ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ ଦୁର୍ନୀତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ପୋଲସରା ୨୮-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ସମେତ ଗଂଜାମ ଜିଲ୍ଲାର ୫ଟି ବ୍ଲକରେ ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥାରେ ଦୁର୍ନୀତି ହୋଇଛି।ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଣା ପଡିବା ପରେ ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ନଂ.୭୨୪୯)ରୁଜୁ ହୋଇଛି। ଗ୍ରାମାଞ୍ଚଳ ଜଳ ଯୋଗାଣ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ବ୍ୟୟ ବାରଦ କରୁଥିଲେବି ବିଭାଗୀୟ ଦାୟିତ୍ୱହୀନତା ଓ ଅନିୟମିତତା ଯୋଗୁଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ।ଯେଉଁଠି ମିଳୁଛି ଅପରିଷ୍କାର ଜଳ ମିଳୁଛି।ଅନେକ ସ୍ଥାନରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବହୁ ପ୍ରକଳ୍ପ ଅଚଳ ହୋଇପଡିଛି।ଏସବୁ ଜଣା ପଡିବା ପରେ ଏଭଳି ପଦକ୍ଷେପ ନିଆ ଯାଇଛି…

"ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ ଦୁର୍ନୀତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା"

ମଥୁରା ଗ୍ରାମରେ ମା ଦଣ୍ଡ କାଳୀଙ୍କ ଯାତ୍ରା ଆରମ୍ଭ

ପୋଲସରା ୪-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମରେ ଥିବା ସେହି ଅଞ୍ଚଳର ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ ୧୩ ଦିନବ୍ୟାପି ଯାତ୍ରା ଆରମ୍ଭ ହୋଇଯାଇଛି।ଏହି ଦଣ୍ଡ ଯାତ୍ରାରେ ମଥୁରା ଗ୍ରାମର ବିଶିଷ୍ଠ ସମାଜସେବୀ ବନପାତ୍ର ଏବଂ ସଞ୍ଜୟ ମହାପାତ୍ର ଙ୍କ ତତ୍ତ୍ୱବଧାନରେ କିପରି ମାଙ୍କର କାର୍ଯ୍ୟ ସୁଚାରୁ ରୁପେ କିଛି ବିଘ୍ନ ନଘଟି କାର୍ଯ୍ୟକାରୀ ହେବ ତାହାଉପରେ ସେହି ଗ୍ରାମର ଏକ କମିଟି ଗଠନ କରାଯାଇଥିଲା ତଥା ବନମାଳୀ ମହାରଣା , ସନ୍ତୋଷ ସ୍ଵାଇଁ , ନାରାୟଣ ଦାସ , ରଘୁନାଥ ମହାପାତ୍ର , ଜଗବନ୍ଧୁ ମହାପାତ୍ର , କେଦାର ପାତ୍ର , ଓ ବୁଲୁ ରଥ ଙ୍କ ସମେତ…

"ମଥୁରା ଗ୍ରାମରେ ମା ଦଣ୍ଡ କାଳୀଙ୍କ ଯାତ୍ରା ଆରମ୍ଭ"

ହିଂସାତ୍ମକ ପରିବେଶ ସୃଷ୍ଟି କରିବାରେ ପୋଲସରା ପୋଲିସ ସିଦ୍ଧହସ୍ତ

ପୋଲସରା ୩୦-୩ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ଥାନା ପୋଡିକୁ ଏକ ବର୍ଷରୁ ଅଧିକ ସମୟ ବିତି ଗଲାଣି ଥାନା ପୋଡିର ମୂଳ କାରଣ ହେଲା ଅଞ୍ଚଳ ବାସୀଙ୍କ ପୋଲିସ ଉପରୁ ଭରଷା ତୁଟି ଗଲାଣି। ପୋଲିସ ଶାସନ ବ୍ରିଟିଶ ଶାସନଠୁ ମଧ୍ୟ ବଳି ଗଲାଣି ସାଧାରଣ ଲୋକଙ୍କୁ ସାହସ ଓ ଭରଷା ଦେବା ବଦଳରେ ଖାକି ପୋଷାକ ମାଧ୍ୟମରେ ଲୋକଙ୍କୁ ଭୟଭୀତ କରାନ୍ତି। ପରାଧୀନ ନାଗରିକ ପରି ଚୁପ ରହିବାକୁ ପଡେ। ମୁଁହ ଖୋଲିଲେ ପୋଲିସର ଥାର୍ଡ ଡିଗ୍ରୀ ପ୍ରୟୋଗ କରନ୍ତି। ଏହି ସବୁ ଲୋକଙ୍କର ମନରେ ପୁଞ୍ଜିଭୁତ ଅସନ୍ତୋଷର କାରଣ ହେଉଛି ଥାନା ପୋଡି ! ନତୁବା ଜଣେ ଗ୍ରାମାଞ୍ଚଳ ସଧାରଣ ଝିଅଟିଏ…

"ହିଂସାତ୍ମକ ପରିବେଶ ସୃଷ୍ଟି କରିବାରେ ପୋଲସରା ପୋଲିସ ସିଦ୍ଧହସ୍ତ"

ପୋଲସରା ଅଞ୍ଚଳରେ ବେଆଇନ୍ ଇଟାଭାଟି ପ୍ରସଙ୍ଗ : ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ, ନିରପେକ୍ଷ ତଦନ୍ତ ଦାବି

ପୋଲସରା ୨୮-୩ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଂଜାମ ଜିଲ୍ଲାରେ ରାଜ୍ୟର ୧୨୪ ନଂ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଛି। ଏହି ବ୍ଲକର ପରିସୀମା ବ୍ରହ୍ମପୁର ମହାନଗର ନିଗମର କ୍ଷେତ୍ରଫଳ ପରେ ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ବ୍ଲକଟି ତହସିଲର ମାନ୍ୟତା ପାଇଥିବା ଯୋଗୁଁ ଏଠାରୁ ବିପୁଳ ରାଜସ୍ୱ ମିଳିବା କଥା। ମାତ୍ର ସେତିକି ମିଳୁନାହିଁ। ଏହାର ଅନେକ କାରଣ ମଧ୍ୟରେ ଗୋଟାଏ କାରଣ ହେଲା ସରକାରୀ ଉକ୍ତ ରାଜସ୍ୱ ବିଭାଗର କେତେଟା ଅର୍ଥ ପିପାଶୁ କର୍ମଚାରୀମାନେ ଅର୍ଥପିପାଶୁ ବେପାରୀମାନଙ୍କ ସହିତ ଭିତିରି ଭିତିରି ମଧୁଚନ୍ଦ୍ରିକା ସ୍ଥାପନ କରି ରଖିଥିବା ଯୋଗୁଁ ଯାହାକି ସଚେତନ ମହଲରୁ ସଦାସର୍ବଦା ଶୁଣିବାକୁ ମିଳୁଅଛି। ବିଶେଷ କରି ବର୍ଦ୍ଧିତ…

"ପୋଲସରା ଅଞ୍ଚଳରେ ବେଆଇନ୍ ଇଟାଭାଟି ପ୍ରସଙ୍ଗ : ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ, ନିରପେକ୍ଷ ତଦନ୍ତ ଦାବି"

ପାଣି ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି; ତଦନ୍ତ ପାଇଁ ଦାବି

ପୋଲସରା, ୨୭-୩ (ଓଡ଼ିଆ ପୁଅ) ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ସରକାର ବିଫଳ ହୋଇଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଗ୍ରାମାଞ୍ଚଳରେ ପାନୀୟ ଜଳ ସଂକଟ ଦେଖାଦେଲାଣି। କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିଲେ ମଧ୍ୟ ତଳସ୍ତରରେ ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ଯୋଗୁଁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ। ନିର୍ଦ୍ଦିଷ୍ଟ ଏଷ୍ଟିମେଟ୍ ଠାରୁ ବ୍ୟତିକ୍ରମ କରାଯାଇ ଅଧିକ ଅର୍ଥ ପାଇବା ଆଶାରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି ଯୋଗୁଁ ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ପାନୀୟ ଜଳ ନିୟମିତ ଯୋଗାଣ…

"ପାଣି ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି; ତଦନ୍ତ ପାଇଁ ଦାବି"

ଜାଲି ସାର୍ଟିଫିକେଟ୍ ରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

ପୋଲସରା ୧୮-୩ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲା ଜାଲି ସାର୍ଟିଫିକେଟ୍ କାରବାରର ଭୂସ୍ବର୍ଗ।ପୂର୍ବରୁ ଜାଲି ସାର୍ଟିଫିକେଟ୍ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ସମେତ ଅଙ୍ଗନୱାଡି କର୍ମୀ ମଧ୍ୟ ଧରା ପଡିଛନ୍ତି। ବର୍ତ୍ତମାନ ପୋଲସରା ବିଧାୟକଙ୍କ ଜାଲି ସାର୍ଟିଫିକେଟ୍ ସଂପର୍କରେ ଖୁଲାସା ହେବା ପରେ ହାଇକୋର୍ଟ ରେ ମାମଲା ରୁଜୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ଜାଲି ସାର୍ଟିଫିକେଟ୍ ରେ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। 2000 ମସିହା ଠାରୁ 2017 ମସିହା ମଧ୍ୟରେ ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ବଡ ଦୁର୍ନୀତି ହୋଇଥିବା ନେଇ ସାମାଜିକ କର୍ମୀ ତଥା ସାମ୍ବାଦିକ ସମରଜିତ୍ ମହାନ୍ତି ଅଭିଯୋଗ କରିଛନ୍ତି। ଏହି ଜାଲି ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି…

"ଜାଲି ସାର୍ଟିଫିକେଟ୍ ରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ"

ମହିଳାଙ୍କୁ ହତ୍ୟା ଉଦ୍ୟମ ! ରାଜନୈତିକ ଚାପ ଓ SDPOଙ୍କ ହସ୍ତକ୍ଷେପ ଯୋଗୁଁ ତଦନ୍ତରେ ବିଳମ୍ବ

ପୋଲସରା ୪-୩ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ) ପୋଲସରା ଥାନା ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁଙ୍କ ଝିଅ ଯଜ୍ଞସିନୀ ସାହୁ ବଗାଡି ଗ୍ରାମର ସନ୍ୟାସୀ ପ୍ରଧାନଙ୍କୁ ବିବାହ କରିଛନ୍ତି।ଗତ ତା- ୨୫/୦୨/୨୦୧୮ ରିଖ ଦିନ ୧୨ ଠାରୁ ୧ଘଣ୍ଟ ସମୟ ମଧ୍ୟରେ ସନ୍ୟାସୀ ନିଜ ସ୍ତ୍ରୀ ଯଜ୍ଞସିନୀଙ୍କୁ ସିଜରିଙ୍ଗ ଛୁରୀ ସାହାଯ୍ୟରେ ହତ୍ୟା ଉଦ୍ୟମ କରିଛନ୍ତି। ରକ୍ତାକ୍ତ ଅବସ୍ଥାରେ ଯଜ୍ଞସିନୀ ମେଡିକାଲ ଚିକିତ୍ସା ହେବାକୁ ଯାଇଥିଲେ ଏବଂ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିଛି ଯାଜ୍ଞସିନୀ ବିବାହ ପରଠାରୁ ଯୌତୁକ ନିର୍ଯ୍ୟାତନାର ଶିକାର ହୋଇ ଆସୁଛନ୍ତି। ତାଙ୍କୁ ଜୀବନରେ ମାରିଦେଲେ ସନ୍ୟାସୀ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରିଛନ୍ତି ବୋଲି…

"ମହିଳାଙ୍କୁ ହତ୍ୟା ଉଦ୍ୟମ ! ରାଜନୈତିକ ଚାପ ଓ SDPOଙ୍କ ହସ୍ତକ୍ଷେପ ଯୋଗୁଁ ତଦନ୍ତରେ ବିଳମ୍ବ"

କ୍ୟାନସର ପୀଡ଼ିତା ଦଳିତ ମହିଳାଙ୍କୁ ଆକ୍ରମଣ, ପୋଲିସର କାର୍ଯ୍ୟଶୈଳୀ ସନ୍ଦେହ … !

କବିସୂର୍ଯ୍ୟନଗର ୩-୩ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ ) କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୋଲସର ଠାରେ ଆଜି ତା-୦୩/୦୩/୨୦୧୮ ରିଖ ଅପରାହ୍ନ ସମୟ ୪ଟା ବେଳେ ଜଣେ କ୍ୟାନସର ପୀଡିତା ମମତା ବେହେରା (୩୭) ମହିଳାଙ୍କୁ ଗାଁ ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ ହୋଇଛି।ମହିଳାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି।ଏହି ଘଟଣାକୁ ନେଇ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ତପ୍ତରତା ଦେଖାଇନାହିଁ।ପୁରୋଷତମପୁର SDPO ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମା କୁ ସମ୍ମାନ କଥା କହୁଥିବାବେଳେ ଏଠାରେ ସବୁ ବ୍ୟତିକ୍ରମ ଦେଖାଯାଉଛି।ନିରପେକ୍ଷ ଓ ସାମାଜିକ ସୁରକ୍ଷା ପ୍ରତି ପୋଲିସ ଗୁରୁତ୍ୱ ନଦେଇ ମିଥ୍ୟାକେସ ଓ ବଟି ପ୍ରତି…

"କ୍ୟାନସର ପୀଡ଼ିତା ଦଳିତ ମହିଳାଙ୍କୁ ଆକ୍ରମଣ, ପୋଲିସର କାର୍ଯ୍ୟଶୈଳୀ ସନ୍ଦେହ … !"

କୁମ୍ଭକର୍ଣ୍ଣ ନିଦ୍ରାରେ ପୋଲସରା ପୋଲିସ

ପୋଲସରା ୨୪-୨ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ଖାକି ପୋଷାକ ଵାଲାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଥିବାରୁ ସାଧାରଣ ଲୋକମାନେ ତ୍ରାହି ତ୍ରାହି ଡାକିଲେଣି।କାରଣ ଖାକି ଵାଲାଙ୍କ ପ୍ରାଦ୍ରୁଭାବ ଯୋଗୁଁ ଚୋରି ଡକାୟତି ବଢ଼ିବାରେ ଲାଗିଛି। ଦିନ ଦ୍ଵି ପ୍ରହରେ ପୋଲସରାର ହାର୍ଟ ବୋଲାଉଥିବା ବ୍ରାହ୍ମଣ ସାହି ଠାରୁ ହାତରୁ ଟଙ୍କା ଛଡାଇ ନେଇଥିବା ସାଧାରଣ ଲୋକଙ୍କ କମନୁହେଁ, ପେସାଧରି ମାନେଯେ ଏବେ ପୋଲସରା ଅଞ୍ଚଳକୁ କବଳ କଲେଣି ଏକଥା କାହାକୁ ବା ଜଣାନାହିଁ।ଗତ ଥାନା ପୋଡିଠାରୁ ସାଧାରଣ ଲୋକେ ବିଲେଇ ବେକରେ ଘଣ୍ଟି ବାନ୍ଧିବା କଥା ଭୁଲି ଗଲେଣି ଏକଥା ସ୍ୱପ୍ନରେ ମଧ୍ୟ ଭାବିବାକୁ ଡରୁଛନ୍ତି।ସାଧାରଣ ଗାଉଁଲି ଲୋକଙ୍କ ଭାଷାରେ…

"କୁମ୍ଭକର୍ଣ୍ଣ ନିଦ୍ରାରେ ପୋଲସରା ପୋଲିସ"

ପୋଲସରା ର BJD ବିଧାୟକ ବିଦ୍ୟୁତ ଚୋରିକଲେ ମାଫ୍ !

ପୋଲସରା ୨୩-୨ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନିଜ ଗ୍ରାମ ହାତୀଓଟ ଠାରେ ସରକାରୀ ଜମି ଜବର ଦଖଲ କରି ଜରାଶ୍ରମ ନିର୍ମାଣ କରିଛନ୍ତି।ସେଠାରେ ବିଦ୍ୟୁତ ଚୋରି କରାଯାଇ ସଂଯୋଗ କରାଯାଇଛି ଏବଂ ବିଧାୟକ ଙ୍କ ବାପାଙ୍କ ନାମରେ ଥିବା ଗଙ୍ଗାଧର ସାହୁ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ କୁ ମଧ୍ୟ ଚୋରା ରେ ବିଦ୍ୟୁତ ସଂଯୋଗ କରାଯାଇଥିବା ସମ୍ପର୍କରେ ଛତ୍ରପୁର ବିଦ୍ୟୁତ ଥାନା ଏବଂ ଗଞ୍ଜାମ ଏସ.ପି ଙ୍କ ଠାରେ ତା.୦୨/୦୨/୨୦୧୮ ରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କେସ୍ ହୋଇନାହିଁ।ବିଦ୍ୟୁତ ଚୋରି ସମ୍ପର୍କରେ ସାଉଥକୋ ୟୁଟୀଲିଟ ପୁରୁଷୋତ୍ତମପୁର ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣଯନ୍ତ୍ରୀ ବ୍ରହ୍ମପୁର, ପ୍ରାଧିକ୍ରୁତ ଅଧିକାରୀ ବ୍ରହ୍ମପୁର କୁ…

"ପୋଲସରା ର BJD ବିଧାୟକ ବିଦ୍ୟୁତ ଚୋରିକଲେ ମାଫ୍ !"