ଅଗ୍ନିଶମ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ତାଲିମ ପ୍ରଦାନ

ପୋଲସରା ୧୮-୧୨ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଆଜି ଗଞ୍ଜାମ ଜିଲ୍ଲାର ପୋଲସରା ସ୍ଥିତ ପୋଲସରା ବିଜ୍ଞାନ ମହା ବିଦ୍ୟାଳୟରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଅଧୟନରତ ଛାତ୍ରଛାତ୍ରୀ ମାନଙ୍କୁ ଆଘାତ କାଳୀନ ଅବସ୍ଥାରେ ନିଜର ତଥା ଅନ୍ୟର ମୂଲ୍ୟବାନ ଧନ ଓ ଜୀବନ କିଭଳି ଭାବେ ରକ୍ଷା କରାଯାଇ ପାରିବ ତାହା ଉପରେ ଏକ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା।ସ୍ଥାନୀୟ ଅଗ୍ନିଶମ ବିଭାଗର ଲିଡିଙ୍ଗ ଫାୟାରମ୍ୟାନ ରାଜେନ୍ଦ୍ର କୁମାର ସ୍ଵାଇଁଙ୍କ ପରିଚାଳନାରେ ଆକସ୍ମିକ ଅଗ୍ନିକାଣ୍ଡ, ବାତ୍ୟା, ବନ୍ୟା, ସଡକ ଦୁର୍ଘଟଣା, ଘରେ ଦୁର୍ଘଟଣା,  ପାଣିରେ ବୁଡିଯାଇଥିବା ଏବଂ ଯେ କୌଣସି ବ୍ୟକ୍ତି ଙ୍କୁ କିଭଳି ଉପାୟରେ ତୁରନ୍ତ ଉଦ୍ଧାର କରାଯାଇ ପାରିବ ସେସବୁ ବିଷୟ ଉପରେ ବିଭିନ୍ନ…

"ଅଗ୍ନିଶମ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ତାଲିମ ପ୍ରଦାନ"

ଅବ୍ୟବସ୍ଥା ଘେରରେ ଜୋକବନ୍ଧ ସେବାଶ୍ରମ ସ୍କୁଲ

ପୋଲସରା ୧୯-୧୨ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ଗ୍ରାମ ପଞ୍ଚାୟତରେ ଥିବା ଜୋକବନ୍ଧ ସେବାଶ୍ରମଟି ଅବ୍ୟବସ୍ଥା ଘେରରେ ଥିବା ଶୁଣିବାକୁ ମିଳୁଛି। ସେବାଶ୍ରମର ଅନ୍ତେବାସୀଙ୍କ ଅଭିଭାବକ ଓ ପାଣ୍ଡିରିପଡା ସରପଞ୍ଚଙ୍କ ଅଭିଯୋଗ ଅନୁଯାଇ ଉକ୍ତ ସେବାଶ୍ରମରେ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଜଳଖିଆରେ ମୁଢି ଓ ଟଙ୍କିକିଆ ପାଉଁରୁଟି ଦିଆଯାଉଛି। ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ସେବାଶ୍ରମ ତରଫରୁ କୌଣସି ଚିକିତ୍ସାର ବନ୍ଦୋବସ୍ତ କରାନଯାଇ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ସମ୍ପୃକ୍ତ ସେବାଶ୍ରମଟି ମାଳ ଅଞ୍ଚଳରେ ଥିବାଯୋଗୁଁ ବହୁ ସମୟରେ ବିଦ୍ୟୁତ ରହେନାହିଁ। ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜେନେରେଟର ବିଷୟରେ ପଚାରିବାରୁ କହିଲେ ସ୍କୁଲରେ ଜେନେରେଟର ଚଳାଇବା ପାଇଁ ସରକାର କୌଣସି ସୁବିଧା…

"ଅବ୍ୟବସ୍ଥା ଘେରରେ ଜୋକବନ୍ଧ ସେବାଶ୍ରମ ସ୍କୁଲ"

ପୋଲସରା ବିଧାୟକଙ୍କ ପଣ୍ଡିତପୁଅ ମାଙ୍କଡ଼ ମାରିଲେ ଦୋଷନାହିଁ ନୀତି

ପୋଲସରା ୨୧-୧୦ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ)  ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଗୁମର ଖୋଲିଖୋଲି ଯାଉଛି। ପାୱାର ଲୋଭରେ ବହୁତ କିଛି ଏପଟ ସେପଟ କରିବାରେ ସିଦ୍ଧହସ୍ତ। କିନ୍ତୁ କୃତ କର୍ମର ଫଳଯେ ତାଙ୍କୁ ଭୋଗିବାକୁ ପଡ଼ିବ ଏକଥା ବୋଧେ ସେ ପାସୋରି ଯାଇଥିଲେ। ଏହିକଥା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ “କର୍ମନ୍ୟେ ବାଧିକାରସ୍ତୁ ମା ଫଳେସୁ କଦାଚନ” କର୍ମଫଳ ଯେ ଶତ ପ୍ରତିଶତ ପ୍ରାଣୀକୁ ଭୋଗିବାକୁ ପଡ଼ିବ ଏକଥା ମିଥ୍ୟା ନୁହେଁ। କିନ୍ତୁ ପାୱାର ବଳରେ ପୋଲସରା ବିଧାୟକ ଜାଣିଛନ୍ତି ଯେ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। କାରଣ ନବୀନ ସରକାରଙ୍କ ଶାସନରେ ଏହିଭଳି ଘଟଣା ନୀତି ଦିନିଆ ହୋଇ…

"ପୋଲସରା ବିଧାୟକଙ୍କ ପଣ୍ଡିତପୁଅ ମାଙ୍କଡ଼ ମାରିଲେ ଦୋଷନାହିଁ ନୀତି"

ପୂର୍ବତ୍ତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଦୀର୍ଘ ଦିନର ନୀରବତା ପରେ, ବିଜେଡି ପାଇଁ ବ୍ୟକ୍ତିଗତ ରାୟ

ପୋଲସରା ୩-୧୦ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ)  ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ଶାରଦୀୟ ଅବସରରେ ବୁଗୁଡା ଏବଂ ପୋଲସରା ଅଞ୍ଚଳର ସାମ୍ବାଦିକ ମାନଙ୍କୁ ଡକାଇ ପୋଲସରା ର ନିଜସ୍ୱ ବଙ୍ଗଳାରେ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ କରାଇ ଦୀର୍ଘ ଦିନର ବିଜେଡି ସଂଘଠନର ଦୁର୍ବଳତାକୁ ପ୍ରକାଶ କରିଥିଲେ। ତୃଣମୂଳ ସ୍ତରରୁ ଯେଉଁ ବରିଷ୍ଠ ବିଜେଡ଼ି କର୍ମୀମାନେ ତଳରୁ ଏଯାବତ ଦଳକୁ ବଞ୍ଚାଇ ରଖିଛନ୍ତି ବିଜେଡିର ବର୍ତମାନର ବିଧାୟକ ସେମାନଙ୍କୁ ଅଣଦେଖା କରୁଛନ୍ତି।କେବଳ କର୍ମୀମାନଙ୍କୁ ନୁହେଁ ବିଜେଡି ର ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ମଧ୍ୟ ପୁର୍ବତନ ବିଧାୟକ ଙ୍କୁ ଦେଖିବାକୁ ମିଳୁନାହିଁ।ଭଲ ମନ୍ଦରେ ମଧ୍ୟ ତାଙ୍କୁ ପଚରା ଯୌନାହିଁ ବୋଲି…

"ପୂର୍ବତ୍ତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଦୀର୍ଘ ଦିନର ନୀରବତା ପରେ, ବିଜେଡି ପାଇଁ ବ୍ୟକ୍ତିଗତ ରାୟ"

କରଚୁଲି ପଞ୍ଚାୟତର ଅବହେଳିତ ସିଙ୍ଗିପୁର

ବୁଗୁଡା ୬-୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ ପଞ୍ଚାୟତର ସିଙ୍ଗିପୁର ସ୍ୱାଧୀନତାର ସତୁରିବର୍ଷ ପରେ ମଧ୍ୟ ଯେମିତି ସ୍ୱାଧିନତା ପାଇନାହିଁ ଭଳି ଲାଗୁଛି। କାରଣ ସେଠାକାର ଲୋକେ, ମୌଳିକ ଅଧିକାର ପାଇଁ ଯୋଗାଯୋଗ କିମ୍ବା ଅଭିଯୋଗ କଲେ ପ୍ରଶାସନିକ ଅଧିକାରୀମାନେ ତ ଶୁଣନ୍ତି ନାହିଁ। ଲୋକ ପ୍ରତିନିଧିମାନେ ଦାଉ ସାଧି ସେମାନଙ୍କୁ ବିଭିନ୍ନ କେଶରେ ଛନ୍ଦି ଭୟଭୀତ କରାନ୍ତି। ବୁଗୁଡା ବ୍ଲକ ଠାରୁ ମାତ୍ର ୧୭. କି.ମି ଦୂରରେ ଥିବା ସିଙ୍ଗିପୁର ବର୍ତ୍ତମାନ ଅପହଞ୍ଚ ଇଲାକାରେ। ଗମନା ଗମନରେ ସୁବିଧା ନଥିଲାବେଳେ ଛୋଟଛୋଟ ପିଲାମାନେ ସ୍କୁଲ ନିକଟରେ ଥିବା ଏକ ନାଳକୁ ପାରକରି ଯାଇଥାନ୍ତି। ଯିବାପାଇଁ ରାସ୍ତାଟିଏ ମଧ୍ୟ ନାହିଁ,…

"କରଚୁଲି ପଞ୍ଚାୟତର ଅବହେଳିତ ସିଙ୍ଗିପୁର"

ଏଗାର କୋଟି ଟଙ୍କାର ରାସ୍ତା କାମ ଏକମାସ ଏଗାର ଦିନ ଗଲାନାହିଁ, ଠିକାଦାର ପ୍ରଶାସନିକ କଳ ମାଲା ମାଲ

ପୋଲସରା ୨୨/୭ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ବୁଢ଼ାମ୍ବ ଠାରୁ ପୋଲସରା, ପୋଲସରାଠାରୁ ବୁଗୁଡା ରୋଡ଼ ମାତ୍ର୨୬ କି.ମି ରାସ୍ତା, ମହାବାତ୍ୟାରେ କ୍ଷୟକ୍ଷତି ହୋଇଥିବାର ରସ୍ତା ନିର୍ମାଣ ପାଇଁ ଏଗାର କୋଟି ବାଆସଠି ଲକ୍ଷଟଙ୍କା ବିନିଯୋଗରେ ନିର୍ମିତ ରାସ୍ତାଟି ସମ୍ପୂର୍ଣ ହେବାର ଏକମାସ ଏଗାର ଦିନମଧ୍ୟ ଗଲାନାହିଁ। ଏତେ ନିମ୍ନମାନର କାର୍ଯ୍ୟ ହୋଇଛିଯେ ସବୁ ଜାଗାରୁ ଗୋଡି ଉଠି ଗଲାଣି ଠିକ ଭାବରେ ରୋଡ଼ ମଧ୍ୟ ସମତଳ ନାହିଁ। ସ୍ଥାନେ ସ୍ଥାନେ ଗର୍ତ୍ତ ସୃଷ୍ଟି ହେଲାଣି, ବର୍ଷା ହେଲେ ରୋଡ଼ରେ ପାଣି ଜମିବା ସହିତ ପଥଚାରିମାନଙ୍କ ଉପରେ ଗାଡି ମାନଙ୍କ ଦ୍ୱାରା ପାଣି ଛିଟିକି ପଡୁଛି। ବ୍ରହ୍ମପୁରସ୍ଥ ଚୌଧୁରୀ କମ୍ପାନୀ ଠିକାଦାରୀ କରୁଥିଲା ବେଳେ ଫୁର୍ତ୍ତ ବିଭାଗ…

"ଏଗାର କୋଟି ଟଙ୍କାର ରାସ୍ତା କାମ ଏକମାସ ଏଗାର ଦିନ ଗଲାନାହିଁ, ଠିକାଦାର ପ୍ରଶାସନିକ କଳ ମାଲା ମାଲ"

ପୋଲସରା ବିଜ୍ଞାନ ମହା ବିଦ୍ୟାଳୟର ଦୁର୍ନୀତି ବିରୋଧରେ ଆସନ୍ତା ୨୩ ତାରିଖ ରୁ ସମାଜ ସେବୀ ଗୋବିନ୍ଦ ମିଶ୍ର କରିବେ ଆମରଣ ଅନଶନ

ପୋଲସରା ୨୨/୭ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ବିଜ୍ଞାନ ମହା ବିଦ୍ୟାଳୟଟି ରାଜ ନୈତିକ ବାହୁଛାୟା ତଳେ ରହିବା ଯୋଗୁଁ ଛାତ୍ରଛାତ୍ରୀ ଙ୍କ ଠାରୁ ଜଇନ ବେଳେ କୋଟିକୋଟି ଟଙ୍କା ଆଦାୟ କରି,ବିନା ଟେଣ୍ଡରରେ ବିଭିନ୍ନ କାମ ଆଳରେ ଲକ୍ଷଲକ୍ଷ ଟଙ୍କାର ମିଛ ଭାଉଚର କରି ଅଧ୍ୟକ୍ଷ ମୋହଦୟ ଟଙ୍କା ଲୁଟି ଖାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ରାଜ ନେତାମାନେ ଘଣ୍ଟ ଘୋଡାଇ ଦୁର୍ନୀତିକୁ ଚପାଇ ଦେଉଛନ୍ତି।ତଳ ଦିନେ ଏହି ଅଧକ୍ଷ ଏଇ କଲେଜର ଜରୁରୀ କାଗଜପତ୍ର ପୋଡି ଦେଇ ଥିବାର ନଜର ରହିଛି।ସ୍ଥାନୀୟ ବିଧାୟକ କଲେଜ ପରିଚାଳନା କମିଟି ଗଠନ ନକରି ହାମ ବନ୍ଧା ନୀତିରେ ସଭାପତି କାର୍ଯ୍ୟ ସମ୍ପାଦନ କରୁଛନ୍ତି।ସେଥିପାଇଁ କଲେଜରେ ଛାତ୍ରଛାତ୍ରୀ ମାନେ…

"ପୋଲସରା ବିଜ୍ଞାନ ମହା ବିଦ୍ୟାଳୟର ଦୁର୍ନୀତି ବିରୋଧରେ ଆସନ୍ତା ୨୩ ତାରିଖ ରୁ ସମାଜ ସେବୀ ଗୋବିନ୍ଦ ମିଶ୍ର କରିବେ ଆମରଣ ଅନଶନ"

ଇନ୍ଦିରା ଆବାସ ଦୁର୍ନୀତି – ତଦନ୍ତ ଅଧିକାରୀଙ୍କୁ ଧମକ – ଅଧିକାରୀ ତଦନ୍ତ ନକରି ଫେରିଗଲେ

ପୋଲସରା ୦୯/୦୭ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଂଜାମ ଜିଲ୍ଲାରେ ରାଜ୍ୟର ୧୨୪ ନଂ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଛି। ଏହି ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ଶାସକ ଦଳର ବିଧାୟକ ଭାବେ ଏହି ପୋଲସରା ବ୍ଲକର ହାତୀଓଟ ଗ୍ରାମର ଯୁବ ନେତା ଶ୍ରୀକାନ୍ତ ସାହୁ ଅଛନ୍ତି। ଯାହାଙ୍କ ଅମଳରେ ବିଶେଷ କରି ପୋଲସରା ବ୍ଲକରେ ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା (ବା) ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଅତି ଜରୁରୀ ଯୋଜନାଗୁଡିକର ଅଗ୍ରାଧିକାର ଭିତ୍ତିରେ ନିର୍ମାଣ ଚାଲିଛି। ଯାହାକି ଅତି ଖୁସିର କଥା। ମାତ୍ର ଏଇ ଖୁସିର କଥା ମଧ୍ୟରେ କିଛିଟା ଏଭଳି ଉନ୍ନୟନମୂଳକ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଯାଉଛି ସେଗୁଡିକ ମଧ୍ୟରେ ଇନ୍ଦିରା…

"ଇନ୍ଦିରା ଆବାସ ଦୁର୍ନୀତି – ତଦନ୍ତ ଅଧିକାରୀଙ୍କୁ ଧମକ – ଅଧିକାରୀ ତଦନ୍ତ ନକରି ଫେରିଗଲେ"

ପୋଲସରା ନିର୍ବାଚନ ମଣ୍ଡଳୀରେ ନବନିର୍ମାଣ କୃଷକ ସଂଗଠନର ରଣହୁଙ୍କାର, ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରଙ୍କୁ ସ୍ମାରକ ପତ୍ର

ପୋଲସରା ୯/୭ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଶୁକ୍ରବାରଦିନ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୋଲସରାଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୫ ଦଫା ଦାବି ନେଇ ଏକ ରଣହୁଙ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ସଚିନ୍ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ଥାନୀୟ ଲୁଣିଘାଟି ପଡିଆଠାରୁ ଏକ ବିଶାଳ ରାଲି ବାହାର କରାଯିବା ସହିତ ହାତରେ ବିଭିନ୍ନ ଫ୍ଲା-କାର୍ଡ, ହାତରେ ବାଡି, ମୁଣ୍ଡରେ ତଲାରି, ହାତରେ ଜାତୀୟ ପତାକା ଧରି ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ, ଚାଷି ବଞ୍ଚିଲେ ଦେଶ ବଞ୍ଚିବ, ଧାନ କ୍ୱିଣ୍ଟାଲ୍ ୫ହଜାର ଟଙ୍କା, ଚାଷି ପେନ୍ ସନ୍ ୫ହଜାର ଟଙ୍କା ଏବଂ ଋଣ ଛାଡ ଆଦି…

"ପୋଲସରା ନିର୍ବାଚନ ମଣ୍ଡଳୀରେ ନବନିର୍ମାଣ କୃଷକ ସଂଗଠନର ରଣହୁଙ୍କାର, ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରଙ୍କୁ ସ୍ମାରକ ପତ୍ର"

ପରକୀୟା ପ୍ରୀତିରୁ ସ୍ୱାମୀକୁ ହାଣିବା ଘଟଣାରେ ପ୍ରେମୀ ଯୁଗଳ ଗିରଫ

– ପୋଲସରା ହାତ ଗୋଡ଼ ମୁଣ୍ଡ କଟା ଶବ ଘଟଣାର ପର୍ଦ୍ଧାଫାଶ ପୋଲସରା ୧୩/୫ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ଅନ୍ତର୍ଗତ ଜି.ଡେଙ୍ଗାପଦର ପଞ୍ଚାୟତର ମର୍ଦ୍ଧରାଜପୁର ଗ୍ରାମ କେନାଲ ପାଖ ଜମିଠାରେ ଅର୍ଦ୍ଧ ନଗ୍ନ ଅଙ୍ଗବିହୀନ ଶବ ଜବତ ହୋଇଥିବା ଘଟଣାରେ ପୋଲସରା ପୋଲିସ୍ ଆଜି ମୁଖ୍ୟ ଅଭିଯୁକ୍ତ ଥିବା ପ୍ରେମିକା ରୀନା ସାହୁ (୩୪), ପ୍ରେମିକ ସୁନିଲ କୁମାର ପ୍ରଧାନ (୨୯) ଉଭୟ ପ୍ରେମୀଯୁଗଳଙ୍କୁ ଗିରଫ କରାଯାଇଛି। ପୋଲସରା ଥାନା ଅଧିକାରୀ ତପସ୍ୱିନୀ କହଁର ଓ ଏସ୍.ଡି.ପି.ଓ ଦିଲ୍ଲୀପ ଦାସ ଆଜି ଶନିବାର ଏକ ପ୍ରେସ୍ ମିଟ୍ ରେ ଦେଇଥିବା ସୂଚନା ପ୍ରକାରେ ୩୦ ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡର ତଦନ୍ତକୁ ନେଇ…

"ପରକୀୟା ପ୍ରୀତିରୁ ସ୍ୱାମୀକୁ ହାଣିବା ଘଟଣାରେ ପ୍ରେମୀ ଯୁଗଳ ଗିରଫ"