ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱତନ୍ତ୍ର ବୈଠକ

ଔପଦା, ୧୪୯/୫/୨୦୧୮(ଓଡିଆ ପୁଅ/ନିରଂଜନ ପ୍ରସାଦ ବାରିକ)-ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ତରଫରୁ ଏକ ସ୍ୱତନ୍ତ୍ର ଅଧିବେଶନ ଔପଦା ଶିଶୁ ମନ୍ଦିର ପରିସରରେ ଅବସରପ୍ରାପ୍ତ ବୟୋଜ୍ୟଷ୍ଠ ଶିକ୍ଷକ ରାମ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସରକାରୀ ଦପ୍ତରରୁ ଅବସରନେଇଥିବା କର୍ମଚାରୀମାନେ ସପ୍ତମ ବେତନ କମିଶନର ସୁପାରିସକ୍ରମେ ୨୦୦୬ ଜାନୁୟାରୀ ୧ରୁ ସଂଶୋଧିତ ବେତନ ପାଉଥିବାବେଳେ ଶିକ୍ଷାଅନୁଷ୍ଠାନରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ କ୍ଷେତ୍ରରେ ୨୦୧୭ଅକ୍ଟୋବର ୧ରୁ ଲାଗୁକରାଯାଇ ଥିବା ସରକାରୀ ନିର୍ଦ୍ଦେଶନାମାକୁ ବାତିଲ କରାଯାଇ ଅନ୍ୟ ସରକାର କର୍ମଚାରୀଙ୍କ ପରି ୨୦୧୬ରୁ ଲାଗୁ କରିବା ପାଇଁ ଦାବି ଜଣାଇ ମୁଖ୍ୟମନ୍ତ୍ରିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କ ମାଧ୍ୟମରେ…

"ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱତନ୍ତ୍ର ବୈଠକ"

ସାଇକେଲରୁ ପଡ଼ି ବାଳକ ମୃତ, ସାଧାରଣରେ ଶୋକାକୁଳ ପରିବେଷ

ଔପଦା, ୨୨/୪(ଓଡ଼ିଆ ପୁଅ/ନିରଞ୍ଜନ ପ୍ରସାଦ ବାରିକ):ଶନିବାର ଔପଦା ବ୍ଲକ ତଳକିଆ ପଂଚାୟତ ପ୍ରତାପପୁର ଗ୍ରାମର ଜଣେ ୧୨ ବର୍ଷର ବାଳକ ସାଇକେଲରୁ ପଡ଼ି ଗୁରୁତର ହେବାପରେ ତାକୁ ଔପଦା ଡ଼ାକ୍ତରଖାନା ଓ ପରେ ସୋର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ରବିବାର ବାଳକଟିର ମୃତ୍ୟୁ ଘଟିବା ଖବର ଜଣାପଡ଼ିବା ପରେ ସାଧାରଣରେ ଗଭୀର ଶୋକ ପ୍ରକାଶ ପାଇଛି। ଶନିବାର ଦିନ ଗ୍ରାମର ରତିକାନ୍ତ ବେହେରାଙ୍କ ୧୨ ବର୍ଷର ପୁଅ ଜଗନ ସାଇଖେଲରେ ଯାଉଥିବା ବେଳେ ତଳେ ପଡ଼ି ଆହାତ ହୋଇ ପଡ଼ିଥିଲେ। ତାକୁ ଲୋକ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ।

"ସାଇକେଲରୁ ପଡ଼ି ବାଳକ ମୃତ, ସାଧାରଣରେ ଶୋକାକୁଳ ପରିବେଷ"

ହଜାର ହଜାର ଦର୍ଶକଙ୍କ ସମାଗମରେ ଐତିହାସିକ ଦନ୍ତୋର ଉଡ଼ା ପର୍ବ ପାଳନ

ଔପଦା, ୨୨/୪(ଓଡ଼ିଆ ପୁଅ/ନିରଞ୍ଜନ ବାରିକ):ଔପଦା ବ୍ଲକ ବଡ଼ପୋଖରୀ ପଂଚାୟତର ରାଜାରାଜୁଡ଼ା ଶାସନ କାଳରୁ ପାଳିତ ହେଉଥିବା ଐତିହାସିକ ଦନ୍ତୋର ଉଡ଼ା ପର୍ବ ପାଳିତ ହୋଇଯାଇଛି। ବୈଶାଖ ସଂକ୍ରାନ୍ତୀ ଠାରୁ ନିଆଁ ପାଟୁଆ ଆରମ୍ଭ ହୋଇଥିବା ବେଳେ ୧୮ ଜଣ ପାଟୁଆ ନିଆଁରେ ଚାଲି ରୀତିନୀତିରେ ୯ ଦିନ ରହିବା ପରେ ବୈଶାଖ ମାସ ୯ ଦିନରେ ଏହି ଉଡ଼ା ପର୍ବ ପାଳିତ ହୋଇଥିଲା। ଦେବଗିରୀ ପର୍ବତ ମାଳାରେ ପୂଜା ପାଉଥିବା ୭ଜଣ ବନ ଦେବତୀଙ୍କୁ ଏହି ଉଡ଼ା ପର୍ବରେ ନିମନ୍ତ୍ରିତ କରାଯାଇ ସେମାନଙ୍କ ଠାରେ ଛେନାପଣା, ନଡ଼ିଆ, କଦଳୀ ଲାଗି କରାଯାଇ ସେମାନଙ୍କୁ ଆପାୟିତ କରାଯାଇଥାଏ। ମାନସିକ ଧାରୀ ମାନେ ଉଡ଼ା ଖମ୍ବ ଓ ଦଉଡ଼ିକୁ…

"ହଜାର ହଜାର ଦର୍ଶକଙ୍କ ସମାଗମରେ ଐତିହାସିକ ଦନ୍ତୋର ଉଡ଼ା ପର୍ବ ପାଳନ"

ଧାରୁଆ ଅସ୍ତ୍ରରେ ହାଣିଲେ ଦୁର୍ବୁତ: ମହିଳା ଗୁରୁତର

ଔପଦା, ୪/୪ (ଓଡ଼ିଆ ପୁଅ/ନିରଞ୍ଜନ ପ୍ରସାଦ ବାରିକ୍):ଔପଦା ଥାନା ଅଧିନ ପ୍ରତାପପୁର ଗ୍ରାମ ବେହେରା ସାହିର ଜଣେ ମହିଳା ଅଜଣା ଦୁର୍ବୁତ ଅକ୍ରମଣରେ ଶିକାର ହୋଇ ଗୁରୁତର ହେବା ପରେ ପୁଲିସ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସ ପାଇଁ ପଠାଯାଇଛି। ଗ୍ରାମର ପୁରସ୍ତମ ବେହେରାଙ୍କ ସ୍ତ୍ରୀ ରଞ୍ଜିତା ବେହେରା(୩୫) ଘରେ ଏକୁଟିଆ ଥିଲେ। ସୋମବାର ରାତି ପ୍ରାଏ ୧୦ଟା ସମୟରେ ସେ ଖାଇବାକୁ ବସିଥିବା ବେଳେ କେହି ଦୁର୍ବୁତ ଘରେ ପସି ତାଙ୍କୁ ଆକ୍ରମଣ କରି ଧାରୁଆ ଅସ୍ତ୍ର ଦ୍ୱାରା ମୁଣ୍ଡ ଓ ହାତର ବିଭିନ୍ନ ସ୍ଥାନକୁ ହାଣି ପକାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଯିବା ପରେ ସେ ମରିଯାଇଥିବା ଭାବି ଦୂର୍ବୁତ ଛାଡ଼ି…

"ଧାରୁଆ ଅସ୍ତ୍ରରେ ହାଣିଲେ ଦୁର୍ବୁତ: ମହିଳା ଗୁରୁତର"

ଔପଦା ହାଇସ୍କୁଲର ହୀରକ ଜୟନ୍ତୀ ପାଇଁ ପୂରାତନ ଛାତ୍ରଙ୍କ ପ୍ରେସମିଟ

ଔପଦା, ୨୬/୩ (ଓଡ଼ିଆ ପୁଅ/ନିରଞ୍ଜନ ବାରିକ):ଔପଦା ହାଇସ୍କୁଲର ୬୦ବର୍ଷ ପୂର୍ତି ଅବସରରେ ପୂରାତନ ଛାତ୍ର ସଂସଦ ପକ୍ଷରୁ ପାଳନ ହେଉଥିବା ହୀରକ ଜୟନ୍ତୀର ଚୁଡ଼ାନ୍ତ ପ୍ରସ୍ଥୁତିକୁ ନେଇ ଏକ ପ୍ରେସମିଟ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୩୦, ୩୧ ଓ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ହୀରକ ଜୟନ୍ତୀର ଉଦଘାଟନୀ ଠାରୁ ଉଦଜାପନୀ ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପୂରାତନ ଛାତ୍ର ସଂସଦର ସଭାପତି ତଥା ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧ୍ୟାପକ ଡ଼. ହରପ୍ରସାଦ ପଣ୍ଡା ପାଠ କରିଥିଲେ। ୩୦ ତାରିଖ ସକାଳ ୭.୩୦ମିନିଟରେ ଗଣଦୌଡ଼ ୯ଟାରେ ପତାକା ଉତୋଳନ ଓ ୧୦ଟାରେ ପ୍ରାକ୍ତନ ଛାତ୍ର…

"ଔପଦା ହାଇସ୍କୁଲର ହୀରକ ଜୟନ୍ତୀ ପାଇଁ ପୂରାତନ ଛାତ୍ରଙ୍କ ପ୍ରେସମିଟ"

ବନବିଭାଗ ଓ ଭିଜିଲାନ୍ସ ମିଳିତ ଚଢାଉ କାଠସହ ପିକଅପ ଜବତ ଡ୍ରାଇଭର ଫେରାର

ଔପଦା, ୨୨/୩ (ଓଡ଼ିଆ ପୁଅ/ନିରଞ୍ଜନ ବାରିକ):ବାଲେଶ୍ୱର ଜିଲ୍ଲା ଔପଦା ବନବିଭାଗ ଅଧିନସ୍ଥ ଔପଦା ଗଣ୍ଡିବେଡ ରାସ୍ତାର ଗଣ୍ଡିବେଡ ଛକ ଠାରୁ ଆଜି ଅପରାହ୍ନ ୨ ଘଟିକା ସମୟରେ ବନବିଭାଗ ଓ ଭିଜିଲାନ୍ସ ମିଳିତ ଚଢଉ କରି କାଠସହ ଏକ ପିକଅପ ଭେନକୁ ଜବଦ କରାଯଇଛି। ଡ୍ରାଇଭର ଫେରାର ଥିବାର ଜଣାଯାଇଛି। ବାଲେଶ୍ୱର ଡ଼ିଏଫଓ ବିଶ୍ୱରାଜ ପଣ୍ଡା ଓ ଭିଜିଲାନ୍ସ ଏସପି ସୁନିଲ କୁମାର ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ରେଞ ଅଫିସର ଶ୍ୟାମସୁ୍ନ୍ଦର ସିଂ ଓ ବନବିଭାଗ ରେଞର ପ୍ରଦୀପ କୁମାର ଜେନାଙ୍କ ସମେତ ଭିଜିଲାନ୍ସ ଫରେଷ୍ଟର ଜଗନ୍ନାଥ ପରିଡ଼ା, ଔପଦା ରେଞ୍ଜ ଫରେଷ୍ଟର ବିଜୟ କୁମାର ସାହୁଙ୍କ ସମେତ ବନକର୍ମଚାରୀ ମାନେ ଗଣ୍ଡିବେଡ ଛକ…

"ବନବିଭାଗ ଓ ଭିଜିଲାନ୍ସ ମିଳିତ ଚଢାଉ କାଠସହ ପିକଅପ ଜବତ ଡ୍ରାଇଭର ଫେରାର"

ଔପଦା ବ୍ରହ୍ମ ସମିତିର ସ୍ମୃତିଚାରଣ ସଭା

ଔପଦା, ୨୨/୩ (ଓଡ଼ିଆ ପୁଅ/ନିରଞ୍ଜନ ବାରିକ):ଔପଦା ବ୍ରହ୍ମ ସମିତିର ପୂରୋଧା ତଥା ସକ୍ରୀୟ କର୍ମି ଶ୍ରୀବତ୍ସ ପଣ୍ଡାଙ୍କ ଏକାଦଶାହରେ ଔପଦା ବ୍ରହ୍ମ ସମିତି ପକ୍ଷରୁ ଏକ ସ୍ମୃତିଚାରଣ ସଭା ତାଙ୍କ ପୈତୃକ ବାସଭବନ ରାଏରାମଚନ୍ଦ୍ରପୁର ଶାସନରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ବୁଧିରାମ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ଔପଦା ତଥା ଖଇରା ବ୍ରହ୍ମ ସମିତିର କର୍ମକର୍ତା ମାନେ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସଂଗେ ତାଙ୍କ ଅମର ଆତ୍ମାର ଶଦଗତି କାମନା କରିଥିଲେ। ଜଣେ ନୀତିନିଷ୍ଠ ବୈଦିକ ପଣ୍ଡିତ ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀବତ୍ସ ଗୋଷେଇଁଙ୍କ ବିୟୋଗରେ ବ୍ରହ୍ମ ସମିତି ଜଣେ ଆଗଧାଡ଼ିର ପୂରୋଧାଙ୍କୁ ହରାଇଥିବାରୁ ସମିତି ତଥା…

"ଔପଦା ବ୍ରହ୍ମ ସମିତିର ସ୍ମୃତିଚାରଣ ସଭା"

କଲେଜରୁ ଘରକୁ ଫେରୁଥିବା ଯୁବତୀଙ୍କୁ ଧମକ ଓ ମାଡ଼ ମାରି ୨ ମାସ ପରେ ଭିଡ଼ିଓକୁ ଭାଇରାଲ

– କଲେଜରୁ ଘରକୁ ଫେରୁଥିବା ଯୁବତୀଙ୍କୁ ଧମକ ଓ ମାଡ଼ ମାରି ୨ ମାସ ପରେ ଭିଡ଼ିଓକୁ ଭାଇରାଲ ସାଧାରଣରେ ତିବ୍ର ଅସନ୍ତୋଷ, ପଦାରେ ପଡ଼ିଲା କଲେଜରେ ଛାତ୍ରୀ ସୁରକ୍ଷା ଔପଦା ୭-୩ (ଓଡ଼ିଆ ପୁଅ/ନିରଞ୍ଜନ ପ୍ରସାଦ ବାରିକ):ବାଲେଶ୍ୱର ଜିଲ୍ଲା ଔପଦା +୩ କଲେଜର ୨ୟ ବର୍ଷର ଜଣେ ଛାତ୍ରୀ କଲେଜରୁ ବାହାରୁଥିବା ବେଳେ କଲେଜ ମୁଖ୍ୟ ଗେଟ ସମ୍ମୁଖ ରାସ୍ତା ଉପରେ ଜଣେ ଅଣ ଛାତ୍ର ଛାତ୍ରୀଙ୍କୁ ଅଟକାଇ ମାଡ଼ ମାରିବା ଓ ପରେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯିବାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ଦେଖା ଦେଇଛି ଓ କଲେଜର ଛାତ୍ରୀ ସୁରକ୍ଷା ଆଜି ପଦାରେ ପଡ଼ିଥିବା ମଧ୍ୟ ଜଣାଯାଇଛି। ଏ…

"କଲେଜରୁ ଘରକୁ ଫେରୁଥିବା ଯୁବତୀଙ୍କୁ ଧମକ ଓ ମାଡ଼ ମାରି ୨ ମାସ ପରେ ଭିଡ଼ିଓକୁ ଭାଇରାଲ"

ଅବସରପ୍ରାପ୍ତ କର୍ମଚାରୀ ସଂଘ ଗଠନ ଓ ପ୍ରାଥମିକ ବୈଠକ

ଔପଦା, ୨୫/୨(ଓଡ଼ିଆପୁଅ/ନିରଞ୍ଜନ ପ୍ରସାଦ ବାରିକ):ଔପଦା ବ୍ଲକ ସ୍ତରୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଠନ ସହ କର୍ମକର୍ତା ନିର୍ବାଚନ ସ୍ଥାନୀୟ ତଳକିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଉତରଓଡ଼ିଶା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ରେଜିଷ୍ଟର ହରପ୍ରସାଦ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ନବୀନ ବେହେରା, ଅନନ୍ତ ପ୍ରସାଦ ପଣ୍ଡା, ବନମାଳୀ ମହାରଣା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାଶଙ୍କର ନାୟକ, ତଳକିଆ ସରପଂଚ ମଧୁସୁଦନ ମଲ୍ଲିକ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ। ଆବାହକ ନିରଂଜନ ବାରିକ ଓ ମହେନ୍ଦ୍ର ପ୍ରସାଦ…

"ଅବସରପ୍ରାପ୍ତ କର୍ମଚାରୀ ସଂଘ ଗଠନ ଓ ପ୍ରାଥମିକ ବୈଠକ"

ସମ୍ବାଦ ସାହିତ୍ୟ ଘର ଔପଦା ଶାଖାର ବନ୍ଧୁ ମିଳନ ଓ କବିତା ପାଠୋତ୍ସବ

ଔପଦା/ବାଲେଶ୍ୱର, ୧୩/୨/୨୦୧୮(ଓଡିଆ ପୁଅ / ନିରଞ୍ଜନ ପ୍ରସାଦ ବାରିକ) – ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ଔପଦା ହାଇସ୍କୁଲ ପରିସରରେ ଗତକାଲି ସୋମବାର ଅପରାହ୍ନ ୫ଘଟିକା ସମୟରେ ସମ୍ବାଦ ସାହିତ୍ୟ ଘର ଔପଦା ଶାଖାର ବନ୍ଧୁ ମିଳନ ଓ କବିତା ପାଠସୋôବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବି ତଥା କ୍ରାନ୍ତିକାରୀ କବି କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡ.ହରପ୍ରସାଦ ପଣ୍ଡା ଯୋଗଦେଇଥିବା ବେଳେ ଅନ୍ୟତମ ବକ୍ତା ଭାବରେ ଶିକ୍ଷକ ନେତା ସୁରେନ୍ଦ୍ର ନାଥ ବେହେରା, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ପ୍ରସାଦ ବେହେରା, ସମ୍ବାଦ ଉତ୍ତର ଓଡିଶାର ଜିଲ୍ଲା ପ୍ରତିନିଧି ଅଭିନାଶ ମହାପାତ୍ର ଅତିଥି ଭାବରେ ଯୋଗଦେଇ ସାହିତ୍ୟ…

"ସମ୍ବାଦ ସାହିତ୍ୟ ଘର ଔପଦା ଶାଖାର ବନ୍ଧୁ ମିଳନ ଓ କବିତା ପାଠୋତ୍ସବ"