ତାଜାଖବର ନୂଆପଡା- ସିନାପାଲି ବ୍ଲକ ଭରୁଆମୁଣ୍ଡା ଠାରେ  ବସ ଦୁର୍ଘଟଣା,୫ ଆହତ

ନୂଆପଡା- ୬/୩-( ଓଡିଆ ପୁଅ /ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଠାରେ ଏକ ଯାତ୍ରୀବାହୀ ଭୋଇବସ ଓଲଟି ଯିବାରୁ ୫ ଜଣ ଆହତ ହୋଇଥିବା ଜଣା ପଡିଛି ।ଆହତଙ୍କୁ ଧର୍ମଗଡ  ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଲିଛି ।

"ତାଜାଖବର ନୂଆପଡା- ସିନାପାଲି ବ୍ଲକ ଭରୁଆମୁଣ୍ଡା ଠାରେ  ବସ ଦୁର୍ଘଟଣା,୫ ଆହତ"

ନୂଆପଡା-ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ରେଟ୍ରୋ ସ୍କୁଟି ପ୍ରଦାନ

ନୂଆପଡା- ୩/୩-(ଓଡ଼ିଆ ପୁଅ/ନନ୍ଦିଘୋଷ ଖମାରୀ)- ରାଜ୍ୟସଭା ସାଂସଦ ଏ ଭି ସ୍ୱାମୀ ଙ୍କ ପାଣ୍ଠିରୁ ନୂଆପଡା ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ଭାଈ ଭଉଣୀ ମାନଙ୍କୁ ଆଜି ରେଟ୍ରୋ ସ୍କୁଟି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ମାନୀତି ଅତିଥି ଭାବେ ଏଡିଏମ ତ୍ରିଲୋଚନ ମିଞ୍ଜ, ଡିଏଲସି ଡ଼ ଶିବପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇ ସ୍ବାମୀ ଙ୍କ ଏଭଳି ପଦକ୍ଷେପ କୁ ଭୁୟସୀ ପ୍ରଶଂସା କରିଥିଲେ । ଏବଂ ଆଗାମୀ ଦିନରେ ସାମାଜିକ ସସ୍କାର ଲାଗି ସମସ୍ତଙ୍କ ପାଇଁ ଏହା ଏକ ଉଦାହରଣ ହୋଇ ରହିବ ବୋଲି ରାଜ୍ୟ ସଭାପତି ବସନ୍ତ…

"ନୂଆପଡା-ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ରେଟ୍ରୋ ସ୍କୁଟି ପ୍ରଦାନ"

ତାଜାଖବର: ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଦୁଇ ଏସଓଜି ଜବାନ ଆହତ

ନୂଆପଡ଼ା ୨୫-୨ (ଓଡ଼ିଆ ପୁଅ/ନନ୍ଦୀଘୋଷ ଖମାରୀ) ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଖୋଲିଭିତର ଜଙ୍ଗଲରେ ବିଷ୍ପୋରଣରେ ଦୁଇ ଏସଓଜି ଜବାନ ଆହତ ହୋଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆଜି ନୂଆପଡାର ଏସଓଜି ଜବାନମାନେ କୁମ୍ବି ଅପରେଶନରେ ସୁନାବେଡା ଅଭୟାରଣ୍ୟକୁ ଯାଇଥିଲେ। ସୁନାବେଡାର ଖୋଲିଭିତର ଜଙ୍ଗଲରେ କୁମି ଅପରେସନ ବେଳେ ହଠାତ ବିଷ୍ପୋରଣ ହୋଇଥିଲା ।ଏଥିରେ ଦୁଇ ଜଣ ଏସଓଜି ଜବାନ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସେମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ବିଷ୍ପୋରଣରେ ମାଓବାଦୀ ପୁର୍ବରୁ ବୋମା ଖଞ୍ଜି ଥିବା କୁହାଯାଉଛି ନୂଆପଡ଼ା ପୋଲିସର ପାଲଟା ଆକ୍ରମଣରେ ମାଓବାଦୀମାନେ ମଧ୍ୟ ଲହୁଲୁହାଣ ହୋଇଥିବା…

"ତାଜାଖବର: ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଦୁଇ ଏସଓଜି ଜବାନ ଆହତ"

ନୂଆପଡା-ଜୁଆ ଆଡ୍ଡା ଉପରେ ପୋଲିସର ଚଢଉ,୨ ଲକ୍ଷରୁ ଅଧିକ ଟଙ୍କା ସମେତ ବହୁ ସାମଗ୍ରୀ ଜବତ

ନୂଆପଡା-୨୪/୨-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ- ନୂଆପଡା ଜିଲ୍ଲା ସ୍ଥିତ ଜୁନାନୀ ଜଙ୍ଗଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ  ନୂଆପଡା ପୁଲିସ ଅତର୍କିତ ଭାବରେ ଚଢଉ କରି ୧୪ ଜଣ ଜୁଆଡିକୁ ଗିରଫ କରିବାରେ ସଫଳ ହୋଇଛି । ଏହା ସମେତ ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ୭୨୬ ଟଙ୍କା,୧୪ ଗୋଟି ମୋବାଈଲ ଫୋନ,୧୪ ଗୋଟି ମୋଟର ସାଇକଲ,୨୦୮ ଟି ତାସପତି ସହ ଗୋଟିଏ ଲେଖାଁ ଏଟିଏମ ଓ ଭୋଟର କାର୍ଡ  ଜବତ କରିଛି । ୨୦୧୮ର ଆରମ୍ଭରେ ଏତେ ପରିମାଣର ଟଙ୍କା ଜୁଆ ଆଡ୍ଡାରୁ ଜବତ ହେବା ଏହା ପ୍ରଥମ ବୋଲି ନୂଆପଡା ଡିଏସପି ବିଦ୍ୟୁତ ପଣ୍ଡା ଏକ ସମ୍ବାଦିକ ସମ୍ବିଲନୀରେ…

"ନୂଆପଡା-ଜୁଆ ଆଡ୍ଡା ଉପରେ ପୋଲିସର ଚଢଉ,୨ ଲକ୍ଷରୁ ଅଧିକ ଟଙ୍କା ସମେତ ବହୁ ସାମଗ୍ରୀ ଜବତ"

ନୂଆପଡା-ଭିଜିଲାନ୍ସ ହାତରେ ଲାଞ୍ଚୁଆ ବୋଡେନ ଥାନା ଏସ.ଆଇ ଗିରଫ

ନୂଆପଡା-୨୩/୨-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ- ନୂଆପଡା ଜିଲ୍ଲା ଅନ୍ତର୍ଗତ ବୋଡେନ ଥାନାର  କାର୍ଯ୍ୟରତ ଏସ. ଆଇ ପ୍ରଭାତ କୁମାର ପଣ୍ଡା ମାତ୍ର ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଗିରଫ ହୋଇଛନ୍ତି । ହସ୍ତଗତ ହୋଇଥିବା ସୂଚନା ଅନୁସାରେ ବୋଡେନ ବ୍ଲକ କ୍ଷୀରମାଲ ଗାଁର ଜଗଦୀଶ ଅଦାଙ୍କ ଭାଇ ମଧ୍ୟରେ ହୋଇଥିବା କଳହକୁ ସମାଧାନ ଓ ମାମଲାର ଧାରାକୁ କମ କରେଇଦେବା ନାଁରେ ଆଜି ଜଗଦୀଶଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଏହା ପୂର୍ବରୁ ଖବର ପାଇ ନୂଆପଡା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ସମେତ କଲାହାଣ୍ଡି ଓ ନବରଙ୍ଗପୁର ଭିଜିଲାନ୍ସ ବିଭାଗର କର୍ମକର୍ତ୍ତା ମାନେ ଏସ.ଆଇ ପ୍ରଭାତ ପଣ୍ଡାଙ୍କୁ…

"ନୂଆପଡା-ଭିଜିଲାନ୍ସ ହାତରେ ଲାଞ୍ଚୁଆ ବୋଡେନ ଥାନା ଏସ.ଆଇ ଗିରଫ"

ମେଣ୍ଢାଟାଲ ହାଇସ୍କୁଲରେ ବାଳିକା  କ୍ୟାରିୟର କାଉନସେଲିଂ

ନୂଆପଡା- ୩/୨-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)-କୋମନା ବ୍ଲକ ମେଣ୍ଢାଟାଲ ସରକାରୀ  ହାଇସ୍କୁଲରେ ଏକ  କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଖେମ ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଲଖନା ଥାନାଧିକାରୀ ଦିଲିପ କୁମାର ଧଳ, ସମ୍ମାନୀତ ଅତିଥି ଭାବେ ପଙ୍କଜିନି ରାଉତ ଚିକିତ୍ସାଧିକାରୀ ଲଖନା,ଚିତରଞ୍ଜନ ଦଣ୍ଡସେନା ସିଆରସିସି ଠିକପାଲି,ମାୟାଧର ସରାଫ ଓଟିଭି ପ୍ରତିନିଧି ନୂଆପଡା,ପଞ୍ଚମୀ ଶବର  ଲଖନା ଥାନା କର୍ମଚାରୀ,ଯଶୋବନ୍ତୀ ନାଗ ଏସଏମସି ଭାଇସ ଚେୟାରମ୍ୟାନ, ପ୍ରମୁଖ ଯୋଗ ଦେଇଥିଲେ ।ଛାତ୍ରୀ ମାନଙ୍କ ଦୃଢ ମନୋବଳ ହେଲେ ସଫଳତା ମଧ୍ୟ ଅତି ସହଜ ହୋଇଥାଏ ବୋଲି ଅତିଥି ମାନେ କହିଥିଲେ ।ଏହି ଅବସରରେ ଶିକ୍ଷକ  ଜଗବନ୍ଧୁ ବଡଗୁଛିଆ ମଞ୍ଚ ପରିଚାଳନା…

"ମେଣ୍ଢାଟାଲ ହାଇସ୍କୁଲରେ ବାଳିକା  କ୍ୟାରିୟର କାଉନସେଲିଂ"

ଆସନ୍ତା କାଲି ୩ୟ ଜିଲ୍ଲା ସ୍ତରୀୟ ମିନି ମାରାଥନ

ନୂଆପଡା- ୧୧/ ୧-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)- ନୂଆପଡା ଜିଲ୍ଲା କୋମନା ଯୁବ କଂଗ୍ରେସ କମିଟୀ ପକ୍ଷରୁ ଆସନ୍ତା କାଲି ୩ୟ  ଜିଲ୍ଲାସ୍ତରୀୟ ମିନି ମାରାଥନ ୨୦୧୭-୧୮ ଆୟୋଜନ ହେବାକୁ ଯାଉଛି । ଉକ୍ତ ମିନି ମାରାଥନରେ ୮ କିଲୋମିଟରର ଦୌଡ ପ୍ରତିଯୋଗୀତା ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ବହୁ ପ୍ରତିଯୋଗୀ ନିଜ ନାମ ପଞ୍ଜୀକୃତ କରିଥିବା ଆୟୋଜକ ଶାହାରୁଖ ଖାନ,ସାଧାରଣ ସମ୍ପାଦକ ଏସେମ୍ବ୍ଲି ୟୋଥ କଂଗ୍ରେସ ନୂଆପଡା ସୂଚନା  ଦେଇଛନ୍ତି ।

"ଆସନ୍ତା କାଲି ୩ୟ ଜିଲ୍ଲା ସ୍ତରୀୟ ମିନି ମାରାଥନ"

ନୂଆପଡା- ଓଡ୍ରାପ୍ଟ ଟିମର ସହାୟତାରେ ଉଦ୍ଧାର ହେଲା ଶବ

ନୂଆପଡା- ୫/ ୧-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)- ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ଟିକ୍ରାପଡା ଗାଁରେ ଥିବା ଗୋଟିଏ ପୋଖରୀରେ କୂଣିଆ ହୋଇ ଆସିଥିବା ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ଶବକୁ ଓଡ୍ରାଫ୍ଟ ଟିମ ବାହାର କରିବାରେ ସଫଳ ହୋଇଛି । ପ୍ରକାଶ ଥାଉକି, ଗତ ୨ ତାରିଖରୁ ନୂଆପଡା ବ୍ଲକ ସେମରିଆ ଗାଁର ଦୁର୍ମୁତ ଲୋହାର ଗାଧୋଉଥିବା ବେଳେ ବୁଡିଯାଇଥିଲେ ।ଖବର ମିଲିବା ପରେ କୋମନା ଅଗ୍ନିଶମ ବିଭାଗ ୨ ତାରିଖ ଅପରାହ୍ନରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଶବ ହାତେଇ ପାରି ନ ଥିଲା । ଗତ କାଲି  ପୂର୍ବତନ ବିଧାୟକ ରାଜେନ୍ଦ୍ର ଧୋଲକିଆଙ୍କ ପ୍ରଚେଷ୍ଟାରେ ମାଛଧରା ଜାଳ ପକାଇ…

"ନୂଆପଡା- ଓଡ୍ରାପ୍ଟ ଟିମର ସହାୟତାରେ ଉଦ୍ଧାର ହେଲା ଶବ"

୨୪ ଘଣ୍ଟା ବିତି ଗଲେହେଁ, ପୋଖରୀରେ ବୁଡି ଥିବା ଶବ ବାହାର କରିବାରେ ଅଗ୍ନିଶମ ବିଭାଗ ବିଫଳ

ନୂଆପଡା- ୩/ ୧-( ଓଡିଆ ପୂଅ/ନନ୍ଦିଘୋଷ ଖମାରୀ)- ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ଟିକ୍ରାପଡା ଗାଁରେ ଥିବା ଗୋଟିଏ ପୋଖରୀରେ କୂଣିଆ ହୋଇ ଆସିଥିବା ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ସଂଦେହ ହେଉଛି।ମିଲିଥିବା ସୂଚନାନୁଯାୟୀ ନୂଆପଡା ବ୍ଲକ ସେମରିଆ ଗାଁର ଦୁର୍ମୁତ ପରାଭୁଏ ଟିକ୍ରାପଡା ଗାଁରେ ଥିବା ନିଜ ଷଢୁ ଗୋପତ ପରାଭୂଏଙ୍କ ଘରକୁ କୌଣସି କାମରେ ଆସିଥିଲେ। ଗତକାଲି ଅପରାହ୍ନ ୩ ଟା ବେଳେ ଗାଧୋଇବା ପାଇଁ ପାଖରେ ଥିବା ପୋଖରୀକୁ ଯାଇଥିଲେ। ପୋଖରୀରେ ଗାଧୋଉଥିବା ଗାଁ ଲୋକ ମଧ୍ୟ୍ୟ ଦେଖିଥିଲେ। ଗାଧୁଆ ପାହାଚରେ ଯୋତା ଓ ଟାଓ୍ବାଲ ଥିବା ବେଳେ ପରାଭୂଏଙ୍କ କୌଣସି ପତ୍ତା ମିଲୁ ନାହିଁ।ଫଳରେ ଗାଁ…

"୨୪ ଘଣ୍ଟା ବିତି ଗଲେହେଁ, ପୋଖରୀରେ ବୁଡି ଥିବା ଶବ ବାହାର କରିବାରେ ଅଗ୍ନିଶମ ବିଭାଗ ବିଫଳ"