ପ୍ରଥମ ସ୍ତ୍ରୀକୁ ଅକ୍ରମଣ, ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେଲେ

ଯାଜପୁର, ୭/୯(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅରେଇକଣା ପଂଚାୟତ ରମାପୁର ଗ୍ରାମରେ ନିଜ ପ୍ରଥମ ସ୍ତ୍ରୀକୁ ଅକ୍ରମଣ କରିବା ଅଭିଯୋଗରେ ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେବା ଘଟଣା ଏହି ଅଂଚଳରେ ଚର୍ଚ୍ଚା ହେବାରେ ଲାଗିଛି। ସୂଚନା ମୁତାବକ ରମାପୁର ଗ୍ରାମର ଭାଗରଥୀ ରାୟ କୋତପୁର ପଂଚାୟତ ନୂଆଗାଁ ଅର୍ଣ୍ଣପୂର୍ଣ୍ଣାଙ୍କୁ ଦୀର୍ଘଦିନ ତଳୁ ବୈଦିକ ମତେ ବିବାହ କରିଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ପୁଣିଥରେ ବର୍ଷକ ତଳେ ନିଜର ସାନଭାଇର ଶାଳୀକୁ ନେଇ ଫେରାର ହୋଇଯାଇଥିଲେ। ଏନେଇ ପ୍ରଥମ ପତ୍ନୀ ତାଙ୍କ ନାମରେ ମାମଲ ରୁଜ କରିଥିଲେ। ୧୫ଦିନ ତଳୁ ଭାଗିରଥୀ ଘରକୁ…

"ପ୍ରଥମ ସ୍ତ୍ରୀକୁ ଅକ୍ରମଣ, ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେଲେ"

ସ୍ତ୍ରୀକୁ ମରାଣନ୍ତକ ଆକ୍ରମଣ, ସ୍ୱାମୀ, ଶାଶୁ ଦିଅର ବନ୍ଧାହେଲେ

ଯାଜପୁର, ୭/୯(ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅରେଇକଣା ପଂଚାୟତ ରମାପୁର ଗ୍ରାମରେ ନିଜ ପ୍ରଥମ ସ୍ତ୍ରୀକୁ ଅକ୍ରମଣ କରିବା ଅଭିଯୋଗରେ ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେବା ଘଟଣା ଏହି ଅଂଚଳରେ ଚର୍ଚ୍ଚା ହେବାରେ ଲାଗିଛି। ସୂଚନା ମୁତାବକ ରମାପୁର ଗ୍ରାମର ଭାଗରଥୀ ରାୟ କୋତପୁର ପଂଚାୟତ ନୂଆଗାଁ ଅର୍ଣ୍ଣପୂର୍ଣ୍ଣାଙ୍କୁ ଦୀର୍ଘଦିନ ତଳୁ ବୈଦିକ ମତେ ବିବାହ କରିଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ପୁଣିଥରେ ବର୍ଷକ ତଳେ ନିଜର ସାନଭାଇର ଶାଳୀକୁ ନେଇ ଫେରାର ହୋଇଯାଇଥିଲେ। ଏନେଇ ପ୍ରଥମ ପତ୍ନୀ ତାଙ୍କ ନାମରେ ମାମଲ ରୁଜ କରିଥିଲେ। ୧୫ଦିନ ତଳୁ ଭାଗିରଥୀ ଘରକୁ ଫେରିବା…

"ସ୍ତ୍ରୀକୁ ମରାଣନ୍ତକ ଆକ୍ରମଣ, ସ୍ୱାମୀ, ଶାଶୁ ଦିଅର ବନ୍ଧାହେଲେ"

ବହୁବିଧି ସମସ୍ୟାରେ ବଡ଼ଚଣା ଜୁନିଅର ମହିଳା ମହାବିଦ୍ୟାଳୟ

ଯାଜପୁର, ୫/୯(ଓଡିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ର ଏକମାତ୍ର ମହିଳା ମହାବିଦ୍ୟାଳୟ ବଡ଼ଚଣା ସ୍ଥିତ ବଡ଼ଚଣା ଜୁନିଅର ମହିଳା ମହାବିଦ୍ୟାଳୟ। ଭିତ୍ତିମୂମିର ଅଭାବ ସର୍ବନିମ୍ନ ଆବଶ୍ୟକତା ନଥିଲେ ମଧ୍ୟ ଶିକ୍ଷାଦାନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କଟକ, ଢେଙ୍କାନାଳ, ଯାଜପୁରର ୩ ଟି ଜିଲାର ଛାତ୍ରୀମାନେ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ପୁରାଣ ପ୍ରସିଦ୍ଧ ବାରୁଣାବନ୍ତ ପାହାଡ଼ ପାଦଦେଶରେ ସବୁଜ ଘଞ୍ଚ ବନାନୀ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଏହି ମହିଳା ମହାବିଦ୍ୟାଳୟଟି ୧୯୯୦ ମସିହାରେ ପ୍ରତିଷ୍ଟା କରାଯାଇଥିଲା। +୨ କଳା ଓ ବିଜ୍ଞାନରେ ମୋଟ ୩୮୪ ଜଣ ଛାତ୍ରୀ ଅଧ୍ୟୟନ ରତ। ପ୍ରଥମ ବର୍ଷକଳା-୧୨୮, ଦ୍ୱିତୀୟ ବର୍ଷ କଳା-୧୨୮ ଓ…

"ବହୁବିଧି ସମସ୍ୟାରେ ବଡ଼ଚଣା ଜୁନିଅର ମହିଳା ମହାବିଦ୍ୟାଳୟ"

ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍, ଉତ୍ୟକ୍ତ ଲୋକଙ୍କ ୨ ଘଂଟା ଧରି ରାଜପଥ ଅବରୋଧ

ଯାଜପୁର, ୫/୯(ଓଡିଆ ପୁଅ/ମାନସ ରାଉତ)- ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଟ୍ରାଫିକ ପୋଷ୍ଟ ନିକଟରେ ବୁଧବାର ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଗଟିଛି। ଆଜି ସନ୍ଧ୍ୟା ପ୍ରାୟ ୪.୪୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଉକ୍ତ ଯୁବକ ଜଣକ ଏକ ବକ୍ସର ମୋଟର ସାଇକେଲରେ ଟ୍ରାଫିକ ପୋଷ୍ଟ ପାର ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଓଡି୩୪ବି-୦୯୯୦ନଂ ୧୦ଚକିଆ ଟ୍ରକ ତାଙ୍କ ଉପରେ ସିଧାସଳଖ ମାଡିଯାଇ ଉକ୍ତ ଯୁବକଙ୍କୁ ୧୦୦ମିଟର ଆଗକୁ ଘୋଷାଡି ନେଇ ଯାଇଥିଲା। ଘଟଣା ସ୍ଥଳରେ ଯୁବକଙ୍କ ଶରୀର ଟିକିଟିକି ହୋଇଯିବା ସହ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ସମୟରେ ଟ୍ରାଫିକ ପୋଷ୍ଟରେ କୌଣସି ପୋଲିସ କର୍ମଚାରୀ ନଥିଲେ। ମୃତ…

"ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍, ଉତ୍ୟକ୍ତ ଲୋକଙ୍କ ୨ ଘଂଟା ଧରି ରାଜପଥ ଅବରୋଧ"

ବିଦ୍ୟା ପାଉଣ୍ଡେସନରେ ଜନ୍ମାଷ୍ଟମୀ ପାଳନ

ଯାଜପୁର, ୨/୯ (ଓଡିଆପୁଅ/ମାନସ ରାଉତ) ପବିତ୍ର ଜନ୍ମାଷ୍ଟମୀ ଅବସରରେ ବଡଚଣା ଅଂଚଳର କେତକ ସମାଜସେବୀ ବିଦ୍ୟା ପାଉଣ୍ଡେସନରେ ରହୁଥିବା ଗରିବ ଏବଂ ଅନାଥ ଶିଶୁଙ୍କ ଗହଣରେ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ସମାଜସେବୀ ନିହାର ରଂଜନ ରାଉତ, ସସ୍ମିତା ବେହେରା, ଅଭିମନୁ୍ୟ ଦାସ, ପ୍ରିୟ ଗୋବିନ୍ଦ ଦାଶ, ମାନସ କୁମାର ରାଉତ, ନିବେଦିତା ସାମଲ ପ୍ରମୁଖ ବଡଚଣା ସ୍ଥିତ ବିଦ୍ୟା ପାଉଣ୍ଡେସନ ଏବଂ ଆମ ଘରରେ ରହୁଥିବା ଗରିବ ଏବଂ ଅନାଥ ପିଲାମାନଙ୍କ ମଧ୍ୟରେ ନୌତିକ ଶିକ୍ଷା, ମୌଳିକ ଶିକ୍ଷା ସହିତ ଅତ୍ମନିର୍ଭରଶୀଳ ହେବା ଉପରେ ଶିକ୍ଷା ପ୍ରଦାନ କରିବା ସହିତ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରିଥିଲେ । ଏହି ଅନୁଷ୍ଠାନରେ ୩୦ରୁ ଅଧିକ…

"ବିଦ୍ୟା ପାଉଣ୍ଡେସନରେ ଜନ୍ମାଷ୍ଟମୀ ପାଳନ"

ଚଣ୍ଡିଖୋଲ ଷ୍ଟେଟ୍ ବ୍ୟଙ୍କ ସମ୍ମୁଖରେ ବନ୍ଧୁକ ଦେଖାଇ ପେଟ୍ରୋଲ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଉଦ୍ୟମ

ଯାଜପୁର, ତା.୨୭/୦୮(ଓଡିଆପୁଅ/ଏମ ରାଉତ)- ଚଣ୍ଡଖୋଲ ପାଣ୍ଡିଠାରୁ ମାତ୍ର ୫୦ମିଟର ଦୂରତା ମଧ୍ୟରେ ଥିବା ଚଣ୍ଡିଖୋଲ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ଏକ ମାରୁତି(ୱାଗନର୍) ଗାଡ଼ିରୁ ୪ ଜଣ ଦୁବୃର୍ତ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ ଉଦ୍ୟମ ସୋମବାର ବିଫଳ ହୋଇଥିବାର ଜଣାଯାଇଛି। ଆଜି ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ବଡ଼ଚଣା ସ୍ଥିତ ଏକ ପେଟ୍ରୋଲ୍ ପମ୍ପର କର୍ମଚାରୀ ମାନେ ଏକ ୱାଗନର୍ ଯୋଗେଁ ଟଙ୍କା ଜମା କରିବାକୁ ଷ୍ଟେଟ୍ ବ୍ୟାଙ୍କ୍ ଶାଖାକୁ ଆସିଥିଲେ। ବ୍ୟାଙ୍କ୍ ପାଚେରୀ ନିକଟରେ ଗାଡ଼ିରଖି ଟଙ୍କା ବ୍ୟାଗ୍ ବାହାର କରୁଥିବା ସମୟରେ ବିପରିତ ଦିଗରୁ ଦୁଇଟି ମୋଟର ସାଇକେଲରେ ୪ ଜଣ ଯୁବକ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍…

"ଚଣ୍ଡିଖୋଲ ଷ୍ଟେଟ୍ ବ୍ୟଙ୍କ ସମ୍ମୁଖରେ ବନ୍ଧୁକ ଦେଖାଇ ପେଟ୍ରୋଲ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଉଦ୍ୟମ"

ଆଧ୍ୟାତ୍ମିକ ସମେବେଶ ପାଇଁ ପ୍ରସ୍ତୁତି ବୈଠକ

ଯାଜପୁର, ୨୦/୮ (ଓଡିଆପୁଅ/ମାନସ ରାଉତ): ଏକ ଧର୍ମନିୟନ୍ତ୍ରିତ ପକ୍ଷପାତ ବିହୀନ ଶୋଷଣ ମୁକ୍ତ ଓ ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ପ୍ରତିଷ୍ଠା ପାଇଁ ସଂକଳ୍ପ ନେବା ଉଦେଶ୍ୟରେ ଏକ ଆଧ୍ୟାତ୍ମିକ ସମାବେଶ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାମ ରାଜ୍ୟ ପରିଷଦ ଯାଜପୁର ଶାଖା ଆନୁକୁଲ୍ୟରେ ସଂଯୋଜକ ଦେବବ୍ରତ ଦେବତାଙ୍କ ଅଧ୍ୟକ୍ଷତାରେ ସଂପାଦକ ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ଶତପଥୀ, ସହ ସଂଯୋଜକ ଦେବାଶିଷ ଜେନା, ଦେବେନ୍ଦ୍ର ପ୍ରହରାଜ, ରେଣୁବାଳା ଶତପଥୀ, ଦମୟନ୍ତି ତ୍ରିପାଠୀ, ରଶ୍ମିରଞ୍ଜନ ତ୍ରିପ୍ରାଠୀ, ଡକ୍ଟର ଭାଗ୍ୟଧର ସାହୁ, ପ୍ରୀତି ଲତା ଦାସ, ମଧୁସ୍ମିତା ଜେନା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ସର୍ବସମ୍ମତି ନିଷ୍ପତି ଅନୁସାରେ ଆସନ୍ତା ୨/୯/୨୦୧୮ରିଖ ରବିବାର ପବିତ୍ର ଜନ୍ମାଷ୍ଟମି ଦିବା ୧୦…

"ଆଧ୍ୟାତ୍ମିକ ସମେବେଶ ପାଇଁ ପ୍ରସ୍ତୁତି ବୈଠକ"

ପ୍ରୟାସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଯାଜପୁର, ୧୮.୮(ଓଡିଆ ପୁଅ/ମାନସ ରାଉତ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଜନନାୟକ, ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବଡଚଣାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଚଣ୍ଡିଖୋଲ ସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ‘ପ୍ରୟାସ’ ସ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ସାମ୍ବାଦିକ ଶିବରାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ବିଜେପି ନେତ୍ରୀ ଦେବଜାନୀ ପ୍ରଧାନ ପୁଷ୍ପମାଲ୍ୟ ଓ ପ୍ରଦିପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ‘ପ୍ରୟାସ’ର ସଂପାଦକ ଭାରତ ଭୂଷଣ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ବାଜପେୟୀ ଜୀବନାବଳୀ ଉପରେ ଆଲୋକପାତ କରିଥିଲେ। ଶ୍ରଦ୍ଧାଞ୍ଜଳୀ ସଭାରେ…

"ପ୍ରୟାସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା"

ଟକ୍ର ଧକ୍କାରେ ପୂର୍ବତନ ସମିତି ସଭ୍ୟଙ୍କ ଶୋାଚନୀୟ ମୁତ୍ୟୁ, ପତିବାଦରେ ଜାତୀୟ ରାଜପଥ ଅବରୋଧ

ଯାଜପୁର ୧୮-୮ (ଓଡିଆପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକ ଏକ ବ୍ୟସ୍ତବହୁଳ ଛକ ଭାବେ ପରିଗଣିତ ହେଉଥିବା ବେଳେ ଏଠାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଶନିବାର ଅପରାହ୍ନ ୪.୩୦ରେ ଟ୍ରାଫିକ ଉପରେ ଏକ ମର୍ମନ୍ତୁଦ ଦୃଘଟଣା ଘଟି ଜଣଙ୍କର ଶୋଚନୀୟ ମୃତ୍ୟୁ ହେବା ସହିତ ଅନ୍ୟଜଣେ ଆହତ ହୋଇ ବଡଚଣା ମେଡିକାଲରେ ଚିକତ୍ସିତ ହେଉଥିବା ଜଣାଯାଇଛି। ସୂଚନା ମୁତାବକ ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଦଡିହ ପଂଚାୟତ ଜୟସୁଙ୍ଗୁଡା ଗ୍ରାମର ପୂର୍ବତନ ସମିତସଭ୍ୟ ଦେବନ ସାହାଣୀଙ୍କ ପୁଅ ଶତ୍ରୁଗ୍ନ ସାହାଣୀ(୫୫) ନିଜର ଅନ୍ୟ ଜଣେ ବନ୍ଧୁ ପହି ଗ୍ରାମର ପ୍ରଦିପ ପରିଡା (୪୩)ଙ୍କ ସହିତ ଚଣ୍ଡିଖୋଲ କୋର୍ଟକୁ ଆସି ଫେରୁଥିବା…

"ଟକ୍ର ଧକ୍କାରେ ପୂର୍ବତନ ସମିତି ସଭ୍ୟଙ୍କ ଶୋାଚନୀୟ ମୁତ୍ୟୁ, ପତିବାଦରେ ଜାତୀୟ ରାଜପଥ ଅବରୋଧ"

ପରିତ୍ୟକ୍ତା ଗୃହରେ ଚାଲିଥିଲା ସେକ୍ସ କାରାବାର ରାଣୀ ମହୁମାଛି ସମେତ୨ ଦେହଜୀବି ଓ ୨ ଗ୍ରାହକ ଧରାପଡିଲେ

ରସୁଲୁପର, ୧୮ା୮(ଓଡିଆ ପୁଅ/ମାନସ ରାଉତ) : ରସୁଲପୁର ବ୍ଲକ ବ୍ରହ୍ମବରଦା ହାଟସ୍ଥିତ ଏକ ପରିତ୍ୟକ୍ତା ଗୃହରେ ଦେହବ୍ୟବସାୟ ରା୍ୟାକେଟ୍ ଗ୍ରାମବାସୀଙ୍କ ଦ୍ୱାରା ଠାବ ହୋଇଛି। ଏହି ଘଟଣାରେ ଜଣେ କିଙ୍ଗ୍ପିନ(ରାଣୀ ମହୁମାଛି)ସହ ୨ ଜଣ ଯୁବତୀ ଓ ୨ ଜଣ ଗ୍ରାହକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଘଟଣାରୁ ପ୍ରକାଶ ଯେ ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ଗ୍ରାମର ନିରଞ୍ଜନ ଦାସଙ୍କ ବ୍ରହ୍ମବରଦା ହାଟସ୍ଥିତ ଏକ ଘରକୁ ଭଡା ସୂତ୍ରରେ ଦେଇ ଆସୁଥିଲେ। ଏହି ଘରକୁ ବନ୍ଧଡିହ ଗ୍ରାମର ଭରତ ଜେନାଙ୍କ ପତ୍ନୀ କଳ୍ପନା(୪୦) ଭଡା ସୁତ୍ର ନେଇ ଥିଲେ। ହେଲେ ଏହି ଗୃହଟି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା। ରାତିରେ ଏହି…

"ପରିତ୍ୟକ୍ତା ଗୃହରେ ଚାଲିଥିଲା ସେକ୍ସ କାରାବାର ରାଣୀ ମହୁମାଛି ସମେତ୨ ଦେହଜୀବି ଓ ୨ ଗ୍ରାହକ ଧରାପଡିଲେ"