ପ୍ରଧାନ ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ

ଖଇରା, ୨୮/୬/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଚାଂୟତ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତି ସିଂ(୪୦)ଙ୍କର ଗତ କାଲି ଅକାଳ ମୃତ୍ୟୁରେ ଶୋକରଛାୟା ଖେଳିଯାଇଛି। କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସିଂ ଭଦ୍ରକରେ ରହୁଥିବା ଭଡାଘରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପ୍ରଥମେ ଭଦ୍ରକ ମେଡିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଅକାଳ ମୃତ୍ୟୁରେ ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଖଇରା ବିଇଓ ଧରଣୀଧର ପାତ୍ର, ପ୍ରଥମିକ ଶିକ୍ଷକ ସଙ୍ଘର…

"ପ୍ରଧାନ ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ"

ଖଇରା ଗାନ୍ଧୀଙ୍କ ୧୦୭ତମ ଜୟନ୍ତି ପାଳିତ

ଖଇରା, ୨୭/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସମ୍ମୁଖସ୍ଥ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ବାସଭବନରେ ଖଇରା ଗାନ୍ଧୀ ଭାବେ ଏ ଅଂଚଳରେ ଘରେ ଘରେ ପରିଚିତ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ୧୦୭ ତମ ଜୟନ୍ତି ପାଳିତ ହୋଇଯାଇଛି। ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖଇରା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ନାୟକ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ବୁଦ୍ଧିରାମ ପାଣିଗ୍ରାହୀ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ସ୍ୱାଇଁ, ପଣ୍ଡିତ ଅନାମ ଚରଣ ଦାଶ, ବସନ୍ତ କୁମାର ଦାସ, ବଳରାମ ପଣ୍ଡା, ମଣିଭଦ୍ର ମହାନ୍ତି, କୈଳାସ ପୃଷ୍ଟି,…

"ଖଇରା ଗାନ୍ଧୀଙ୍କ ୧୦୭ତମ ଜୟନ୍ତି ପାଳିତ"

ବ୍ଲକ ପରିସରରେ ଭଗ୍ନ ଅବସ୍ଥାରେ ପଡିଛି ସ୍ମୃତି ଫଳକ

ଖଇରା, ୨୭/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଦେଶ ସ୍ୱାଧିନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ଓଡିଶାର ବିଭିନ୍ନ ବ୍ଲକ ସହିତ ଖଇରା ବ୍ଲକ ପରିସରରେ ଅନ୍ୟୁନ ୨୨ ବର୍ଷ ତଳେ ସ୍ମୃତି ଫଳକ ସ୍ଥାପନ କରାଯାଇଥିଲା। ବ୍ଲକର ଉନ୍ନୟନ କାର୍ଯ୍ୟ କରାଯିବା ଆଳରେ ଫଳକକୁ ଭାଙ୍ଗି ଦିଆଯାଇ ଏକ ପୁରୁଣା କାନ୍ଥ କଡକୁ ଫିଙ୍ଗି ଦିଆଯାଇଛି। ବ୍ଲକକୁ ଆସୁଥିବା ଜନସାଧାରଣ ଭଗ୍ନ ଫଳକ ଉପରେ ଚଢି ଯାତାୟତ କରୁଥିବାବେଳେ ବ୍ଲକ କର୍ମଚାରୀମାନଙ୍କ ନଜରକୁ ଆସୁ ନ ଥିବାର ଦେଖାଯାଇଛି। ଏପରିକି ଜିଲ୍ଲାପାଳ, ଏସପି ଓ ବହୁ ବରିଷ୍ଠ ଅଧିକାରୀ ଏବଂ ରାଜନେତାମାନେ ଭଗ୍ନ ସ୍ମୃତି ଫଳକ ପାଖଦେଇ ଯାତାୟତ କରୁଥିଲେ ହେଁ ସେଥି ପ୍ରତି କାହାରି ଦୃଷ୍ଟି…

"ବ୍ଲକ ପରିସରରେ ଭଗ୍ନ ଅବସ୍ଥାରେ ପଡିଛି ସ୍ମୃତି ଫଳକ"

ସ୍ୱାଗତ ସମ୍ବର୍ଦ୍ଧନା ସଭା

ଖଇରା, ୨୭/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନରେ ୨୦୧୧ବ୍ୟଚର ନୂତନ ଭାବେ ନିଯୁକ୍ତି ପାଇଥିବା ୭୦ ଜଣ ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀ(ଏନପିଏସ)ସଭ୍ୟସଭ୍ୟାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସ୍ଥାୟୀ ସଭାପତି ଲମ୍ବୋଦର ଦାସ ସଭାପତିତ୍ୱ କରିଥିବାବେଳେ ସଂପାଦକ ସୁଦର୍ଶନ ସେଠୀ ବିବରଣୀ ପାଠ କରିଥିଲେ। କୈଳାସ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଖଇରା ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି କମଳଲୋଚନ ଜେନା, ସମ୍ମାନିତ ଅତିଥି କୈଳାସ ଚନ୍ଦ୍ର ବେହେରା, ପୂର୍ବତନ ସଂପାଦକ ନାରାୟଣ ଚନ୍ଦ୍ର ମହାପାତ୍ର, ସଭାପତି ଦୂର୍ଗାମାଧବ ଜେନାଙ୍କ ସହିତ ଭରତ…

"ସ୍ୱାଗତ ସମ୍ବର୍ଦ୍ଧନା ସଭା"

ଖଇରା ଷ୍ଟେଟ୍ ବ୍ୟାଙ୍କ ଶାଖା ପାଇଁ ଖଇରାବାସୀଙ୍କ ଦାବି ପ୍ରତି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ଖଇରା, ୨୬/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରା ପଚାଂୟତ ଅଫିସ୍ ପରିସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଖଇରା ଶାଖା ଗତ ତା୧୮/୧/୨୦୧୬ରିଖ ଠାରୁ ପ୍ରତିଷ୍ଠିତ ହୋଇ ଜନସାଧାରଣଙ୍କୁ ସେବା ଦେଇଆସୁଅଛି। ପୂର୍ବରୁ ଏହି ଶାଖା ନ ଥିଲାବେଳେ ଥିଲା ବେଳେ ଏ ଅଂଚଳର ଜନସାଧାରଣ ନିକଟସ୍ଥ କୁପାରୀ, ଫତେପୁର ଓ ଅନ୍ତରା ଷ୍ଟେଟ୍ ବ୍ୟାଙ୍କ ଶାଖା ଉପରେ ନିର୍ଭର କରୁଥିଲେ। ସେଥିପାଇଁ ଜନସାଧାରଣମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା। ଖଇରାରେ ଥିବା ଜନଜାଗରଣ ମଞ୍ଚ ସହିତ ବିଭିନ୍ନ ସଂଗଠନ ଅଣ୍ଟାଭିଡିଥିଲେ ଏହି ଶାଖା ପ୍ରତିଷ୍ଠା ପାଇଁ। ଯାହାହେଉ ସରକାର ଜନସାଧାରଣଙ୍କ ଦାବିକୁ ଉପଲବ୍ଧି କରି ଶାଖା ଖୋଲିଲେ। ଅଂଚଳବାସୀ ଆଶା…

"ଖଇରା ଷ୍ଟେଟ୍ ବ୍ୟାଙ୍କ ଶାଖା ପାଇଁ ଖଇରାବାସୀଙ୍କ ଦାବି ପ୍ରତି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ"

ଶାରିଶୁଆ ପାହାଡ ଅଂଚଳରେ ଭିଜିଲାନସର ଚଢାଉ: ଖସିଗଲେ ପୂର୍ବତନ ତହସିଲଦାର, ହରଡଘଣାରେ ପେଶି ହେଉଛନ୍ତି ବର୍ତ୍ତମାନର ତହସିଲଦାର

(୩ଦିନର ଚଢାଉ କଲା ପରେ ଫେରି ଗଲେ ଭିଜିଲାନ୍ସ ଟିମ, ଫଳାଫଳକୁ ଅନାଇବସିଛନ୍ତି ଅଂଚଳବାସୀ) ଖଇରା, ୨୫/୬ (ଓଡ଼ିଆ ପୁଅ/ନରେନ୍ଦ୍ର ପ୍ରୟାଦ ବେହେରା)-କଟକ ଭିଜିଲାନ୍ସ ସଲ ପକ୍ଷରୁ ବାଲେଶ୍ୱର ଜିଲା ଖଇରା ତହସିଲର ଶାରୀଶୂଆ ପାହାଡରେ ପଥର ଖଣି ନିଲାମ, ଖଣି ଖୋଳା, ପାହାଡ ପାଦ ଦେଶରେଥବା ୩କ୍ରସରରେ ହୋଇଥିବା ଅନିୟମିତତା ଉପରେ ୩ଦିନଧରି ତନାଘନା ପରେ ଗୁରୁବାର ସନ୍ଧ୍ୟାରେ କଟକ ଫେରିଯାଇଛନ୍ତି। ଭିଜିଲାନ୍ସ ସେଲ ସହ ପରିବେଶ ବିଭାଗ, ଜଙ୍ଗଲ ବିଭାଗ, ଶ୍ରମ ବିଭାଗ, ବିଦ୍ୟୁତ ବିଭାଗ, ରାଜସ୍ୱ ବିଭାଗ ମଧ୍ୟ ଏହି ଚଢାଉ ଏବଂ ଯାଞ୍ଚରେ ସାମିଲଥିଲେ। ଓଡିଶା ସ୍ପେଶ ଏପ୍ଲିକେଶନ କର୍ପୋରେଶନ ସହାୟତାରେ ଏହି ଟିମ ଖଣି ଗୁଡିକର ମାପଜୁପ କରିଥିଲେ।…

"ଶାରିଶୁଆ ପାହାଡ ଅଂଚଳରେ ଭିଜିଲାନସର ଚଢାଉ: ଖସିଗଲେ ପୂର୍ବତନ ତହସିଲଦାର, ହରଡଘଣାରେ ପେଶି ହେଉଛନ୍ତି ବର୍ତ୍ତମାନର ତହସିଲଦାର"

ମାଖନପୁର ଗ୍ରାମପଞ୍ଚାୟତର ବିଜେପିର ମିଶ୍ରଣ ପର୍ବ

ଖଇରା, ୨୫/୬ (ଓଡ଼ିଆ ପୁଅ/ନରେନ୍ଦ୍ର ପ୍ରୟାଦ ବେହେରା)- ଖଇରା ବ୍ଲକ ମାଖନପୁର ଗ୍ରାମ ପଞ୍ଚାୟତର ଭସ୍କରପୁର ଗ୍ରାମର ମା’ ଲକ୍ଷ୍ମୀ ମହିଳା ଗ୍ରୁପର ସଭାପତି ଅନୁସୂୟା ପାଣୀ, ସଂପାଦିକା ଦମୟନ୍ତି ପାଣୀ, ମା’ମଙ୍ଗଳା ଏସଇଜି ଗ୍ରୁପର ସଭାପତି ଲକ୍ଷ୍ମୀମଣୀ ଜେନା, ସଂପାଦିକା ଆରତୀ ପାଣୀ, ମା ସନ୍ତୋଷି ଗ୍ରୁପର ସଭାପତି ମିନତୀ ରାଉତ, ସଂପାଦିକା ଦିପାଞ୍ଜଳୀ ନାୟକ, ଗ୍ରାମର ୱାର୍ଡ ମେମ୍ବର ମନୋରଞ୍ଜନ ଭୂୟାଁଙ୍କ ନେତୃତ୍ୱରେ ଆଜି ସିମୁଳିଆ ନିର୍ବାଚନୀ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶଶି କୁମାର ସାହୁ, ଜିଲ୍ଲା ସଂପାଦକ ଅକ୍ଷୟ କୁମାର ଧିନ୍ଦା, ମାର୍କୋଣା ଜୋନ ସଭାପତି ଦିଲିପ ଗିରି ସମେତ ମହେନ୍ଦ୍ର ନନା, ଜଗନ୍ନାଥ ନନା, ମଣ୍ଟୁ, ଲକ୍ଷ୍ମଣ ଭାଇ, ଶ୍ରୀକାନ୍ତ…

"ମାଖନପୁର ଗ୍ରାମପଞ୍ଚାୟତର ବିଜେପିର ମିଶ୍ରଣ ପର୍ବ"

ଅସୁରିଆ ଗ୍ରାମରେ ବିଧାୟକ ଶୁଭଦେଲେ ଭାଗବତ ଟୁଙ୍ଗି ଘର

ଖଇରା, ୨୫/୬ (ଓଡ଼ିଆ ପୁଅ/ନରେନ୍ଦ୍ର ପ୍ରୟାଦ ବେହେରା)-ଖଇରା ବ୍ଲକ ନନ୍ଦୁର ପଚାଂୟତର ଅସୁରିଆ ଗ୍ରାମରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଭାଗବତ ଟୁଙ୍ଗିଘରର ଶୁଭଶିଳାନ୍ୟାସ କରିଛନ୍ତି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ୫ ନମ୍ବର ଜୋନର ଜିଲାପରିଷଦ ସଦସ୍ୟା ଜୟନ୍ତି ମହାଲା, ସମିତିସଭ୍ୟା ମଞ୍ଜୁଲତା ଓଝା, ନନ୍ଦୁର ଗ୍ରାମ ପଞ୍ଚାୟତର ଯୁବ ସଭାପତି ପଦ୍ମଲୋଚନ ବେହେରା, ଯଦୁନାଥ ସାମଲ, ଗଣନାଥ ଓଝା, ଗୌତମ ନାୟକ, ବୁଧିରାମ ସ୍ୱାଇଁ, ରଘୁନାଥ ବେହେରା, ଜୟନ୍ତି ପତି ପ୍ରମୁଖ ଉପସ୍ଥିତ ଥିବାବେଳେ ନନ୍ଦୁର ଗ୍ରାମ ପଞ୍ଚାୟତର ଯୁବ ସରକାରୀ ଓକିଲ ତଥା ବିଜେଡିର ବରିଷ୍ଠ ନେତା ପ୍ରହଲ୍ଲାଦ ପତିଙ୍କ ନେତୃତ୍ୱରେ ଦେବେନ୍ଦ୍ର ନାୟକ, ଗୌରଙ୍ଗ ସାମଲ, ଅର୍ଜୁନ ବେହେରା, ଘନଶ୍ୟାମ…

"ଅସୁରିଆ ଗ୍ରାମରେ ବିଧାୟକ ଶୁଭଦେଲେ ଭାଗବତ ଟୁଙ୍ଗି ଘର"

୪ଘଣ୍ଟାର ପରିଶ୍ରମ ପରେ ଧରା ପଡିଲା ପୁରୁଣା ଚୋରା ଗଞ୍ଜେଇ ବେପାରୀ

ଖଇରା, ୨୩/୬/୨୦୧୮ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୁଣ୍ଢିରା ଗଣ୍ଡିବେଡ ଗ୍ରାମରୁ ନାଟକୀୟ ଢଙ୍ଗରେ ଗଞ୍ଜେଇ ଜବଦ କରିଛି ସୋର ଅବକାରୀ ବିଭାଗ। ଏହି ଗ୍ରାମର ବର୍ତ୍ତମାନର ସରପଞ୍ଚ ଅଞ୍ଜନ କୁମାର ସେଠୀଙ୍କ ଭାଇ ନିରଞ୍ଜନ ସେଠୀ ବହୁଦିନ ଧରି ଚୋରାରେ ନିଜ ଘରେ ଗଞ୍ଜେଇ ରଖି ବେପାର କରି ଆସୁଥିଲା। ଶ୍ରୀ ସେଠୀଙ୍କ ଚୋରା ବେପାର ଅଂଚଳବାସୀଙ୍କ ଉପରେ କୁପ୍ରଭାବ ପକାଇ ଆସୁଥିଲା। ବିଶେଷ ସୂତ୍ରରୁ ସୋର ଅବକାରୀ ବିଭାଗ ଖବର ପାଇ ଇନସ୍ପେକ୍ଟର କରୁଣାକର ତିୱାରୀ ସଦଳେବଳେ ସୁଣ୍ଢିରା ଗଣ୍ଡିବେଡ ଗ୍ରାମରେ ପହଚିଂ ନିରଞ୍ଜନଙ୍କ ଘର ଉପରେ ଗୁରୁବାର ରାତିରେ ଅଚାନକ ଚଢାଉ କରିଥିଲେ। ଘର ଭିତରେ ଥିବା…

"୪ଘଣ୍ଟାର ପରିଶ୍ରମ ପରେ ଧରା ପଡିଲା ପୁରୁଣା ଚୋରା ଗଞ୍ଜେଇ ବେପାରୀ"

ପଳସା ପଡିଆରେ ଆର୍ନ୍ତଜାତିକ ଯୋଗ ଦିବସ ପାଳିତ

ଖଇରା, ୨୧/୬/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳସା ପଚାଂୟତର ପଳସା ପଡିଆରେ ୪ର୍ଥ ଆର୍ନ୍ତଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ହେଉଛି ଭାରତର ପୁରାତନ ସଂସ୍କୃତି ଯାହା ବର୍ତ୍ତମାନ ବ୍ୟସ୍ତ ବହୁଳ ଦୁନିଆରେ ସମସ୍ତଙ୍କୁ ଏକଜୁଟ ରଖିବାର ସହାୟକ ହେବ। ଲୋକଙ୍କୁ ସୁସ୍ଥ ରହିବାକୁ ହେଲେ ପ୍ରତ୍ୟେକ ଦିନ ଯୋଗ କରିବାକୁ ପଡିବ, ବିଶ୍ୱର ସମସ୍ତ ଲୋକମାନଙ୍କ ପାଇଁ ଯୋଗର ଆବଶ୍ୟକତା ଅଛି। ଯୋଗ ସାରା ବିଶ୍ୱକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ। ଯୋଗ ହେଉଛି ଏକ ସୁସ୍ଥ ଜୀବନ, ବଞ୍ଚିରହିବାର ସରଳ ଉପାୟ। ଯୋଗ ମାନସିକ ଏବଂ ଭୌତିକ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ। ଏହି…

"ପଳସା ପଡିଆରେ ଆର୍ନ୍ତଜାତିକ ଯୋଗ ଦିବସ ପାଳିତ"