ରେଲଧାରଣାରୁ ଗୁରୁତର ଅବସ୍ଥାରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ଯୁବକ ଉଦ୍ଧାର

ଯାଜପୁର,୨୨ ।୪(ଓଡିଆପୁଅ/ମାନସ ରାଉତ): ରବିବାର ସକାଳୁ ଜଣେ ଯୁବକ ରେଳରୁ ପଡି ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ ଜନସାଧାରଣ ସହାୟତାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବଡଚଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦିଆଯାଇଥିଲା । ସେଠାରେ ତାର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇପଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ସ୍ଥାନାନ୍ତରିତ କରାଯାଇଥିଲା । ବୈରୀ ଥାନା ଅଧିନସ୍ଥ ଉବୁକା-ବରୀଠେଙ୍ଗଡ ମଧ୍ୟସ୍ଥଳ ରେଳଧାରଣରେ ଜଣେ ଯୁବକ ପଡିଥିବା ଦେଖି ଜଣେ ଲୋକ ସ୍ଥାନୀୟ ଯୁବକମାନଙ୍କୁ ଅବଗତ କରିଥିଲେ । ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ସହିତ ଯୁବକ ଜଣଙ୍କୁ ମେଡିକାଲକୁ ନେଇଥିଲେ । ଉଦ୍ଧାର ଯୁବକର ପକେଟରେ ଥିବା ମନିପର୍ସରୁ ୧୨ ହଜାର ୮୬୦…

"ରେଲଧାରଣାରୁ ଗୁରୁତର ଅବସ୍ଥାରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ଯୁବକ ଉଦ୍ଧାର"

ବଡ଼ଚଣା ବିଜେଡ଼ି ପକ୍ଷରୁ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା

ଯାଜପୁର ୨୧-୪ (ଓଡିଆ ପୁଅ/ମାନସ ରାଉତ)-କୌଣସି ଏ.ଟି.ଏମ୍ ରୁ ଟଙ୍କା ଉଠାଯାଇପାରୁନଥିବା ଯୋଗୁ ଆଜି ବଡ଼ଚଣା ବିଜେଡ଼ି ପକ୍ଷରୁ ଚଣ୍ଡିଖୋଲ ଛକ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଦୁଇ ଘଣ୍ଟା ଧରି ଧାରଣ ସହିତ ଏକ ପ୍ରତିବାଦ ସଭା ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଗଣେଶ୍ୱର ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି। ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲ ଶିକ୍ଷା, ସଂସ୍କୃତି ଓ କ୍ରୀଡ଼ା ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବିନୋଦିନୀ ସାହୁ, ବିଜେଡ଼ି ନେତା ନିରଞ୍ଜନ ସେନାପତି, ଛାତ୍ର ବିଜେଡ଼ି ସଭାପତି ଜିତେନ୍ଦ୍ର ନାୟକ, ମିଶନ ଶକ୍ତି ଅଧ୍ୟକ୍ଷା ଶ୍ରୀମତୀ…

"ବଡ଼ଚଣା ବିଜେଡ଼ି ପକ୍ଷରୁ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା"

ଭିତିଭୂମି ଥାଇ ନିର୍ମାଣ ହୋଇପାରୁନି ବଡଚଣା ଆଦର୍ଶ ବିଦ୍ୟାଳୟ:ବାତ୍ୟା ଆଶ୍ରୟ ସ୍ଥଳିରେ ଚାଲିବ ଅସ୍ଥାୟୀ ବିଦ୍ୟାଳୟ

ଯାଜପୁର, ୨୧/୪(ଓଡିଆ ପୁଅ/ମାନସ ରାଉତ):ଗୁଣାତ୍ମକ ଶିକ୍ଷାକୁ ଅଧିକ ଲୋକାଭିମୂଖି କରିବା ଏବଂ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ ମାତ୍ର ବଡଚଣା ବ୍ଲକରେ ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇପାରୁନାହିଁ କେବଳ ଫଳକରେ ସିମିତ ଥିବା ଦେଖିବାକୁ ମିଳିଛି। ଫଳରେ ଶିକ୍ଷାରମ୍ଭକୁ ନେଇ ଆଶା ଆଶଙ୍କାରେ ପଡିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ। ଚଳିତ ଶିକ୍ଷା ବର୍ଷରେ ଏଠାରେ ଶିକ୍ଷାରମ୍ଭ ହେବାର ଆକଳନ କରାଯାଉଥିଲେ ମଧ୍ୟ ନିର୍ମାଣ କାମ ଆଦୌ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ବର୍ଷ ରାଜ୍ୟ ସରକାର ପ୍ରତି ବ୍ଲକରେ…

"ଭିତିଭୂମି ଥାଇ ନିର୍ମାଣ ହୋଇପାରୁନି ବଡଚଣା ଆଦର୍ଶ ବିଦ୍ୟାଳୟ:ବାତ୍ୟା ଆଶ୍ରୟ ସ୍ଥଳିରେ ଚାଲିବ ଅସ୍ଥାୟୀ ବିଦ୍ୟାଳୟ"

ସୁନ୍ଦରିଆ ଏବଂ ହରିଦାସପୁରରେ ଗ୍ରହରାଜଙ୍କ ପୂଜା ପାଳିତ

ଯାଜପୁର, ୨୧/୪ (ଓଡିଆ ପୁଅ/ମାନସ ରାଉତ) ଗ୍ରହରାଜ ଶନିଙ୍କର ବତ୍ର ସୁନ୍ଦରିଆ ପଂଚାୟତ ଠେଙ୍ଗିଆବାବା ମଠ ନିକଟସ୍ଥ ଶନିମନ୍ଦିର ନିକଟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବହୁ ମାନସିକ ଧାରୀ ମାନେ ନିକଟସ୍ଥ ପୁଷ୍କରଣୀରୁ ପାଣି ଢାଳି ନିଜର ବତ୍ର ପାଳନ କରିଥିଲେ। ପରେ ଶନିଙ୍କ ନିକଟରେ ପୁର୍ଜାର୍ଚ୍ଚନା କରାଯାଇ ନିଜର ମାନସିକ ପୂରଣ କରିଥିଲେ। ସେହିପରି ହରିଦାସପୁର କୁସୁମେଇ ମନ୍ଦିର ପରିସରରେ ଥିବା ଶନି ମନ୍ଦିରରେ ବହୁ ମାନସିକ ଧାରୀ ଗ୍ରହରାଜ ଶନିଙ୍କର ପୂଜାର୍ଚ୍ଚନା କରିଥିବା ବେଳେ ଏହି ଅଂଚଳର ଅନ୍ୟନ ସ୍ଥାନ ମାନଙ୍କରେ ମଧ୍ୟ ଶନିଙ୍କର ପୂଜାର୍ଚ୍ଚନା କରାଯାଇଥିବା ଜଣାଯାଇଛି।

"ସୁନ୍ଦରିଆ ଏବଂ ହରିଦାସପୁରରେ ଗ୍ରହରାଜଙ୍କ ପୂଜା ପାଳିତ"

ନିୟୁ ଲାଇଫ ୟୁଥ୍ କ୍ଲବ ପକ୍ଷରୁ ଦହିପଣା ବଂଟନ

ଯାଜପୁର, ୨୧/୪(ଓଡିଆ ପୁଅ/ମାନସ ରାଉତ) ଆଗମୀ ଦିନରେ ରୌଦ୍ରତାପକୁ ଦୃଷ୍ଟିରେ ରଖି ଆଜି ସୁନ୍ଦରିଆ ଶନିମନ୍ଦିର ନିକଟରେ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ନିୟୁ ଲାଇଫ ୟୁଥ୍ କ୍ଲବ ପକ୍ଷରୁ ଦହି ପଣା ବଂଟନ କରାଯାଇଛି। ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଏବଂ ସୁନ୍ଦରିଆର ଏହି କ୍ଲବ ମିଳିତ ଭାବରେ ଏହି କାର୍ଯ୍ୟକ୍ରମକୁ ଯାଜପୁରର ପୁର୍ବତନ ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ବିଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଭକ୍ତ ଏବଂ ଶଦ୍ଧ୍ରାଳୁ ମାନଙ୍କୁ ଦହିପଣା ବଂଟନ କରିଥିଲେ। ଏଥିରେ ସମ୍ମାନୀତ ଅତିôଥ ଭାବେ ମାଧୁରୀ ଶତପଥୀ, ଟ୍ରଷ୍ଟ ପକ୍ଷରୁ ସିତାଂଶୁ ଶେଖର ସାହୁ, ହମାଂଶୁ ଶେଖର ସାହୁ…

"ନିୟୁ ଲାଇଫ ୟୁଥ୍ କ୍ଲବ ପକ୍ଷରୁ ଦହିପଣା ବଂଟନ"

ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ଯାଜପୁର, ୨୧-୪ (ଓଡିଆପୁଅ) ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ରାଉତଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ରାଉତଙ୍କ ବିୟୋଗରେ ଏକାଦଶାହ ଅବସରରେ ଧର୍ମଶାଳା ବ୍ଳକ ହରିଦାସପୁର ନିକଟସ୍ଥ କଦଳା (ନେଉଳପୁର) ଗ୍ରାମ ସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଏହି ସ୍ମୃତି ଚାରଣ ସଭାରେ କୁଆଖିଆ ପ୍ରେସ କ୍ଳବର ସଭାପତି ନିଗମାନନ୍ଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥିରେ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତ ରାୟ, ବରୀ ବିଧାୟକ ଦେବାଶିଷ ନାୟକ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଯାଜପୁର ସାଂସଦଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାମଲ, ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ…

"ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା"

ଯୁବକଙ୍କ ଶବ ରାସ୍ତାରୁ ଉଦ୍ଧାର, ହତ୍ୟା ସନ୍ଦେହ

ଯାଜପୁର, ୨୧/୪ (ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର-ବାଟିଜଙ୍ଗା ରେଳ ଫାଟକ ରାସ୍ତା ଉପରୁ ଆଜି ସକାଳ ସମୟରୁ ଏକ ଯୁବକଙ୍କ ଶବ ଧର୍ମଶାଳା ପୋଲିସ ଉଦ୍ଧାର କରିଛି। ଯୁବକଙ୍କୁ କେହି ହତ୍ୟା କରି ରାସ୍ତା ଉପରେ ପକାଇ ଦେଇଥିବା ଅନୁମାନ କରାଯାଉଥିବା ବେଳେ ପାଖରେ ଯୁବକଙ୍କ ବ୍ୟବହାର କରୁଥିବା ଚପଲ ପଡିରହିଥିବାର ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ଶରୀରରେ ଡଷ୍ଟ ଗଦା ଗୁଣ୍ଡ ଲାଗିଥିବା ମଧ୍ୟ ଦେଖାଯାଇଛି। ତେବେ ଯୁବକ ଜଣଙ୍କ ଗେଡ ଦେହୁରି (୩୦) ଘର ଅଭୟପୁର ବୋଲି ପୋଲିସ ସୂଚନା ଦେଇଥିବା ବେଳେ ସେ ନିକଟସ୍ଥ କ୍ରସରରେ ମୀସ୍ତ୍ରୀ ଭାବରେ କ୍ରର୍ଯ୍ୟରତ ଥିଲେ। ତେବେ ଗତକାଲି ତାଙ୍କୁ କେଉଁ…

"ଯୁବକଙ୍କ ଶବ ରାସ୍ତାରୁ ଉଦ୍ଧାର, ହତ୍ୟା ସନ୍ଦେହ"

ଦର୍ପଣ ତହସିଲ କାର୍ଯ୍ୟାଳୟ ଘେରିବାକୁ ବଡଚଣା ବିଜେପିର ପ୍ରସ୍ତୁତି

ଯାଜପୁର, ୧୮ ।୪(ଓଡିଆପୁଅ/ମାନସ ରାଉତ):ବଡଚଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ହଜାର ହଜାର ଲୋକେ ସ୍ୱାଧିନତାର ୭୦ ବର୍ଷ ପରେ ବି ମଧ୍ୟ ଭୂମିହୀନ ହୋଇ ପଡିରହିଛନ୍ତି । ସେହି ପରିବାରଗୁଡିକୁ ସରକାର ୪ ଡିସିମିଲ କରି ଘରଡିହ ଜମି ଯୋଗାଇଦେବାର ସରକାରୀ ବ୍ୟବସ୍ଥା ଥିଲା ବେଳେ ତହସିଲ ପ୍ରଶାସନ ଏଥିନେଇ ଆଗ୍ରହ ପ୍ରକାଶ ଦେଖାଉନାହିଁ । ଫଳରେ ଏଭଳି ପରିବାରଗୁଡିକ ସେମାନଙ୍କର ସାମ୍ବିଧାନିକ ତଥା ମୋ÷ଳିକ ଅଧିକାରରୁ ବଞ୍ଚôତ ହୋଇ ଆସିଛନ୍ତି । ସେହିଭଳି ସରକାର ୨୦୦୬ ମସିହାରେ ଲାଗୁ କରିଥିବା ଜଙ୍ଗଲ ଅଧିକାର ଆଇନ୍ ବଡଚଣା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ଏଠାରେ ହଜାରରୁ ଉଦ୍ଧ୍ୱର୍ ଆଦିବାସୀ ପରିବାର ବର୍ଷବର୍ଷ…

"ଦର୍ପଣ ତହସିଲ କାର୍ଯ୍ୟାଳୟ ଘେରିବାକୁ ବଡଚଣା ବିଜେପିର ପ୍ରସ୍ତୁତି"

ଦର୍ପଣ ତହସିଲରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଯାଜପୁର, ୧୮ ।୪(ଓଡିଆପୁଅ/ମାନସ ରାଉତ): ଯାଜପୁର ଜିଲା ଦର୍ପଣ ତହସିଲ କାର୍ଯ୍ୟାଳୟ ପରିସରରେ ବୁଧବାର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଆଦାୟରେ ଉଲ୍ଳେଖନୀୟ ସଫଳତା ପାଇଁ ତହସିଲଦାର ଏହତ କାର୍ଯ୍ୟଳୟର କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରିଥିବା ବେଳେ କାର୍ଯ୍ୟରୁ ଅବସର ନେଇଥିବା କର୍ମଚାରୀଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବୁଧବାର ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉସôବରେ ଅତିରିକ୍ତ ତହସିଲଦାର ଅଭିଲିପ୍ସା ଦାଶ, ଅଭୟ କୁମାର ସ୍ୱାଇଁ, ରନôାକର ନାୟକ, ସବ-ରେଜିଷ୍ଟର ବିଶ୍ୱରଞ୍ଜନ ବିଶ୍ୱାସ ଉପସ୍ଥିତ ଥିଲେ । ରାଜସ୍ୱ ଆଦାୟରେ ସଫଳତା ପାଇଁ ରାଜସ୍ୱ ପରିଦର୍ଶକ…

"ଦର୍ପଣ ତହସିଲରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ"

ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଓ ଅକ୍ଷୟ ତୃତୀୟା ପାଳିତ

ଯାଜପୁର, ୧୮ ।୪(ଓଡିଆପୁଅ/ମାନସ ରାଉତ): ଓଡିଶାର ଚାଷୀମାନଙ୍କ ମୁଖ୍ୟ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଡଚଣା ବ୍ଲକ ଜଗନ୍ନାଥପୁର ଗ୍ରାମରେ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଓ ଅକ୍ଷୟ ତୃତୀୟା ଉସôବ ପାଳିତ ହୋଇଯାଇଛି । ବ୍ଲକ ଆତ୍ମା କମିଟି ଓ କୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି ଉସôବରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରମ୍ପରିକ ରିତିନିତିରେ ପୂଜାର୍ଚ୍ଚନା କରିବା ପରେ ଅଖିମୁଠ୍ଠି ଅନୁକୂଳ କରିବା ସହ ହଳ ଲଙ୍ଗଳରେ ହଳ ବୁଲାଇ ଚାଷ କାମ ଶୁଭାରମ୍ଭ କରିଥିଲେ । ଶହଶହ ଚାଷୀଙ୍କ ଉପସ୍ଥିତିରେ ଶ୍ରୀ ଶତପଥୀ ଅଖିମୁଠି ଅନୁକୂଳ କରି ବଡଚଣା ଅଞ୍ଚଳରେ…

"ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଓ ଅକ୍ଷୟ ତୃତୀୟା ପାଳିତ"