ଭୁତକୋଠି ପାଲଟିଛି ରାଜୀବ ସେବା କେନ୍ଦ୍ର

ବନ୍ତ, ୨୪/୫(ଓଡ଼ିଆ ପୁଅ/ମନୋଜ କୁମାର ବେହେରା):ଗତ ୨୦୧୦ ମସିହାରେ ଆଗରପଡ଼ାସ୍ଥିତ ଗୋପିନାଥପୁର ଠାରେ ରାଜୀବ ସେବା କେନ୍ଦ୍ର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ଇତି ମଧ୍ୟରେ ୭ ବର୍ଷ ଅତିକ୍ରାନ୍ତ କରିଥିଲେ ସୁଦ୍ଧା ଆଜିଯାଏଁ ଏହା ସଂପୂର୍ଣ୍ଣ ହୋଇପାରି ନଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ୨୨ ଶହ ସ୍କୋୟାର ଫୁଟ ଲମ୍ବ ବିଶିଷ୍ଟ ଗୃହ ନିର୍ମାଣ ପାଇଁ ଏଷ୍ଟିମେଟ ରହିଥିଲା। ମଂଜୁର ଅର୍ଥ ପର୍ଯ୍ୟାପ୍ତ ନଥିବାରୁ ଏହି କେନ୍ଦ୍ର ସଂପୂର୍ଣ୍ଣ ହୋଇପାରି ନାହିଁ ଓ ଏହି କେନ୍ଦ୍ର ସଂପୂର୍ଣ୍ଣ ହେବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ମଂଜୁର ହୋଇଛି। ୨/୪ ଦିନ ମଧ୍ୟରେ ପଲ୍ଲୀସଭା କରାଯାଇ କାର୍ଯ୍ୟ…

"ଭୁତକୋଠି ପାଲଟିଛି ରାଜୀବ ସେବା କେନ୍ଦ୍ର"

ଆଗରପଡ଼ା-ବରପଦା ରାସ୍ତା ପାଲଟିଛି ମରଣଯନ୍ତା

ବନ୍ତ, ୨୪/୫(ଓଡ଼ିଆ ପୁଅ/ମନୋଜ କୁମାର ବେହେରା):ଆଗରପଡ଼ା-ବରପଦା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବାବଦକୁ ପାଖାପାଖି ୧୯କୋଟି ଟଙ୍କା ମଂଜୁର ହୋଇଥିଲା। ମାତ୍ର ନିର୍ମାଣ ର ବର୍ଷେ ନ ପୂରୁଣୁ ରାସ୍ତାବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ମରାମତି କାର୍ଯ୍ୟ ହୋଇଥିଲା କିନ୍ତୁ ପୁଣି ସେବର ଅବସ୍ଥା ସୃଷ୍ଟି ହେଲାଣି। ଏଥିନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆଗରପଡ଼ା ଠାରୁ ବରପଦା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଉଭୟ ପାର୍ଶ୍ୱ ଓ ମଝିରେ କେତେକାଂଶ ପୁରାପୁରି ଫାଟି ଅାଁ କରିଛି। କିଛି ଜାଗାରେ ଦବିଯାଇଥିବା ସ୍ଥାନରେ ପ୍ୟାଚ ପକା ଯାଇଥିଲା ତାହା ପୁଣି ପୂର୍ବଅବସ୍ଥାକୁ ଫେରିଆସିଲାଣି। ବିଶେଷ କରି ରାତି ସମୟରେ ୨ଚକିଆ…

"ଆଗରପଡ଼ା-ବରପଦା ରାସ୍ତା ପାଲଟିଛି ମରଣଯନ୍ତା"

ମୌଳିକ ସମସ୍ୟାରୁ ବଂଚିତ ପଦାରୁଖା ଆଦିବାସୀ ସାହି

ବନ୍ତ, ୨୪/୫(ଓଡ଼ିଆ ପୁଅ/ମନୋଜ କୁମାର ବେହେରା):ସରକାର ଅନୁସୁଚିତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ସ୍ଥଳେ ହାଟଡ଼ିହୀ ବ୍ଲକ ସଢା ପଞ୍ଚାୟତ ଅର୍ନ୍ତଗତ ପଦାରୁଖା ଆଦିବାସୀ ସାହୀ ବାସିନ୍ଦାଙ୍କ ଠାରେ ତାହା ଆଜି ପର୍ଯ୍ୟନ୍ତ ଅପହଞ୍ଚ। ଏହି ସାହୀରେ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଆଦିବାସୀ ସଂପ୍ରଦାୟ ଲୋକମାନେ ବସବାସ କରନ୍ତି। ଏମାନଙ୍କ ମୂଳଘର ଅନ୍ୟାନ୍ୟ ସ୍ଥାନରେ ହୋଇଥିଲେ ସୁଦ୍ଧା ଏମାନଙ୍କ ପୂର୍ବଜ ମାନେ ପ୍ରାୟ ଶହେରୁ ଅଧିକ ବର୍ଷ ପୂର୍ବରୁ ଏହି ଠାରେ ହିଁ ଆସି ବସବାସ ଆରମ୍ଭ କରିଥିଲେ। ଏହି ଆଦିବାସୀ ମାନଙ୍କର ନିଜସ୍ୱ ଜାଗା କିଛି ନାହିଁ। ହେଲେ ଦୀର୍ଘ ବର୍ଷ ଧରି ବସବାସ କରୁଥିଲେ…

"ମୌଳିକ ସମସ୍ୟାରୁ ବଂଚିତ ପଦାରୁଖା ଆଦିବାସୀ ସାହି"

ଜଗତ୍ ଜ୍ୟୋତି ମହାସଂଘକୁ ବେଷ୍ଟ ନନ୍ ଇଣ୍ଟେନସିଭ ପୁରସ୍କାର

ବନ୍ତ, ତା୨୨/୫(ଓଡ଼ିଆ ପୁଅ/ମନୋଜ ବେହେରା): ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲୋକଶକ୍ତି ସଂପାଦକ ରବିନ୍ଦ୍ର ରାୟଙ୍କ ଦ୍ୱାରା ପରି·ଳିତ ଆଗରପଡ଼ା ଗୋପିନାଥପୁର ପଂଚାୟତର ପୁରାତନ ଜଗତ୍ ଜ୍ୟୋତି ମହିଳା ମହାସଂଘକୁ ବ୍ଲକ ପକ୍ଷରୁ ବେଷ୍ଟ ନନ୍ ଇଣ୍ଟେନସିଭ ପୁରସ୍କାର ମିଳିଛି। ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ବିଡ଼ିଓ, ଓରମାସ ମୁଖ୍ୟ ଗୁଣ୍ଡିଚି ବେହେରା, ଜୀବିକା ମିଶନ ଡ଼ିପିଏମ ସନ୍ତୋଷ ବାରିକ, ବିପିଏମ ସସ୍ମିତା ଦାସ ପ୍ରମୁଖ ଯୋଗ ଦେଇ ମହାସଂଘ ସଂପାଦିକା ତୁଳସୀ ମହାନ୍ତିଙ୍କୁ ପ୍ରଂଶସା ପତ୍ର ସହ ଟ୍ରଫି ଦାନ କରିଛନ୍ତି। ଏହି…

"ଜଗତ୍ ଜ୍ୟୋତି ମହାସଂଘକୁ ବେଷ୍ଟ ନନ୍ ଇଣ୍ଟେନସିଭ ପୁରସ୍କାର"

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବନ୍ତ, ତା୨୨/୫(ଓଡ଼ିଆ ପୁଅ/ମନୋଜ ବେହେରା):ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଆଜି (ମଙ୍ଗଳବାର)ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଏ ଅଂଚଳରେ ପ୍ରଥମ ଥର ଆରମ୍ଭ ହୋଇଛି। ଏହି ବିଦ୍ୟାମନ୍ଦିରର ଶତାଧିକ ପୁରାତନ ଛାତ୍ର ଉପସ୍ଥିତ ହୋଇ ଏହି ଅନୁଷ୍ଠାନର ବିକାଶ ପାଇଁ ଅର୍ଥଦାନ କରିଛନ୍ତି। ଯାହାକି ବିଦ୍ୟାମନ୍ଦିରର ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯିବ। ପୁରାତନ ଛାତ୍ର ତଥା ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ :- ସ୍ୱାଧିନତା ପୂର୍ବରୁ ଓ ପରେ ଏହି ଶିକ୍ଷାନୁଷ୍ଠାନ ସ୍ୱାଧିନତାର ବାର୍ତ୍ତବହ ଥିଲା। ତେଣୁ ଏହି ଐତିହ୍ୟ ସଂପନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଥିବା…

"ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ"

ରୌଦ୍ରତାପ ସାଙ୍ଗକୁ ଇଟା ଭାଟି ନିଆଁ ! ଜନଜୀବନ ଅସ୍ତବ୍ୟସ୍ତ

ବନ୍ତ, ତା୧୨/୫/୨୦୧୮(ଓଡ଼ିଆ ପୁଅ/ମନୋଜ କୁମାର ବେହେରା):ଗ୍ରିଷ୍ମର ରୌଦ୍ରତାପ ଯୋଗୁଁ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହା ସାଙ୍ଗକୁ ବନ୍ତ ତହସିଲ ଅଧିନରେ ଥିବା ୨୫ଟି ପଞ୍ଚାୟତ ମଧ୍ୟରୁ ଏବେବି ମୁଖ୍ୟତଃ ଆଗରପଡ଼ା ଓ ତାର ଆଖପାଖ ଅଞ୍ଚଳ ଯଥା:- ମହାନ୍ତିପଡ଼ା, ଟିକିରା, ସାହୁପଡ଼ା, କାଣ୍ଡବା, ଚାରିଗାଁ, ଚକ୍ରାପାଢି, ଗୋପିନାଥପୁର, ଅଣିଜୋ ଆଦି ସାଳନ୍ଦି ନଦୀ କୂଳ ଗ୍ରାମର କୋଣ ଅନୁକୋଣରେ ଶହ ଶହ ଇଟାଭାଟି ଜଳୁଥିବାର ଦେଖିବାକୁ ମିଳୁଛି। ଏହି ବେଆଇନ ଇଟାଭାଟି ପୋଡ଼ି ଯୋଗୁଁ ବାୟୁମଣ୍ଡଳ ପ୍ରଦ୍ୟୁଷିତ ହେବା ସହ ଇଟାଭାଟିର ଧୂଆଁ ଓ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ହେଲେ ପ୍ରଶାସନର ଏଥିପ୍ରତି ନିଘା ନାହିଁ।…

"ରୌଦ୍ରତାପ ସାଙ୍ଗକୁ ଇଟା ଭାଟି ନିଆଁ ! ଜନଜୀବନ ଅସ୍ତବ୍ୟସ୍ତ"

ଦୁର୍ଦ୍ଦିନ ଅବସ୍ଥାରେ ବିହନ ବିଶୋଧନାଗାର

ବନ୍ତ, ତା୧୨/୫/୨୦୧୮(ଓଡ଼ିଆ ପୁଅ/ମନୋଜ କୁମାର ବେହେରା): ୧୯୫୫ ମସିହାରେ ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ ଶେଉଳଗଡ଼ିଆ ଠାରେ ପ୍ରତିଷ୍ଠିତ ବିହନ ବିଶୋଧନାଗାର ଚାଷୀଙ୍କ କାର୍ଯ୍ୟରେ ଠିକ୍ ଭାବେ ଲାଗିପାରୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ୪୫ ଏକର ପରିମିତ ଜମିକୁ ନେଇ ଏହି ବିଶୋଧନାଗାର ପ୍ରତିଷ୍ଠା ହୋଇଥିଲା। ଫିଲ୍ଡମ୍ୟାନ, ୪ ଜଣ ସ୍ଥାୟୀ ଶ୍ରମିକ ଓ ୮ଟିି ବଳଦକୁ ନେଇ ଏହି ଫାର୍ମ ଟି କାର୍ଯ୍ୟ ଆରମ୍ଭ କରିଥିଲା। ପାଣିର ସୁବିଧା ପାଇଁ ୨ଟି କୂଅ, ନଳକୂପ, ଲିଫ୍ଟପଏଣ୍ଟ, ୫ ଏକର ପରିମିତ ସ୍ଥାନରେ ପୋଖରୀ ଆଦି ଖୋଳା ଯାଇଥିଲା। ଏହା ମଧ୍ୟରେ ଆମ୍ବ ଓ ନଡ଼ିଆ ପରି ଅନେକ ଗଛ ରୋପଣ…

"ଦୁର୍ଦ୍ଦିନ ଅବସ୍ଥାରେ ବିହନ ବିଶୋଧନାଗାର"

ଅବହେଳିତ ୧୦୭ ବର୍ଷର ପ୍ରାଥମିକ ବିଦ୍ୟାଳୟ

ବନ୍ତ, ତା୧୨/୫/୨୦୧୮(ଓଡ଼ିଆ ପୁଅ/ମନୋଜ କୁମାର ବେହେରା):୬ ବର୍ଷରୁ ୧୪ ବର୍ଷର ପିଲାଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଯୋଗାଇ ଦେବା ପାଇଁ ସରକାରୀ ସ୍ତରରେ ପ୍ରଣୟନ ହୋଇଥିବା ଶିକ୍ଷା ଅଧିକାର ନିୟମ ଏବେ ଦିଗ ହରା ପ୍ରାୟ। ସେଥିପାଇଁ ରାଜ୍ୟର ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅବସ୍ଥା ଏବେ ବିପର୍ଯ୍ୟସ୍ତ। ସର୍ବ ଶିକ୍ଷା ଅଭିଯାନର ସ୍ଲୋଗାନ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” କେବଳ ପ୍ରଚାର ଓ ପ୍ରସାରରେ ସିମିତ। ପିଲାମାନଙ୍କୁ ଶିକ୍ଷାମନସ୍କ କରିବା ଓ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରସ୍ତୁତ ହେବା ଓ ଏଥିପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା…

"ଅବହେଳିତ ୧୦୭ ବର୍ଷର ପ୍ରାଥମିକ ବିଦ୍ୟାଳୟ"