ଭଲପାଇବାର ଅଭାବରେ ଅନୁଷ୍ଠାନ ଭାଙ୍ଗିଯାଏ ହେଲେ ଅର୍ଥରେ ନୁହେଁ: ପ୍ରତିଭା ପରିବାର ମହୋତ୍ସବ ଉଦ୍ଘାଟିତ

ଖଇରା/ବାଲେଶ୍ୱର, ୬/୧(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକର ଅନ୍ୟତମ ପୂଜ୍ୟପୂଜା ସାମାଜିକ ସଂଗଠନ ପ୍ରତିଭାପରିବାରର ପ୍ରତିଭା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଦୂର୍ଗା ମଣ୍ଡପ ପରିସରରେ ଉଦ୍ଘାଟନି ଉତ୍ସବରେ ପ୍ରତିଭା ପରିବାରର ବରିଷ୍ଠ ଉପଦେଷ୍ଟା ସନାତନ ବେହେରା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥ ଭାବେ ଖଇରା ଥାନାଅଧିକାରିଣୀ ଲୋପାମୁଦ୍ରା ନାୟକ ଯୋଗଦେଇ ଗ୍ରାମାଂଚଳରେ ପ୍ରତିଭାବିକାଶର ପ୍ରମୁଖ ଭୂମିକା ଗ୍ରହଣ କରୁବୋଲି ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତାଭାବେ ଖଇରା କଲେଜର ଅଧ୍ୟକ୍ଷ ବସନ୍ତ କୁମାର ଖିଲାର ଯୋଗଦେଇ ପ୍ରତିଭାବିକାଶରେ ସମସ୍ତଙ୍କର ଉଦ୍ୟମ ରହିବା ନେଇ ଗୁରୁତ୍ୱ ଆରୋପ କରିଥିଲେ। ଇୟୁକ ବ୍ୟାଙ୍କର ଶାଖା ପରିଚାଳକ ପୁଷ୍ପାମିତ୍ରା କର ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ…

"ଭଲପାଇବାର ଅଭାବରେ ଅନୁଷ୍ଠାନ ଭାଙ୍ଗିଯାଏ ହେଲେ ଅର୍ଥରେ ନୁହେଁ: ପ୍ରତିଭା ପରିବାର ମହୋତ୍ସବ ଉଦ୍ଘାଟିତ"

ବାବାଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବାଲେଶ୍ୱର/ଖଇରା ୬/୧/୨୦୧୮(ଓଡିଆପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ ଗଣ୍ଡିବେଡ ଠାରେ ବାବା ଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନିମେଚରେ ବିଡିଓଶିବାନନ୍ଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଶୁସାନ୍ତ ମହାକୁଡ, ଅଜୟ କୁମାର ବେହେରା, ଟୁର୍ଣ୍ଣାମେଣ୍ଟର ସଭାପତି ଅଭିମନ୍ୟୁ ରାଉଳ ଯୋଗଦେଥିଲେ। ଉଦ୍ଘାଟନି ଦିବସରେ କଟକ ନିମାପୁର ସ୍ପୋଟିଂ ଟଚ ଜିତି ବୋଲିଂ କରିବାପାଇଁ ସିଦ୍ଧାନ୍ତ ନେଇଥିଲେ। ବାଲେଶ୍ୱର ସମ୍ରାଟ କ୍ରିକେଟ କ୍ଲବ ୨୦ ଓଭରରେ ୧୭୩ ରନ ସଂଗ୍ରହ କରିଥିଲା। ଜବାବରେ ଆବଶ୍ୟକ ରନ ସଂଗ୍ରହ କରି କଟକ ନିମାପୁର ସ୍ପୋଟିଂ କ୍ଲବ ଆବଶ୍ୟକ ରନ ସଂଗ୍ରହ କରି ଉଦ୍ଘାଟନି ମ୍ୟାଚରେ ବିଜୟି ହୋଇଛି। ଅମ୍ପେୟାର ଭାବେ…

"ବାବାଲଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ"

କୁରୁଣ୍ଟାରେ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ

ବାଲେଶ୍ୱର/ଖଇରା ୬/୧/୨୦୧୮(ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ପରିସରରେ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାହକ ସେବା କେନ୍ଦ୍ରଟିକୁ ଆନୁଷ୍ଠାନିକଭାବେ ଉଦ୍ଘାଟିତ କରିଥିଲେ। ଏଥିରେ ଓଡିଶା ଜୀବିକା ମିଶନର ସିନିଅର କନସଲଣ୍ଟାଟ ଆର କେ ବସ୍ତିଆ, ଆସୋସିଏଟ କନସଲଣ୍ଟାଟ ପି ଗଣେଶ, ଡିପିଏମ ଚନ୍ଦନ କୁମାର ବେହେରା, ବିପିଏମ ରବିନ୍ଦ୍ର କୁମାର ଜେନା, ଏଫଆଇଏସି କୃପାସିନ୍ଧୁ ଦାସଯୋଗଦେଇ ଗ୍ରାମାଂଚଳରେ ସଂଚୟ ପରେ ମହିଳାମାନେ ଅଧିକରୁଅଧିକ ସଂଚୟ ସହିତ ବ୍ୟାଙ୍କ କାରବାର ଉପରେ ଗୁରୁତ୍ୱ ଦେଇଥିଲେ। ଖୋଲାଯାଇଥିବା ଗ୍ରାକ ସେବା କେନ୍ଦ୍ରଟି ଏସ ବି…

"କୁରୁଣ୍ଟାରେ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ"

ଅଗ୍ନିକାଣ୍ଡରେ ୨ ବଖରା ନଷ୍ଟ: ବୃଦ୍ଧ ଗୁରୁତର

ବାଲେଶ୍ୱର/ଖଇରା ୬/୧/୨୦୧୮(ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ତହସିଲ ଅଧିନ କଣ୍ଟାପଡା ଗ୍ରାମରେ ଗତକାଲି ରାତ୍ରିରେ ଅଗ୍ନିକାଣ୍ଡ ଘଟି ସଂଜୁଲତା ଜେନାଙ୍କର ୨ ବଖରା ଘର ପୋଡିନଷ୍ଟ ହୋଇଯାଇଛି। ଖବର ପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଶ୍ରୀମତୀ ଜେନାଙ୍କ ଶ୍ୱଶୁର ଉମାକାନ୍ତ ଘରେ ଶୋଇଥିବାବେଳେ ହଠାତ୍ ଗରମ ଅନୁଭୁତ ହେବାରୁ ଉଠିଦେଖନ୍ତିତ ଘରେ ନିଆଁ ଜଳୁଛି। ରକ୍ଷାକର ରକ୍ଷାକର ବୋଲି ୯୫ବର୍ଷ ବୟସର ବୃଦ୍ଧ ଉମାକାନ୍ତ ଚିତ୍କାର କରନ୍ତେ ସଙ୍ଗେସଙ୍ଗେ ପାଖପଡୋଶି ଲୋକମାନେ ଘଟଣା ସ୍ଥଳକୁ ଦୌଡିଆସି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲାବେଳେ ୯୫ବର୍ଷ ବୟସର ଉମାକାନ୍ତ ଏହି ଅଗ୍ନିକାଣ୍ଡରେ ଆହତ ହୋଇଥିବାର…

"ଅଗ୍ନିକାଣ୍ଡରେ ୨ ବଖରା ନଷ୍ଟ: ବୃଦ୍ଧ ଗୁରୁତର"

ନୀଳଗିରିର ସ୍ୱର୍ଣ୍ଣଚୂଡ ପାହାଡ ଓ କୁପାରୀ ଶାରିଶୁଆ ପାହାଡରେ ବେଆଇନ ବ୍ଲାଷ୍ଟିଂ ବନ୍ଦ ହେଉ, ଲୋକଙ୍କୁ ମିଳୁ ସୁରକ୍ଷା

ଖଇରା /ବାଲେଶ୍ୱର, ୫/୧/୨୦୧୮(ଓଡିଆ ପୁଅ /ନରେନନ୍ଦ୍ର ପ୍ରସାଦ ବେହେରା)-ଆଜକୁ କିଛି ବର୍ଷ ପୂର୍ବେ ନୀଳଗିରିରେ ଜମିଦାରି ଓ ରାଜାରାଜୁଡା ଶାସନ ଚାଲୁଥିଲା। ସେତେବେଳେର ରାଜାଙ୍କର ରାଜଦରବାର ଏବେବି ପଡି ରହିଛି ନୀଳଗିରିରେ। ଯେଉଁ କେତେକ ଅଂଚଳକୁ ନେଇ ରାଜା ରାଜତ୍ୱ କରୁଥିଲେ ତା’ରି ମଧ୍ୟରେ ଥିବା ସ୍ୱର୍ଣ୍ଣଚୂଡ ପାହାଡ ଏବେବି ସେହି ନୀଳଗିରିରେ ଅବସ୍ଥିତ। ଜମିଦାରି ଓ ରାଜାରଜୁଡା ଶାସନ ବିଲୋପ ପରେ ସେତେବେଳର ସୌନ୍ଦର୍ଯ୍ୟଭରା ଏହି ପାହାଡ ଆଜି ସରକାର ଅଧିନରେ ଥାଇ ବି ବିକୃତ ହୋଇଯାଇଛି। ଶତ୍ରୃପକ୍ଷର ଗତିବିଧିକୁ ଲକ୍ଷକରିବା ପାଇଁ ସେହି ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ସ୍ୱର୍ଣ୍ଣଚୂଡ ପାହାଡରେ ପ୍ରତୀରକ୍ଷା ବିଭାଗ ପକ୍ଷରୁ ବସିଛି। କିନ୍ତୁ ଏହି ପାହାଡରେ ଥିବା ଗଛକୁ…

"ନୀଳଗିରିର ସ୍ୱର୍ଣ୍ଣଚୂଡ ପାହାଡ ଓ କୁପାରୀ ଶାରିଶୁଆ ପାହାଡରେ ବେଆଇନ ବ୍ଲାଷ୍ଟିଂ ବନ୍ଦ ହେଉ, ଲୋକଙ୍କୁ ମିଳୁ ସୁରକ୍ଷା"

ବିଜେପିର ଅଗ୍ନି ବିପନ୍ନଙ୍କୁ ସହାୟତା

ଖଇରା/ ବାଲେଶ୍ୱର ୦୪/୦୧ (ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା)-ଅଗ୍ନି କାଣ୍ଡରେ ସର୍ବହରା ହୋଇଥିବା ଜଳଦା ପଞ୍ଚାୟତର ପ୍ରଭାକର ମହାରଣାଙ୍କ ଘରେ ବିଜେପିର ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ଧିନ୍ଦା ପହଞ୍ଚି ସମ୍ବେଦନା ଜଣାଇଥିଲେ। ବିପନ୍ନ ପରିବାରକୁ ଶ୍ରୀ ଧିନ୍ଦା ଆର୍ଥିକ ସହାୟତା ସହିତ ପିନ୍ଧିବା ଲୁଗା ସହିତ ଶୀତ ବସ୍ତ୍ର ପ୍ରଦାନ କରିଥିଲେ।ଅଗ୍ନି କାଣ୍ଡରେ ସର୍ବସ୍ୱ ହରାଇଥିବା ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ତାଙ୍କ ସହିତ ଜଳଦା ସମିତି ସଭ୍ୟା ସୁଲୋଚନା ଦାସ, ଗଗନଧୁଳି ପଞ୍ଚାୟତର ସରପଞ୍ଚତିଳତ୍ତମା ମଲ୍ଲିକଙ୍କ ସମେତ ବିଜେପିର କର୍ମକତ୍ତାମାନେ ଉପସ୍ଥିତ ଥିଲେ।

"ବିଜେପିର ଅଗ୍ନି ବିପନ୍ନଙ୍କୁ ସହାୟତା"

ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଖଇରା/ ବାଲେଶ୍ୱର ୦୪/୦୧ (ଓଡିଆ ପୁଅ/ନରେନ୍ଦ୍ର ବେହେରା)-ସାରକୋଣା ପଞ୍ଚାୟତରେ ଅସହାୟ ଓ ବୃଦ୍ଧ ବୃଦ୍ଧାଙ୍କୁ ସରପଞ୍ଚଙ୍କ ତରଫରୁ ୧୨୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ପଞ୍ଚାୟତର ଅମାରଗଢିଆ, ସୁଜାଗଡ, ଝିଙ୍କିରିଆ, କେନ୍ଦୁଭଦଳି, ସାରକୋଣା, ମୁକ୍ତାବେଗୁନିଆ ଓ କଣ୍ଡରାଗଢିଆ ଗ୍ରାମର ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ନୂତନ ଭାବେ ଗଠନ ହୋଇଥିବା ପଞ୍ଚାୟତର ସରପଞ୍ଚ ନିଳାଦ୍ରୀ ସାହୁ, ସମିତି ସଭ୍ୟ ଅନୁରାଧା ଶଙ୍ଖୁଆଙ୍କ ସମେତ ମଣିଭଦ୍ର ମହାନ୍ତି, ପ୍ରଦିପ କୁମାର ସାହୁ, ବିନୋଦ କୁମାର ଦାସ ଓ ନିଶାକାର ନାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସୀ ଏଥିରେ ସହଯୋଗ କରିଥିଲେ।

"ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ"

ଆଧ୍ୟାତ୍ମିକ ଚେତନାର ଉତ୍ସ : କୁପାରୀ ଶୂନ୍ୟ ମଣ୍ଡପ

ଶାଳବଣ ଘେରାବୌଦ୍ଧ କିର୍ତ୍ତୀ ବିରାଜିତ ନୈସର୍ଗୀକ ଧର୍ମ ପୀଠ। ଯେଉଁଠି ଅବଧୂତ ସନ୍ୟାସୀଙ୍କର ମୂଳ ମନ୍ତ୍ର ଜୀବ ଓ ପରମର ଅପୂର୍ବ ମିଳନ। ହିଲ୍ଲୋଳିତ ମୃଦୁ ସମୀରଣରେ ଯେଉଁଠି ଝଙ୍କୃତ ହୁଏ ଆଧ୍ୟାତ୍ମିକ ଚେତନାର ସ୍ୱର। ଅବଧୂତଙ୍କ ସୁମଧୁର କଣ୍ଠରୁ ନିସୃତ କମନୀୟ ସ୍ନେହଁ ବୋଳା ଡାକରେ ଯେଉଁଠି ରୁଣ୍ଡିଭୁତ ପକ୍ଷୀ ମାନଙ୍କ କିଚିରି ମିଚିରି ନାଦରେ ନିନାଦିତ ହୁଏ ଏହି ମହିମା ମୟ ପୀଠର ସବୁଜ ବନାନୀ। ଆଉ ବାବାଙ୍କ ଅମୀୟ ବୋଳା ହାତରେ ପରଶି ଦେଉଥିବା ଅମୃତ ପଶରାରୁ ପକ୍ଷୀ ଶାବକ ମାନେ ଚଚୁ ମୂନରେ ନିଜର କ୍ଷୁଧା ନିବାରଣ ପାଇଁ ଖାଦ୍ୟନେଇ ପୁଣି ଉଡି ଯାଅନ୍ତି ନୀଳ ଆକାଶକୁ ଭେଦ କରି…

"ଆଧ୍ୟାତ୍ମିକ ଚେତନାର ଉତ୍ସ : କୁପାରୀ ଶୂନ୍ୟ ମଣ୍ଡପ"

ଦନ୍ତା ଫେରିଗଲା ଗାଁରୁ, ଗ୍ରାମବାସୀ ପାଇଲେ ଆଶ୍ୱସ୍ତି

ଖଇରା/ବାଲେଶ୍ୱର, ୩/୧/୨୦୧୮, (ଓଡିଆ ପୁଅ/ନରେନ୍ଦ୍ର ବେହେରା) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରଟିଣା ପଞ୍ଚାୟତର ବଗଦିଆ ଗାଁରେ ଗତ କାଲି ହାତୀ ପଶି ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର କ୍ଷତି କରିଥିଲା। କୃଷ୍ଣ ଚନ୍ଦ୍ର ବେହେରାଙ୍କ ଧାନପିଟା ମେସିନ୍ ଭାଙ୍ଗିବା ସହିତ ୨କୁଇଣ୍ଟାଲ ଧାନ ନଷ୍ଟ, ରବିନାରାୟଣ ପଣ୍ଡା ଓ ସୁରେଶ ପଣ୍ଡାଙ୍କ ସମେତ ଗ୍ରାମର ଅନ୍ୟମାନଙ୍କର ରବି ଫସଲ ଓ କଦଳୀ ଗଛକୁ ମଧ୍ୟ ନଷ୍ଟ କରିଥିଲା। ଖବର ପାଇ ବନବିଭାଗ ଓ ଖଇରା ପୁଲିସ ବାହିନୀ ସଦଳବଳେ ଘଟଣା ସ୍ଥଳରେ ପହଁଚି ଥିଲେ। ବନବିଭାଗ ତରଫରୁ ହାତୀ ମାନଙ୍କୁ ଘଉଡାଇବା ପାଇ ବାଜାବଜାଇ ବାଣ ଫୁଟାଇବା ସହିତ ଘଉଡାଇବାର ବିଭିନ୍ନ ଉପାୟ ବିଷୟରେ…

"ଦନ୍ତା ଫେରିଗଲା ଗାଁରୁ, ଗ୍ରାମବାସୀ ପାଇଲେ ଆଶ୍ୱସ୍ତି"

ପ୍ରମୁଖ ସଚିବଙ୍କ ଖଇରା ବ୍ଲକର ବିଭିନ୍ନ ଅଂଚଳର ଉନ୍ନୟନ କାର୍ଯ୍ୟର ତଦାରଖ

ଖଇରା/ବାଲେଶ୍ୱର, ୩/୧(ଓଡ଼ିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା) -ଓଡିଶା ସରକାରଙ୍କ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଚ୍ୟୁତପୁର, କୁରୁଣ୍ଟା, ଖଇରା ଓ ଶ୍ୟାମଶୁନ୍ଦରପୁର ପଞ୍ଚାୟତର ବିଭିନ୍ନ ଅଂଚଳ ବୋଲି ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ଶ୍ରୀମତୀ ଗର୍ଗ ଅଙ୍ଗନବାଡି କେନ୍ଦ୍ର, ମମତା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ରେସନ କାର୍ଡ, ରିଟେଲର କେନ୍ଦ୍ର, ପମ୍ପହାଉସ, ସ୍କୁଲ ଗୃହ, ସ୍ୱଛଭାରତ ପାଇଖାନା, ମହିଳାମାନଙ୍କ ଦ୍ୱାରା ଛତୁଚାଷ, ଫୁଲଚାଷ, ଛତୁଆତିଆରି କେନ୍ଦ୍ର ବୋଲି ଦେଖିବା ସହିତ ଭତ୍ତାହିତାଧିକାରୀମାନଙ୍କୁ ଭେଟି ପଚାରି ବୁଝିଥିଲେ। ପରେ ଶ୍ରୀମତୀ ଗର୍ଗ ଖଇରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ଶ୍ରଣୀ ଗୃହରେ ପହଞ୍ଚି…

"ପ୍ରମୁଖ ସଚିବଙ୍କ ଖଇରା ବ୍ଲକର ବିଭିନ୍ନ ଅଂଚଳର ଉନ୍ନୟନ କାର୍ଯ୍ୟର ତଦାରଖ"