ନୂଆପଡା-ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ

ନୂଆପଡା-୭/୪-(ଓଡ଼ିଆ ପୁଅ/ନନ୍ଦିଘୋଶ ଖମାରୀ)-କେନ୍ଦ୍ର ସରକାରଙ୍କ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଆଜି ନୂଆପଡା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନୂଆପଡା ସ୍ଥିତ ବିଭିନ୍ନ ପେଟ୍ରୋଲ ଟାଙ୍କି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭରେ ବିଜେଡିର ପୂର୍ବତନ ବିଧାୟକ ରାଜୁଭାଇ ଢୋଲକିଆ ଓ ରାଜ୍ୟ ସାଧାରଣ ସଂପାଦକ ସରୋଜ ସାହୁ ପ୍ରମୁଖ ସାମିଲ ରହିଛନ୍ତି।

"ନୂଆପଡା-ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ"

ନୂଆପଡା-ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେଡି କର୍ମୀଙ୍କ ବାଇକ ରାଲି

ନୂଆପଡା-୭/୪-(ନନ୍ଦିଘୋଶ ଖମାରୀ)-ଘଡିକୁ ଘୋଡା ଛୁଟିଲା ଭଳି ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି ।ଏହାକୁ ପ୍ରତିବାଦ କରି ଆଜି କୋମନା ବ୍ଲକ ବିଜେଡିଋ ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ ଭାବେ ବସଷ୍ଟାଣ୍ଡରୁ ଉଦ୍ୟାନବନ୍ଦ ପର୍ଯ୍ୟନ୍ତ ବାଇକ ରାଲି ଯୋଗେ ଜନସାଧାରଣଙ୍କୁ ଏ ନେଇ ସଚେତନ କରାଉଛନ୍ତି ।

"ନୂଆପଡା-ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେଡି କର୍ମୀଙ୍କ ବାଇକ ରାଲି"

ନୂଆପଡା-ବରିଷ୍ଠ କଂଗ୍ରେସ ନେତା ଜାବୀର ହୁସେନଙ୍କ ମୃତ୍ୟୁ

ନୂଆପଡା-6/4,(ନନ୍ଦିଘୋଷ ଖମାରି )-ନୂଆପଡା ଜିଲ୍ଲାର ଜଣେ ବରିଷ୍ଠ କଂଗ୍ରେସ ନେତା  ଶେଖ ଜାବୀର ହୁସେନଙ୍କ ୭୫ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି ।୧୯୪୪ ମସିହାରେ ସ୍ବର୍ଗତ ହୁସେନ ଲଖନା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ସେ ଦୀର୍ଘ ସମୟ ଧରି କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ୧୯୮୬ ମସିହାରେ ଲଖନା ଗ୍ରାମକୁ ବିଦ୍ୟୁତ ଓ ବସ ଚଳାଚଳ ବ୍ୟବସ୍ଥା ପାଇଁ ଆମରଣ ଅନଶନ ତଥା ବିଶେଷ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ଅଞ୍ଚଳର ବିକାଶ ପାଈଁ ଧର୍ମ ନିରପେକ୍ଷ  ଭାବନା ନେଇ ସାମାଜିକ ସ୍ତରରେ ସମସ୍ତକୁ ସହଯୋଗ କରୁଥିଲେ ଓ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ…

"ନୂଆପଡା-ବରିଷ୍ଠ କଂଗ୍ରେସ ନେତା ଜାବୀର ହୁସେନଙ୍କ ମୃତ୍ୟୁ"

ନୂଆପଡା-ସିଲେଟପାନୀରେ କୂଲତା ସମାଜର ବ୍ଳକସ୍ତରୀୟ ବୈଠକ

ନୂଆପଡା-୧/୪-(ଓଡ଼ିଆ ପୁଅ/ନନ୍ଦିଘୋଶ ଖମାରୀ)-କୋମନା ବ୍ଲକ ଅନ୍ତର୍ଗତ ଶିଆଲଟି ଗ୍ରାମ ପଞ୍ଚାୟତର ସିଲେଟପାନୀ ଠାରେ କୂ୍ଲତା ସମାଜର ଏକ ବ୍ଳକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କୋମନା ବ୍ଲକ ସ୍ତରର ସଭାପତି ବୈଶମ୍ପାନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୂଲତା ସମାଜର ସଭାପତି ତଥା ବିଜେଡିର ନବଘୋଷିତ ରାଜ୍ୟ ସାଧାରଣ ସଂପାଦକ ସରୋଜ କୁମାର ସାହୁ(ଭୈରବ) ଯୋଗ ଦେଇ ବିଶାଶହେ କୂଲତା ସମାଜର ଇଷ୍ଟ ଦେବୀ “ମାଁ ରଣେଶ୍ବର ରାମଚଣ୍ଡୀ”ଙ୍କ ପୂଜାର୍ଚ୍ଚନା କରିଥିଲେ। ନିକଟ ଅତୀତରେ ସରୋଜ ସାହୁ ରାଜ୍ୟ ବିଜେଡି ର ସାଧାରଣ ସମ୍ପାଦକ ପଦବୀ ହାତେଇଥିବାରୁ ସମାଜ ତରଫରୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଧନା କରାଯାଇଥିଲା। ଏହାପରେ ଜାତିର ବିକାଶ…

"ନୂଆପଡା-ସିଲେଟପାନୀରେ କୂଲତା ସମାଜର ବ୍ଳକସ୍ତରୀୟ ବୈଠକ"

ନୂଆପଡା-ଖରିଆର ରୋଡ ନବଜ୍ୟୋତି ବିଦ୍ୟାଳୟ ପକ୍ଷରୁ ବିଶ୍ବ ଜଳ ଦିବସ ପାଲିତ

ନୂଆପଡା-୨୨/୩-(ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା ଖରିଆରରୋଡରେ ବିଶ୍ବ ଜଳ ଦିବସ ପାଲିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ନବଜ୍ୟୋତି ବିଦ୍ୟାଲୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ  ସମାଜସେବୀ ମନୋଜ ଡାଗାଙ୍କ ନେତୃତ୍ବରେ ଏକ ସହର ପରିକ୍ରମା ହୋଇଥିଲା । ପରେ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଏକଜୁଟ ହୋଇ ଜଳକୁ କିପରି ବଞ୍ଚାଇବା ଏବଂ ଜଳକୁ ଠିକ ଭାବେ ବ୍ୟବହାର କରିବା ପାଇଁ ବିଭିନ୍ନ ସ୍ଲୋଗାନ ଓ ଗୀତ ମାଧ୍ୟ୍ୟମରେ   ଜନସାଧାରଣଙ୍କୁୁ ସଚେତନ କରାଯାଇଥିଲା ।

"ନୂଆପଡା-ଖରିଆର ରୋଡ ନବଜ୍ୟୋତି ବିଦ୍ୟାଳୟ ପକ୍ଷରୁ ବିଶ୍ବ ଜଳ ଦିବସ ପାଲିତ"

ତାଜାଖବର- ନୂଆପଡା ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତକାଣ୍ଡ

ନୂଆପଡା- ୧୯/୩-(ଓଡିଆ ପୁଅ/ନନ୍ଦିଘୋଷ ଖମାରୀ)- ନୂଆପଡା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଲିଛି। ମିଲିଥିବା ସୂଚନା ଅନୁସାରେ ସିନାପାଲି ବ୍ଲକର ଗୋର୍ଲା-କଲରାଖମାର ରାସ୍ତାକୁ ମାଓବାଦୀ ମାନେ ରାତିରେ ଗଛକାଟି ଅବରୋଧ କରିଛନ୍ତି।ରାସ୍ତାରେ ପଡିଥିବା ଗଛଟି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣେ କାଠୁରିଆ ଗଛରେ ଲାଗି ଜୀବନ୍ତ ଜଳି ଯାଇଛନ୍ତି। ଏହା ସହିତ ଘଟଣା ସ୍ଥଳରେ ଲାଗିଥିବା ମାଓ ପୋଷ୍ଟରରେ ଆତ୍ମସମର୍ପଣ କରିଥିବା ସୁମିତ୍ରା ଧରୁଆ ସମେତ ପୁଲିସ ଗିରଫ କରିଥିବା ମକରନ ପହରିଆ ଓ ଇନଫରମର ୟୁସୁଫ ପଠାନକୁ ପୁଲିସ କଷ୍ଟୋଡିରୁ ତୁରନ୍ତ ମୁକ୍ତି କରାଯାଉ ବୋଲି ମେନପୁର-ନୂଆପଡା ଡିଭିଜନାଲ କମିଟୀ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି।।  

"ତାଜାଖବର- ନୂଆପଡା ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତକାଣ୍ଡ"

ତାଜାଖବର-ନୂଆପଡାରେ ଧରାପଡିଲା ଜାଲ ନୋଟ ରାକେଟ

ନୂଆପଡା – ୧୬/୩-(ଓଡିଆ ପୁଅ / ନନ୍ଦିଘୋଷ ଖମାରୀ)-ନୂଆପଡା ଜିଲ୍ଲାରେ ଜାଲ ନୋଟ ତିଆରି କରୁଥିବା ଏକ ଠକ ଦଳକୁ ଜିଲ୍ଲା ପୁଲିସ ଠାବ କରିବାରେ ସଫଳ ହୋଈଛି ।ଗତ ଏକ ବର୍ଷ ହେବ ଏହି ଦଳ କଲାହାଣ୍ଡି ଓ ନୂଆପଡା ଜିଲ୍ଲାରେ ରାକେଟ ଚଲାଇ ଆସୁଥିବା ବେଳେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଜି. ସି. ବୁରୁଦାଙ୍କ ନେତୃତ୍ବରେ  ଏସ.ଆଇ ଏ. ମହାଖୁଡ ଓ ଖଡିଆଲ ପୁଲିସ ମିଶି  ଚଲାନପଡା ସ୍ତିତ ଆଡ୍ଡାକୁ ଅତର୍କିତ ଚଡଉ କରିଥିଲେ । ଆଡ୍ଡାରେ ୪୫ ଗୋଟି ୧୦୦ ଟଙ୍କିଆ ନକଲି ନୋଟ ଜବତ କରିବା ସହ  ରାମେଶ୍ବର ବାଗ ଓ ଦାମୋଦର ଚଲାନ ( ଧୋବାପଡା…

"ତାଜାଖବର-ନୂଆପଡାରେ ଧରାପଡିଲା ଜାଲ ନୋଟ ରାକେଟ"

ରେଙ୍ଗ ବୋଲବମ୍ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚବିଶ ପ୍ରହର ନାମଜଜ୍ଞ

ନୂଆପଡା-(ଓଡିଆ ପୁଅ/ ନନ୍ଦିଘୋଷ ଖମାରୀ)-କୋମନା ବ୍ଲକ ରେଙ୍ଗ ଗାଁରେ ବୋଲବମ୍ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚବିଶ ପ୍ରହର ନାମଜଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗାଁର ଶତାଧିକ ମହିଳା ସ୍ଥାନୀୟ ଗୁରମାଯୋର ନଦୀରୁ ପୂର୍ଣ୍ଣ କଳସ ଜଳ ଆଣି ଜଜ୍ଞକୁଣ୍ଡ ନିକଟରେ ସ୍ଥାପନ କରିଥିଲେ ।ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ପଞ୍ଚମ ବର୍ଷ ଜଜ୍ଞ ଆୟୋଜିତ କରୁଥିବା ସଭାପତି ଗଜେନ୍ଦ୍ର ଶବର ସୂଚନା ଦେଇଛନ୍ତି ।କର୍ତ୍ତାଭାବେ ଭୂବନେଶ୍ବର ମେହେର ଏବଂ ତାଙ୍କ ପତ୍ନୀ ଦାୟିତ୍ବ ତୁ୍ଲାଉଥିବା ବେଳେ  ପଡୋଶୀ ଜିଲ୍ଲା ମାନଙ୍କ ୧୦ଟି ସଂକୀର୍ତ୍ତନ୍ୟ ଦଳ ଯୋଗ ଦେଇଥିବା ଆୟୋଜନ କମିଟୀ କହିଛନ୍ତି ।

"ରେଙ୍ଗ ବୋଲବମ୍ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚବିଶ ପ୍ରହର ନାମଜଜ୍ଞ"

ନୂଆପଡା-କୋମନା ବ୍ଲକର ବିଭିନ୍ନ ଗାଁରେ ଦିନଦୟ।ଲ ଜ୍ୟୋତି ଯୋଜନା ଉଦଘାଟିତ

ନୂଆପଡା-୬/୩-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା କୋମନା ବ୍ଲକର ରେଙ୍ଗ,ଜେଠୁପାଲି ଓ ଠୋଙ୍ଗୋ ଗାଁରେ ଦିନଦୟାଲ ଉପାଧ୍ୟ୍ୟାୟ ଜ୍ୟୋତି ଯୋଜନାକୁ ନୂଆପଡା ବିଧାୟକ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଯାଇଛି ।ଏହି ଅବସରରେ ମଣ୍ଡଲ ସଭାପତି ପିତାମ୍ବର ନାଗ,ରାଜ୍ୟ ଏସ.ସି ମୋର୍ଚ୍ଚା ଉପ ସଭାପତି ମନିଜର ଆର୍ଯ୍ୟ,ବରିଷ୍ଠ କାଯ୍ୟକର୍ତ୍ତା ଓମ ରଣା,ଚନ୍ଦନ ଠାକୁର,ବିମଲ ଯୋଶୀ,ବରୁଣ ସୁନାନୀ ଓ ଛବାଲୋଚନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

"ନୂଆପଡା-କୋମନା ବ୍ଲକର ବିଭିନ୍ନ ଗାଁରେ ଦିନଦୟ।ଲ ଜ୍ୟୋତି ଯୋଜନା ଉଦଘାଟିତ"

ତାଜାଖବର ନୂଆପଡା- ସିନାପାଲି ବ୍ଲକ ଭରୁଆମୁଣ୍ଡା ଠାରେ  ବସ ଦୁର୍ଘଟଣା,୫ ଆହତ

ନୂଆପଡା- ୬/୩-( ଓଡିଆ ପୁଅ /ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଠାରେ ଏକ ଯାତ୍ରୀବାହୀ ଭୋଇବସ ଓଲଟି ଯିବାରୁ ୫ ଜଣ ଆହତ ହୋଇଥିବା ଜଣା ପଡିଛି ।ଆହତଙ୍କୁ ଧର୍ମଗଡ  ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଲିଛି ।

"ତାଜାଖବର ନୂଆପଡା- ସିନାପାଲି ବ୍ଲକ ଭରୁଆମୁଣ୍ଡା ଠାରେ  ବସ ଦୁର୍ଘଟଣା,୫ ଆହତ"