ଖିରେଇଟାଙ୍ଗିରୀ ପ୍ରାଥମିକ ବିଦ୍ୟାଳୟରୁ ଚତୁର୍ଥ ଶ୍ରେଣୀର ଛାତ୍ର ନିଖୋଜ ଘଟଣାରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ କଲେ

କେନ୍ଦୁଝର, ୧୮ା୯(ଓଡିଆ ପୁଅ/ପ୍ରଦୀପ କୁମାର ମହାନ୍ତି): ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପ୍ରାଥମିକ ବିଦ୍ୟାଳୟର ସ୍ୱଳ୍ପବ୍ୟୟୀ ଛାତ୍ରାବାସରେ ରହି ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ର ଗତ ୧୨ତାରିଖ ବିଦ୍ୟାଳୟ ପଛପଟ ଗେଟ୍ ଦେଇ କୁଆଡେ ଚାଲିଯାଇଥିବା ଥାନାରେ ରିପୋର୍ଟ ହୋଇଛି। ତେବେ ଘଟଣାର ୬ଦିନପରେ ମଧ୍ୟ ନିଖୋଜ ଛାତ୍ର କୌଣସି ଖବର ମିଳିପାରିନାହିଁ। ତେବେ ପାଚେରୀ ଘେରା ବିଦ୍ୟାଳୟ ମଧ୍ୟରେ ଥିବା ଛାତ୍ରାବାସରୁ କେଉଁ ପରିସ୍ଥତିରେ ଏବଂ କିପରି ଛାତ୍ର ଜଣକ ନିଖୋଜ ହେଲା ତାହା ଏବେ ମଧ୍ୟ ରହସ୍ୟାବୃତ୍ତ ହୋଇ ରହିଛି। ମଙ୍ଗଳବାର ଦିନ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ ଏବଂ ପାଟଣା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ…

"ଖିରେଇଟାଙ୍ଗିରୀ ପ୍ରାଥମିକ ବିଦ୍ୟାଳୟରୁ ଚତୁର୍ଥ ଶ୍ରେଣୀର ଛାତ୍ର ନିଖୋଜ ଘଟଣାରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ କଲେ"

ଚାଷଜମିରେ କାମ କରୁଥିବାବେଳେ ବଜ୍ରାଘାତ, ଜଣେ ମହିଳା ମୃତ: ୨ ମହିଳା ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର, ୧୧ା୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚାକୁଣ୍ଡାପାଳ ପଞ୍ଚାୟତ ଜହ୍ନେଇପଶିଠାରେ ଚାଷଜମିରେ କାମ କରୁଥିବା ସମୟରେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ୨ଜଣ ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁସାରେ, ମଙ୍ଗଳବାର ଅପରାହ୍ନ ୩ଟା ସମୟରେ କେନ୍ଦେଇପଶି ନିକଟସ୍ଥ ଜହ୍ନେଇପଶିଠାରେ ପ୍ରଦୀପ ନାଏକଙ୍କ ଚାଷଜମିରେ କିଛି ମହିଳା କାମ କରୁଥିବା ସମୟରେ ହଠାତ୍ ବର୍ଷା ହେବା ସହିତ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ବିଲରେ କାମ କରୁଥିବା ଜହ୍ନେଇପଶି ଗ୍ରାମର ରଙ୍ଗାଧର ନାୟକଙ୍କ ବିଲରେ କାମ କରୁଥିବାବେଳେବଜ୍ରାଘାତ ହେବାରୁ ଧନେଶ୍ୱର ନାଏକଙ୍କ ସ୍ତ୍ରୀ ପପିତା ନାଏକ(୨୮)ଙ୍କର ଘଟଣାସ୍ଥଳରେ…

"ଚାଷଜମିରେ କାମ କରୁଥିବାବେଳେ ବଜ୍ରାଘାତ, ଜଣେ ମହିଳା ମୃତ: ୨ ମହିଳା ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି"

କେନ୍ଦୁଝର ଘରର କାନ୍ଥ ପଡି ୨ ଶିଶୁ ମୃତ, ମା’ ଓ ଶିଶୁ ଗୁରୁତର

କେନ୍ଦୁଝର, ୧୦/୦୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ମୁଣ୍ଡା ସାହିରେ ଗତକାଲି ରାତିରେ ଲଗାଣ ବର୍ଷା ପ୍ରଭାବରେ ମାଟି କାନ୍ଥ ଖସି ପଡିବାରୁ ଶୋଇଥିବାବେଳେ ୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଓ ଶିଶୁ ଗୁରୁତର ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ମନୋହରପୁର ମୁଣ୍ଡାସାହିରେ ରହୁଥିବା ଜଗା ମୁଣ୍ଡାଙ୍କ ଘର କାନ୍ଥ ରାତ୍ର ପ୍ରାୟ ୩ଟା ସମୟରେ ଘରର କାନ୍ଥ ଖସିପଡିଥିଲା। ପ୍ରଚଣ୍ଡ ଶଦ୍ଦ ଶୁଣି ପଡୋଶୀଲୋକମାନେ ୩ଶିଶୁ ଓ ମା’ରୁକ୍ମଣୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଗୀତା ମୁଣ୍ଡା(୪) ଏବଂ…

"କେନ୍ଦୁଝର ଘରର କାନ୍ଥ ପଡି ୨ ଶିଶୁ ମୃତ, ମା’ ଓ ଶିଶୁ ଗୁରୁତର"

ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବନ୍ଦ

କେନ୍ଦୁଝର, ୧୦ା୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ପେଟ୍ରୋଲ ଓ ଡିଜେଲ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହାକୁ ସଫଳ କରିବା ପାଇଁ ସୋମବାର ଦିନ ସକାଳୁ ରେଲୱେ ଷ୍ଟେସନ ଯାଇ ଟ୍ରେନ ଲାଇନରେ ପିକେଟିଂ କରି ରେଳ ଚଳାଚଳ ବନ୍ଦ କରିଛନ୍ତି। ବନ୍ଦକୁ ସାଧାରଣରେ ବେଶ ସମର୍ଥନ ମିଳିଥିବାବେଳେ ଦୋକାନ ବଜାର, ବେସରକାରୀ ଅଫିସ ବନ୍ଦ ରହିଛି। ବନ୍ଦ ସମୟରେ ଆମ୍ବୁଲାନ୍ସ, କ୍ଷୀର ଗାଡି, ଔଷଧ ଦୋକାନ ଏବଂ ପରିକ୍ଷାର୍ଥୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ସୋମବାର ସକାଳୁ ପିସିସି ସାଧାରଣ ସଂପାଦକ ବିଦ୍ୟାଧର ଦେହୁରୀ, ସଂପାଦକ ସଂଗ୍ରାମ ଦାସ, ଯୁବ କଂଗ୍ରେସ ସଭାପତି ପାର୍ଥସାରଥୀ…

"ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବନ୍ଦ"

ଗାତରେ ପଡିଲା ହାତୀ, ମୁକୁଳାଇବାକୁ ଉଦ୍ୟମ କରି ହାତୀ ଆକ୍ରମଣରେ ବନପାଳ ଗୁରୁତର

କେନ୍ଦୁଝର, ୮ା୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି):ଏକ ହାତୀ ପଲ ଜଙ୍ଗଲରେ ବୁଲୁଥିବା ସମୟେ ପୂର୍ବରୁ ଖୋଳାଯାଇଥିବା ଏକ କୂଅରେ ଦୁଇଟି ହାତୀପଡି ଦୀର୍ଘ ସମୟ ପରେ ଉଦ୍ଧାର ହେବା ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ବନପାଳ ବା ଫରେଷ୍ଟର ଏହି ହାତୀ ଆକ୍ରମଣରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ଖେଳାଇ ଦେଇଛି। ଗୁରୁତର ବନପାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭିର ଥିବାବେଳେ କେନ୍ଦୁଝର ହାତୀ କରିଡର ପ୍ରତିଷ୍ଠା ନହେଲେ ଗଜରାଜ ଓ ମଣିଷଙ୍କ ମଧ୍ୟରେ ମୁହାଁ ମୁହିଁ ହେବା ଘଟଣା ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ…

"ଗାତରେ ପଡିଲା ହାତୀ, ମୁକୁଳାଇବାକୁ ଉଦ୍ୟମ କରି ହାତୀ ଆକ୍ରମଣରେ ବନପାଳ ଗୁରୁତର"

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେନ୍ଦୁଝର ଓ ବିଶ୍ୱହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ

କେନ୍ଦୁଝର, ୨ା୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରା ମାଇନି ରୋଡସ୍ଥିତ ଶ୍ରୀରାମ ମନ୍ଦିରଠାରୁ ବାହାରି ନଗର ପରିକ୍ରମା ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଠାରେ ପହଂଚିଥିଲା। ତତ୍ପରେ ଏକ ଧର୍ମସଭା ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲ ସଭାପତି ତୁଷାରକାନ୍ତ ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟବକ୍ତା ପଣ୍ଡିତ ରଙ୍ଗାଧର ବେହେରା ଏବଂ ଜିଲ୍ଲା ଉପସଭାପତି କାହ୍ମୁଚରଣ ମହାନ୍ତ ଶ୍ରୀକୃଷ୍ଣଙ୍କର ଲୀଳା ସାବଳୀଳଭାବରେ ବୁଝାଇ ସମସ୍ତେ ଶ୍ରୀକୃଷ୍ଣଙ୍କ ପରି ହିନ୍ଦୁଧର୍ମ ସୁରକ୍ଷାରେ ଲାଗିବା…

"ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେନ୍ଦୁଝର ଓ ବିଶ୍ୱହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ"

ସ୍ୱାମୀର ଭୁଜାଲି ମାଡରେ ସ୍ତ୍ରୀର ପ୍ରେମିକ ଗୁରୁତର

କେନ୍ଦୁଝର, ୨୨ା୮(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତ ଶିଙ୍କୁଳାବାହାଳ ଗ୍ରାମରେ ସ୍ୱାମୀର ଭୁଜାଲି ମାଡରେ ସ୍ତ୍ରୀର ପ୍ରେମିକ ମୃତ୍ୟୁ ସହ ସଂଗ୍ରାମ କରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତରେ ସୁଧାଂଶୁ ଶେଖର ପାଇକରାୟ ପଞ୍ଚାୟତ ନିର୍ବାହୀ ଅଧିକାରୀଭାବେ କାର୍ଯ୍ୟକରୁଥିବାବେଳେ ତାଳପଦା ଅଞ୍ଚଳର ଜଣେ ଦିଲ୍ଲୀପ କୁମାର ସାହୁଙ୍କ ସ୍ତ୍ରୀ ମିଲ୍ଲୀ ସାହୁଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା। ଉଭୟ ବିବାହିତ ହୋଇଥିଲେ ସୁଦ୍ଧା ସାମାଜିକ ବିଧିବ୍ୟବସ୍ଥାକୁ ଭୃକ୍ଷେପ ନକରି ଏକତ୍ର ରହିବାକୁ ନିଷ୍ପତ୍ତି ନେଇ ଗତ ୧ବର୍ଷ ହେବ ଜଗମୋହନପୁର ନିକଟ ଶିଙ୍କୁଳିବାହାଳଠାରେ ଏକ ଭଡା ଘର…

"ସ୍ୱାମୀର ଭୁଜାଲି ମାଡରେ ସ୍ତ୍ରୀର ପ୍ରେମିକ ଗୁରୁତର"

ଯୁବକଙ୍କ ସହ ମହିଳାଙ୍କ ଅବୈଧ ପ୍ରେମ ସଂପର୍କ ବିବାହର ରୂପ ନେଲା

କେନ୍ଦୁଝର, ୧୧ା୮(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ବିବାହିତା ମହିଳା ଯାହାରକି ଗୋଟିଏ ୪ବର୍ଷର ଝିଅ ଅଛି ସିଏ ଅନ୍ୟ ଜଣେ ଯୁବକଙ୍କ ସହ ଦୈହିକ ସଂପର୍କ ରଖିବା ଓ ଶେଷରେ ଗାଁ ଲୋକଙ୍କ ହାତରେ ଧରାପଡି ମାଡ ଖାଇବା ସହ ସଂପର୍କ ରଖିଥିବା ଯୁବକଙ୍କ ସହ ମହିଳାଙ୍କର ବିବାହ ହେବା ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦ ପାଲଟିଛି। ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗାଁରେ ରହୁଥିବା ଏହି ମହିଳା ଜଣକ ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପର୍ଜନପୁର ପଞ୍ଚାୟତ କସିରା ଗାଁର ମନୋଜ ମାଝୀ(୨୪)ଙ୍କ ସହ ନିୟମିତ ଦୈହିକ ସଂପର୍କ ରଖି ଆସୁଥିଲା। ମହିଳାଙ୍କ…

"ଯୁବକଙ୍କ ସହ ମହିଳାଙ୍କ ଅବୈଧ ପ୍ରେମ ସଂପର୍କ ବିବାହର ରୂପ ନେଲା"

କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ମୋହର ମାରି ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ରାଜ୍ୟ ସରକାର, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ବୋର୍ଡ

କେନ୍ଦୁଝର, ୮ା୮(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ମୋହର ମାରି ରାଜ୍ୟ ସରକାର ଅନେକ ଯୋଜନାରେ ବୋର୍ଡ ମାରି ବାହା ବାହା ନେଉଛନ୍ତି। ଲୋକଙ୍କୁ ଭୁଅାଁ ବୁଲାଇ ଭୋଟ ଆଶାରେ ଏଭଳି ବିଭ୍ରାନ୍ତିକରଣ ତଥ୍ୟ ଦିଆଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧିନରେ ନିର୍ମାଣାଧିନ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା କାମରେ। ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ପାଇଁ ପ୍ୟାକେଜ ନଂ ଓଆର୍-୧୭-(୪୮୭)ରେ ଜାତୀୟ ରାଜପଥ ୪୯ଠାରୁ ଡଙ୍ଗାପାଣି ପର୍ଯ୍ୟନ୍ତ ୧.୧ କିଲୋମିଟର ରାସ୍ତାକୁ ୪୮.୦୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଠିକାଦାର ସଞ୍ଜୟ କୁମାର…

"କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ମୋହର ମାରି ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ରାଜ୍ୟ ସରକାର, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ବୋର୍ଡ"

ସରକାରଙ୍କ ଦୃଷ୍ଟି ଆଢୁଆଳରେ ୪ ନମ୍ବର ୱାର୍ଡ ବର୍ଷାର ଦୁଇଦିନ ପରେ ମଧ୍ୟ ଘରଗୁଡ଼ିକ ଜଳବନ୍ଦୀ, ଅସହାୟ ସ୍ଥିତିରେ ଅଞ୍ଚଳବାସୀ

ଭୁବନେଶ୍ୱର, ତା ୮ା୮ (ଓଡ଼ିଆ ପୁଅ): ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪ନମ୍ବର ୱାର୍ଡର ନଖରା, ନୂଆପାଟଣା, ବଙ୍ଗୁଆରୀ, ସାହାବାଦ, ହରିଦାସପୁର, ସୁନ୍ଦରାପାଟଣା, ନହରକଣ୍ଟା, ହଂସପାଳ, ରୁଦ୍ରପୁର, ଜୟପୁର, ପାହାଳ, ଜୋହଳ, ଓ କୁଣ୍ଡିତରାପାଟଣା ଗ୍ରାମଗୁଡ଼ିକ କୁଆଖାଇ ନଦୀ, ପୁରୀ ମୁଖ୍ୟ କେନାଲ୍, ଜାତୀୟ ରାଜପଥ-୧୬, ପୁରୁଣା ଜଗନ୍ନାଥ ସଡ଼କ, ନିଆଳୀ-ମାଧବ ରାସ୍ତା ଓ ପ୍ରାଚୀ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିଲାବେଳେ ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାନଯିବା କାରଣରୁ ସାମାନ୍ୟ ବର୍ଷାରେ ଏହି ଅଞ୍ଚଳର ଜଳବନ୍ଦୀ ହେବା ସହ ରାସ୍ତାଘାଟ ବୁଡ଼ିଯିବା ସହ ଘର ଭିତରେ ଆଣ୍ଠୁଏ ଉଚ୍ଚାର ବର୍ଷାପାଣି ଲହଡ଼ି ଭାଙ୍ଗି ଜନଜୀବନ…

"ସରକାରଙ୍କ ଦୃଷ୍ଟି ଆଢୁଆଳରେ ୪ ନମ୍ବର ୱାର୍ଡ ବର୍ଷାର ଦୁଇଦିନ ପରେ ମଧ୍ୟ ଘରଗୁଡ଼ିକ ଜଳବନ୍ଦୀ, ଅସହାୟ ସ୍ଥିତିରେ ଅଞ୍ଚଳବାସୀ"