ଖଇରାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଶୂନ୍ୟ

– ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ସ୍ଥାନରେ ଅଛନ୍ତି ୨ ଜଣ ଡାକ୍ତର ଖଇରା, ୨୫/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଦିନଥିଲା ବାଲେଶ୍ୱର ଜିଲ୍ଲା ଖଇରା ମେଡିକାଲ ଉପରେ ପଡୋଶୀ ଜିଲ୍ଲାର ଜନସାଧାରଣ ଚିକିତ୍ସା ପାଇଁ ନିର୍ଭର କରୁଥିଲେ। ସରକାର ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ନିକଟରେ ପହଁଚାଇବା ପାଇଁ ବହୁ ଅର୍ଥବ୍ୟୟ କରୁଥଲା ବେଳେ ଖଇରା ଅଂଚଳବାସୀଙ୍କ ପାଇଁ ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇ ପଡିଛି। ଖଇରା ମେଡିକାଲଟି ୧୯୮୭ ମସିହାରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଲାଭ ପରେ ସମସ୍ତ ବିଭାଗର ଡାକ୍ତର କାର୍ଯ୍ୟ କରୁଥିଲେ। ଲୋକମାନଙ୍କର ଭରସା ଥିଲା ସ୍ୱାସ୍ଥ୍ୟ ସେବାପାଇଁ ଥିବା ଚିନ୍ତା ଏବେ ଦୂର ହୋଇଯାଇଛି। କିନ୍ତୁ ଦୂର ହେବା ପରିବର୍ତ୍ତେ ରୋଗୀସେବା…

"ଖଇରାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଶୂନ୍ୟ"

କାଳବୈଶାଖି ସମୟରେ ବଜ୍ରପାତ ଘଟି ୧ ମୃତ ଓ ୨ ଗୁରୁତର

ଖଇରା, ୨୫/୫ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ଆରମ୍ଭ ହୋଇଥିବା କାଳବୈଶାଖି ଝଡବାତ୍ୟାରେ ବୁଧବାର ସକାଳେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମପଞ୍ଚାୟତ ତାଳକୁରୁଆ ଗ୍ରାମର ହରିହର ବେହେରାଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଲକୁ ତାଙ୍କର ବୟସ ପ୍ରାୟ ୭୦ବର୍ଷରୁ ଅଧିକ ହେବ ବୋଲି ମୃତକଙ୍କ ତରଫରୁ ଜଣାଯାଇଛି। ମୃତକ ଶ୍ରୀ ବେହେରା ବୁଧବାର ସକାଳେ ଗ୍ରାମ ପାଖରେ ଥିବା ନାଳକୁ ଜାଲ ବସାଇବାକୁ ଯାଇଥିଲା ବେଳେ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ସ୍ଥାନୀୟ ଲୋକେ ପାଣିରେ ଶ୍ରୀ ବେହେରା ଭାସିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃଦେହକୁ ଜବଦ କରି ଏକ…

"କାଳବୈଶାଖି ସମୟରେ ବଜ୍ରପାତ ଘଟି ୧ ମୃତ ଓ ୨ ଗୁରୁତର"

କାର୍ଯ୍ୟରେ ଯୋଗ ଦେଲେ ଅମଲା କର୍ମଚାରୀ

ଖଇରା, ୨୫/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଦୀର୍ଘ ୨୪ ଦିନ ଛୁଟି ପରେ ଆଜି ଅମଲାମାନେ ନିଜ ନିଜ ଅଫିସ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି ୨୪ ଦିନରେ ବାଲେଶ୍ୱର ଜିଲ୍ଲା ଖଇରା ତହସିଲରେ ସମସ୍ତ ଅମଲାମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ନିମନ୍ତେ ଆନ୍ଦୋଳନ ଜନିତ ଛୁଟିରେ ଥିବାରୁ ରାଜସ୍ୱ କାର୍ଯ୍ୟ ପାଇଁ ଅଫିସକୁ ଆସୁଥିବା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏଠାରେ ପ୍ରକାଶ ଥାଉକି ସାରା ଓଡିଶାରେ ରାଜସ୍ୱ ଅମଲା ସଂଘ ଦେଇଥିବା ଡାକରାରେ ଗତ ବର୍ଷ ଅଗଷ୍ଟ ମାସରେ ସମସ୍ତ ତହସିଲ, ବ୍ଲକ, ଆଇସିଡିଏସ, ଆରଟିଓ, ଭୂମିଅଧିଗ୍ରହଣ ଅଫିସ, ଜିଲ୍ଲାପାଳ, ଉପଜିଲ୍ଲାପାଳ କାର୍ଯ୍ୟଳୟର ଅମଲାମାନେ ୨୧ ଦିନ ଧାରଣାପରେ ସରକାର ସେମାନଙ୍କର ୯ଦଫା…

"କାର୍ଯ୍ୟରେ ଯୋଗ ଦେଲେ ଅମଲା କର୍ମଚାରୀ"

ସରକାରୀ ରାସ୍ତା ଜବର ଦଖଲ ଉଛେଦ ପାଇଁ ଗ୍ରାମବାସୀମାନଙ୍କ ଦାବି

ଖଇରା, ୨୫/୫(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ସରକାରୀ ରାସ୍ତା ଦିନକୁ ଦିନ ଜବର ଦଖଲକାରୀଙ୍କ କବଳରେ ରହୁଥିବାରୁ ଗ୍ରାମବାସୀମାନେ ଉଛେଦ କରିବାପାଇଁ ପ୍ରଶାସନ ପାଖରେ ଦାବି ହୋଇଥିବାର ଖବର ଗଣମାଧ୍ୟମର ହସ୍ତଗସ୍ତ ହୋଇଛି। ବିଶେଷ ସୁତ୍ରରୁ ଯାହା ଜଣାଯାଇଛି ଖଇରା ତହସିଲ ଅର୍ନ୍ତଗତ ଆଳଦା ମୌଜାର ଖାତା ନମ୍ବର ୨୦୩ ପ୍ଲଟ ନମ୍ବର ୮୦କୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ବଳପୂର୍ବକ ଦଖଲ କରିଥିବାରୁ ଯାହା ଫଳରେ ରାସ୍ତାଟି ଦିନକୁ ଦିନ ଅଣଉସାରିଆ ହୋଇପଡୁଥିବାରୁ ଆଳଦା ବାଲିସାହିର ଜନସାଧାରଣ ନାହିଁ ନ ଥିବାର ଅସୁବିଧାର ସମ୍ମୁଖିନ ହେଉଥିବାର ଖଇରା ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ ଗତ ତା ୧୧/୫/୨୦୧୮ରିଖରେ ହୋଇଥିଲା। ଅଭିଯୋଗ ପାଇ ଅତିରିକ୍ତ ତହସିଲଦାର ବିଭାଷରଂଜନ ପାଣିଗ୍ରାହୀ…

"ସରକାରୀ ରାସ୍ତା ଜବର ଦଖଲ ଉଛେଦ ପାଇଁ ଗ୍ରାମବାସୀମାନଙ୍କ ଦାବି"

ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ଖାତାପତ୍ର ଯାଞ୍ଚରେ ତୃଟି ପରିଲଖିତ

ଖଇରା, ୨୫/୫ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ସମସ୍ତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ସଂର୍ପକିତ ଖାତାପତ୍ରକୁ ରାଜ୍ୟ ଅର୍ଥବିଭାଗ ପକ୍ଷରୁ ଯାଞ୍ଚପ୍ରକ୍ରିୟା ମଂଗଳ ବାରଠାରୁ ଆରମ୍ଭ ବୁଧବାରଦିନ ଶେଷ ହୋଇଛି। ମଙ୍ଗଳବାରଦିନ ବିଇଓ କାର୍ଯ୍ୟାଳୟରେ ସର୍ବମୋଟ ୧୧ଟି ସ୍କୁଲ ମଧ୍ୟରୁ ଡଗରପଡା ନୋଡାଲ ହାଇସ୍କୁଲସହିତ ଭାସ୍କରପୁର ୟୁଜିୟୁପି, କେଏମ ନୋଡାଲ ଖଇରାଡିହି, ନନ୍ଦପୁର ପ୍ରାଥମିକ, ସାନନ୍ଦା ପ୍ରାଥମିକ, ନୀଳସୁନ୍ଦରଜୀଉ ନୋଡାଲ ହାଇସ୍କୁଲ ସୁନ୍ଦରପୁର, ଏପି ନୋଡାଲ ହାଇସ୍କୁଲ ଶ୍ରୀରାମପୁର, ସୁଣ୍ଢିରା ୟୁପି, ଅନ୍ତରା ପ୍ରାଥମିକ, ନଛିପୁର ୟୁପି, ତୋଟାପଡା ୟୁପି, ସାରକୋଣା ନୋଡାଲ, ନହଙ୍ଗ ଜୁନିଅର ବେସିକ୍, ଗୋଳିହା ୟୁଜିୟୁପି ଓ ବିଇଓ ଖଇରା କାର୍ଯ୍ୟାଳୟର ସମସ୍ତ ଖାତାପତ୍ର ଯାଞ୍ଚ କରାଯାଇଛି।…

"ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ଖାତାପତ୍ର ଯାଞ୍ଚରେ ତୃଟି ପରିଲଖିତ"

ଖଇରାରେ ମହିଳା ସୁରକ୍ଷାଯାତ୍ରାକୁ ଭାଜପାର ସ୍ୱାଗତ

ଖଇରା, ୨୨/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ମହିଳା ସୁରକ୍ଷା ଯାତ୍ରା ତରଫରୁ ବାଲେଶ୍ୱର ଜିଲ୍ଲା ଖଇରା ଠାରେ ଏକ ସଭା ଜ୍ୟୋତ୍ସାରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଛି। ମହିଳା ସୁରକ୍ଷା ଯାତ୍ରାର ମୁଖ୍ୟ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ଶୋଭନା ମହାନ୍ତି, ମହିଳା ସୁରକ୍ଷା ଯାତ୍ରା ସଂଯୋଜିକା ତଥା ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମାରାଣୀ ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ସିପ୍ରା ବାଜପେୟୀ, ନିଳୀମା ପାଢୀ, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ କମଳା ବିନ୍ଧାଣୀ, ଭଦ୍ରକ ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ଜିଲ୍ଲାପରିଷଦ ପାଇଁ ଲଢିଥିବା ପ୍ରର୍ଥିନୀ ସରସ୍ୱତୀ ହୋ, ତିଲୋତ୍ତମା ତ୍ରିପାଠୀ, ସୁଶ୍ରୀ ସବିତା ସାହୁ, ଜାମୁଝାଡିର ନିର୍ବାଚିତ…

"ଖଇରାରେ ମହିଳା ସୁରକ୍ଷାଯାତ୍ରାକୁ ଭାଜପାର ସ୍ୱାଗତ"

ଖଇରା ବ୍ଲକର ମ୍ୟାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲା ଭାଜପା

ଖଇରା, ୨୦/୫/୨୦୧୮ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ୯୦ ପ୍ରତିଶତ ଓ ତଦୁର୍ଦ୍ଧ ମାର୍କ ରଖିଥିବା ୩୧ଜଣ ଛାତ୍ରୀଛାତ୍ରଙ୍କୁ ଖଇରା ବ୍ଲକ ଭାଜପା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଖଇରା ବ୍ଲକର କୁପାରୀ ସ୍ଥିତ ଅମ୍ବିକା ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମନ୍ଦିରର ମହନ୍ତ ଶୁଭେନ୍ଦ୍ର ମୁନୀ ଅଧ୍ୟକ୍ଷତା କରିଥିଲେ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶୀ କୁମାର ସାହୁ, କୁପାରୀ ଜୋନ ସଭାପତି ଗଜେନ୍ଦ୍ର ପ୍ରସାଦ ଦାସ, ଓଷ୍ଟା ଖଇରା ଶାଖା ସଭାପତି ମହେନ୍ଦ୍ର ପ୍ରସାଦ କବି, ସଂପାଦକ ଷଡାନନ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ରଘୁନାଥ ନାୟକ, ଡୁଙ୍ଗୁରା ହାଇସ୍କୁଲ ପ୍ରଧାନ…

"ଖଇରା ବ୍ଲକର ମ୍ୟାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲା ଭାଜପା"

ଖଇରା ବ୍ଲକରେ ଛତୁ ଫୁଟିଲା ପରି ଖୋଲୁଛି ବେସରକାରୀ ବିଦ୍ୟାଳୟ

(ଅଣ୍ଡା ଓ ପୋଷାକ ଅଟକାଇ ପାରୁନାହିଁ ପିଲାଙ୍କ ଉପସ୍ଥାନ) ଖଇରା, ୧୯/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରାଶ)- ଖଇରା ବ୍ଲକ ଅଂଚଳରେ ଛତୁଫୁଟିଲାପରି ଖୋଲୁଛି ବେସରକାରୀ ବିଦ୍ୟାଳୟ। ସରକାରୀ ଅଣ୍ଡା ଓ ପୋଷାକ ଅଟକାଇ ପାରୁନାହିଁ ପିଲାଙ୍କ ଉପସ୍ଥାନ। ବିଦ୍ୟାଳୟରେ ଅଣ୍ଡା, ମଧ୍ୟାନ୍ନ ଭୋଜନ ଚାଉଳ, ଖେଳପଡିଆ, ପୋଷାକ, ମାଗଣା ବହି, ସାଇକେଲ, ଦରମା ଛାଡ ଆଦି ଦିଆଯାଉଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟା କମିବାରେ ଲାଗିଛି। ଏହି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକର ୩୭ଗୋଟି ପଞ୍ଚାୟତର ବିଭିନ୍ନ ଗାଁରେ ବେସରକାରୀ ବିଦ୍ୟାଳୟ ଦିନକୁଦିନ ଛତୁଫୁଟିଲାପରି ଗଢିଉଠିଲାଣି। ପୂର୍ବ ବର୍ଷ ଅପେକ୍ଷା ଚଳିତ ୨୦୧୮-୧୯ ବେଳକୁ ପା୍ରଥମିକ ଶିକ୍ଷା ବିଭାଗର ଏହି ପିଲା ସଂଖ୍ୟା କମିବାରେ…

"ଖଇରା ବ୍ଲକରେ ଛତୁ ଫୁଟିଲା ପରି ଖୋଲୁଛି ବେସରକାରୀ ବିଦ୍ୟାଳୟ"

ସରପଞ୍ଚଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଡିଓଙ୍କ ଠାରେ ଅଭିଯୋଗ

ଖଇରା, ୧୯/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)- ଖଇରା ବ୍ଲକ ନନ୍ଦୁର ପଞ୍ଚାୟତର ମାସିକିଆ ବୈଠକରେ ଜଣେ ୱାର୍ଡ ସଭ୍ୟଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗରେ ୧୦ଜଣ ୱାର୍ଡ ସଭ୍ୟ ଶୁକ୍ରବାର ଖଇରା ବିଡିଓ ରମେଶ ଚନ୍ଦ୍ର ଯେନାଙ୍କୁ ଲିଖିତ ଅଭିଯୋଗ କରିବା ପାଇଁ ଆସିଥିଲେ। କିନ୍ତୁ ବିଡିଓଙ୍କ ଅନୁପସ୍ଥିତି ଯୋଗୁଁ ସହକାରୀ ନିର୍ବାହିଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁ ଏହି ଅଭିଯୋଗକୁ ଗ୍ରହଣ କରିଥିଲେ।। ଅଭିଯୋଗ ଅନୁଯାଇ ୧୬ ତାରିଖରେ ପଞ୍ଚାୟତ ସଭା ଗୃହରେ ବୈଠକ ଚାଲିଥିଲା। ନଳ କୂପ ନିକଟରେ ପ୍ଲାଟଫର୍ମ ନିର୍ମାଣକୁ ନେଇ ୱାର୍ଡ ସଭ୍ୟ ଗୌତମ ନାୟକ ସରପଞ୍ଚକୁ ପ୍ରଶ୍ନ କରିଥିଲେ। ସରପଞ୍ଚ ଏଥିରେ ଉତ୍ୟକ୍ତ ହୋଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗରେ…

"ସରପଞ୍ଚଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଡିଓଙ୍କ ଠାରେ ଅଭିଯୋଗ"

ପଲ୍ଲିସଭାରେ ଅନିୟମିତତା

ଖଇରା, ୧୯/୫(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତର ସାଲୋ ଗ୍ରାମର ପଲ୍ଲି ସଭାର ଅନିୟମିତତା ହୋଇଥିବା ନେଇ ସାଲୋ ୱାର୍ଡ ସଭ୍ୟା ବିଣପାଣୀ ଦାସଙ୍କ ସହିତ ଗ୍ରାମବାସୀ ମାନେ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ନୋଟିସ ଖାତାରେ ପଲ୍ଲିସଭାର ତାରିଖ ନପକାଇ ମନମୁଖି କିଛି ଲୋକଙ୍କ ପାଖରୁ ପୂର୍ବରୁ ଦସ୍ତଖସ୍ତ କରି ନିଆଯାଇଥିଲା। ସେଦିନ ମଧ୍ୟ ସରପଞ୍ଚ ସସ୍ମିତା ତିଆଡିଙ୍କ ସ୍ୱାମୀ ପ୍ରାୟ ୭/୮ଲୋକଙ୍କୁ ନେଇ ପଲ୍ଲିସଭା କରାଇ ପାସ କରିନେଇଛନ୍ତି। ନିୟମ ଅନୁସାରେ ଧାର୍ଯ୍ୟ ତାରିଖ କରାଯାଇ ଡେଙ୍ଗୁରା ବଜାଇ ଓ ଡାକବାଜି ଯନ୍ତ୍ର ଦ୍ୱାର ଲୋକମାନଙ୍କୁ ଅବଗତ କରାଯିବା କଥା। ତାହା ନ କରି ବୈଠକକୁ ସରପଞ୍ଚ…

"ପଲ୍ଲିସଭାରେ ଅନିୟମିତତା"