇଁ ସରକାରଙ୍କର ନୋଟିସ ଦିଆଯାଇଛି। କିନ୍ତୁ ଶ୍ରମିକମାନଙ୍କର ହାରାହାରି ୫୦କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବକେୟା ମିଳିନଥିବାରୁ କେନ୍ଦୁଝର ମାଇନ୍ସ ଆଣ୍ଡ ଫରେଷ୍ଟ ୱାର୍କସ ୟୁନିୟନ(ଏଆଇଟିୟୁସି) ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ଜୁଲାଇ ୧୭ତାରିଖରେ ଧାରଣା ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସଂପର୍କରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଭକ୍ତଚରଣ ପ୍ରଧାନ ଏବଂ ୟୁନିୟନ ପ୍ରତିନିଧି ମହେଶ୍ୱର ରାଉତ, ବିଦ୍ୟାଧର ମହାନ୍ତଙ୍କ ସହ ଆଲୋଚନା ହୋଇଥିଲା। ଶ୍ରମିକମାନଙ୍କର ପ୍ରାପ୍ୟ ପ୍ରଦାନ…

"ପୁତୁଲପାଣି ଲୌହଖଣି ଶ୍ରମିକମାନଙ୍କର ବକେୟା ପ୍ରାପ୍ୟ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା"

ସିନେପ୍ଲେକ୍ସ ସିନେମା ହଲ୍କୁ ପୌରପାଳିକାର ଅହେତୁକ ଅନୁକମ୍ପା, ଅଭିଯୋଗ ପରେ ନଗରପାଳ କାମ ବନ୍ଦ ନିର୍ଦ୍ଦେଶ ଦେଲେ

କେନ୍ଦୁଝର, ୧୨ା୭ (ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ସହରର କାଳୀପଡିଆ ନିକଟରେ ଥିବା ତାରିଣୀ ଛବି ଘର ସିନେମା ହଲ ଏବେ ନବୀକରଣ ହୋଇ ସିନେପ୍ଲେକ୍ସ ନାମରେ ନାମିତ ହୋଇଛି। ମାତ୍ର ଏହି ଅତ୍ୟାଧୁନିକ ସିନେମା ହଲ କାର୍ଯ୍ୟକ୍ଷମ ହୋଇଥିଲେ ସୁଦ୍ଧା ଏହା ଚାଲିବାରେ ଅନେକ ବେଆଇନ କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଯାହାକି ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ହୋଇପଡିଛି। ପ୍ରଶାସନିକସ୍ତରରେ ଏହି ସିନେମା ହଲ୍ ଚାଲିବା ପାଇଁ ଯାହା ଆବଶ୍ୟକୀୟ ଅନୁମତି ମିଳିବା କଥା ତାହା ସଂପୂର୍ଣ୍ଣ ମିଳିନଥିଲେ ସୁଦ୍ଧା ବର୍ତ୍ତମାନ ଏଠାରେ ଚଳଚିତ୍ର ପ୍ରଦର୍ଶିତ ହେବା ପ୍ରଶାସନର ଅହେତୁକ ଅନୁକମ୍ପା ଛଡା ଅନ୍ୟ କିଛି ନୁହେଁ ବୋଲି ସାଧାରଣରେ ମତବ୍ୟକ୍ତ…

"ସିନେପ୍ଲେକ୍ସ ସିନେମା ହଲ୍କୁ ପୌରପାଳିକାର ଅହେତୁକ ଅନୁକମ୍ପା, ଅଭିଯୋଗ ପରେ ନଗରପାଳ କାମ ବନ୍ଦ ନିର୍ଦ୍ଦେଶ ଦେଲେ"

ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ହଡପର ସିବିଆଇ ତଦନ୍ତ ଦାବିରେ କେନ୍ଦୁଝର ବିଜେପି କୃଷକମୋର୍ଚ୍ଚାର ରାଜ୍ୟପାଳଙ୍କୁ ସ୍ମାରକପତ୍ର

କେନ୍ଦୁଝର, ୧୦ା୭ (ଓଡିଆ ପୁଅ/ପ୍ରଦୀପ ମହାନ୍ତି):: ଗତ ୨୦୧୬ ମସିହାରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ କେନ୍ଦୁଝର ଜିଲ୍ଲାର ଚାଷୀକୂଳ ସେମାନଙ୍କ ଫସଲ ହରାଇଥିଲେ ତଥା ପ୍ରଧାନମନ୍ତ୍ରୀ ଫସଲବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କେନ୍ଦ୍ରୀୟ କୋ-ଅପରେଟିଭ ବ୍ୟାଙ୍କ ଜରିଆରେ ବୀମାରାଶି ପ୍ରଦାନ କରାଯିବା ପାଇଁ କୋଟି କୋଟି ଟଙ୍କା ଆସିଥିଲା। ଏହି ଟଙ୍କା ଉଦ୍ଦିଷ୍ଟ ଚାଷୀଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ଜମା ହେବାର ପ୍ରାବଧାନ ଥିଲେ ହେଁ ଘସିପୁରା ବ୍ଲକର ଖଲଣା, ଅଳତୀ, ଗଡବାନ୍ଧଗୋଡା, କେଶଦୁରାପାଳ ଇତ୍ୟାଦି ଅନେକ କୋ-ଅପରେଟିଭ ବ୍ୟାଙ୍କ ସେକ୍ରେଟାରୀମାନେ ଉକ୍ତ ବୀମା ରାଶିକୁ ଉଠାଇ ଚଳୁ କରି ଦେଇଥିବାର ଗୁରୁତର ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ବିଭାଗୀୟ ତଦନ୍ତରେ ମଧ୍ୟ ପ୍ରମାଣିତ ହୋଇସାରିଥିବାସ୍ଥଳେ…

"ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ହଡପର ସିବିଆଇ ତଦନ୍ତ ଦାବିରେ କେନ୍ଦୁଝର ବିଜେପି କୃଷକମୋର୍ଚ୍ଚାର ରାଜ୍ୟପାଳଙ୍କୁ ସ୍ମାରକପତ୍ର"

ଯୁକ୍ତ ୨ ନାମଲେଖା କଟ୍ ଅଫ୍ ମାର୍କକୁ ନେଇ କେନ୍ଦୁଝର ଜିଲ୍ଲାର ଦୁଇ କଲେଜ ଚର୍ଚ୍ଚାରେ

କେନ୍ଦୁଝର, ୨ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଓଡିଶାର ବିଭିନ୍ନ ଯୁକ୍ତ ୨ କଲେଜରେ ନାମ ଲେଖା ପାଇଁ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାର ସାଇଁକୂଳସ୍ଥିତ ପତିତପାବନ ହାୟର ସେକେଣ୍ଡାରୀ ସ୍କୁଲ ଏବଂ ସଡଙ୍ଗିସ୍ଥିତ ସଡଙ୍ଗି ହାୟର ସେକେଣ୍ଡାରୀ ସ୍କୁଲର କଟ୍ ଅଫ୍ ମାର୍କକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଯୁକ୍ତ ୨ କଳା ନାମ ଲେଖା ପାଇଁ ପତିତ ପାବନ ହାୟର ସେକେଣ୍ଡାରୀ ସ୍କୁଲର କଟ୍ ଅଫ୍ ମାର୍କ ସାରା ଓଡିଶାରେ ସର୍ବାଧିକ ୭୮.୬୭% ଯାଇଥିବାବେଳେ ସଡଙ୍ଗି ହାୟର ସେକେଣ୍ଡାରୀ ସ୍କୁଲର କଟ୍ ଅଫ୍ ମାର୍କ ୭୩.୫% ପ୍ରକାଶ ପାଇଛି। ଯାହାକି ଓଡିଶାରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଯୁକ୍ତ ୨ ବିଜ୍ଞାନରେ…

"ଯୁକ୍ତ ୨ ନାମଲେଖା କଟ୍ ଅଫ୍ ମାର୍କକୁ ନେଇ କେନ୍ଦୁଝର ଜିଲ୍ଲାର ଦୁଇ କଲେଜ ଚର୍ଚ୍ଚାରେ"

ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର ୨୯/୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲାର ବାଂଶପାଳଠାରେ ଭୂୟାଁ ଜୁଆଙ୍ଗ ପୀଢ ବନାଞ୍ଚଳ ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବାଂଶପାଳ ବ୍ଲକ ଛକଠାରୁ ଏକ ସଚେତନତା ର୍ୟାଲି ବାହାରି ବାଂଶପାଳ ହାଟପଦା ସାପ୍ତାହିକୀ ହାଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ସଚେତନତା ର୍ୟାଲିରେ ବିଜେପି ରେଞ୍ଜର ମୁକ୍ତିକାନ୍ତ ପରିଡା, ଫରେଷ୍ଟର ଟିକେଶ୍ୱର ମହାନ୍ତ, ଫରେଷ୍ଟର ଉମେଶ ଚନ୍ଦ୍ର ତ୍ରିପାଠୀ, ଇକୋ କ୍ଲବର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତା, ବାଂଶପାଳ ଫାଣ୍ଡି କର୍ମଚାରୀ, ବନବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ଅଂଶଗ୍ରହଣ କରି ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ…

"ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ ସଚେତନତା କାର୍ଯ୍ୟକ୍ରମ"

ଓଡିଶା ଅମଲା ସଂଘ କେନ୍ଦୁଝର ଶାଖାର ସାଧାରଣ ବୈଠକ

କେନ୍ଦୁଝର ୨୪ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଓଡିଶା ଅମଲା ସଂଘ କେନ୍ଦୁଝର ଶାଖାର ସାଧାରଣ ବୈଠକ କେନ୍ଦୁଝର ସହିଦ ସଦନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ସାହୁ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ଅମଲାମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ଏଥିରେ ସଂଘର ସଂଗଠନ ବାବଦରେ ଆଲୋଚନା ହେବା ସଂଗେ ସଂଗେ ବିଭିନ୍ନ ସମସ୍ୟା ଓ ଦାବିଗୁଡିକ ଯାହାକି ସରକାରଙ୍କର ବିଚାରାଧିନ ଅଛି ତାହା କିପରି ଯଥାଶୀଘ୍ର ହାସଲ କରାଯିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସଂଗଠନକୁ ଦୃଢୀଭୂତ କରିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ ଅମଲାମାନେ ସଂକଳ୍ପ ନେଇଥିଲେ। ଏହି ବୈଠକରେ ଓଡିଶା ଅମଲା…

"ଓଡିଶା ଅମଲା ସଂଘ କେନ୍ଦୁଝର ଶାଖାର ସାଧାରଣ ବୈଠକ"