ନୂଆପଡା- ମେଣ୍ଢାଟାଲ ଉନ୍ମୀତ ଉଚ୍ଚ ବିଦ୍ୟାଲୟରେ ସ୍ବଛତା ପକ୍ଷ ପାଲିତ

  ନୂଆପଡା/କୋମନା-୧୩/ ୯-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ  ମେଣ୍ଢାଟାଲ ଉନ୍ମୀତ ଉଚ୍ଚ ବିଦ୍ୟାଲୟରେ ସ୍ବଛତା ସଚେତନତା  ପକ୍ଷ ପାଲିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଲୟର ପ୍ରଧାନଶିକ୍ଷକ ଖେମ ଦାସ ପୂଜାର୍ଚନା କରିଥିଲେ । ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନେ  ପକ୍ଷର  ଦ୍ବାଦଶ ଦିବସରେ  ପଥପ୍ରାନ୍ତ ପାଳା ପରିବେଷଣ କରିଥିଲେ । ପାଲା ମାଧ୍ୟ୍ୟମରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏସଏମସି ସଭାପତି ବସୁଦେବ ମାଝୀ, ଓ୍ବାର୍ଡମେମ୍ବର,ଠିକପାଲି କ୍ଲଷ୍ଟର ସିଆରସିସି ଚିତ୍ତରଞ୍ଜନ ଦଣ୍ଡସେନା ଓ  ସ୍କୁଲର ସମସ୍ତ ସଭ୍ୟସଭ୍ୟା ଓ ଶିକ୍ଷକ ଜଗବନ୍ଧୁ ବଡଗୁଛିଆ, ମିଶ୍ର ସୁନା, ଧୃବଚରଣ ରଣା, ଚନ୍ଦ୍ରଭାନୁ ବିଶ୍ବାଲ,…

"ନୂଆପଡା- ମେଣ୍ଢାଟାଲ ଉନ୍ମୀତ ଉଚ୍ଚ ବିଦ୍ୟାଲୟରେ ସ୍ବଛତା ପକ୍ଷ ପାଲିତ"

ନୂଆପଡା- ଶିଆଲଟି ଗାଁରେ କୁଲତା ସମାଜର ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ

ନୂଆପଡା-୧୦/୯(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲା  ଶିଆଲଟି ସ୍ଥିତ ହାଇସ୍କୁଲ ପଡିଆରେ କୁଲତା ସମାଜର ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ  ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୁଲତା ଜାତିର ଜିଲ୍ଲା ସଭାପତି ସରୋଜ (ଭୈରବ) ସାହୁଙ୍କ ସଭାପତିତ୍ବରେ ଡକ୍ଟର କଶ୍ୟପ ପାଲ ଗୁପ୍ତା ପଡୋଶୀ ଛତିଶଗଡ ରାଜ୍ୟର ସଭାପତି ମୁଖ୍ୟ ଅତିଥି ଭାବେ  ଯୋଗଦେଇ ଜାତିର ବିକାଶ ପାଇଁ ବିଶଦ ଆଲୋଚନା କରିଥିଲେ । ମଞ୍ଚାସୀନ ମୁଖ୍ୟ ଅଥିତି ମଧ୍ୟ୍ୟରେ  କୃଷ୍ନଚନ୍ଦ୍ର ପ୍ରଧାନ କଲାହାଣ୍ଡି ଜିଲ୍ଲା ସଭାପତି,ଅଗ୍ନିକୁମାର ପ୍ରଧାନ  ବରଗଡ ଜିଲ୍ଲା ସଭାପତି,ନମିିତା ପ୍ରଧାନ ନୂଆପଡା ଜିଲ୍ଲାପରିଷଦ ଅଧ୍ୟ୍ୟକ୍ଷା,ମୁକ୍ତା ସାହୁ ବରଗଡ ଜିଲ୍ଲାପରିଷଦ ଅଧ୍ୟ୍ୟକ୍ଷା,ବକ୍ସିରେ ଜାତୀୟ ରେକର୍ଡଧାରୀ ଡକ୍ଟର ସତ୍ୟପ୍ରିୟା ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷକ ଛବିଲୋଚନ ସାହୁ, ଠାକୁର ଚନ୍ଦ୍ର…

"ନୂଆପଡା- ଶିଆଲଟି ଗାଁରେ କୁଲତା ସମାଜର ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ"

ନୂଆପଡା- ମହୁଲଭଟା ଗାଁରେ ଇନ୍ଦ୍ରପୂଜା,ଭାଗନେଲେ ଶହଶହ ଚାଷୀ

ନୂଆପଡା/କୋମନା -୧୬/୮( ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)- ଚଳିତ ବର୍ଷ ନୂଆପଡା ଜିଲ୍ଲାରେ ସ୍ବଭାବିକ ବର୍ଷା ଠାରୁ କମ ବର୍ଷାା ହେବା ଯୋଗୁଁ କୋମନା ବ୍ଲକର ପଏଁର, ମହୁଲଭଟା,କୋମନା ଭେଲା,ଟିକ୍ରାପଡା,ସିଂଗାରୀ  ସମେତ ବହୁ ଅଞ୍ଚଳର ଚାଷ ସଂପୂର୍ଣ୍ଣ  ଉଜୁଡି ପଡିଛି । ଲଗାତାର ଦୁଇ ବର୍ଷ ଧରି ଏହି ବ୍ଲକର ବିଭିନ୍ନ ସ୍ଥାନରେ ମରୁଡି ହେବା ଫଳରେ ଚାଷୀର ଅଣ୍ଟା ଭାଙ୍ଗି ପଡିଛି । ଫଳରେ ଚାଷୀମାନେ ସଂପୂର୍ଣ୍ଣ ମରୁଡି  ହେବା ଆଶଙ୍କାରେ ସ୍ଥାନୀୟ ସାହୁକାରଙ୍କ ଠାରୁ ଟଙ୍କା କରଜ କରି ପ୍ରଧାନମନ୍ତ୍ରୀ ଫସଳ ବୀମା  କରିବା ପାଇଁ  ଷ୍ଟେଟବ୍ୟାଙ୍କରେ ଜମା କରିଥିଲେ ।ହେଲେ ବ୍ୟାଙ୍କ କର୍ମଚାରୀଙ୍କ ଅବହେଲା ହେଉ ଅଥବା ଲିଙ୍କ୍ ଫେଲ ହେଉ, ଅଞ୍ଚଳର…

"ନୂଆପଡା- ମହୁଲଭଟା ଗାଁରେ ଇନ୍ଦ୍ରପୂଜା,ଭାଗନେଲେ ଶହଶହ ଚାଷୀ"

କୋମନା – ଜିତାମିତ୍ର ହାଇସ୍କୁଲ ପଡିଆରେ  ୭୧ ତମ ସ୍ବାଧୀନତା ଦିବସ ପାଲିତ

କୋମନା -୧୫/୮( ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)- କୋମନା ବ୍ଲକର ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୧ ତମ ସ୍ବାଧୀନତା ଦିବସ ପାଲିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଲୟ ପରିସରରେ ପାଲିତ ସ୍ବାଧୀନତା ଦିବସରେେ ବିଡିଓ ଦେବାଶିଷ ସିହ୍ନା ପତାକା ଉତ୍ତୋଲନ କରିଥିଲେ । ସେହିପରି ବ୍ଲକସ୍ତରୀୟ  ସ୍ବାଧୀନତା ଦିବସ ଜିତାମିତ୍ର ହାଇସ୍କୁଲ ଖେଳ ପଡିଆରେ ମହା ସମାରୋହରେ ପାଲିତ ହୋଇଥିଲା ।ଏଥିରେ ବ୍ଲକ ଚେୟାରମ୍ୟାନ ମନୋଜ ମିଶ୍ର ପତାକା ଉତ୍ତୋଲନ କରି ସ୍ବାଧୀନତା ଦିବସର ମହତ୍ବ ସମ୍ପର୍କରେ ସମ୍ବୋଧିତ କରିଥିଲେ ଓ  ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷଣ ହୋଇଥିବା ପ୍ୟାରେଡ୍ କୁ ଅଭିବାଦନ ଜଣାଇଥିଲେ  । ଏହିିଅବସରରେ କୋମନା ବ୍ଲକର ୩୬…

"କୋମନା – ଜିତାମିତ୍ର ହାଇସ୍କୁଲ ପଡିଆରେ  ୭୧ ତମ ସ୍ବାଧୀନତା ଦିବସ ପାଲିତ"

ନୂଆପଡା -ମିନି ଷ୍ଟାଡ଼ିୟମରେ ୭୧ ତମ ସ୍ଵାଧୀନତା ଦିବସ ପାଲିତ

ନୂଆପଡା -୧୫/୮( ଓଡିଆ ପୁଅ / ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା ସ୍ଥିତ ମିନିଷ୍ଟାଡିୟମରେ ୭୧ ତମ ସ୍ବାଧୀନତା ଦିବସ ପାଲିତ ହୋଇଯାଇଛି ।ଏଥିରେ ଜିଲ୍ଲାପାଳ ପୋମା ଟୁଡୁ ପତାକା ଉତ୍ତୋଲନ କରି ସ୍ବାଧୀନତା  ଦିବସର ମହତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷଣ ହୋଇଥିବା ପ୍ୟାରେଡ୍ କୁ ଅଭିବାଦନ ଜଣାଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

"ନୂଆପଡା -ମିନି ଷ୍ଟାଡ଼ିୟମରେ ୭୧ ତମ ସ୍ଵାଧୀନତା ଦିବସ ପାଲିତ"

କୋମନାରେ ବ୍ଲକସ୍ତରୀୟ ଯାଦବ ସମାଜର କାର୍ଯ୍ୟକାରୀ କମିଟୀ ଗଠନ

ନୂଆପଡା/କୋମନା -୧୪/୮( ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା କୋମନା ସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଲୟ ପରିସରରେ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ରାଜ୍ୟ ସଭାପତି ବଳରାମ ବଗର୍ତ୍ତୀଙ୍କ  ଆହ୍ବାନକ୍ରମେ  ଏକ ଜରୁରୀ କାଳୀନ ବ୍ଲକସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯାଦବ ସମାଜର ଉପସଭାପତି ବିଶିକେଶନ ବାଗ “ଯାଦବ ବଞ୍ଚାଓ ମାଧବ ବଞ୍ଚାଓ” କାର୍ଯ୍ୟକ୍ରମକୁ ଗାଁସ୍ତରକୁ ପହଞ୍ଚାଇ ସମାଜର ସଂପୂର୍ଣ୍ଣ ବିକାଶ କରିବା ଦିଗରେ  ଆଲୋଚନା କରିଥିଲେ । ଆଲୋଚନା ଚକ୍ର ପରେ ବ୍ଲକସ୍ତରୀୟ କାର୍ଯ୍ୟକାରୀ କମିଟୀ ଗଠନ ହୋଇଥିଲା ।ନୂତନ ଭାବେ ଗଠନ ହୋଇଥିବା କମିଟୀ ମଧ୍ୟରେ ବ୍ଲକ ସଭାପତି ଭାବେ ପୁଷ୍ପରଞ୍ଜନ ବାଗ  ଉପସଭାପତି ଭାବେ ଗିରେନ୍ଦ୍ର…

"କୋମନାରେ ବ୍ଲକସ୍ତରୀୟ ଯାଦବ ସମାଜର କାର୍ଯ୍ୟକାରୀ କମିଟୀ ଗଠନ"

ନୂଆପଡାରେ – କୁଲତା ସମାଜର ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା -୧୩/୮-( ଓଡିଆ ପୁଅ /ନନ୍ଦିଘୋଶ ଖମାରୀ)-  ସଦର ନୂଆପଡା ଜିଲ୍ଲାସ୍ଥିତ ମେଘା ହୋଟେଲରେ ନୂଆପଡା ଜିଲ୍ଲା କୁଲତା ସମାଜର ନୂଆଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂଆପଡା ଜିଲ୍ଲା କୁଲତା ସମାଜର ସଭାପତି ସରୋଜ କୁମାର ସାହୁଙ୍କ ପୌରହିତ୍ୟରେ ଅଖିଲ ଭାରତୀୟ କୁଲତା ସମାଜର ମହାସଚୀବ ହରେକୃଷ୍ଣ ଭୋଇ,କଲାହାଣ୍ଡି କୁଲତା ସମାଜ ସଭାପତି ତ୍ରୀଲୋଚନ ପ୍ରଧାନ,ସଂପାଦକ କଲାହାଣ୍ଡି କୁଲତା ସମାଜ ଯତୀନ୍ଦ୍ର କୁମାର ପ୍ରଧାନ,ଜିଲା ସଦସ୍ୟ ଶରତ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇ ସମାଜର ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା  କରିଥିଲେ ।ପରେ ଜିଲ୍ଲା କୁଲତା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ପାଇଁ  ଏକ  ୧୧ ଜଣିଆ କମିଟି…

"ନୂଆପଡାରେ – କୁଲତା ସମାଜର ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ"

ନୂଆପଡା- ଟିକ୍ରାପଡାରେ ଯାଦବ ସମାଜର ଜାଗ୍ରତ ସଭା

ନୂଆପଡା-  ୯/ ୮(ଓଡିଆ ପୁୁଅ/ ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଲୟ ପରିସରରେ ଯାଦବ ସମାଜର ରାଜ୍ୟ ସଭାପତି ବଳରାମ ବଗର୍ତ୍ତୀଙ୍କ ଆହ୍ବାନ କ୍ରମେ ଜିଲ୍ଲା ଯାଦବ ସମାଜର ନେତୃତ୍ବରେ ଏକ ଜାଗ୍ରତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବ୍ଲକ ସଭାପତି ଅକୃର ନିଆଲ ସଭାପତିତ୍ବ କରିଥିବା ବେଳେ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ନୂଆପଡା ଜିଲା  ସଭାପତି କପିଲେନ୍ଦ୍ରଭୋଇ,ସାଧାରଣ ସଂପାଦକ ଝମ୍ପେଶ୍ବର ଶଲ୍ମା,ଉପସଭାପତି ରତ୍ନାକର ଠେଲା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ ।ଜିଲ୍ଲାରେ ଯାଦବ ସମାଜର ବିକାଶ ସଂଗେ ସଂଗେ ଶିକ୍ଷାର ବିକାଶ,ଆର୍ଥିକ ସ୍ବଛଲତା ତଥା ଅନ୍ୟାନ୍ୟ ଦିଗ ଉପରେ…

"ନୂଆପଡା- ଟିକ୍ରାପଡାରେ ଯାଦବ ସମାଜର ଜାଗ୍ରତ ସଭା"

ନୂଆପଡା-କୋମନା ଷ୍ଟେଟବ୍ୟାଙ୍କରେ ଲିଙ୍କ୍ ଫେଲ, ୫୮୯ ଚାଷୀ ପ୍ରଧାନମନ୍ତ୍ରୀ ଫସଳ ବୀମାରୁ ବଞ୍ଚିତ

ନୂଆପଡା/କୋମନା-୫/୮( ଓଡିଆ ପୁଆ/ ନନ୍ଦିଘୋଶ ଖମାରୀ )-ନୂଆପଡା ଜିଲ୍ଲା କୋମନା ଭାରତୀୟ ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ  ଅଞ୍ଚଳର ୫୮୯ ଚାଷୀ ପ୍ରଧାନମନ୍ତ୍ରୀ ଫସଳ ବୀମାରୁ ବଞ୍ଚିତ ହୋଇଛନ୍ତି । ଚଲିତ ବର୍ଷ ସ୍ବଲ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ବର୍ତମାନ ସୁଦ୍ଧା ଧାନବୁଣା ଠାରୁ ଆରମ୍ଭ କରି ଧାନ ବେଉଷଣ ଓ ରୁଆ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି । ଫଳରେ ପୂର୍ଣ୍ଣ ମରୁଡି ହେବା ଆଶଙ୍କାରେ ଚାଷୀମାନେ ସ୍ଥାନୀୟ ସାହୁକାର ମାନଙ୍କଠାରୁ ଟଙ୍କା କରଜ କରି ଭାରତୀୟ ଷ୍ଟେଟବ୍ୟାଙ୍କରେ ଫସଲବୀମା କରିଥିଲେ । ଫସଳ ବୀମା କରିବା ପାଇଁ ପ୍ରବଳ ଖରାରେ ବ୍ୟାଙ୍କ ସମ୍ମୁଖରେ ଛିଡାହୋଇ ଦରଖାସ୍ତ ଦାଖଲ କରିଥିଲେ । ଦୁଇ…

"ନୂଆପଡା-କୋମନା ଷ୍ଟେଟବ୍ୟାଙ୍କରେ ଲିଙ୍କ୍ ଫେଲ, ୫୮୯ ଚାଷୀ ପ୍ରଧାନମନ୍ତ୍ରୀ ଫସଳ ବୀମାରୁ ବଞ୍ଚିତ"

ନୂଆପଡା- ନୃସିଂହନାଥ ମନ୍ଦିରରେ ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ

ନୂଆପଡା- ୨୩/ ୭- (ଓଡିଆ ପୁଅ/ନନ୍ଦିଘୋଶ ଖମାରୀ) ବରଗଡ ଜିଲ୍ଲା ପାଇକମାଲ ସ୍ଥିତ ପ୍ରସିଦ୍ଧ ନୃସିଂହନାଥ ତୀର୍ଥସ୍ଥଳୀରେ ପ୍ରବଳ ବୋଲବମ ଭକ୍ତ ଙ୍କ  ଭିଡ ଦେଖିବାକୁ  ମିଲିଛି। ଏହି ପବିତ୍ର ସ୍ଥଳରୁ କାଉଡିଆ ମାନେ ଜଳ ନେଇ ଓଡିଶାର ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିଥାନ୍ତି। ଏହି ଅବସରରେ-ନୂଆପଡା ଜିଲ୍ଲା କୋମନା ବ୍ଲକର ମହୁଲଭଟା ଗ୍ରାମର ଶତାଧିକ ଭୋଲବମ ଭକ୍ତ କାଉଡିଆ ବେଶରେ ସୁଦୂର ନୃସିଂହନାଥ ପୀଠରୁ ଜଳ ଆଣିଛନ୍ଥି। ଆସନ୍ତା କାଲି ଗୋଡେଲବନ୍ଦ ସ୍ଥିତ ପ୍ରସିଦ୍ଧ ଶୈବପୀଠରେ ଜଳାଭିଷେକ କରିବାର ଭକ୍ତ ମାନଙ୍କ କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ମହୁଲଭଟା ଗ୍ରାମର ଯୁବକ ମାନେ ଚାଲି ଚାଲି ବୋଲବମ ଭାର ବୋହି…

"ନୂଆପଡା- ନୃସିଂହନାଥ ମନ୍ଦିରରେ ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ"