ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ

ହିଞ୍ଜିଳିକାଟୁ ୬-୮ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ନୂତନ ତହସିଲଦାର ଭାବେ ଗୋପୀନାଥ କହଁର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ବାଲେଶ୍ଵର ଜିଲ୍ଲାରେ ରାଜସ୍ବ ବିଭାଗରେ କାର୍ଯ୍ୟ କରୁଥିଲେ। ବିଦାୟ ତହସିଲଦାର ପ୍ରିୟରଞ୍ଜନ ପୃଷ୍ଟି ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି। ଏହି ଅବସରରେ ସ୍ଥାନୀୟ ତହସିଲ ଅଫିସରେ ବିଦାୟକାଳୀନ ଏବଂ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା ସଭାରେ ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦିବାକର ପୂଜାରୀ, କିରାଣୀ ଗୋପାଳ ରେଡ୍ଡୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ତହସିଲ ଅଧିନରେ ସମସ୍ତ ଆରଆଇ ଅମିନ ଉପସ୍ଥିତ ଥିଲେ।

"ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ"

ଆମ ପୁଲିସ ସମିତି ପକ୍ଷରୁ ଏକ ସଚେତନତା ସଭା

ହିଞ୍ଜିଳିକାଟୁ ୨-୮ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ମଙ୍ଗଳବାର ଦିନ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ପ୍ରଶାସନ ଓ ଆମ ପୁଲିସ ସମିତି ପକ୍ଷରୁ ଏକ ସଚେତନତା ସଭାକୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ନୋମିନି ସୁରେନ୍ଦ୍ର ନାଥ ପ୍ରଧାନ, ତହସିଲଦାର ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ପ୍ରସନ କୁମାର ପାତ୍ର, ସରପଂଚ ରଞ୍ଜୁ ବେହେରା, ପୂର୍ବତନ ସରପଂଚ ଜଗବନ୍ଧୁ ସାହୁ, ଗ୍ରାମ୍ୟ କମିଟି ସଭାପତି…

"ଆମ ପୁଲିସ ସମିତି ପକ୍ଷରୁ ଏକ ସଚେତନତା ସଭା"

ବନ ମହୋତ୍ସବ ପାଳନ

ଗଂଜାମ ୩୧-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ଜିଲ୍ଲା ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ଆଲପୁର ହାଇସ୍କୁଲରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ସବୁଜ ବଳୟ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀଙ୍କୁ ଏହାର ଆବଶ୍ୟକତା ଓ ଉପକାରୀତା ସଂପର୍କରେ ସଚେତନ କରିବା ଉଦ୍ଦ୍ୟେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ହିଞ୍ଜିଳି ବ୍ଲକ୍ ଶିକ୍ଷାଧିକାରୀ ଉମାଚରଣ ତ୍ରିପାଠୀ, ନନ୍ଦିକ କଷ୍ଟର ସିଆର୍ସିସି ଯାଦବ ସାହୁ, ପରିଚାଳନା କମିଟି ସଦସ୍ୟ ମନୋଜ କୁମାର ପୋଲେଇ ଓ ଅନ୍ୟ ସଦସ୍ୟ ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଦ୍ୟାଳୟରେ ପହଂଚି ବ୍ଲକ ଶିକ୍ଷାଧିକାରୀ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଆଲୋଚନା କରିବା ସହ ୧…

"ବନ ମହୋତ୍ସବ ପାଳନ"

ହିଞ୍ଜିଳି ପୌରାଂଚଳରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ

ହିଞ୍ଜିଳି ୩୧-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ହିଞ୍ଜିଳି ପୌରାଂଚଳରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଟ୍ରାଫିକ ସମସ୍ୟା ସହ ଦୈନନ୍ଦିନ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ବୁଲା ଗାଈଗୋରୁ ମାନେ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଗୋପାଳନ କରୁଥିବା କିଛି ଅସାଧୁ ମାନସିକତା ଧାରୀ ବ୍ୟବସାୟୀ ସକାଳୁ ଦୁଗ୍ଧ ସଂଗ୍ରହ କରି ନିଜ ଗାଈମାନଙ୍କୁ ଛାଡ଼ିଦେଉଛନ୍ତି। ଯାହାଫଳରେ ଗାଈମାନେ ଦିନସାରା ବାହାରେ ବୁଲି ଚାଷୀମାନଙ୍କ ବାଡ଼ି ଓ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି। ଯାହାଦ୍ୱାରା ଗରୀବ ଚାଷୀମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ ଚାଷୀମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପୌର…

"ହିଞ୍ଜିଳି ପୌରାଂଚଳରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ"

ଏଟିଏମ୍ କାର୍ଡ ଚୋରୀ ମାମଲାରେ ଯୁବକ ଗିରଫ

ହିଞ୍ଜିଳିକାଟୁ ୧୭-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ହିଞ୍ଜିଳିକାଟୁ ସ୍ଥାନୀୟ ହିଞ୍ଜିଳି ଥାନା ଅନ୍ତର୍ଗତ କୋଳଦାସପୁର ଗ୍ରାମର ସ୍ଵରାଜ୍ୟ ଦଳାଇଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍ କାର୍ଡ ଚୋରୀ ହୋଇଯାଇଥିଲା ପରବର୍ତ୍ତୀ ସମୟରେ ତାଙ୍କର ଜମା ଖାତା ରୁ ୧୮, ୬୦୦ ଟଙ୍କା ବହୁଥର ଉଠାଣ ହେବା ଜାଣି ସେ ହିଞ୍ଜିଳି ଥାନା ଲିଖିତ ଅଭିଯୋଗ କରିଥଲେ। ଅଭିଯୋଗ ପାଇଁ ତଦନ୍ତ ପରେ ଉକ୍ତ ଗ୍ରାମ ର ଅଗାଧୁ ରାଉତ (୨୯)କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି। ହିଞ୍ଜିଳି ଥାନା କେସ ନଂ ୧୫୮/୧୮ ରୁଜୁ ହେବା ସହ ଚୋରୀ ହୋଇଥିବା ମୋଟ ୧୮, ୬୦୦ ଟଙ୍କା ଜବତ କରାଯାଇଥିବା ହିଞ୍ଜିଳି ଥାନା ସୂତ୍ର ରୁ ପ୍ରକାଶ।

"ଏଟିଏମ୍ କାର୍ଡ ଚୋରୀ ମାମଲାରେ ଯୁବକ ଗିରଫ"

ହିଞ୍ଜିଳିକାଟୁର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା

ହିଞ୍ଜିଳିକାଟୁ ୧୫-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଶନିବାର ହିଂଜିଳି ଥାନା ଚୈତନପଡା ଛକ ଓ ସ୍ଥାନୀୟ ସହରର ଚନ୍ଦ୍ରକଳ୍ପେଶର ମନ୍ଦିର ନିକଟରେ ପୃଥକ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ପ୍ରଥମ ଦୁର୍ଘଟଣାରେ ବାଇକ୍ ଚାଳକ ନିଜ ଗାଡିର ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ର ଭିତରକୁ ପଶିଯାଇ ଥିଲେ। ସେ ହେଲମେଟ ପିନ୍ଧଥିବା ହେତୁ ମୁତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଅନ୍ୟ ଏକ ଦୁର୍ଘଟଣାଟି ଗୋଟିଏ ଅଟୋ ସ୍କୁଟିକୁ ଧକ୍କା ଦେବା ଫଳରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବାଇକ୍ ଚାଳକ ଛତ୍ରପୁର ସହରର…

"ହିଞ୍ଜିଳିକାଟୁର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା"

ସୁନା ମରାମତି କରିବା ବାହାନାରେ ଅଳଙ୍କାର ପର୍ସ ଧରି ଚମ୍ପଟ

ହିଞ୍ଜିଳୀକାଟୁ ୧୫-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) : ହିଞ୍ଜିଳୀଥାନାର ସ୍ଥାନୀୟ ସହରରେ ୫୯ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ମରାମତି ଦୋକାନରୁ ଶୁକ୍ରବାର ପୂର୍ବାହ୍ନରେ ପୁଣି ଏକ ଲୁଟ ହୋଇଥିବା ଘଟଣା ଜଣାପଡିଛି। ଦୁଇ ଦୁର୍ବୃତ ସ୍ଵର୍ଣ୍ଣ ଅଳଙ୍କାର ମରାମତି କରିବା ବାହାନାରେ ଦୋକାନକୁ ଆସି ଦୋକାନୀକୁ ଚକମା ଦେଖାଇ ଅଳଙ୍କାର ଥିବା ପର୍ସକୁ ଧରି ଆଖିପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ଗତ ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ସ୍ଥାନୀୟ ମାଣିକନଗର ବିଚ ରାସ୍ତାରେ ଦୁର୍ବୃତମାନେ କଳା ପଲସରରେ ଆସି ସ୍ମିତା ମଞ୍ଜରି ପଟ୍ଟନାୟକଙ୍କ ବେକରୁ ଅଢେଇ ଭରି ଓଜନର ସୁନା ହାର ଝାମ୍ପିନେଇ କ୍ଷିପ୍ରଗତିରେ ଚମ୍ପଟ ମାରିବାରେ…

"ସୁନା ମରାମତି କରିବା ବାହାନାରେ ଅଳଙ୍କାର ପର୍ସ ଧରି ଚମ୍ପଟ"

ହିଞ୍ଜିଳିରେ ବିବିଧ ସହାୟତା ଓ ଭତ୍ତା ବଣ୍ଟନ ମେଳା

ହିଂଜିଳିକାଟୁ ୧୫-୭ (ଓଡ଼ିଆ ପୁଅ/) ହିଂଜିଳିକାଟୁ ପଂଚାୟତ ସମିତି ତରଫରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିବିଧ ସହାୟତା ଏବଂ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ବିଜୟ ଅମୃତ କୁଲେଙ୍ଗା ଯୋଗଦେଇ ହିତାଧିକାରୀମାନଙ୍କୁ ଭତ୍ତା ଏବଂ ବିଜୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ହିଂଜିଳି ପଂଚାୟତ ସମିତି ଅଧିନସ୍ଥ ମୋଟ ୨୧ଟି ପଂଚାୟତର ୧୨୬ ଜଣ ହିତାଧିକାରୀଙ୍କୁ ବିଜୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ୧୮୬ଜଣ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ଭତ୍ତା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ତହସିଲଦାର, ଅତିରିକ୍ତ ଗୋଷ୍ଠୀ…

"ହିଞ୍ଜିଳିରେ ବିବିଧ ସହାୟତା ଓ ଭତ୍ତା ବଣ୍ଟନ ମେଳା"

ହିଞ୍ଜିଳୀକାଟୁରେ ଲୁଟେରାଙ୍କ ଆତଙ୍କ: ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ହାର ଦେଖନ୍ତୁ ଭିଡ଼ିଓ

ହିଞ୍ଜିଳୀକାଟୁ ୧୦-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ବିଚ ବଜାରରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ ଅଢେଇ ଭରି ଓଜନର ସୁନାହାର ଝାମ୍ପିନେଇ ଦୃର୍ବୁର୍ତ୍ତମାନେ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି ହିଞ୍ଜିଳୀକାଟୁ ସହରର ମାଣିକନଗର ଛକ ଅଞ୍ଚଳରେ ଘଟିଛି। ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ଦିନ ହିଞ୍ଜିଳୀକାଟୁ ସହରର ମାଣିକନଗର ଛକ ଅଞ୍ଚଳରେ ଏକ ଭୋଜିର ଆୟୋଜନ ହୋଇଥିଲା। ବ୍ରହ୍ମପୁର ବଡବଜାର ଅଞ୍ଚଳର ଅଶୋକ ପଟ୍ଟନାୟକଙ୍କ ସ୍ତ୍ରୀ ସ୍ମିତା ମଞ୍ଜରୀ ପଟ୍ଟନାୟକ ନିଜ ସମ୍ପର୍କୀୟଙ୍କ ଭୋଜିରେ ଯୋଗଦେବାକୁ ହିଞ୍ଜିଳୀକାଟୁ ଆସିଥିଲେ। ଅପରାହ୍ନ ପ୍ରାୟ ୧.୩୦ଘଣ୍ଟା ସମୟରେ ସ୍ମିତା ଭୋଜିଖାଇ ମାଣିକନଗର ସହିରୁ ବାସଷ୍ଟାଣ୍ଡ କୁ ଚାଲିଚାଲି ଯାଉଥିବା…

"ହିଞ୍ଜିଳୀକାଟୁରେ ଲୁଟେରାଙ୍କ ଆତଙ୍କ: ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ହାର ଦେଖନ୍ତୁ ଭିଡ଼ିଓ"

ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିଦ୍ୟାୟ କାଳୀନ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ ୯-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ରେଶମଲାଲ୍ ନାୟକଙ୍କ ନୂଆପଡା ପଞ୍ଚାୟତ ସମିତି କୁ ବଦଳି ହେବା ପରେ ତାଙ୍କୁ କାର୍ଯ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପୂର୍ବରୁ ଶନିବାର ଦିନ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ ଉମାଚରଣ ତ୍ରିପାଠୀ ହିଂଜିଳିକାଟୁରେ ଦାୟିତ୍ୱ ଗ୍ରହଣ କରିଥିଲେ।ପୂର୍ବରୁ ସେ ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସୋମବାର ଦିନ ନୂତନ ବିଇଓ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ବିଦାୟ ସମ୍ବର୍ଦ୍ଧନା ସହ ଶ୍ରୀ ନାୟକଙ୍କ କାର୍ଯ୍ୟ ପ୍ରଣାଳୀ କୁ ପ୍ରଶଂସା କରିବା ସହ ତାଙ୍କର ଉତରାଉତର ଉନ୍ନତି ନିମନ୍ତେ କାମାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସି ସମେତ…

"ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିଦ୍ୟାୟ କାଳୀନ ସମ୍ବର୍ଦ୍ଧନା"