ବିହନ ନିଗମ ଟ୍ରକ ଓ ତେଲ ଟ୍ୟାଙ୍କର ଦୁର୍ଘଟଣା ମୃତ ଠିକା କର୍ମଚାରୀଙ୍କୁ କ୍ଷତି ପୂରଣ ମିଳିବା ପ୍ରଶ୍ନବାଚୀ

ବେତନଟୀ, ମୟୁରଭଞ୍ଜ ୮-୭ (ଓଡିଆ ପୁଅ/ମନୋଜ କୁମାର ମହାନ୍ତ) ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆଠାରେ ଶୁକ୍ରବାର ସଂନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି। ବାଲେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା OR-09-D-8355 ଟ୍ୟାଙ୍କର ଓ ବାରିପଦାରୁ ବିହନ ଖାଲି କରି ଭୁବନେଶ୍ୱର ଫେରୁଥିବା ଓଡିଶା ରାଜ୍ୟ ବିହନ ନିଗମ ଲିଃର OR-02-AY-3182 ଟ୍ରକ ମୁଁହାମୁହିଁ ଧକ୍କା ହୋଇଛି। କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଡଗାଁ ଗ୍ରାମର ନବୀନ କୁମାର ସ୍ୱାଇଁଙ୍କ ପୁତ୍ର ସୁଶାନ୍ତ ସ୍ୱାଇଁ (୪୨) ଗାଡି ମଧ୍ୟରେ ଚାପି ହୋଇ ରହିଥିଲେ। ଖବର ପାଇ ବୈଶିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁଶାନ୍ତଙ୍କୁ…

"ବିହନ ନିଗମ ଟ୍ରକ ଓ ତେଲ ଟ୍ୟାଙ୍କର ଦୁର୍ଘଟଣା ମୃତ ଠିକା କର୍ମଚାରୀଙ୍କୁ କ୍ଷତି ପୂରଣ ମିଳିବା ପ୍ରଶ୍ନବାଚୀ"

ଅପରିଚିତ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ବେତନଟୀ/ମୟୂରଭଞ୍ଜ ୧୬/୬ (ଓଡିଆ ପୁଅ/ମନୋଜ କୁମାର ମହାନ୍ତ) ଆଜି ସକାଳେ ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅନ୍ତର୍ଗତ ଅଜାଡିହ ଗ୍ରାମରେ ଏକ ଅପରିଚିତ ବ୍ୟକ୍ତିଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ଖବର ପାଇ ବୈଶିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି। ମୃତ ବ୍ୟକ୍ତିର ଶରୀରରେ କ୍ଷତବିକ୍ଷତ ହୋଇଥିବାରୁ ହତ୍ୟା ସନ୍ଦେହ କରାଯାଉଛି।

"ଅପରିଚିତ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର"

ମୟୂରଭଞ୍ଜ : ଆଠ ବର୍ଷର ନାବାଳିକାକୁ ଦୁଃଷ୍କର୍ମ ପରେ ହତ୍ୟା

ବେତନଟୀ/ମୟୂରଭଞ୍ଜ (ଓଡିଆ ପୁଅ/ମନୋଜ କୁମାର ମହାନ୍ତ) ବେତନଟୀ ଥାନା ଅନ୍ତର୍ଗତ ଗରୁଡ଼ବସା ଜଙ୍ଗଲରେ ଆଜି ଏକ ଆଠ ବର୍ଷର ନାବାଳିକାର ଶବ ଦେଖିବାକୁ ମିଳିଛି। ଗତ କାଲି ସେହି ଗ୍ରାମର ଯାମିନୀକାନ୍ତ ମହାନ୍ତ (୨୦) ନାମକ ବ୍ୟକ୍ତି ନାବାଳିକାକୁ ସାଇକେଲ ଚଢିବା ଶିଖାଇବା ବାହାନାରେ ଜଙ୍ଗଲରେ ଦୁଃଷ୍କର୍ମ କରି ହତ୍ୟା କରିଥିବାର ଜଣାପଡିଛି। ଅଭିଯୁକ୍ତକୁ ବେତନଟୀ ପୋଲିସ ଗିରଫ କରିଛନ୍ତି।

"ମୟୂରଭଞ୍ଜ : ଆଠ ବର୍ଷର ନାବାଳିକାକୁ ଦୁଃଷ୍କର୍ମ ପରେ ହତ୍ୟା"

ଖଡିଆ ସମ୍ପ୍ରଦାୟର ନିଆରା ରଜପର୍ବ

ବେତନଟୀ, ମୟୂରଭଞ୍ଜ ୧୫/୬ (ଓଡ଼ିଆ ପୁଅ/ମନୋଜ କୁମାର ମହାନ୍ତ) ଓଡିଶାର ପୁରପଲ୍ଲୀରେ ରଜପର୍ବ ବହୁ ଆଡମ୍ୱରରେ ପାଳିତ ହୋଇଥାଏ। ରଜପର୍ବ ତିନି ଦିନ ଧରି ପାଳନ କରାଯିବାର ପରମ୍ପରା ରହିଛି। କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ଖଡିଆ ସମ୍ପ୍ରଦାୟ ଏହାକୁ ଏକ ନିଆରା ଢଙ୍ଗରେ ପାଳନ କରୁଥିବାର ଦେଖାଯାଏ। ଏହି ସମ୍ପ୍ରଦାୟ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ଥିବା ଗାଙ୍ଗଳାପାଳ, ପଥରଚକୁଳି, ନୟାବସନ୍ତପୁର, ବଡବିଲ୍ଲା, ବଡଯୋଡ, ରାଇଡିହା, ଢେଙ୍କିନେଞ୍ଜା, ବାଉଁଶବଣୀ, କେନ୍ଦୁଛାଟିଆ, ଖଡିଶୋଳ, ଆହରୀ, ବଡଜାମବଣୀ, ଚାନ୍ଦୁଆ ଏବଂ ଅନ୍ୟ ସ୍ଥାନରେ ଦେଖାଯାଇଆନ୍ତି। ପହିଲିରଜରେ ରଜ ଦୋଳିକୁ ଗ୍ରାମର ମୁଖିଆ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରନ୍ତି। ଗ୍ରାମର କୁମାରୀ ମାନେ ରଜ ଗୀତଗାଇ ଦୋଳିରେ…

"ଖଡିଆ ସମ୍ପ୍ରଦାୟର ନିଆରା ରଜପର୍ବ"

ବେସାହାରାର ସାହାରା ପାଲଟିଲେ ବେତନଟୀ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟିର ଯୁବକ

ବେତନଟୀ, ମୟୂରଭଞ୍ଜ ୧୫/୬ (ଓଡ଼ିଆ ପୁଅ/ମନୋଜ କୁମାର ମହାନ୍ତ) ସମାଜରେ ସଂସ୍କାର ଆଣିବାକୁ ହେଲେ ଯୁବ ସମାଜକୁ ସଚେତନ ହେବାକୁ ପଡିବ। ଯଦି ଯୁବକ ମାନେ ସମାଜ ସୁଧାରର ମଙ୍ଗ ଧରିବେ ତେବେ ଅଳ୍ପ ଦିନରେ ଆଞ୍ଚଳିକ ବୈଷମ୍ୟ ଦୂର ହେବାର ସମ୍ଭାବନା ଥାଏ। ସେବା ବିଭିନ୍ନ ପ୍ରକାରର ରହିଛି। ସେଥି ମଧ୍ୟରୁ ମାନବ ସେବାକୁ ମାଧବ ସେବା ବା ଭଗବାନଙ୍କ ସେବା ସହିତ ତୁଳନା କରାଯାଏ। ବେତନଟୀ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟିର ଯୁବକ ମାନେ ଏମିତି ଜନସେବାରେ ନିୟୋଜିତ ହୋଇ ଆଦର୍ଶ ପାଲଟିବା ସହିତ ବିଭିନ୍ନ ସଂଙ୍ଗଠନ ତଥା ବ୍ୟକ୍ତି ବିଶେଷରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିବାର ଦେଖାଯାଏ। ସୂଚନା ଯୋଗ୍ୟ ଯେ,…

"ବେସାହାରାର ସାହାରା ପାଲଟିଲେ ବେତନଟୀ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟିର ଯୁବକ"