ଜିଲ୍ଲାପାଳ ନିର୍ଦ୍ଦେଶକୁ ଖଇରା ତହସିଲଦାରଙ୍କ ବେଖାତିର

ଖଇରା, ୧୧/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)- ସୋର-ଖଇରା ରାଜ୍ୟ ରାଜପଥ କାର୍ଯ୍ୟ ସମ୍ପୁର୍ଣ୍ଣ ହେବାକୁ ବସିଥିଲା ବେଳେ ଆଳଦା ମୌଜାର ରକ୍ଷି ତଅନାବାଦି ଖାତା ନଂ୨୦୪ ପ୍ଲଟ ନଂ ୧୫୭ ଏରିଆ ୧୨ ଡିସିମିଲ ଯାହାର କିସମ ପାଣିନାଳ ଓ ସର୍ବସାଧାରଣ ଖାତା ନଂ ୨୦୩ ପ୍ଲଟ ନଂ ୭୧ ଏରିଆ ୩୧ଡିସିମିଲ ଶ୍ମଶାନ କିସମ ଅଟେ। ସରକାରୀ ଖାତାର ଜମି ସରକାରଙ୍କର ନହୋଇ ସ୍ଥାନୀୟ ଓ ବାହାର ଦଲାଲ ଙ୍କ କବ୍ ଜାରେ ସାଜିଛି ନୂଆବୋହୂ। ଖଇରାରେ ଦଲାଲଙ୍କର ରାଜ ଯେଉଁ ପରିମାଣରେ ବଢିଚାଲିଲାଣି ସେମାନଙ୍କୁ ମୁକାବିଲା କରିବା ନିଜକୁ ମଧ୍ୟ ଜଣେ ଦଲାଲ ସାଜିବାକୁ ଜରୁରୀ ମନେହୋଇଛି। ଏହାର ଅର୍ଥ ଏ ଗ୍ରାମର…

"ଜିଲ୍ଲାପାଳ ନିର୍ଦ୍ଦେଶକୁ ଖଇରା ତହସିଲଦାରଙ୍କ ବେଖାତିର"

ରଜ ମହୋତ୍ସବ ୨୦୧୮ ପାଇଁ ପ୍ରସ୍ତୁତି ବୈଠକ

ଖଇରା, ୧୦.୬.୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା କଲେଜ ନିକଟ ବଣପାରିଆ ଛକଠାରେ ଥିବା ଗାୟତ୍ରୀ ମଠ ପରିସରରେ ସୁରେନ୍ଦ୍ର ନାଥ ରାଉତଙ୍କ ସଭାପିତ୍ୱରେ ଖଇରା ବ୍ଲକର ଇଲୋକଟୋ୍ରନିକ ଓ ପ୍ରିଣ୍ଟ ମିଡିଆର ପ୍ରତିନିଧି ତଥା ସାମ୍ବାଦିକମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ତା୧୪, ୧୫ ଓ ୧୬ରିଖ ନୟାଖଣ୍ଡି ପଚାଂୟତ ସୁନ୍ଦରପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ରଜ ମହୋତ୍ସବ ୨୦୧୮ର ପ୍ରସ୍ତୁତି ବିଷୟରେ ମହୋତ୍ସବ କମିଟିର ସଭାପତି ସୁରେନ୍ଦ୍ର ନାଥ ରାଉତ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ। ବୁଡି ଯାଉଥିବା ପରମ୍ପରାକୁ ଉଦଜୀବିତ କରିବା ଓ ନୂତନ ପରମ୍ପରାକୁ ଆପଣେଇବା ହେଉଛି ଏହି ମହୋତ୍ସବର ମୂଳଲକ୍ଷ। ଅତୀତରୁ ଓଡିଆ…

"ରଜ ମହୋତ୍ସବ ୨୦୧୮ ପାଇଁ ପ୍ରସ୍ତୁତି ବୈଠକ"

ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଇରା, ୯/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଶିଶୁ ଯୌନ ନିର୍ଯ୍ୟାତନା ରୋକିବାକୁ ବାଲେଶ୍ୱର ଜିଲ୍ଲାର ଖଇରା ଠାରେ ଆରକ୍ଷୀ ବିଭାଗ ପକ୍ଷରୁ ବୁଲିଛି ପରୀ ରଥ। ୟୁନିସେଫ ଦ୍ୱାରା ପ୍ରଯୋଜିତ ଏବଂ ପୋଲିସ ବିଭାଗ ଦ୍ୱାରା ଆୟୋଜିତ ପରୀ ରଥ ବୁଲିବା ବେଳେ ପ୍ରଥମେ ତୁଡିଗଡିଆ ଠାରେ ସ୍ୱାଗତ କାଯଇଥିଲା। ପରେ ଗଣ୍ଡିବେଡଠାରେ ସମ୍ବର୍ଦ୍ଧନାକରା ଯାଇ ଅନୁଷ୍ଠିତ ପଥପା୍ରନ୍ତ ସଭାରେ ପରୀ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ସେଠାରୁ ପରୀ ରଥ ଆସି ଖଇରା କଲେଜ ନିକଟ ବଣପାରିଆ ଛକରେ ଥିବା ଗାୟତ୍ରୀ ମଠ ଠାରେ ପହଞ୍ଚିଲାପରେ ବିଶାଳ ଶୋଭାଯାତ୍ରାରେ ଖଇରା ହାଇସ୍କୁଲ ପରିସରରେ ଅନୁଷ୍ଠିତ ସଭାସ୍ଥଳକୁ ପାଛୋଟି ଅଣାଯାଇ ଥିଲା। ପରେ ପରେ ନିଳଗିର…

"ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ"

ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖଇରା, ୦୮.୬.୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ପରିସରରେ ଆସନ୍ତା କାଲି(୦୯.୬.୧୮) ଅନୁଷ୍ଠିତ ହେବାକୁ ଥିବା ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଥାନାଧିକାରିଣୀ ସୁଶ୍ରୀ ଲୋପାମୁଦ୍ରା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେଏହି ପରି ରଥକୁ ଅପରାହ୍ନ ୩ ଘଟିକା ସମୟରେ ତୁଡିଗଡିଆ ଓ ପରେ ଗଣ୍ଡିବେଡଠାରେ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ପରେ ଖଇରାର ବଣପାରିଆ ଛକଠାରୁ ପରୀ ରଥକୁ ପଥପ୍ରାନ୍ତରେ ସଭାସ୍ଥଳକୁ ପାଛୋଟି ଅଣାଯିବ। ଖଇରାଠାରେ ଥିବା ସରକାରୀ ହାଇସ୍କୁଲ ପରିସରରେ ଅପରାହ୍ନ ୪ ଘଟିକା ସମୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ସାମ୍ବାଦିକ, ଅବସରପ୍ରାପ୍ତ କର୍ମଚାରୀ, ଶିକ୍ଷାକର୍ମଚାରୀ, ପୋଲିସ କର୍ମଚାରୀ,…

"ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ"

ଖଇରାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଇରା, ୬/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ସରକାରୀ ବିଦ୍ୟାଳୟ ପରିସରରେ ଗତକାଲି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରମେଶ ରାଉତ, ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ ତ୍ରୀଲୋନ ପ୍ରଧାନ, ଇ ଗଭର୍ଣ୍ଣାନ୍ସ ପରିଚାଳିକା ଫାଲଗୁନି ଦତ୍ତ, ବ୍ଲକଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଉପାଧ୍ୟକ୍ଷା ଜୟନ୍ତ କୁମାର ରାଉତ, ବିଡିଓ ମହେଶ ଚୌଧୁରୀ, ଅତିରିକ୍ତ ତହସିଲଦାର ଭାନୁମତୀ ମାଝୀ, ଜିପିଓ ମାୟାଧର ମଲ୍ଲିକ, ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁ, ବ୍ଲକର ସମସ୍ତ କର୍ମଚାରୀ ସହିତ ନିର୍ବାଚିତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ହେଲେ ବିଜେପି ଓ କଂଗ୍ରେସର ସମର୍ଥିତ ଲୋକ ପ୍ରତିନିଧିମାନଙ୍କୁ କାର୍ଯ୍ୟକ୍ରମକୁ ଡକା ନଯିବା ନେଇ…

"ଖଇରାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ"

ଛୋଟ ପୋଲ ନିର୍ମାଣ ପାଇଁ ସାହାଯ୍ୟ ଦେଲେ ବିଜେପି ନେତା

ଖଇରା, ୪/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଗତ ୪ଦିନ ପୂର୍ବରୁ ବଟେଶ୍ୱର-ମଳିହା ରାସ୍ତାର ମଳିହା ଠାରେ ୧୦ ଚକିଆ ବାଲି ବୋଝେଇ ଟ୍ରକ ଦ୍ୱାରା ଭାଙ୍ଗିପଡିଥିବା ପୋଲ ଅଂଚଳକୁ ବୁଲି ଦେଖିଛନ୍ତି ସିମୁଳିଆ-ଖଇରାର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶି କୁମାର ସାହୁ ଓ ଜିଲ୍ଲା ସଂପାଦକ ଅକ୍ଷୟ ଧିନ୍ଦା। ବାଲି ବୋଝେଇ ଟ୍ରକଟି ପୋଲ ଅତିକ୍ରମ କରୁଥିଲାବେଳେ ହଠାତ୍ ପୋଲଟି ଭାଙ୍ଗି ଗଳିପଡିଥିଲା।ଫଳରେ ଏହି ରାସ୍ତା ଉପରେ ଯାତାୟତ ପାଇଁ ନିର୍ଭର କରୁଥିବା ମଳିହା, ଅଗାପଦା, ତେଲଦିଆ, ତ୍ରୀଲୋଚନପୁର, ଗୋଳିହା, ନଛିପୁର, ପଳସା ସମେତ ସ୍ଥାନୀୟ ଅଂଚଳବାସୀ ଯାତାୟତରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାର ଖବର ପାଇ ସିମୁଳିଆ-ଖଇରା ବିଜେପିନେତା ଶଶି କୁମାର…

"ଛୋଟ ପୋଲ ନିର୍ମାଣ ପାଇଁ ସାହାଯ୍ୟ ଦେଲେ ବିଜେପି ନେତା"

ସ୍ୱର୍ଗତ ପର୍ଶୁବାବୁଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଓ ସ୍ମୃତିଚାରଣ ସଭା

ଖଇରା, ୧/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ କୁପାରୀ ଠାରେ ଥିବା ମା ଅମ୍ବିକା ମନ୍ଦିର ପରିସରରେ ପର୍ଶୁରାମ ପାଣିଗ୍ରାହୀ ସ୍ମୃତି କମିଟି ତରଫରୁ ପୂର୍ବତନ ବିଧାୟକ ସ୍ୱର୍ଗତ ପର୍ଶୁରାମ ପାଣିଗ୍ରହୀଙ୍କର ତୃତୀୟ ଶା୍ରଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ବିଜେଡି ବ୍ଲକ ସଭାପତି ବ୍ରଜ କିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଂସଦ ଅର୍ଜୁନ ଚରଣ ସେଠୀ ଯୋଗ ଦେଇସ୍ୱର୍ଗତ ପର୍ଶୁବାବୁଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର କାର୍ଯ୍ୟ ଦକ୍ଷତା ଓ ଜିବନୀ ଉପରେ ଆଲୋକପାତ କରିଥିଲେ। ତତ୍ ସହିତ ବ୍ଲକର ୩୭ ଗୋଟି ପଚାଂୟତରୁ ବିଜୁ ପ୍ରେମୀମାନେ ଏହି…

"ସ୍ୱର୍ଗତ ପର୍ଶୁବାବୁଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଓ ସ୍ମୃତିଚାରଣ ସଭା"

ଖଇରାର ବିଭିନ୍ନ ଦାବି ସମ୍ବନ୍ଧରେ ସରକାରଙ୍କୁ ଚେତାବନୀ

ଖଇରା, ୧/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଦେଶ ଆଜକୁ ୭୧ତମ ସ୍ୱାଧିନତା ଦିବସ ପାଳନ କରୁଥିବା ବେଳେ ଏବେ ବିବାଲେଶ୍ୱର ଜିଲ୍ଲାର ଖଇରାବାସୀ ଅବହେଳିତ। ବାଲେଶ୍ୱର ଜିଲ୍ଲା ଖଇରାରେ ସବ-ଡିଭିଜନ, ଏନଏ ସି, ନିର୍ବାଚନ ମଣ୍ଡଳୀ, ବିଚାର ବିଭାଗୀୟ କୋର୍ଟ, ଜଳସଂପଦ ଡିଭିଜନ, ସବ-ଟ୍ରେଜେରୀକାର୍ଯ୍ୟାଳୟ ସହିତ ଯାତ୍ରୀ ନିବାସ ଓ ଉଜ୍ୱଳ ଆଲୋକ ବ୍ୟବସ୍ଥାରୁ ଖଇରା ଅଂଚଳବାସୀ ଆଜି ଅବହେଳିତ ଅବସ୍ଥାରେ ପଡିରହିଛନ୍ତି। ବର୍ତ୍ତମାନର ନବୀନ ସରକାର ଘୋଣା କରିଥିଲେ ପ୍ରତି ବ୍ଲକରେ ବିଚାର ବିଭାଗୀୟ କୋର୍ଟ ଖୋଲିବା ପାଇଁ ହେଲେ ଏପର୍ଯ୍ୟନ୍ତ ତାର କୌଣସି ସୁରାକ ମିଳୁ ନ ଥିବାର ଜଣା ଯାଇଛି। ଏ ବାବଦରେ ଲିଖତ ଭାବେ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ବାରମ୍ବାର…

"ଖଇରାର ବିଭିନ୍ନ ଦାବି ସମ୍ବନ୍ଧରେ ସରକାରଙ୍କୁ ଚେତାବନୀ"

ନା ଶୁଣିଲା ରାଜନେତା, ନା ଶୁଣିଲା ପ୍ରଶାସନ। ଶେଷରେ ଗ୍ରାମବାସୀ ମରାମତି କଲେ ରାସ୍ତା

ଖଇରା, ୨୬/୫ (ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା)-ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ବ୍ରହ୍ମଚାରୀ ଓ ଗୋପିନାଥ ଗ୍ରାମର ଜନସାଧାରଣ ନିଜ ଖର୍ଚ୍ଚରେ ଓ ଶ୍ରମ ଦେଇ ମରାମତି କରିଛନ୍ତି ଗ୍ରାମ୍ୟ ରାସ୍ତାକୁ। ମଠନୂଆଗାଁ, ବ୍ରହ୍ମଚାରୀ ଓ ଗୋପିନାଥପୁର ଅଂଚଳବାସୀ ମୁଖ୍ୟ ରାସ୍ତା ଉପରେ ନିର୍ଭରଶୀଳ। ଦୀର୍ଘ ୫ ବର୍ଷ ଧରି ରାସ୍ତାଟି ମରଣଯନ୍ତା ପାଲଟି ଥିବାବେଳେ ଅଂଚଳ ସମେତ ସ୍କୁଲ ପିଲାଙ୍କ ଦୁର୍ଦ୍ଦଶା କହିଲେ ନସରେ। ଅଂଚଳବାସୀ ଏଥିନେଇ ବିଧାୟକ, ସରପଞ୍ଚ ଓ ବିଡିଓଙ୍କ ନିକଟରେ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରି ନିରାଶ ହୋଇଥିଲେ। ଆଗାମୀ ବର୍ଷା ଋତୁରେ କିପରି ଭଲରେ ଯିବାଆସିବା କରିପାରିବେ ସେଥିନେଇ ଗ୍ରାମବାସୀ ସମୁହ ସିଦ୍ଧାନ୍ତ ନେଇ ଯୁବ ଗୋଷ୍ଠୀଠାରୁ…

"ନା ଶୁଣିଲା ରାଜନେତା, ନା ଶୁଣିଲା ପ୍ରଶାସନ। ଶେଷରେ ଗ୍ରାମବାସୀ ମରାମତି କଲେ ରାସ୍ତା"

ଖଇରାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଶୂନ୍ୟ

– ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ସ୍ଥାନରେ ଅଛନ୍ତି ୨ ଜଣ ଡାକ୍ତର ଖଇରା, ୨୫/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଦିନଥିଲା ବାଲେଶ୍ୱର ଜିଲ୍ଲା ଖଇରା ମେଡିକାଲ ଉପରେ ପଡୋଶୀ ଜିଲ୍ଲାର ଜନସାଧାରଣ ଚିକିତ୍ସା ପାଇଁ ନିର୍ଭର କରୁଥିଲେ। ସରକାର ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ନିକଟରେ ପହଁଚାଇବା ପାଇଁ ବହୁ ଅର୍ଥବ୍ୟୟ କରୁଥଲା ବେଳେ ଖଇରା ଅଂଚଳବାସୀଙ୍କ ପାଇଁ ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇ ପଡିଛି। ଖଇରା ମେଡିକାଲଟି ୧୯୮୭ ମସିହାରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଲାଭ ପରେ ସମସ୍ତ ବିଭାଗର ଡାକ୍ତର କାର୍ଯ୍ୟ କରୁଥିଲେ। ଲୋକମାନଙ୍କର ଭରସା ଥିଲା ସ୍ୱାସ୍ଥ୍ୟ ସେବାପାଇଁ ଥିବା ଚିନ୍ତା ଏବେ ଦୂର ହୋଇଯାଇଛି। କିନ୍ତୁ ଦୂର ହେବା ପରିବର୍ତ୍ତେ ରୋଗୀସେବା…

"ଖଇରାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଶୂନ୍ୟ"