ପ୍ରମୁଖ ସଚିବଙ୍କ ଖଇରା ବ୍ଲକର ବିଭିନ୍ନ ଅଂଚଳର ଉନ୍ନୟନ କାର୍ଯ୍ୟର ତଦାରଖ

ଖଇରା/ବାଲେଶ୍ୱର, ୩/୧(ଓଡ଼ିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା) -ଓଡିଶା ସରକାରଙ୍କ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଚ୍ୟୁତପୁର, କୁରୁଣ୍ଟା, ଖଇରା ଓ ଶ୍ୟାମଶୁନ୍ଦରପୁର ପଞ୍ଚାୟତର ବିଭିନ୍ନ ଅଂଚଳ ବୋଲି ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ଶ୍ରୀମତୀ ଗର୍ଗ ଅଙ୍ଗନବାଡି କେନ୍ଦ୍ର, ମମତା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ରେସନ କାର୍ଡ, ରିଟେଲର କେନ୍ଦ୍ର, ପମ୍ପହାଉସ, ସ୍କୁଲ ଗୃହ, ସ୍ୱଛଭାରତ ପାଇଖାନା, ମହିଳାମାନଙ୍କ ଦ୍ୱାରା ଛତୁଚାଷ, ଫୁଲଚାଷ, ଛତୁଆତିଆରି କେନ୍ଦ୍ର ବୋଲି ଦେଖିବା ସହିତ ଭତ୍ତାହିତାଧିକାରୀମାନଙ୍କୁ ଭେଟି ପଚାରି ବୁଝିଥିଲେ। ପରେ ଶ୍ରୀମତୀ ଗର୍ଗ ଖଇରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ଶ୍ରଣୀ ଗୃହରେ ପହଞ୍ଚି…

"ପ୍ରମୁଖ ସଚିବଙ୍କ ଖଇରା ବ୍ଲକର ବିଭିନ୍ନ ଅଂଚଳର ଉନ୍ନୟନ କାର୍ଯ୍ୟର ତଦାରଖ"

ଓଡ଼ିଆ ପୁଅ ଖବରର ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ପହଞ୍ଚିଲା ଦାମୋଦର ପାଖରେ

ଖଇରା/ବାଲେଶ୍ୱର, ୩/୧(ଓଡ଼ିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) – ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ପାଇକପଡା ଗାଁର କୁଞ୍ଜବନ ସାହିର ନିତ୍ୟାନନ୍ଦ ନାଇକର ଅସହାୟ ତଥା ପେଟ ଯନ୍ତ୍ରଣା ଭୋଗୁଥିବା ପୁଅ ଦାମୋଦରର ବିଷୟରେ ଓଡ଼ିଆ ପୁଅରେ ଗତକାଲି ଖବର ପ୍ରକାଶ ପରେ ଆଜି ବାଲେଶ୍ୱର ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଔପଦା ତହସିଲଦାରଙ୍କୁ ଖବର ଦେଇଥିଲେ। ତହସିଲଦାର ରତନଲାଲ ମୁଣ୍ଡା ଓ ଆରଆଇ ଚନ୍ଦନ କୁମାର ସେଠୀ ତତ୍କ୍ଷଣାତ ଯାଇ ପାଇକପଡା ଗାଁର କୁଞ୍ଜବନ ସାହିରେ ପହଞ୍ଚିଥିଲେ। ନିତ୍ୟାନନ୍ଦଙ୍କ ପରିବାର ଠାରୁ ଅସହାୟ ପୁଅ ଦାମୋଦର ବିଷୟରେ ପଚାରି ବୁଝିବା ସହିତ ଉପସ୍ଥିତ ଗ୍ରାମବାସୀଙ୍କଠାରୁ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ତହସିଲଦାର…

"ଓଡ଼ିଆ ପୁଅ ଖବରର ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ପହଞ୍ଚିଲା ଦାମୋଦର ପାଖରେ"

ସାମ୍ବାଦିକଙ୍କୁ ମାଡ ପ୍ରତିବାଦରେ ଏସ.ପି.ଅଫିସ ଘେରାଉ

ବାଲେଶ୍ୱର, ୦୩.୦୧.୨୦୧୮(ଓଡିଆ ପୁଅ/ନରେନ୍ଦ୍ର ବେହେରା) ନରେନ୍ଦ୍ର ପ୍ରସାଦ ବେହେରା-ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଦୈନିକ ସମ୍ବାଦପତ୍ର ନିତିଦିନର ସାମ୍ବାଦିକ ସଂଜୟ ଦାସ ଗତ ୧୭/୧୨/୨୦୧୭ରିଖ ରବିବାର ଦିନ କୌଣସି ଏକ କାର୍ଯ୍ୟରେ ଡଗରା ବେଳାଭୂମିକୁ ଯାଇ ଫେରୁଥିଲା ବେଳେ ହଠାତ୍ ଦୃତ ଗତିରେ ଆସୁଥିବା ଗୋଟିଏ ଧଳା କାର ତାଙ୍କୁ ଧକ୍କା ଦେଇଥିଲା। ଉକ୍ତ କାରରୁ ବାଲିଆପାଳ ତହସିଲଦାର ହଟାତ୍ ଉହ୍ଲାଇପଡି ଶ୍ରୀ ଦାସଙ୍କୁ ଗାଳି ଗୁଲଜ କରିଥିଲେ। ପରେ ତାଙ୍କ ସହିତ ଥିବା ତହସିଲ କର୍ମଚାରୀ ଓ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ନସ୍ତୁକ ମାଡମାରିଥିଲେ। ଏହା ଦେଖି ସ୍ଥାନୀୟ ଲୋକ ପ୍ରତିବାଦ କରି ଶ୍ରୀ ଦାସଙ୍କୁ ଉଦ୍ଧାର କରିଥିଲେ।ଏଥିନେଇ ଶ୍ରୀ ଦାସ ବାଲିଆପାଳ…

"ସାମ୍ବାଦିକଙ୍କୁ ମାଡ ପ୍ରତିବାଦରେ ଏସ.ପି.ଅଫିସ ଘେରାଉ"

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ପଞ୍ଚାୟତ ବଣପାରିଆ ଗାଁର ଜଳେଶ୍ୱର କ୍ରିକେଟ ପଡିଆରେ ବଣପାରିଆ କ୍ଲବ ଆନୁକୁଲ୍ୟରେ ଦୀର୍ଘ ୪ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟଆଜି ଉଦ୍ୟାପିତ ହୋଇଯାଇଛି। ଏଥିରେ କାକୁଡିଆ ଏକାଦଶ ଚମ୍ପିଅନ ହୋଇଥିବାବେଳେ ସୁନ୍ଦରପୁର ଏକାଦଶ ରନର୍ସଅପ୍ ହୋଇଥିଲା। ଦିବସ ବ୍ୟାପି ଖେଳକୁ ଅମମ୍ପେଆର ତାପସ ଜେନା, ବଳରାମ ବେହେରା, ପପୁନ ବେହେରା, ରାଧାକାନ୍ତ, ସେଠୀ, ପରିଚାଳନା କରିଥିଲୋ ଏଥିରେ  ପ୍ରଦିପ, ଗଣେଶଷ, ବିଶ୍ୱଜିତ, ରଶି୍ମରଞ୍ଜନ, ବାୟା, ପବନ, ଜନ୍ମେଜୟ, ବସନ୍ତ, ସୁଦର୍ଶନ, ଆଦିତ୍ୟ, ଗଙ୍ଗାଧର, ଧନେଶ୍ୱର, ପ୍ରମୁଖ ସହେଯାଗ କରିଥିଲେ। ନଛିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ   ରାମଚନ୍ଦ୍ର ପତ୍ରୀ ଉଭୟ ଦଳକୁ ଟ୍ରଫି…

"କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ"

ବିପନ୍ନ ପରିବାରକୁ ସହାୟତା ପ୍ରଦାନ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଗତ ୨୬/୧୨/୧୭ରିଖରେ ଜଳଦା ପଞ୍ଚାୟତ ବାଙ୍କତିରା ଗାଁର ପୂର୍ଣ୍ଣଚନ୍ଦ୍ର ଘଡାଇଙ୍କ ଗୃହଟି ଅଚାନକ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଯାହା ଫଳରେକି ପରିବାରଟି ବିପନ୍ନ ହୋଇପଡିଥିଲା। ତହସିଲ ତରଫରୁ ତଦନ୍ତ କରାଯାଇ ପଲିଥିନ୍ ମଧ୍ୟ ପ୍ରଦାନ କରାଯାଇଥିଲା। ସେହି ପରିପ୍ରେକ୍ଷିରେ ଆଜି ଉକ୍ତ ପଞ୍ଚାୟତର ସମ୍ପେଇ(ଖରିଦା) ଗ୍ରାମର ମା’ତାରିଣୀ ୟୁଥ୍ କ୍ଲବ ତରଫରୁ ବିପନ୍ନ ପୂର୍ଣ୍ଣଚନ୍ଦ୍ର ପରିବାରକୁ ୧୨୦୦ଶହ ଟଙ୍କା, ୨ଗୋଟି କମ୍ବଳ, ବାସନକୁସନ ଓ ଚାଉଳପନିପରବା ସହିତ ପିନ୍ଧାବସ୍ତ୍ର ଇତ୍ୟାଦି ପ୍ରଦାନ କରିଛନ୍ତି। ଏଥିରେ ମନରଞ୍ଜନ ଜେନା, ପ୍ରଦୀପ୍ତ ମାହାନା, ମନରଞ୍ଜନ ଜେନା, ଗଣେଶ ମହାନ୍ତି, ବିଦୁ, ବାଙ୍କୁ, ସନ୍ତୋଷ ଓ…

"ବିପନ୍ନ ପରିବାରକୁ ସହାୟତା ପ୍ରଦାନ"

ବେଆଇନ ମେଟାଲ ପରିବହନ ୩ ଟ୍ରକ ଜବଦ। ଡ୍ରାଇଭର ଅଟକ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନସ୍ଥ ଗତକାଲି ବିଳମ୍ବିତ ରାତିରେ ବେଆଇନ ଭାବେ ଶାରୀଶୁଆ ପାହାଡରୁ ମେଟାଲ ବୋଝେଇ ଟ୍ରକଗୁଡିକ ଆଳଦା-ଡୁଙ୍ଗୁରା ରାସ୍ତାରରେ ଯାଉଥିଲାବେଳେ ପୁଲିସ ଖବର ପାଇ ପତିରାଜପୁର ମେଳଣ ପଡିଆଠାରେ ଟ୍ରକ ଗୁଡିକୁ ଅଟକାଇ କାଗଜପତ୍ର ଯାଞ୍ଚକରିଥିଲେ। ଡ୍ରାଇଭରମାନେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନ ପାରିବାରୁ ଗାଡିସହିତ ୩ଜଣ ଡ୍ରାଇଭରକୁ ଥାନାକୁ ଆଣିଅଟକ ରଖିଛନ୍ତି। ଶାରୀଶୁଆ ପାହାଡରୁ ପ୍ରତ୍ୟେକଦିନ ପ୍ରଶାସନ ଆଖିରେ ଧୂଳିଦେଇ ୧୪୪ଧାରା ଥିବାବେଳେ ଶହଶହ ଟ୍ରିପ୍ ମେଟାଲ ପରିବହନ ହେଉଥିଲାବେଳେ ରାଜସ୍ୱ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

"ବେଆଇନ ମେଟାଲ ପରିବହନ ୩ ଟ୍ରକ ଜବଦ। ଡ୍ରାଇଭର ଅଟକ"

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ଅକାଳ ମୃତ୍ୟୁ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ଥାନା ତାଳମହୁରୀ ଗ୍ରାମର ଶଙ୍କର୍ଷଣ ଦାସଙ୍କ ପୁଅ ରଞ୍ଜନ କୁମାର ଦାସ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟକରୁଥିଲେ। ଗତକାଲି ନୂତନ ବର୍ଷ ପାଳନକରି ଘରେ ଶୋଇଥିଲେ। ଆଜି ସକାଳେ ରଞ୍ଜନର ଉଠିବା ବିଳମ୍ବ ହେବାରୁ ସାଙ୍ଗମାନେ ତା’କୁ ଡାକିଥିଲେ। ସେ ନ ଉଠିବାରୁ ସଙ୍ଗେସଙ୍ଗେ ମେଡିକାଲ ନେଇଯାଇଥିଲେ। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ରଞ୍ଜନ ବାପାମା’ଙ୍କର ଏକ ମାତ୍ର ପୁଅ ହୋଇଥିବାରୁ ତା’ର ମୃତ୍ୟୁର କାରଣ ଜଣାପଡିନାହିଁ।

"ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ଅକାଳ ମୃତ୍ୟୁ"

ପୂର୍ବତନ ୱାର୍ଡମେମ୍ବରଙ୍କ ମୃତ୍ୟୁ

ଖଇରା/ବାଲେଶ୍ୱର, ୦୨/୦୧ (ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ଅର୍ଜୁନପୁର ଗ୍ରାମର ପୂର୍ବତନ ୱାର୍ଡମେମ୍ବର ମଙ୍ଗୁଳି ଚରଣ ଦାସଙ୍କ ମୃତ୍ୟୁ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡିତ ଥିଲେ। ତାଙ୍କର ୨ପୁଅ ଓ ୧ଝିଅ ସହିତ ବିଧବା ପତ୍ନୀ ଅଛନ୍ତି। ସ୍ୱର୍ଗତ ଦାସ ଅର୍ଜୁନପୁର ଗ୍ରାମରେ ୱାର୍ଡମେମ୍ବର ଭାବେ କାର୍ଯ୍ୟକରିଥିଲେ। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି।

"ପୂର୍ବତନ ୱାର୍ଡମେମ୍ବରଙ୍କ ମୃତ୍ୟୁ"

ପେଟ ଫୁଲି ଫୁଲି ଚାଲିଛି: ଯନ୍ତ୍ରଣାରେ ଛଟପଟ ଦାମୋଦର: ଗରିବ ନିତ୍ୟାନନ୍ଦଙ୍କ ପରିବାରର ଦୁଃଖ ବୁଝିବ କିଏ?

ଔପଦା/ବାଲେଶ୍ୱର ୦୨/୦୧ (ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା) ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତର ପାଇକପଡା ଗାଁର କୁଞ୍ଜବନସାହିର ନିତ୍ୟାନନ୍ଦ ନାଇକଙ୍କ ପରିବାର ବାସକରନ୍ତି। ପରିବାର କହିଲେ ବଡପୁଅ ଦାମୋଦର ଓ ତା’ର ମା’ ରମାମଣୀ, ୨ଭଉଣୀ ୧ ଭାଇ, ଜେଜେ ବାପା ଓ ଜେଜେ ମା’ା ନିତ୍ୟାନନ୍ଦର ବୟସ ୧୬ ବର୍ଷ ହୋଇଥିବାବେଳେ ଭାଇଭଉଣୀ ଛୋଟଛୋଟ। ଗାଁରେ ନିତ୍ୟାନନ୍ଦ ସବୁଠୁଁ ଅସହାୟ ଗରିବ ବିପିଏଲ ପରିବାର ଅଟେ। ଭୂମିହୀନ ହୋଇଥିବାରୁ ନିତ୍ୟାନନ୍ଦଙ୍କ ପିତାମାତାଙ୍କ ନାମରେ ସରକାରଙ୍କ ତରଫରୁ ମିଳିଛି ମାତ୍ର ତିନି(୩)ଡିସିମିଲ ଘରବାରି ପଟ୍ଟା।ମାତ୍ର ମିଳିଥିବା ପତ୍ତା ଜାଗାଟି ଚିହ୍ନଟ ହୋଇନପାରିବାରୁ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ପରିବାର ଲୋକ। ପରିବାର ପ୍ରତିପୋଷଣ…

"ପେଟ ଫୁଲି ଫୁଲି ଚାଲିଛି: ଯନ୍ତ୍ରଣାରେ ଛଟପଟ ଦାମୋଦର: ଗରିବ ନିତ୍ୟାନନ୍ଦଙ୍କ ପରିବାରର ଦୁଃଖ ବୁଝିବ କିଏ?"

ବଗଦିଆ ଗାଁରେ ହାତୀ ଆତଙ୍କ

ଖଇରା/ବାଲେଶ୍ୱର ୨-୧ (ଓଡିଆ ପୁଅ/ନରେନ୍ଦ୍ର ବେହେରା) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରଟିଣା ପଞ୍ଚାୟତର ବଗଦିଆ ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଗତ କାଲି ବିଳମ୍ବିତ ରାତିରେ ଗାଁରେ ପଶି ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର କ୍ଷତି କରିଛି। ସେଥିମଧ୍ୟରୁ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଘରେ ପଶି ଧାନପିଟା ମେସିନ୍ ଭାଙ୍ଗି ଦେବା ସହିତ ୨କୁଇଣ୍ଟାଲ ଧାନ ନଷ୍ଟ କରିଛି। ରବିନାରାୟଣ ପଣ୍ଡା ଓ ସୁରେଶ ପଣ୍ଡାଙ୍କ ସମେତ ଗ୍ରାମର ଅନେକଙ୍କର ରବି ଫସଲ ଓ କଦଳୀ ଗଛକୁ ମଧ୍ୟ ନଷ୍ଟ କରିଛି। ଖବର ପାଇ ବନବିଭାଗ ଓ ଖଇରା ପୁଲିସ ବାହିନୀ ଘଟଣା ସ୍ଥଳରେ ପହଁଚି ଥିଲେ। ବନବିଭାଗ ତରଫରୁ ହାତୀମାନଙ୍କୁ ଘଉଡାଇବା ପାଇଁ…

"ବଗଦିଆ ଗାଁରେ ହାତୀ ଆତଙ୍କ"