ଯୁବ ସ୍ୱାଭିମାନ ମଞ୍ଚର ସହାୟତା ପ୍ରଦାନ

ଖଇରା, ୮/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ସାଦିକପୁର ଗ୍ରାମର ଭଞ୍ଜ ମହାନ୍ତିଙ୍କ ପୁଅ ଓ ଝିଅ ଆଜକୁ ୩ଦିନ ତଳେ ସାପ କାମୁଡାରେ ଗୁରୁତର ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଝିଅ କରିସ୍ମା ମହାନ୍ତି(୧୪)ଙ୍କର ମୃତ୍ୟୁ ଘଟିଥିଲା। ପୁଅ ହରେକୃଷ୍ଣ ମହାନ୍ତି ଗୁରୁତର ହୋଇ କଟକର ଏକ ଘରୋଇ ଡାକ୍ତର ଖାନାରେ ଏବେବି ଚିକିତ୍ସିତ ହେଉଛନ୍ତି। ତାଙ୍କର ବାପା ଭଞ୍ଜ ମହାନ୍ତି ଜଣେ ଦିନମହୁରିଆ ହୋଇଥିବାରୁ ପୁଅର ଚିକିତ୍ସା ପାଇଁ ସଂପୂର୍ଣ୍ଣ ଅସମର୍ଥ ହୋଇ ପଡିଥିବାବେଳେ ପୁଅର ଚିକିତ୍ସା ଓ ଝିଅର ମୃତ୍ୟୁରେ ପାଗଳ ପା୍ରୟ ହୋଇ ଦିନରାତି ଆଖିରୁ ଲୁହ ଗଡାଇ ଚାଲିଛନ୍ତି। ଠିକ୍…

"ଯୁବ ସ୍ୱାଭିମାନ ମଞ୍ଚର ସହାୟତା ପ୍ରଦାନ"

ଜାତୀୟ ପୁଷ୍ଟିକର ସପ୍ତାହ ପାଳନ

ଖଇରା, ୮/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସମନ୍ନିତ ଶିଶୁ ବିକାଶ ଓ ସେବା ପ୍ରକଳ୍ପ ଆନୁକୁଲ୍ୟରେ ଜାତୀୟ ପୁଷ୍ଟିକରଣ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପ୍ରଦୀଦ ପ୍ରଜ୍ୱଳନ କରି କର୍ମଶାଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅଥିଥିଭାବେ ବିଡିଓ ମହେଶ ଚୌଧୁରୀ, ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ଡ.ଦେବାଶିସ ପଟ୍ଟନାୟକ ଯୋଗଦେଇ ନିଜନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ସିଡିପିଓ ନର୍ମଦା ଦେଓ ଉକ୍ତ କର୍ମଶାଳାରେ ପୁଷ୍ଟି ପାଳନର ସଚେତନ ଉଦ୍ଦେଶ୍ୟରେ ସମସ୍ତଙ୍କୁ ବୁଝାଇ କହିଲେ ଯେ ସରକାର ଆବାଳ ବୃଦ୍ଧ ବନୀତା ସମସ୍ତଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଏହି ଯୋଜନାସବୁର ସଠିକ…

"ଜାତୀୟ ପୁଷ୍ଟିକର ସପ୍ତାହ ପାଳନ"

ଶିଶୁ ବିଦ୍ୟାମନ୍ଦିରର ପିଲାଙ୍କ ଭବିଷ୍ୟତ ନେଇ ସ୍ୱାମ୍ବାଦିକ ସମ୍ମିଳନୀରେ ଅଭିଯୋଗ

ଖଇରା, ୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରାଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ଓ ନିଲମ୍ବିତ ପୂର୍ବତନ ପ୍ରଧାନ ଆଚାର୍ଯ୍ୟଙ୍କ ମଧ୍ୟରେ ଚଳିତ ବର୍ଷ ଜୁନ ମାସରୁ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ପୁରୁଣା ବିଦ୍ୟାଳୟରୁ ପିଲାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାହାରକରି ନିଆଯାଉଥିବାର ପରିଚାଳନା କମିଟିର ସଭାପତି ରାଧାକାନ୍ତ ପାତ୍ର ଓ ସଂପାଦକ ଅକ୍ଷୟ କୁମାର ବାରିକ ଏବଂ ନୂତନ ଭାବେ ଦାୟିତ୍ୱ ନେଇଥିବା ପ୍ରଧାନ ଆଚାର୍ଯ୍ୟ ଶଶିକାନ୍ତ ଦାସ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେପଟେ ନିଲମ୍ବିତ ପ୍ରଧାନ ଆଚାର୍ଯ୍ୟ ଦିଲିପ କୁମାର ଲେଙ୍କା ଏକ ନୂତନ ବିଦ୍ୟାଳୟ ଖୋଲି…

"ଶିଶୁ ବିଦ୍ୟାମନ୍ଦିରର ପିଲାଙ୍କ ଭବିଷ୍ୟତ ନେଇ ସ୍ୱାମ୍ବାଦିକ ସମ୍ମିଳନୀରେ ଅଭିଯୋଗ"

ଦୁଇଟି ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ଏବେବି ଅବହେଳିତ

ଖଇରା, ୫/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ସରକାର ରାସ୍ତା ନିର୍ମାଣ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲାବେଳେ ଜନସାଧାରଣ ତା’ର ସୁଫଳ ପାଇବାରୁ ବଞ୍ଚିତ ହେଉଥିବାର ପରିଲକ୍ଷିତ ହୋଇଛି। ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ପଡୋଶୀ ବ୍ଲକ ଭାବେ ପରିଚିତ ଖଇରା ଓ ଔପଦା ବ୍ଲକକୁ ସଂଯୋଗ କରୁଥିବା କେନ୍ଦୁଭଦଳି-ନୁଣିପଦା ରାସ୍ତା। ଆଜକୁ ୩୦ବର୍ଷରୁ ଉର୍ଦ୍ଧହେବ ଏହି ରାସ୍ତାଟି ନିର୍ମାଣ ହୋଇଥିଲେ ମଧ୍ୟ ଏବେବି ଅବହେଳିତ। ରାଜନେତା କି ବିଭାଗୀୟ ଅଧିକାରୀଙ୍କର ଏହି ରାସ୍ତାପ୍ରତି ଦୃଷ୍ଟି ନପଡିବା ବଡ ଆଶ୍ଚର୍ଯ୍ୟର କଥା। ଖଇରା ବ୍ଲକ ସାରକୋଣା ପଞ୍ଚାୟତ କେନ୍ଦୁଭଦଳି -ସୁଜାଗଡରାସ୍ତାରୁ କେନ୍ଦୁଭଦଳି ଗ୍ରାମର ଗ୍ରାମଦେବତି ଠାରୁ ବାହାରି ଖଇରା-ଫତେପୁର ରାସ୍ତାର ବିକ୍ରମପୁର ଛକରୁ…

"ଦୁଇଟି ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ଏବେବି ଅବହେଳିତ"

ବାଦୁଡିଙ୍କ ପ୍ରତି ପ୍ରଶାସନର ସୁଦୃଷ୍ଟି କେବେ ପଡିବ ?

ଖଇରା, ୫/୯ (ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)- ଆଧୁନିକ ଯୁଗରେ ହଜି ହଜି ଯାଉଛି ଜୀବ ଜଗତର ଦୁନିଆ। ଖୋଜିଲେ ମିଳୁ ନାହାଁନ୍ତି ଅନେକ ପ୍ରଜାତିର ପଶୁପକ୍ଷୀ। ପ୍ର୍ରଶାସନର ରକ୍ଷଣାବେକ୍ଷଣା ଅଭାବ ସାଙ୍ଗକୁ ଶିକାରୀ ମାନଙ୍କ ଆକ୍ରୋଷର ଶିକାର ହେଉଛନ୍ତି ନୀରିହ ପଶୁପକ୍ଷୀ। ଏମିତିରେ ଏକ ପ୍ରଜାତି ବାଦୁଡି ଆଜି ଲୋପ ପାଇବାକୁ ବସିଲେଣି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ସାରଡାଙ୍ଗଗାଁରେ। ହରେକୃଷ୍ଣ ଦାଶଙ୍କ ବାଡିରେ ଥିବା ତେନ୍ତୁଳି ଗଛରେ ଆଜକୁ ୨ ଶହ ବର୍ଷରୁ ଉର୍ଦ୍ଧହେବ ପ୍ରାୟ୧ ଲକ୍ଷରୁ ଉର୍ଦ୍ଧ୍ୱ ବାଦୁଡି ରହିଆସୁଅଛନ୍ତି। ଖରା, ବର୍ଷା ଓ କାକରକୁ ଖାତିର ନ କରି ସେହି ତେନ୍ତୁଳି ଗଛକୁ ଭରସା କରି…

"ବାଦୁଡିଙ୍କ ପ୍ରତି ପ୍ରଶାସନର ସୁଦୃଷ୍ଟି କେବେ ପଡିବ ?"

୨ଟି ମଣ୍ଡି ହାଉସ, ୨ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ କେବେ ?

ଖଇରା, ୨/୯(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)- ବାଲେଶ୍ୱର ଜିଲ୍ଲାର ଅନ୍ୟତମ ୨ୟ ବୃହତମ ବ୍ଲକ ଖଇରା ବ୍ଲକରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଷୀ ମାନଙ୍କର ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ୨ଟି ସ୍ଥାନରେ ମଣ୍ଡି ହାଉସ ସ୍ଥାପନ କରାଯାଇଥିଲା। ୨ଟି ସ୍ଥାନ ଯଥା ପଳସା ଓ ତରାଙ୍ଗ ପାଇଁ ପ୍ରାୟ ୨ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ମଣ୍ଡି ହାଉସ ନିର୍ମାଣ କରାଯାଇଥିଲା। ପ୍ରଥମରେ ପଳସା ଠାରେ ଥିବା ମଣ୍ଡି ହାଉସଟି କାର୍ଯ୍ୟ ସଂପୂର୍ଣ୍ଣ ହେବାପରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ହେଲେ ଉଦ୍ଘାଟନ ହେବାର ପ୍ରାୟ ୩ ବର୍ଷ ବିତିଯାଇଥିଲେ…

"୨ଟି ମଣ୍ଡି ହାଉସ, ୨ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ କେବେ ?"

ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଖଇରା, ୨/୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ ବଜାରରେ ହେଉଥିବା ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣ୍ଡିବେଡ ଦୂର୍ଗାପୂଜା କମିଟିର ସଭାପତି ଭାଗିରଥୀ ଦାସଙ୍କ ସଭାପତିତ୍ୱରେ ଗ୍ରାମର ଗ୍ରାମଦେବତୀ ମା ସିଦ୍ଧ ବେକେଟେଇଙ୍କ ପା୍ରଙ୍ଗଣରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ ଉପସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସଂଯୋକ ମାନସରଞ୍ଜନ ରାଉଳ, ସହ ସଂଯୋକ ବାବାଜି ଚରଣ ମହାନ୍ତି, କୋଷାଧ୍ୟକ୍ଷ ଇନ୍ଦୁଭୂଷଣ ପ୍ରଧାନ, ସହ କୋଷାଧ୍ୟକ୍ଷ ରତ୍ନାକର ମହାନ୍ତି, ସଂଯୋଜକ ରାଧାକାନ୍ତ ରାଉଳ, ସହସଂଯୋଜକ ଉଦୟନାଥ ରାଉଳ ଓ ଉପଦେଷ୍ଠା ସୁଧାଂଶୁ ଶେଖର ଦାସଙ୍କ ସହିତ ଗ୍ରାମବାସୀ ଓ ବଜାରବାସୀ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଚଳିତ…

"ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ"

ଦୁର୍ନୀତିରେ ଭରପୁର ଆମ ଅଙ୍ଗନୱାଡିକେନ୍ଦ୍ର

ଖଇରା, ୧/୯ (ଓଡିଆ ପୁଅ / ନରେନଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଆମଅଙ୍ଗନୱାଡି କେନ୍ଦ୍ର ଓ ଉପକେନ୍ଦ୍ରକୁ ମିଶାଇ ପ୍ରାୟ ୩୦୦ରୁ ଉର୍ଦ୍ଦ ଆମଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। କାଁ ଭାଁ କେତେଗୁଡିଏ କେନ୍ଦ୍ରକୁ ଓ ଉପକେନ୍ଦ୍ରକୁ ଛାଡିଦେଲେ ପ୍ରାୟ ସମସ୍ତ କେନ୍ଦ୍ର ଦୁର୍ନୀତିରେ ଚାଲିଛି। କେଉଁଠି ପିଲା ଉପସ୍ଥାନକୁ ନେଇ ବିବାଦ ଚାଲିଛିତ କେଉଁଠି ଖାଦ୍ୟକୁନେଇ, ପୁଣି କେଉଁଠି ପିଲାଙ୍କ ପାଇଁ କିଣାଯାଇଥିବା କିଟ୍ କୁନେଇଚାଲିଛି ଦୁର୍ନୀତି, ତ ପୁଣି କେଉିଁଠି କେଉଁଠି କେନ୍ଦ୍ର ଖୋଲିବାନେଇ ଚାଲିଛି ଲାଗିରହିଛି ସମସ୍ୟା। ସାନକମାରି ଅଙ୍ଗନୱାଡି କେନ୍ଦ୍ରରେ ୩/୪ପିଲାଙ୍କ ଉପସ୍ଥାନକୁ କର୍ମଚାରୀ ୨୦/୨୫ପିଲାଙ୍କ ଉପସ୍ଥାନ ଦର୍ଶାଇ ଦୁର୍ନୀତିରେ ବୁଡିରହିବା ଏହାର ଗୋଟିଏ ଜ୍ଜଳନ୍ତ ଉଦାହରଣ…

"ଦୁର୍ନୀତିରେ ଭରପୁର ଆମ ଅଙ୍ଗନୱାଡିକେନ୍ଦ୍ର"

ମା’ ଚଣ୍ଡି ଠାକୁରାଣୀଙ୍କ ହତାବନ୍ଦି ଶୁଭାରମ୍ଭ ଓ ବୃକ୍ଷ ରୋପଣ

ଖଇରା, ୨୯/୮ (ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗଗଣ୍ଡିବେଡ ଠାରେ ଥିବା ମା ଚଣ୍ଡି ଠାକୁରାଣୀଙ୍କ ପୀଠର ହତାବନ୍ଦିର ଶୁଭାରମ୍ଭ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଖଇରା ତହସିଲର ଅତିରିକ୍ତ ତହସିଲଦାର ବିଭାଷ ରଞ୍ଜନ ପାଣିଗ୍ରାହୀ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସାନଜୟପୁର ଆରଆଇ ଅଫିସ୍ ର ସହକାରୀ ନୀରିକ୍ଷକ ଚନ୍ଦନ କୁମାର ରାଉତ,…

"ମା’ ଚଣ୍ଡି ଠାକୁରାଣୀଙ୍କ ହତାବନ୍ଦି ଶୁଭାରମ୍ଭ ଓ ବୃକ୍ଷ ରୋପଣ"

ଖଇରା ସାହିତ୍ୟ ସଂସଦର ଗହ୍ମା ଚର୍ଚ୍ଚା ଓ ଶ୍ରଦ୍ଧାଞ୍ଜଳି ବୈଠକ

ଖଇରା, ୨୭/୮/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ସାହିତ୍ୟ ସଂସଦର ଗହ୍ନା ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଆସର ସଭାପତି ମାୟାଧର ନାୟକଙ୍କ ପୌରହିତ୍ୟରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ସଙ୍ଘ ଭବନରେ ଏକସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି। କ୍ରାନ୍ତିକାରୀ ପୁରୁଷ, ସ୍ୱାଧିନତା ସଂଗ୍ରାମୀ, ବିଶ୍ୱଶ୍ରେଣୀୟ ରାଷ୍ଟ୍ରନୀତିଜ୍ଞ ଭାରତରତ୍ନ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସାହିତିକ ତଥା ସାମ୍ବାଦିକ ଅଟଳବିହାରି ବାଜପେୟୀ, କବି ନାଟ୍ୟକାର ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ର, ଓଡିଆ ଫିଲିମ ଜଗତର ଭିଷ୍ମ ପିତାମହ ଦେବୁ ବୋଷ, ସଫଳ ବାଚଷ୍ପତି ସୋମନାଥ ଚାଟର୍ଜୀ, ସ୍ପଷ୍ଟବାଦି ଓ ନିର୍ଭିକ ସାମ୍ବାଦିକ କୁଳଦିପ ନୟାରଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି…

"ଖଇରା ସାହିତ୍ୟ ସଂସଦର ଗହ୍ମା ଚର୍ଚ୍ଚା ଓ ଶ୍ରଦ୍ଧାଞ୍ଜଳି ବୈଠକ"